Lucky Zodiac Sign: ୧୨ ମଇରେ ସ୍ୱତନ୍ତ୍ର ଯୋଗ, ୫ଟି ରାଶି ପାଇବେ ଲାଭ
Advertisement
Article Detail0/zeeodisha/odisha2244128

Lucky Zodiac Sign: ୧୨ ମଇରେ ସ୍ୱତନ୍ତ୍ର ଯୋଗ, ୫ଟି ରାଶି ପାଇବେ ଲାଭ

Top 5 Lucky Zodiac Sign, 12 May 2024 : ଆସନ୍ତାକାଲି ଅର୍ଥାତ୍ ୧୨ ମଇରେ ରବି ଯୋଗ, ବୁଦ୍ଧାଦିତ୍ୟ ଯୋଗ ସମେତ ଅନେକ ସ୍ୱତନ୍ତ୍ର ଯୋଗ ଗଠନ ହେଉଛି । ଯେଉଁ କାରଣରୁ ଆସନ୍ତାକାଲି ମିଥୁନ, କୁମାରୀ, ମକର ସମେତ ମୋଟ ୫ଟି ରାଶିର ଲୋକଙ୍କ ପାଇଁ ଖାସ୍ ଦିନ ।

Lucky Zodiac Sign: ୧୨ ମଇରେ ସ୍ୱତନ୍ତ୍ର ଯୋଗ, ୫ଟି ରାଶି ପାଇବେ ଲାଭ

Top 5 Lucky Zodiac Sign, 12 May 2024 : ଆସନ୍ତାକାଲି ମଇ ୧୨ ତାରିଖ (ରବିବାର) ମିଥୁନ ପରେ ଚନ୍ଦ୍ର କର୍କଟ ରାଶିକୁ ଚଳନ କରୁଛନ୍ତି । ମେଷ ରାଶିରେ ସୂର୍ଯ୍ୟ ଏବଂ ବୁଧର ଏକ ମିଳନ ହେବାକୁ ଯାଉଛି । ଯେଉଁଥିପାଇଁ ବୁଦ୍ଧଦିତ୍ୟ ଯୋଗ ଗଠନ ହେଉଛି । ତେବେ ଏହି ଦିନର ଗୁରୁତ୍ୱ ଅନେକ ରହିଛି । ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ୫ ଟି ରାଶିର ବ୍ୟକ୍ତିଙ୍କୁ ଆସନ୍ତାକାଲିର ଶୁଭ ଯୋଗର ଶୁଭଫଳ ପ୍ରାପ୍ତି ହେବ । କେଉଁ ରାଶି ପାଇଁ ଆସନ୍ତାକାଲି ଅର୍ଥାତ୍ ୧୨ ମଇ ଶୁଭ ହେବ ଆସନ୍ତୁ ଜାଣିବା ।

ମିଥୁନ ରାଶି
୧୨ ମଇ ଆପଣଙ୍କ ପାଇଁ ଏକ ବିଶେଷ ଦିନ । ଆପଣ ଖୁବ ଖୁସି ରହିବେ । ଏଥିସହ କାର୍ଯ୍ୟରେ ସଫଳତା ପାଇବେ । ଆପଣଙ୍କ ଦକ୍ଷତା ଦେଖାଇବାକୁ ସୁଯୋଗ ମିଳିବ । ବିଦେଶରେ ନିଯୁକ୍ତି ମିଳିବାର ସମ୍ଭାବନା ରହିଛି । ପରିବାର ସହିତ ସମୟ ଅତିବାହିତ କରିବାର ସୁଯୋଗ ପାଇବେ । ଘରେ ଶାନ୍ତି ଏବଂ ସମୃଦ୍ଧିର ପରିବେଶ ରହିବ । ବନ୍ଧୁଙ୍କ ସହଯୋଗରେ ଲକ୍ଷ ହାସଲ କରିବେ । ବ୍ୟବସାୟୀଙ୍କ ପାଇଁ ଭଲ ଲାଭ ମିଳିବାର ସମ୍ଭାବନା ଅଛି । ବୈବାହିକ ଜୀବନରେ ଭଲ ବୁଝାମଣା ରହିବ ।

କନ୍ୟା ରାଶି
ଆପଣଙ୍କ ପାଇଁ ଦିନଟି ଖବ୍ ଉତ୍ସାହଜନକ ଦିନ । ସଫଳତାର ଶିଖରରେ ପହଞ୍ଚିବାର ସୁଯୋଗ ପାଇବେ । ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟରେ ଉନ୍ନତି ଆସିବ । ଚାକିରି କ୍ଷେତ୍ରରେ ଶୁଭଫଳ ମିଳିବ । ବ୍ୟବସାୟୀମାନେ ଅଧିକ ପରିଶ୍ରମ କରି ଲକ୍ଷ୍ୟ ହାସଲ କରିବାରେ ସକ୍ଷମ ହେବେ । ପରିବାର ସଦସ୍ୟଙ୍କ ଠାରୁ ପୂର୍ଣ୍ଣ ସମର୍ଥନ ମିଳିବ । ପ୍ରେମ ସମ୍ପର୍କରେ ମଧୁରତା ରହିବ । ଭବିଷ୍ୟତ ବିଷୟରେ ଆଲୋଚନା କରିବେ ।

