Odisha Famous Sweets: ସାରା ବିଶ୍ବରେ ନାଁ କମେଇଛି ଓଡି଼ଶାର ଏହି ୧୦ ପ୍ରସିଦ୍ଧ ମିଠା

Jul 7, 2023, 09:46 AM IST

Narmada Behera

ଓଡି଼ଶାର ଏଭଳି କିଛି ପ୍ରସିଦ୍ଧ ମିଠା ଅଛି , ଯାହା ସାରା ବିଶ୍ବରେ ମଧ୍ୟ ପରିଚିତ। 

ଓଡ଼ିଶାର ପାରମ୍ପରିକ ମିଠା ହେଉଛି ରସଗୋଲା । ଯାହା ଜଗନ୍ନାଥ ସଂସ୍କୃତି ସହିତ କାହିଁ କେଉଁ କାଳରୁ ଜଡି଼ତ । 

ଘରେ ଘରେ ପର୍ବପର୍ବାଣୀରେ ଏହି ମିଠାର ବ୍ୟବହାର ହୋଇଥାଏ ।

ଛେନାପୋଡ଼, ନୟାଗଡ଼ ଜିଲ୍ଲାର ପ୍ରସିଦ୍ଧ ଏହି ମିଠାର ଚାହିଦା ବିଦେଶରେ ମଧ୍ୟ ବେଶ ଅଧିକ ରହିଛି। 

ଫେଣି ଏକ ପ୍ରକାର ମିଠା । ଯାହା ମହାପ୍ରଭୁଙ୍କ ପାଖରେ ଭୋଗ ଲାଗିଥାଏ। ଏବଂ ପାଟିକୁ ମଧ୍ୟ ବେଶ ସୁଆଦିଆ ଲାଗିଥାଏ।

ଛେନା ଗଜା , ଯାହା ସମସ୍ତଙ୍କର ଅତି ପ୍ରିୟ ମିଠା । ଯାହା ଛେନାରୁ ପ୍ରସ୍ତୁତ ହୋଇଥାଏ । 

ମାଲପୁଆ ମଧ୍ୟ ଏକ ପ୍ରକାର ମିଠା । ଯାହା ସାଧାରଣତଃ ଓଡିଆ  ପର୍ବ ପର୍ବାଣୀରେ ଘରେ ଘରେ ପ୍ରସ୍ତୁତ ହୋଇଥାଏ । 

ନିମାପଡାର ପ୍ରସିଦ୍ଧ ଛେନାଝିଲ୍ଲୀ, ଯାହାର ସ୍ବାଦ ଲୋକଙ୍କୁ ପାଗଳ କରିଥାଏ । 

କେନ୍ଦ୍ରାପଡାର ପ୍ରସିଦ୍ଧ ମିଠା ରସାବଳୀ, ଯାହା ପ୍ରଭୁ ବଳଦେବଜୀଉଙ୍କ ପାଖରେ ଭୋଗ ଲାଗିଥାଏ ।

ସେହିପରି ଓଡି଼ଶାର ଆଉ ଏକ ପ୍ରସିଦ୍ଧ ମିଠା ହେଉଛି ଖିର ସାଗର।

ମଗଜ ଲଡୁ ମଧ୍ୟ ଜଗନ୍ନାଥ ସଂସ୍କୃତି ସହ ଜଡିତ ଏକ ମିଠା । 

ପାଳୁଆ ଲଡୁ ମଧ୍ୟ ଓଡିଶାର ଏକ ପ୍ରସିଦ୍ଧ ମିଠା ।