Budh Gochar 2024: ମେଷ ରାଶିରେ ବୁଧ ଚଳନ, ୩ ରାଶିକୁ ବ୍ୟବସାୟ ଓ ଚାକିରିରେ ଲାଭ
Advertisement
Article Detail0/zeeodisha/odisha2215222

Budh Gochar 2024: ମେଷ ରାଶିରେ ବୁଧ ଚଳନ, ୩ ରାଶିକୁ ବ୍ୟବସାୟ ଓ ଚାକିରିରେ ଲାଭ

Budh Gochar 2024: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ପ୍ରତ୍ୟକ ଗ୍ରହ ସମୟ ଅନୁଯାୟୀ ରାଶି ପରିବର୍ତ୍ତନ କରିଥାନ୍ତି । ଯାହାଦ୍ୱାରା ସମସ୍ତ ରାଶିକୁ ଏହାର ଶୁଭ-ଅଶୁଭ ପ୍ରଭାବ ପଡିଥାଏ । ଆସନ୍ତୁ ଜାଣିବା ବୁଧଙ୍କ ରାଶି ପରିବର୍ତ୍ତନର ସକରାତ୍ମକ ପ୍ରଭାବ କେଉଁ ରାଶି ଉପରେ ପଡିବ ।

Budh Gochar 2024: ମେଷ ରାଶିରେ ବୁଧ ଚଳନ, ୩ ରାଶିକୁ ବ୍ୟବସାୟ ଓ ଚାକିରିରେ ଲାଭ

Budh Gochar 2024 in Mesh Rashi: ଜ୍ୟୋତିଷ ଶାସ୍ତ୍ରରେ କୁହାଯାଇଛି ଯେ, ସୌରମଣ୍ଡଳରେ ସମସ୍ତ ଗ୍ରହ ସମୟ ସମୟରେ ସେମାନଙ୍କର ରାଶି ପରିବର୍ତ୍ତନ କରିଥାନ୍ତି । ଆଗକୁ ବୁଦ୍ଧି, ଯୋଗାଯୋଗ, ବ୍ୟବସାୟ ଏବଂ ଅର୍ଥନୀତିକୁ ଲିଙ୍କ୍ କରୁଥିବା ଗ୍ରହ ବୁଧ ମେଷ ରାଶିରେ ଚଳନ କରିବେ । ଏହି ଚଳନ ସମସ୍ତ ୧୨ଟି ରାଶିର ବ୍ୟକ୍ତିବିଶେଷଙ୍କୁ ବିଭିନ୍ନ କ୍ଷେତ୍ରରେ ପ୍ରଭାବିତ କରିବ । କେତେକ ରାଶି ଆର୍ଥିକ ଲାଭ ପାଇବା ସହ ବ୍ୟବସାୟ କ୍ଷେତ୍ରରେ ସଫଳ ହେବେ । କିଛି ରାଶିର ବ୍ୟକ୍ତିଙ୍କୁ ନିଜ କର୍ମକ୍ଷେତ୍ରରେ ଭାଗ୍ୟ ସପୂର୍ଣ୍ଣ ସାଥ୍ ଦେବ । ଆସନ୍ତୁ ଜାଣିବା, ବୁଧ ଚଳନ ପ୍ରଭାବରୁ କେଉଁ ରାଶିର ଲୋକେ ଲାଭ ପାଇବେ ।