ବିଛା ରାଶି
୧୨ ମଇ (ରବିବାର) ଆପଣଙ୍କ ପାଇଁ ଶୁଭ ଦିନ । ଜୀବନରେ ବହୁତ ଖୁସି ପାଇବେ । ନିଜର ଆତ୍ମବିଶ୍ୱାସ ବଢିବାକୁ ଲାଗିବ । ଛାତ୍ରମାନେ ନିଜ ଜ୍ଞାନ ପାଇଁ ପ୍ରଶଂସା ପାଇବେ । ପରିବାର ସହିତ ତୀର୍ଥଯାତ୍ରା କରିବାର ସୁଯୋଗ ମିଳିବ । ପାରିବାରିକ ଦାୟିତ୍ୱ ସମ୍ପନ୍ନ କରିବେ । ବ୍ୟବସାୟୀମାନେ ସଠିକ୍ ଢଙ୍ଗରେ ବ୍ୟବସାୟ କରିବାକୁ ସକ୍ଷମ ହେବେ । ବ୍ୟବସାୟରେ ଲାଭ ଅଧିକ ମିଳିବ ।

ମକର ରାଶି 
ଆପଣଙ୍କ ପାଇଁ ଦିନଟି ଅତ୍ୟନ୍ତ ଭଲ । ଆର୍ଥିକ ଏବଂ କ୍ୟାରିୟର କ୍ଷେତ୍ରରେ ଆପଣ ଅଗ୍ରଗତି କରିବେ । ଆପଣଙ୍କ ଆୟ ବଢିବାକୁ ଲାଗିବ । ଜଣେ ବ୍ୟକ୍ତିଙ୍କଠାରୁ ଉପଯୁକ୍ତ ମାର୍ଗଦର୍ଶନ ପାଇବେ । ସେହି ମାର୍ଗଦର୍ଶନ ଭବିଷ୍ୟତରେ ମଧ୍ୟ ଲାଭଦାୟକ ହେବ । ଛାତ୍ରମାନଙ୍କ ପାଇଁ ଏକ ଭଲ ଦିନ । ସମ୍ପତ୍ତି ତଥା ଯାନବାହନ କିଣିବାର ଇଚ୍ଛା ପୂରଣ ହେବାର ସମ୍ଭାବନା ରହିଛି । ଦାମ୍ପତ୍ୟ ଜୀବନରେ ପରସ୍ପରକୁ ସମର୍ଥନ କରିବେ । ଧାର୍ମିକ କାର୍ଯ୍ୟକଳାପରେ ସକ୍ରିୟ ଅଂଶଗ୍ରହଣ କରିବେ । ଦାନ କରିବାର ସୌଭାଗ୍ୟ ମିଳିବ ।

ମୀନ ରାଶି
ଆପଣଙ୍କ ପାଇଁ ବହୁତ ଶୁଭ ଦିନ ହେବାକୁ ଯାଉଛି । ଆପଣଙ୍କୁ ଅନେକ ଶୁଭ ସଙ୍କେତ ମିଳିବ । ଆପଣଙ୍କ ମନରେ ନୂତନ ଉତ୍ସାହ ସୃଷ୍ଟି ହେବ । ଆପଣଙ୍କୁ ମାନ ସମ୍ମାନ ମିଳିବ । ଆପଣ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ପାଇବାର ସମ୍ଭାବନା ଅଛି । ବ୍ୟବସାୟୀମାନେ ଆସନ୍ତାକାଲି ଅନ୍ୟ କିଛି ବ୍ୟବସାୟରେ ବିନିଯୋଗ କରିପାରିବେ । ବ୍ୟବସାୟରେ ଇଚ୍ଛଠା ଅନୁଯାୟୀ ଲାଭ ମିଳିବ । ନିଜ କର୍ଷ ଅର୍ଜିତ ଧନର ସଦ ଉପଯୋଗ କରିବେ । ନବ ବିବାହିତଙ୍କ ଘରକୁ ଅତିଥିଙ୍କ ଆଗମନ ହେବ । ପିତାମାତାଙ୍କ ସହିତ ଗୁଣାତ୍ମକ ସମୟ ଅତିବାହିତ କରିବେ । ସେମାନଙ୍କର ପରାମର୍ଶ ମଧ୍ୟ ଆପଣଙ୍କ ପାଇଁ ଉପଯୋଗୀ ସାବ୍ୟସ୍ତ ହେବ ।

(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ। )

Also Read- Shilpa Shetty: ବାବା କେଦାରନାଥଙ୍କ ଆଶୀର୍ବାଦ ନେଲେ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ

Also Read- Shani Gochar 2024: ୩ ରାଶି ଉପରେ ଶନିଙ୍କ ଶୁଭଦୃଷ୍ଟି, ବଢିବ ରୋଜଗାର