Rent on House: ଘର ଭଡ଼ା ନେବା ପୂର୍ବରୁ ନଜର ପକାନ୍ତୁ ଏହି ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ
Jul 9, 2024, 07:42 PM IST
Prabhudatta Moharana
ମୌଳିକ ଆବଶ୍ୟକତା: ଘର ନେବା ସମୟରେ ମୌଳିକ ଆବଶ୍ୟକତା ଯଥା ପାଣିର ସୁବିଧା, ବିଦ୍ୟୁତ୍, ପାର୍କିଂ ଇତ୍ୟାଦି ସୁବିଧା ପ୍ରତି ଧ୍ୟାନ ଦିଅନ୍ତୁ। ଭଡ଼ାରେ ଘର ନେଉଥିବା ବେଳେ ଝରକା ପ୍ରତି ବହୁତ ଧ୍ୟାନ ଦେବା ଉଚିତ୍। ଯେଭଳି ଘର ମଧ୍ୟରେ ବାୟୁ ଚଳାଚଳ ସଠିକ ଢଙ୍ଗରେ ହୋଇପାରେ।
ଯାତାୟତ ସୁବିଧା: ଭଡ଼ାରେ ଘର ନେବା ସମୟରେ ଯାତାୟତ ସୁବିଧା ଉପରେ ମଧ୍ୟ ଦୃଷ୍ଟି ଦେବାର ଆବଶ୍ୟକ ରହିଛି। ଯେଉଁଭଳି ଭାବରେ ଘରୁ ବାହାରିବା ସମୟରେ ପବ୍ଲିକ ଟ୍ରାନ୍ସପୋର୍ଟର ସୁବିଧା ସହଜରେ ଉପଲବ୍ଧ ହୁଏ।
ଏଗ୍ରିମେଣ୍ଟ ନିଶ୍ଚିତ କରନ୍ତୁ: ଘର ଭଡ଼ାରେ ନେବା ସମୟରେ ରେଣ୍ଟ ଏଗ୍ରିମେଣ୍ଟ ନିଶ୍ଚିତ କରନ୍ତୁ। ଏହି ଏଗ୍ରିମେଣ୍ଟରେ ଭଡ଼ା ଦେବାର ତାରିଖ, ମେଣ୍ଟେନାନ୍ସ ଚାର୍ଜ ଓ ପେନାଲ୍ଟି ଆଦି ବାବଦରେ ମଧ୍ୟ ସ୍ପଷ୍ଟ କରନ୍ତୁ। ଏହା ନ କଲେ ଭବିଷ୍ୟତରେ ଆପଣ ସମସ୍ୟାରେ ପଡ଼ିପାରନ୍ତି।
ଲୋକେସନ: ଘର ଭଡ଼ା ନେବା ସମୟରେ ଲୋକେସନ ଉପରେ ମଧ୍ୟ ଧ୍ୟାନ ଦେବା ଉଚିତ। ଯଦି ଆପଣ ସଠିକ୍ ସ୍ଥାନରେ ଘର ଭଡ଼ା ନେଉ ନାହାନ୍ତି, ତେବେ ଆପଣ ଅନେକ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ଯଦି ଆପଣଙ୍କର ପିଲାମାନେ ଅଛନ୍ତି, ସେମାନଙ୍କ ବିଦ୍ୟାଳୟ ନିକଟବର୍ତ୍ତୀ ହେବା ଉଚିତ୍।
ସିକ୍ୟୁରିଟି ଡିପୋଜିଟ: ଭଡ଼ାରେ ଘର ନେବାବେଳେ ସିକ୍ୟୁରିଟି ଡିପୋଜିଟକୁ ଧ୍ୟାନରେ ରଖନ୍ତୁ। ଘର ଖାଲି କରିବା ସମୟରେ କେବେ ଏବଂ କେତେ ଜମା ଫେରସ୍ତ ହେବ ତାହା ଉପରେ ମଧ୍ୟ ନଜର ରଖିବେ। କାରଣ ଅନେକ ଥର ଘର ମାଲିକମାନେ ବିଭିନ୍ନ ଆଳ ଦେଖାଇ ପାଇଁ ଟଙ୍କା କାଟି ଦେଇଥାଆନ୍ତି।
ସ୍କୁଲ ଓ ବଜାର: ଯଦି ଆପଣଙ୍କର ପିଲାମାନେ ଅଛନ୍ତି, ଏକ ଭଲ ବିଦ୍ୟାଳୟ ନିକଟରେ ଏକ ଘର ଭଡ଼ ନିଅନ୍ତୁ। ସର୍ବପ୍ରଥମେ, ସେହି ଅଞ୍ଚଳରେ ଭଲ ବିଦ୍ୟାଳୟଗୁଡ଼ିକର ଏକ ତାଲିକା ପ୍ରସ୍ତୁତ କରନ୍ତୁ। ଏହା ପରେ, ବିଦ୍ୟାଳୟ ନିକଟରେ ଥିବା ଏକ ଅଞ୍ଚଳରେ ଘର ଖୋଜନ୍ତୁ।
ସ୍କୁଲ ଓ ବଜାର: ଯଦି ଆପଣଙ୍କର ପିଲାମାନେ ଅଛନ୍ତି, ଏକ ଭଲ ବିଦ୍ୟାଳୟ ନିକଟରେ ଏକ ଘର ଭଡ଼ ନିଅନ୍ତୁ। ସର୍ବପ୍ରଥମେ, ସେହି ଅଞ୍ଚଳରେ ଭଲ ବିଦ୍ୟାଳୟଗୁଡ଼ିକର ଏକ ତାଲିକା ପ୍ରସ୍ତୁତ କରନ୍ତୁ। ଏହା ପରେ, ବିଦ୍ୟାଳୟ ନିକଟରେ ଥିବା ଏକ ଅଞ୍ଚଳରେ ଘର ଖୋଜନ୍ତୁ।
ଭଡ଼ା ଦେବାର ଶୈଳୀ: ଘର କିଣିବା ପୂର୍ବରୁ ନିଶ୍ଚିତ କରନ୍ତୁ ଯେ ଭଡା କିପରି ଦେବେ ତାହା ଆପଣ ଜାଣନ୍ତି। ଏହା ବ୍ୟତୀତ ଯଦି ଭଡା ଦେବାରେ ବିଳମ୍ବ ହୁଏ ତେବେ ଯେପରି ଜରିମନା ନ ଲାଗୁ ହୁଏ ସେଥିପ୍ରତି ଧ୍ୟାନ ଦିଅନ୍ତୁ।
Khan Sir Net Worth: ଗୋଟିଏ ମାସରେ କେତେ ଟଙ୍କା ରୋଜଗାର କରନ୍ତି ଖାନ ସାର୍?
Next Webstory