ଦିଗପହଣ୍ଡି ବମକେଇ-କୁମରଡ଼ା ରାସ୍ତାରେ ଜଣେ ଦଶମ ଶ୍ରେଣୀ ଛାତ୍ର ବଜ୍ରାଘାତର ଶିକାର ହୋଇଥିଲେ ।
ଛାତ୍ରଜଣଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ଛାତ୍ରଙ୍କ ଘର ନାରାୟଣପାଟଣା ଗାଁରେ ବୋଲି ଜଣାପଡିଛି ।
ଅନ୍ୟପଟେ, ସାରା ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ରହିଥିବାରୁ ତାତିରୁ ତ୍ରାହି ମିଳିବ
ପଶ୍ଚିମା ଝଡ଼ ପ୍ରଭାବରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି
କିଛି ସ୍ଥାନରେ ବର୍ଷା ସହ କୁଆପଥର ମାଡ ଏବଂ ହାଲୁକା ପବନ ବହିବାର ଆଶଙ୍କା ରହିଛି
ଗତକାଲି ବାଲେଶ୍ୱର ସମେତ ରାଜ୍ୟର କିଛି ସ୍ଥାନରେ ବର୍ଷା ହୋଇଥିଲା
ଆସନ୍ତା କାଲି ମଧ୍ୟ ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି