BSNL Plan: ଗ୍ରାହକଙ୍କ ପାଇଁ ଖୁସି ଖବର, ମାତ୍ର ଏତିକି ଟଙ୍କାରେ ୨ମାସ ଟେନସନ ଫ୍ରି
Advertisement
Article Detail0/zeeodisha/odisha2249540

BSNL Plan: ଗ୍ରାହକଙ୍କ ପାଇଁ ଖୁସି ଖବର, ମାତ୍ର ଏତିକି ଟଙ୍କାରେ ୨ମାସ ଟେନସନ ଫ୍ରି

BSNL Recharge Plan: ଯଦି ଆପଣ ବିଏସଏନଏଲ ଉପଭୋକ୍ତା ତେବେ ଆପଣଙ୍କ ପାଇଁ ଖୁସି ଖବର ଆସିଛି । ଦେଶର ସର୍ବ ପୁରାତନ ଟେଲିକମ୍ କମ୍ପାନୀ ବିଏସଏନଏଲ ସର୍ବଦା ଗ୍ରାହକଙ୍କୁ ଶସ୍ତାରେ ସୁବିଧା ପ୍ରଦାନ କରିଥାଏ । ବର୍ତ୍ତମାନ BSNL ନିଜ ରିଚାର୍ଜ ପ୍ଲାନରେ ଏପରି ଏକ ପ୍ଲାନ ଯୋଡିଛି ଯେଉଁଥିରେ ଉପଭୋକ୍ତାମାନେ କମ ଦାମରେ ୬୦ ଦିନର ବୈଧତା ପାଇପାରିବେ ।

ରିଲାଏନ୍ସ ଜିଓ ଏବଂ ଏୟାରଟେଲ ଟେଲିକମ୍ ସେବା କ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରୁଛନ୍ତି। କିନ୍ତୁ ଯେତେବେଳେ ଶସ୍ତା ପ୍ଲାନ କଥା ଉଠେ ସେତେବେଳେ ସରକାରୀ ଟେଲିକମ୍ ଏଜେନ୍ସି ବିଏସ୍ଏନ୍ଏଲ୍ ଆଗରେ ରହିଥାଏ । BSNL ସର୍ବଦା ଗ୍ରାହକଙ୍କୁ ଶସ୍ତା ଏବଂ ସୁଲଭ ରିଚାର୍ଜ ପ୍ଲାନ ଦେଇଥାଏ । ଉପଭୋକ୍ତାମାନଙ୍କ ସୁବିଧା ପାଇଁ, କମ୍ପାନୀ ମଧ୍ୟ ସମୟ ସମୟରେ ନୂଆ ପ୍ଲାନ ପ୍ରସ୍ତୁତ କରିଥାଏ । BSNL ଗ୍ରାହକଙ୍କ ପାଇଁ ତାଲିକାରେ ଅନେକ ଲମ୍ବା ବୈଧତା ଯୋଜନା ଯୋଡିଛି ।

ଯଦି ଆପଣଙ୍କର ସ୍ମାର୍ଟଫୋନରେ BSNL ସିମ୍ କାର୍ଡ ପଡିଛି ଏବଂ ଆପଣ ଏକ ଦୀର୍ଘ ବୈଧତା ପ୍ଲାନ ଖୋଜୁଛନ୍ତି, ତେବେ ବର୍ତ୍ତମାନ ଆପଣଙ୍କର ଅପେକ୍ଷା ଶେଷ ହେବାକୁ ଯାଉଛି । ଆମେ ଆପଣଙ୍କୁ ବିଏସଏନଏଲର ଏପରି ଏକ ପ୍ଲାନ ବିଷୟରେ କହିବାକୁ ଯାଉଛୁ ଯେଉଁଥିରେ ଆପଣ ୧୧୦ରୁ କମ ଦାମରେ ପ୍ରାୟ ୨ ମାସର ଦୀର୍ଘ ବୈଧତା ପାଇପାରିବେ ।

BSNL ରିଚାର୍ଜ ତାଲିକାରେ ୧୦୮ ଟଙ୍କା ମୂଲ୍ୟର ଏକ ସୁଲଭ ପ୍ଲାନ ରହିଛି । ବିଶେଷକରି ସେହି ଉପଭୋକ୍ତାମାନଙ୍କ ପାଇଁ ଏହା ଅତ୍ୟନ୍ତ ଫଳପ୍ରଦ ଯେଉଁମାନେ କଲ୍ ପାଇଁ ପ୍ଲାନ ଆବଶ୍ୟକ କରନ୍ତି ।

୧୦୮ ପ୍ଲାନରେ ସୁବିଧା
BSNLର ୧୦୮ ଟଙ୍କା ପ୍ଲାନରେ ଗ୍ରାହକଙ୍କୁ ୬୦ ଦିନର ଦୀର୍ଘ ବୈଧତା ମିଳିଥାଏ ।  ବୈଧତା ସହିତ କମ୍ପାନୀ ଏହି ପ୍ଲାନରେ ଗ୍ରାହକଙ୍କୁ ମାଗଣା କଲିଂ ସେବା ମଧ୍ୟ ଦେଇଥାଏ । ଆପଣ ୬୦ ଦିନ ପର୍ଯ୍ୟନ୍ତ ମାଗଣା କଲ ସେବା ଉଠାଇପାରିବେ । ଆପଣ ଏଥିରେ କେବଳ ଲୋକାଲ ଫ୍ରି କଲିଂର ସୁବିଧା ପାଇପାରିବେ ।
ଏହି ପ୍ଲାନରେ ଗ୍ରାହକଙ୍କୁ ଡାଟା ମଧ୍ୟ ମିଳିଥାଏ । ଯଦି ଆପଣ ଅଧିକ ଡାଟା ଆବଶ୍ୟକ କରନ୍ତି ତେବେ ଏହି ପ୍ଲାନ ଆପଣଙ୍କ ପାଇଁ ଉଚିତ ନୁହେଁ । କାରଣ BSNL ଗ୍ରାହକଙ୍କୁ ମାତ୍ର ୧ଜିବି ଡାଟା ପ୍ରଦାନ କରିଥାଏ । ଯଦି ଆପଣଙ୍କର ଡାଟା ଶେଷ ହୋଇଯାଏ ତେବେ ଆପଣଙ୍କୁ ପ୍ରତି ଏମବି ଡାଟା ପାଇଁ ୨୫ ପଇସା ଚାର୍ଜ ଦେବାକୁ ପଡିବ । ଏଥିସହ ଗ୍ରାହକଙ୍କ ପାଇଁ ଏହି ପ୍ୟାକରେ ଆଉ ଏକ ବଡ ସୁବିଧା ରହିଛି । ତାହା ହେଉଛି ଏହି ପ୍ଲାନରେ ଆପଣ ୫୦୦ SMS ପଠାଇବାର ସୁବିଧା ପାଇପାରିବେ ।

Also Read- Shukra Grah Gochar 2024: ମେ ୧୯ରେ କାହା ଭାଗ୍ୟରେ ଲାଗିବ ଲଟେରୀ? ଜାଣନ୍ତୁ ରାଶିଫଳ

Also Read- Rakhi Sawant: ଅସୁସ୍ଥ ହେଲେ ରାଖୀ ସାୱନ୍ତ, ମୁମ୍ୱାଇର ଏହି ହସ୍ପିଟାଲରେ ଭର୍ତ୍ତି