ମିଥୁନ ରାଶି
ଆପଣଙ୍କୁ ସମ୍ପୂର୍ଣ୍ଣ ରୂପେ ଭାଗ୍ୟ ସାଥ୍ ଦେବ । ଗ୍ରହ ଚଳନ ସମୟରେ ଅର୍ଥନୈତିକ କ୍ଷେତ୍ରରେ ଲାଭର ସମ୍ଭାବନା ରହିଛି । ନୂତନ ଆୟର ଉତ୍ସ ସୃଷ୍ଟିହେବ । କର୍ମକ୍ଷେତ୍ରରେ ପଦୋନ୍ନତିର ସମ୍ଭାବନା ରହିଛି । ଚାକିରି କ୍ଷେତ୍ରରେ ଦରମା ବୃଦ୍ଧି ହୋଇପାରେ । ବେରୋଜଗାର ବ୍ୟକ୍ତିଙ୍କୁ ନିଯୁକ୍ତି ମିଳିବ । ଷ୍ଟକ୍ ମାର୍କେଟରେ ବିନିଯୋଗରୁ ଲାଭ ମିଳିବାର ସମ୍ଭାବନା ରହିଛି ।

ତୁଳା ରାଶି
ବୁଧଙ୍କ ଚଳନରୁ ଆପଣ ବିଶେଷ ଲାଭ ପାଇବେ । ଏହି ସମୟ ମଧ୍ୟରେ, ପାରିବାରିକ କ୍ଷେତ୍ରରେ ମନୋରମ ପରିବେଶ ରହିବ । ଆପଣଙ୍କ ଜୀବନସାଥୀ ସହିତ ସମ୍ପର୍କ ଅଧିକ ମଜବୁତ ହେବ । ଯେଉଁମାନେ ଉପଯୁକ୍ତ ଜୀବନସାଥୀ ଖୋଜୁଛନ୍ତି ସେମାନଙ୍କୁ ମିଳିବାର ସମ୍ଭାବନା ରହିଛି । ଆପଣ କର୍ମକ୍ଷେତ୍ରରେ ମଧ୍ୟ ଭଲ ପ୍ରଦର୍ଶନ କରିବେ । ଉଚ୍ଚ ପଦାଧିକାରୀମାନେ ଖୁସି ହେବା କାରଣରୁ ଆପଣଙ୍କୁ ଆର୍ଥିକ ଲାଭ ମିଳିବ । ବିଚାରାଧୀନ କାର୍ଯ୍ୟ ଶେଷ ହେବ । ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଏହା ଏକ ଭଲ ସମୟ ।

ସିଂହ ରାଶି
ମେଷ ରାଶିରେ ବୁଧଙ୍କ ଚଳନରୁ ଆପଣଙ୍କୁ ବିଶେଷ ଲାଭ ମିଳିବ । ଆପଣଙ୍କର ଆୟ ବୃଦ୍ଧି ହେବାର ସମ୍ଭାବନା ଅଛି । ବିନିଯୋଗ ହୋଇଥିବା ଅର୍ଥରୁ ଲାଭ ପାଇପାରିବେ । ବିଦେଶ ଭ୍ରମଣ କରିବାର ସମ୍ଭାବନା ରହିଛି । ପରିବାର ସଦସ୍ୟଙ୍କ ସହିତ ଧାର୍ମିକ ସ୍ଥଳୀକୁ ଯାତ୍ରା କରିପାରନ୍ତି । ନିଯୁକ୍ତି ସନ୍ଧାନରେ ଥିଲେ ତାହା ଶେଷ ହେବ । କର୍ମକ୍ଷେତ୍ରରେ ମଧ୍ୟ ଭଲ ପ୍ରଦର୍ଶନ କରିବେ । ଛାତ୍ରମାନଙ୍କ ପାଇଁ ଏହି ସମୟ ଖୁବ ଭଲ ସାବ୍ୟସ୍ତ ହେବ । ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଫଳତା ମିଳିବାର ସମ୍ଭାବନା ରହିଛି ।

(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ। )

Also Read- ପୁଣି ଫେରିବ ଅତୀତ ! ଦୀର୍ଘ ୨୨ ବର୍ଷ ପରେ ସିଦ୍ଧାନ୍ତ-ରଚନାଙ୍କ ନୂଆ ଫିଲ୍ମ

Also Read- Varsha Priyadarshini: ପୁଣି ନବୀନ ନିବାସରେ ବର୍ଷା, ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା !