ନିଦ୍ରାହିନତାର ଶୀକାର ଆଛନ୍ତି କି? ଆପଣଙ୍କ ଶରୀରରେ ଦେଖାଦେଇପାରେ ଏହି ଗୁରୁତର ସମସ୍ୟା
Jul 11, 2024, 07:20 PM IST
Prabhudatta Moharana
ବ୍ୟାୟାମ: ବ୍ୟାୟାମ ଆପଣଙ୍କ ସୁଖଦଃ ନିଦ୍ରାର ଚାବି ହୋଇପାରେ। ଦୈନିକ ବ୍ୟାୟାମ କରିବା ଭଲ ନିଦ ପାଇବାରେ ସାହାଯ୍ୟ କରିଥାଏ। କିନ୍ତୁ ଶୋଇବା ପୂର୍ବରୁ ତୁରନ୍ତ ଏହା ନକରିବାକୁ ଚେଷ୍ଟା କରନ୍ତୁ, କାରଣ ଏହା ଏଣ୍ଡୋରଫିନ୍ ମୁକ୍ତ କରିଥାଏ, ଯାହା ଆପଣଙ୍କ ଶୋଇବାରେ ବାଧା ସୃଷ୍ଟି କରିଥାଏ।
ମେଡିଟେସନ: ଧ୍ୟାନ ଆପଣଙ୍କ ଚାପକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ, ଯାହା ଆପଣଙ୍କ ଶରୀରକୁ ଆରାମ ଦେଇଥାଏ ଏବଂ ଆପଣଙ୍କୁ ଭଲ ନିଦ କରିବାରେ ସାହାଯ୍ୟ କରିଥାଏ।
ସ୍ଲିପ ସିଡ୍ୟୁଲ: ପ୍ରତିଦିନ ନିୟମିତ ସମୟରେ ଶୋଇବାକୁ ଏବଂ ଉଠିବାକୁ ଚେଷ୍ଟା କରନ୍ତୁ। ସପ୍ତାହ ଶେଷରେ କିମ୍ବା ଛୁଟିଦିନରେ ବିଳମ୍ବରେ ଶୋଇବା କିମ୍ବା ଉଠିବା ଆପଣଙ୍କ ଶରୀରର ଶୋଇବା ସମୟକୁ ବ୍ୟାହତ କରିଥାଏ।
ଫୋନଠାରୁ ଦୁରେଇ ରୁହନ୍ତୁ: ଶୋଇବା ପୂର୍ବରୁ ଫୋନ୍ କିମ୍ବା ଅନ୍ୟ କୌଣସି ଇଲେକ୍ଟ୍ରୋନିକ୍ ଉପକରଣ ବ୍ୟବହାର କରନ୍ତୁ ନାହିଁ। ଏଥିରୁ ନିର୍ଗତ ହୋଇଥିବା ବ୍ଲ୍ୟୁ ଲାଇଟ ରେଡିଏସନ ଯୋଗୁଁ ଆପଣଙ୍କର ମସ୍ତିଷ୍କ ଅନୁଭବ କରେ ଯେ ଏହା ଦିନ ସମୟ ଅଟେ ଏବଂ ଆପଣ ଶୋଇ ନାହାଁନ୍ତି।
ଖାଦ୍ୟଶୈଳୀ ଉପରେ ଧ୍ୟାନ ରଖନ୍ତୁ: ଶୋଇବା ପୂର୍ବରୁ ତୁରନ୍ତ ଖାଦ୍ୟ ଖାଆନ୍ତୁ ନାହିଁ ଏବଂ ହାଲୁକା ଖାଦ୍ୟ ଖାଇବାକୁ ପ୍ରୟାସ କରନ୍ତୁ। ଶୋଇବା ପୂର୍ବରୁ କଫି, ଚା, ମଦ ଇତ୍ୟାଦି ଖାଆନ୍ତୁ ନାହିଁ। ଏହା ଆପଣଙ୍କ ଶୋଇବା ଉପରେ ଖରାପ ପ୍ରଭାବ ପକାଇଥାଏ।
ଲିଭେଣ୍ଡର ଅଏଲ: ଗଭୀର ନିଦରେ ଶୋଇବା ପାଇଁ ଲିଭେଣ୍ଡର ଅଏଲ ସାହାଯ୍ୟ କରିଥାଏ। ଆପଣ ଏହାକୁ ତକିଆରେ କିମ୍ବା କୋଠରୀରେ ସ୍ପ୍ରେ କରିପାରିବେ କିମ୍ବା ଏହାର କ୍ୟାପସୁଲ ମଧ୍ୟ ନେଇପାରିବେ।
Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।
Khan Sir Net Worth: ଗୋଟିଏ ମାସରେ କେତେ ଟଙ୍କା ରୋଜଗାର କରନ୍ତି ଖାନ ସାର୍?
Next Webstory