ଦେଶ ପାଇଁ ମେଡାଲ ଜିତିଥିଲେ ଆମ ରେସଲର , ଏବେ ଗଙ୍ଗାରେ କରିଦେବେ ବିସର୍ଜନ !

May 30, 2023, 04:52 PM IST

Rashmita Sahoo

କୁସ୍ତି ସଂଘର ଅଧ୍ୟକ୍ଷ ବ୍ରିଜଭୂଷଣ ସରଣ ସିଂହଙ୍କୁ ଗିରଫ ଦାବିରେ ଅଡ଼ି ବସିଛନ୍ତି ରେସଲର 

ଦୀର୍ଘଦିନ ଧରି ଲାଗିରହିଥିବା ଏହି ବିରୋଧ ପ୍ରଦର୍ଶନରେ ଏବେ ସୁଦ୍ଧା ପୂର୍ଣ୍ଣଚ୍ଛେଦ ପଡ଼ିନାହିଁ 

ଭିନେଶ ଫୋଗଟ, ସାକ୍ଷୀ ମଲ୍ଲିକ, ବଜରଙ୍ଗ ପୁନିଆଙ୍କ ସମେତ ଅନେକ କୁସ୍ତି ଖେଳାଳି ଏହି ବିରୋଧ ପ୍ରଦର୍ଶନ ଜାରି ରଖିଛନ୍ତି 

ତେବେ ଆଜି ରେସଲର ଟ୍ୱିଟ କରି କହିଛନ୍ତି ଯେ, ଦେଶ ପାଇଁ ଅର୍ଜନ କରିଥିବା ମେଡାଲକୁ ହରିଦ୍ୱାର ଗଙ୍ଗାଘାଟରେ ବିସର୍ଜନ କରିଦେବେ 

ହେଲେ ଆସନ୍ତୁ ଜାଣିବା କେଉଁ ରେସଲର କେଉଁ ମେଡାଲ କେଉଁ ମସିହାରେ ପାଇଛନ୍ତି 

ଭିନେଶ ଫୋଗଟ- ୨୦୧୪ କମନୱେଲ୍ଥ ଗେମ୍ସରେ ସ୍ୱର୍ଣ୍ଣ, ୨୦୧୬ ରିଓ ଅଲମ୍ପିକରେ ସ୍ଥାନ ପକ୍କା , ୨୦୧୮ କମନୱେଲ୍ଥ ଏବଂ ଏସୀୟ ଗେମ୍ସରେ ସ୍ୱର୍ଣ୍ଣ ପଦକ, କମନୱେଲଥ ଗେମ୍ସରେ ୩ଟି ସ୍ୱର୍ଣ୍ଣ ପଦକ

ଏସୀୟ ଗେମ୍ସରେ ଗୋଟିଏ ସ୍ୱର୍ଣ୍ଣ ପଦକ, ୨୦୧୯ରେ କାଜାଖସ୍ତନରେ ବ୍ରୋଂଚ ପଦକ, ରୋମରେ ୫୩ କିଲୋଗ୍ରାମ ବର୍ଗରେ ସ୍ୱର୍ଣ୍ଣ ପଦକ, ୨୦୨୧ ଚାମ୍ପିୟନସିପରେ ପ୍ରତମ ସ୍ୱର୍ଣ୍ଣ ପଦକ 

ସାକ୍ଷୀ ମଲ୍ଲିକ- ଲେଡି ସୁଲତାନ ଭାବେ ପରିଚିତ ସାକ୍ଷୀ ମଲ୍ଲିକ ଖେଳ ଜଗତରେ ଅନେକ ରେକର୍ଡ କରିଛନ୍ତି । ୨୦୧୬ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ, ୨୦୧୬ ଅଲିମ୍ପିକ୍ସରେ ଏହା ଭାରତର ପ୍ରଥମ ପଦକ ଥିଲା 

୨୦୨୨ କମନୱେଲ୍ଥ ଗେମରେ ସ୍ୱର୍ଣ୍ଣ ପଦକ, ପଦ୍ମଶ୍ରୀ, ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପାଇଛନ୍ତି ସାକ୍ଷୀ ମଲ୍ଲିକ 

ବଜରଙ୍ଗ ପୁନିଆ- ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ୮୬ କେଜିରେ ବଜରଙ୍ଗ ପୁନିଆ ସ୍ୱର୍ଣ୍ଣ ପଦକ ଆଣିଥିଲେ । ୨୦୨୦ ରେ ଟୋକିଓ ଅଲମ୍ପିକ୍ସିରେ ବଜରଙ୍ଗ ପୁନିଆ ବ୍ରୋଞ୍ଜ ମେଡାଲ ହାତେଇଥିଲେ । 

ବଜରଙ୍ଗ ପୁନିଆ ହେଉଛନ୍ତି ପ୍ରଥମ ଭାରତୀୟ ଯେ ୱାର୍ଲଡ ରେସଲିଂ ଚମ୍ପିଆନ ସିପରେ ୪ ଟି ମେଡାଲ ଜିତିଛନ୍ତି

ରବି ଦହିୟା- ଫ୍ରି ଷ୍ଟାଇଲ ରେସଲର ୨୦୨୦ ଟୋକିଓ ଅଲମ୍ପିକ୍ସରେ ସିଲଭର ମେଡାଲ ଜିତିଥିଲେ । ୨୦୧୯ ୱାର୍ଲଡ ରେସଲିଂ ଚମ୍ପିଆନସିପରେ ବ୍ରୋଞ୍ଜ ହାତେଇଥିଲେ ରବି । 

ସେହିପରି ୨୦୨୨ ବର୍ମିଂହାମ କମନୱେଲ୍ଥ ଗେମରେ ଗୋଲ୍ଡ ମେଡାଲ ଆଣିଥିଲେ ରବି