Mangal Gochar 2024: ୨୩ ଏପ୍ରିଲରେ ମୀନ ରାଶିରେ ମଙ୍ଗଳ ଚଳନ, ୫ ରାଶି ପାଇଁ ଭଲ ଦିନ ଆରମ୍ଭ
Advertisement
Article Detail0/zeeodisha/odisha2216832

Mangal Gochar 2024: ୨୩ ଏପ୍ରିଲରେ ମୀନ ରାଶିରେ ମଙ୍ଗଳ ଚଳନ, ୫ ରାଶି ପାଇଁ ଭଲ ଦିନ ଆରମ୍ଭ

Mangal Gochar 2024: ୨୩ ଏପ୍ରିଲରେ ମଙ୍ଗଳ ମୀନ ରାଶିରେ ଚଳନ କରିବାକୁ ଯାଉଛି । ୫ ଟି ରାଶିର ବ୍ୟକ୍ତିବିଶେଷ ମଙ୍ଗଳ ଚଳନ ପ୍ରଭାବରୁ ବିଶେଷ ଲାଭ ପାଇବେ । ଆସନ୍ତୁ ଜାଣିବା କେଉଁ ରାଶିର ବ୍ୟକ୍ତିଙ୍କୁ ମିଳିବ ଶୁଭଫଳ ।

Mangal Gochar 2024: ୨୩ ଏପ୍ରିଲରେ ମୀନ ରାଶିରେ ମଙ୍ଗଳ ଚଳନ, ୫ ରାଶି ପାଇଁ ଭଲ ଦିନ ଆରମ୍ଭ

Mangal Gochar 2024: ମଙ୍ଗଳବାର ଦିନ ତଥା ୨୩ ଏପ୍ରିଲରେ ମଙ୍ଗଳ ଗ୍ରହ ରାଶି ପରିବର୍ତ୍ତନ କରିବେ । ବୃହସ୍ପତିଙ୍କ ପ୍ରିୟ ରାଶି ମୀନରେ ମଙ୍ଗଳ ଚଳନ କରିବେ । ଏହାର ପ୍ରଭାବରୁ କିଛି ରାଶିର ବ୍ୟକ୍ତିବିଶେଷଙ୍କୁ ଶୁଭଫଳ ମିଳିବାକୁ ଯାଉଛି । ଜୀବନର ବିଭିନ୍ନ କ୍ଷେତ୍ରରେ ସଫଳତା ପାଇବେ ୫ ରାଶିର ବ୍ୟକ୍ତି । ସେହି ରାଶି ଗୁଡିକ କଣ କଣ ଆସନ୍ତୁ ଜାଣିବା ।

ବୃଷ ରାଶି
ଆପଣଙ୍କ ଏକାଦଶ ଘରେ ମଙ୍ଗଳ ଚଳନ କରିବେ । ତେଣୁ ଆପଣଙ୍କର ଆୟ ଭଲ ହେବା ସହିତ ଇଚ୍ଛା ପୂରଣ ହେବ । ଆଧ୍ୟାତ୍ମିକତା ଉପରେ ଆପଣଙ୍କର ବିଶ୍ୱାସ ବଢିବ । ଆପଣ ନ୍ୟାୟ ପାଇଁ ସ୍ୱର ଉତ୍ତୋଳନ କରିବେ । ପଶୁପାଳନ ଏବଂ ବ୍ୟବସାୟ କ୍ଷେତ୍ରରେ ଜଡିତ ଲୋକଙ୍କୁ ଅଧିକ ଲାଭ ମିଳିବ ।

ମିଥୁନ ରାଶି
ଆପଣଙ୍କ ଦଶମ ଘରେ ମଙ୍ଗଳ ଚଳନ କରିବେ । ରାଶିଫଳର ଦଶମ ସ୍ଥିତି କ୍ୟାରିୟର, ରାଜ୍ୟ ଏବଂ ପିତାଙ୍କ ସହ ଜଡିତ ଥାଏ । ମଙ୍ଗଳଙ୍କ ଏହି ଚଳନ କାରଣରୁ ଆପଣଙ୍କ ଭାଗ୍ୟରେ ଧନ ବୃଦ୍ଧି ପାଇବ । ଏହି ସମୟ ମଧ୍ୟରେ ଆପଣ ସନ୍ତାନ ସୁଖ ପାଇପାରନ୍ତି । କ୍ୟାରିଅରରେ ଆପଣଙ୍କୁ ସଫଳତା ମିଳିବ । ଆପଣଙ୍କ ପିତାଙ୍କ ପାଇଁ ମଧ୍ୟ ଏହା ଶୁଭ ସମୟ ।

