ଯଦି ଜଣେ ନୂଆ ବ୍ୟକ୍ତି ସମାନ ନମ୍ବର ନିଅନ୍ତି ତେବେ ଠକେଇର ଆଶଙ୍କା ବଢ଼ିଯାଏ। UPI ପେମେଣ୍ଟ ପାଇଁ ମୋବାଇଲ୍ ନମ୍ବର ହେଉଛି ମୁଖ୍ୟ ପରିଚୟ।
ଯଦି ଅନ୍ୟ କେହି ସମାନ ନମ୍ବର ପାଆନ୍ତି ତେବେ ଭୁଲ ବ୍ୟକ୍ତି ପାଖକୁ ପେମେଣ୍ଟ ଯିବ କିମ୍ବା ଟ୍ରାଞ୍ଜେକସନ୍ ଫେଲ୍ ହେବାର ସମସ୍ୟା ହୋଇପାରେ।
NPCI ବ୍ୟାଙ୍କ ଏବଂ UPI ଆପଗୁଡ଼ିକୁ ମାର୍ଚ୍ଚ ୩୧ ସୁଦ୍ଧା ଏପରି ଅବ୍ୟବହୃତ ମୋବାଇଲ୍ ନମ୍ବରଗୁଡ଼ିକୁ ହଟାଇବାକୁ ନିର୍ଦ୍ଦେଶ ଦେଇଛି । ଯାହା ଦ୍ଵାରା ଏପ୍ରିଲ ୧ ରୁ ସିଷ୍ଟମରେ କେବଳ ଆକ୍ଟିଭ ନମ୍ବର ରହିବ।
କୌଣସି ମୋବାଇଲ୍ ନମ୍ବରକୁ ଯଦି ୯୦ ଦିନ ପର୍ଯ୍ୟନ୍ତ ରିଚାର୍ଜ କରାଯାଇ ନାହିଁ, ତେବେ ଏହା ନିଷ୍କ୍ରିୟ ହୋଇପାରେ। ଏହା ପରେ ଏହାକୁ ଅନ୍ୟ ଜଣେ ବ୍ୟବହାରକାରୀଙ୍କୁ ଆବଣ୍ଟିତ କରାଯାଇପାରିବ।
ଯେକୌଣସି ନମ୍ବର ନିଷ୍କ୍ରିୟ କରିବା ପରେ ଉପଭୋକ୍ତା ୧୫ ଦିନ ସମୟ ପାଆନ୍ତି। ଯେଉଁଥିରେ ସେ ପୁଣି ଥରେ ତାଙ୍କ ନମ୍ବରକୁ ସକ୍ରିୟ କରିପାରିବେ। ଯଦି ଏହା କରା ନ ଯାଏ ତେବେ ଏହା ସବୁଦିନ ପାଇଁ ବନ୍ଦ ହୋଇଯାଇପାରେ।
ଆପଣଙ୍କର ନମ୍ବର ଯଦି UPI କିମ୍ବା ବ୍ୟାଙ୍କିଂ ସହିତ ଲିଙ୍କ୍ ହୋଇଛି ଏବଂ ଆପଣ ଏହାକୁ ବହୁତ ଦିନ ଧରି ରିଚାର୍ଜ କରିନାହାଁନ୍ତି, ତେବେ ତୁରନ୍ତ ଆପଣଙ୍କର ମୋବାଇଲ୍ ଅପରେଟର (Jio, Airtel, Vi) ସହିତ ଯୋଗାଯୋଗ କରନ୍ତୁ ଏବଂ ଏହାକୁ ରିଚାର୍ଜ କିମ୍ବା ପୁନଃ ସକ୍ରିୟ କରନ୍ତୁ।
NPCI ବ୍ୟାଙ୍କ ଏବଂ ଆପ୍ସକୁ ପ୍ରତି ସପ୍ତାହରେ ବ୍ଲକ ହୋଇଥିବା ନମ୍ବରଗୁଡ଼ିକର ତାଲିକା ଅପଡେଟ୍ କରିବାକୁ କହିଛି। ଯାହା ଦ୍ଵାରା ସିଷ୍ଟମରେ କେବଳ ସକ୍ରିୟ ନମ୍ବର ରହିବ।
ଏହି ପଦକ୍ଷେପ ମାଧ୍ୟମରେ ସରକାର ଜାଲିଆତି ଏବଂ ଠକେଇ ମାମଲାକୁ ବନ୍ଦ କରିବାକୁ ଚାହୁଁଛନ୍ତି।