ଖୋଲିବ ରତ୍ନଭଣ୍ଡାର, ୧୦ଟି ବିନ୍ଦୁ ଯାହା ଆପଣ ଜାଣିବା ଜରୁରୀ...

Jul 14, 2024, 12:38 PM IST

Narmada Behera

ରତ୍ନ ଭଣ୍ଡାର ଖୋଲିବାର ଶୁଭ ସମୟ ଅପରାହ୍ନ ୧ଟାରୁ ୧ଟା ୩୦। ଖୋଲିବା ପୂର୍ବରୁ ମହାଲକ୍ଷ୍ମୀ ଓ ଲୋକନାଥଙ୍କ ଆଜ୍ଞାମାଳ ଆସିବ। 

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏ ସମସ୍ତ କାର୍ଯ୍ୟର ମୁଖ୍ୟ ପୁରୋଧା ହେବେ। ତାଙ୍କୁ ସହାୟକ ହେବା ପାଇଁ ସେବାୟତ ପ୍ରତିନିଧି, ବିଶେଷଜ୍ଞ ଓ ଅନ୍ୟ କାର୍ଯ୍ୟକର୍ତ୍ତା ରହିବେ। 

ପ୍ରଥମେ ଚାବି ଖୋଲି ରତ୍ନ ଓ ଗହଣା ଥିବା ବାକ୍ସକୁ ସ୍ୱତନ୍ତ୍ର ସ୍ଥାନକୁ ନିଆଯିବ। ଏଥିଲାଗି ୨ଟି ସ୍ଥାନ ଚିହ୍ନଟ କରାଯାଇଛି। 

ଚାବି ନ ଖୋଲିଲେ ସ୍ୱଥନ୍ତ୍ର ଦଳ ଦ୍ୱାରା ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ତାଲା ଭଙ୍ଗାଯିବ। 

ରତ୍ନ ଓ ଅଳଙ୍କାର ସ୍ଥାନାନ୍ତରଣ ପରେ ଏଏସ୍‍ଆଇ ବିଶେଷଜ୍ଞଙ୍କ ପକ୍ଷରୁ କୋଠରୀ ଯାଞ୍ଚ କରାଯାଇ ତାହାର ମରାମତି ପାଇଁ ପଦକ୍ଷେପ ନିଆଯିବ। 

କୋଠରୀ ମରାମତି ପରେ, ରତ୍ନ ବାକ୍ସଗୁଡ଼ିକୁ ପୂର୍ବସ୍ଥାନାକୁ ଅଣାଯାଇ ଗଣତି ମଣତି ହେବ। 

ପ୍ରତିଟି ଅଳଙ୍କାରର ଡିଜିଟାଲ୍‍ ଡକ୍ୟୁମେଣ୍ଟ ପ୍ରସ୍ତୁତ ହେବ। ଅର୍ଥାତ୍‍ ଫଟୋ ଓ ଭିଡିଓଗ୍ରାଫ କରାଯିବ। 

ଗଣତି ସମୟରେ ରିଜର୍ଭ ବ୍ୟାଙ୍କ ପ୍ରତିନିଧି, ବିଶେଷଜ୍ଞ ଦଳ ରହିବେ ଯେଉଁମାନେ ଅଳଙ୍କାରର ଗୁଣାତ୍ମକ ଦିଗକୁ ବିଚାର କରି ରିପୋର୍ଟ ରଖିବେ। 

୧୯୭୮ ମସିହାରେ ଶେଷଥର ପାଇଁ ଭିତର ରତ୍ନ ଭଣ୍ଡାର ଖୋଲାଯାଇଥିଲା। ସେତେବେଳେ ୪୫୪ ପ୍ରକାରର ସ୍ୱର୍ଣ୍ଣ ଅଳଙ୍କାର, ୨୨ହଜାର ୧୫୩ ଭରିର ରୂପା ଅଳଙ୍କାର ରହିଥିବା ଜଣାପଡ଼ିଥିଲା। 

ରତ୍ନ ଭଣ୍ଡାର ଖୋଲିବା ସମୟରେ ଶ୍ରୀମନ୍ଦିର ବାହାରେ ସ୍ୱତନ୍ତ୍ର ମେଡିକାଲ ଦଳ ଓ ସ୍ନେକ ହେଲ୍ପଲାଇନ୍‍ ଦଳ ମୁତ୍ତୟନ ରହିବେ।