କନ୍ୟା ରାଶି
ଆପଣଙ୍କ ରାଶିର ସପ୍ତମ ଘରେ ମଙ୍ଗଳ ଚଳନ କରିବେ । ଯାହା ବୁଧଙ୍କ ସ୍ଥାନ ଅଟେ । ରାଶିଚକ୍ରର ସପ୍ତମ ଘରର ସ୍ଥିତି ଜୀବନ ସାଥୀଙ୍କ ସହିତ ଜଡିତ । ମଙ୍ଗଳଙ୍କ ଚଳନ କାରଣରୁ ଗଣିତ ପ୍ରତି ଆପଣଙ୍କର ଆଗ୍ରହ ବଢିବ । ଏଥିସହିତ ଧାର୍ମିକ କାର୍ଯ୍ୟକଳାପରେ ଆଗ୍ରହ ପ୍ରକାଶ କରିବେ । ଜୀବନସାଥୀଙ୍କ ଠାରୁ ସମ୍ପୂର୍ଣ୍ଣ ସମର୍ଥନ ମିଳିବ । ବିବାହିତ ଲୋକଙ୍କୁ ଏହି ସମୟ ମଧ୍ୟରେ ଟିକେ ସତର୍କ ରହିବାର ଆବଶ୍ୟକତା ଅଛି । ଜୀବନସାଥୀଙ୍କ ସହ ଯୁକ୍ତିତର୍କ କରନ୍ତୁ ନାହିଁ । ନଚେତ୍ ପାରିବାରିକ ଜୀବନରେ କିଛି ସମସ୍ୟା ସୃଷ୍ଟି ହୋଇପାରେ ।

ବିଛା ରାଶି
ଆପଣଙ୍କ ରାଶିର ପଞ୍ଚମ ଘରେ ମଙ୍ଗଳ ଚଳନ କରିବେ । ରାଶିଫଳର ପଞ୍ଚମ ସ୍ଥାନ ପିଲା, ବୁଦ୍ଧି, ଜ୍ଞାନ ଏବଂ ରୋମାନ୍ସ ସହିତ ଜଡିତ । ମଙ୍ଗଳ ଗ୍ରହର ଏହି ଚଳନ ପ୍ରଭାବ କାରଣରୁ ଆପଣ କଠିନ ପରିଶ୍ରମ ଦ୍ୱାରା ଜ୍ଞାନ ଲାଭ କରିବେ । ପିଲାମାନଙ୍କ ସହିତ ଆପଣଙ୍କର ସମ୍ପର୍କ ଉନ୍ନତ ହେବ । କ୍ୟାରିୟରରେ ଆପଣଙ୍କୁ ସଫଳତା ମିଳିବ । ଶିକ୍ଷକମାନଙ୍କଠାରୁ ସମ୍ପୂର୍ଣ୍ଣ ସମର୍ଥନ ପାଇବେ । ଅଧ୍ୟୟନ କ୍ଷେତ୍ରରେ ଭଲ ପ୍ରଦର୍ଶନ କରିବେ । ଆର୍ଥିକ ଲାଭର ସମ୍ଭାବନା ରହିଛି ।

କୁମ୍ଭ ରାଶି
ଆପଣଙ୍କ ପାଇଁ ମଙ୍ଗଳ ଚଳନ ଅତ୍ୟନ୍ତ ଶୁଭଫଳ ଦେବ । ଆପଣଙ୍କ ଦ୍ୱିତୀୟ ଘରେ ଏହାର ପ୍ରଭାବ ଦେଖାଦେବ । ରାଶିରେ ଦ୍ୱିତୀୟ ସ୍ଥାନ ଧନ ସହିତ ଜଡିତ ରହିଥାଏ । ମଙ୍ଗଳ ଚଳନ ପ୍ରଭାବରୁ ଆପଣ ଆର୍ଥିକ ଲାଭ ମିଳିବ । ମନ ପସନ୍ଦର ଖାଦ୍ୟ ଖାଇବାର ସୌଭାଗ୍ୟ ମିଳିବ । ବଡ଼ ଭାଇମାନଙ୍କ ପ୍ରତି ପ୍ରେମ ଅକ୍ଷୁର୍ଣ୍ଣ ରହିବ । ନିବେଶ କରିଥିବା ଧନ ବୃଦ୍ଧି ହେବାର ସମ୍ଭାବନା ରହିଛି ।

(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ। )

Also Read- ମା’ ହିଙ୍ଗୁଳାଙ୍କୁ ଦର୍ଶନ କରି ସମସ୍ତଙ୍କ ପାଇଁ ଆଶୀର୍ବାଦ ମାଗିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର

Also Read- Rashifal 23 April 2024: ୨୩ ଏପ୍ରିଲରେ ସୂର୍ଯ୍ୟଙ୍କ ପରି ଚମକିବ ଏହି ରାଶିର ଭାଗ୍ୟ !