Advertisement
Photo Details/zeeodisha/odisha2257994
photoDetails0hindi

Lucky Zodiac Sign: ୨୨ ମଇରେ ଶୁକ୍ରାଦିତ୍ୟ ଯୋଗର ଶୁଭ ସମକକ୍ଷ, ୫ ରାଶିର ଭାଗ୍ୟ ଉଜ୍ୱଳ

Top 5 Lucky Zodiac Sign, 22 May 2024 : ୨୨ ମଇ ବୁଧବାର ଦିନ ସୂର୍ଯ୍ୟ ଏବଂ ଶୁକ୍ରଙ୍କ ମିଳନ କାରଣରୁ ଶୁକ୍ରାଦିତ୍ୟ ଯୋଗ ଗଠନ ହେବାକୁ ଯାଉଛି  । ତୁଳା ପରେ ଚନ୍ଦ୍ର ବିଛା ରାଶିରେ ଚଳନ କରିବେ । ଏଥିସହ କୃଷ୍ଣ ପକ୍ଷର ଚତୁର୍ଦ୍ଦଶୀ ତିଥି । ଏହି ଦିନ ଶୁକ୍ରାଦିତ୍ୟ ଯୋଗ ସହିତ ରବି ଯୋଗ ଏବଂ ବିଶାଖା ନକ୍ଷତ୍ରର ଏକ ଶୁଭ ମିଶ୍ରଣ ହେବାକୁ ଯାଉଛି । ଯେଉଁ କାରଣ ପାଇଁ ଦିନଟିର ଗୁରୁତ୍ୱ ମଧ୍ୟ ଅଧିକ ରହିଛି । ଜ୍ୟୋତିର୍ବିଦ ସତ୍ୟବ୍ରତ ପାଢୀଙ୍କ ସୂଚନା ଅନୁଯାୟୀ ଗଠିତ ଶୁଭ ଯୋଗ ପ୍ରଭାବରେ ୫ଟି ରାଶିର ବ୍ୟକ୍ତିଙ୍କୁ ଶୁଭଫଳ ମିଳିବ ।

1/5

ମେଷ ରାଶି -  ୨୨ ମଇ ଆପଣଙ୍କ ପାଇଁ ବହୁତ ଶୁଭ ଦିନ ହେବାକୁ ଯାଉଛି । ଭଗବାନ ଗଣେଶଙ୍କ କୃପାରୁ କାର୍ଯ୍ୟରେ ସମ୍ମୁଖୀନ ହେଉଥିବା ସମସ୍ତ ସମସ୍ୟାରୁ ମୁକ୍ତି ପାଇବେ । ସକରାତ୍ମକ ଚିନ୍ତାଧାରା ରଖି ପ୍ରତ୍ୟକ କାର୍ଯ୍ୟ କରିବେ । ଆଧ୍ୟାତ୍ମିକ କାର୍ଯ୍ୟକଳାପ ପ୍ରତି ଆଗ୍ରହ ପ୍ରକାଶ ହେବ । ପରିବାର ସଦସ୍ୟଙ୍କ ସହିତ ଦୂରଯାତ୍ରା କରିପାରନ୍ତି । ଚାକିରି କ୍ଷେତ୍ରରେ ଆପଣଙ୍କ କାର୍ଯ୍ୟକୁ ଉଚ୍ଚପଦସ୍ଥ କର୍ମଚାରୀ ପ୍ରଶଂସା କରିବେ । ଆପଣ ନିଜ ଲକ୍ଷ୍ୟ ହାସଲ କରିବାରେ ସଫଳ ହେବେ । ବ୍ୟବସାୟୀମାନେ ଭଲ ଲାଭ ଉପାର୍ଜନ କରିବେ । ଲାଭ କରିବା ପାଇଁ ଅନେକ ସୁଯୋଗ ଆସିବ । ନୂଆ ସମ୍ପତ୍ତି କିଣିବାର ସମ୍ଭାବନା ରହିଛି । ପାରିବାରିକ ଏବଂ ବୈବାହିକ ଜୀବନ ଭଲ ରହିବ । ସବୁକିଛି ଆପଣଙ୍କ ଇଚ୍ଛା ଅନୁଯାୟୀ ଚାଲିବ । ଆପଣଙ୍କର ମନ ଖୁସି ରହିବ ।

2/5

ସିଂହ ରାଶି -  ୨୨ ମଇ ଆପଣଙ୍କ ପାଇଁ ଏକ ଭଲ ଦିନ ହେବାକୁ ଯାଉଛି । ଭଗବାନ ଗଣେଶଙ୍କ କୃପାରୁ ଜୀବନର ସମସ୍ତ ଅସୁବିଧା ଦୂର ହେବ । ବ୍ୟବସାୟୀମାନେ ସୁନାମ ଅର୍ଜନ ସହ ଲାଭ ଉପାର୍ଜନ କରିବେ । ଆପଣ ଧନ ସଞ୍ଚୟ କରିପାରିବେ । ଚାକିରି ଖୋଜୁଥିବା ଯୁବକମାନଙ୍କୁ ସକରାତ୍ମକ ଫଳାଫଳ ମିଳିବ । କାର୍ଯ୍ୟକ୍ଷେତ୍ରରେ ପ୍ରଶଂସାଭାଜନ ହେବେ । ଆୟରେ ଭଲ ବୃଦ୍ଧି ଘଟିବ । ବୈବାହିକ ଜୀବନରେ ଜୀବନସାଥୀଙ୍କ ସହ କୌଣସି ବିବାଦ ରହିବ ନାହିଁ । ପ୍ରତ୍ୟେକ କାର୍ଯ୍ୟ ସଫଳତାର ସହିତ ସମାପ୍ତ ହେବ ।

3/5

ଧନୁ ରାଶି -  ୨୨ ମଇ ଆପଣଙ୍କ ପାଇଁ ଲାଭଦାୟକ ପ୍ରମାଣିତ ହେବ । ନିଜ ଭିତରେ ଆତ୍ମବିଶ୍ୱାସ ବଢିବ । ଜୀବନର ସମସ୍ତ କ୍ଷେତ୍ରରେ ଆପଣ ଉପକୃତ ହେବେ । ନିଜର ଲକ୍ଷ୍ୟ ହାସଲ କରିବାରେ ସଫଳ ହେବେ । କର୍ମକ୍ଷେତ୍ରରେ ପୂର୍ଣ୍ଣ ଉତ୍ସାହର ସହ କାମ କରିବାର ସୁଯୋଗ ପାଇବେ । ବ୍ୟବସାୟରେ ନୂଆ ଯୋଜନା ଆରମ୍ଭ କରିପାରନ୍ତି । ଉଚ୍ଚଶିକ୍ଷା ପାଇଁ ବିଦେଶ ଯିବାର ଇଚ୍ଛା ଶାକାର ହୋଇପାରେ । ବନ୍ଧୁଙ୍କ ସହ କୈଣସି ସ୍ଥାନକୁ ଯାତ୍ରା କରିବା ପାଇଁ ଯୋଜନା କରିବେ । ପରିବାରରେ ସୁଖ ଏବଂ ଶାନ୍ତି ବଜାୟ ରହିବ । ଭାଇ ଓ ଭଉଣୀମାନଙ୍କ ସହିତ ସମ୍ପର୍କ ଭଲ ରହିବ । ପିତାମାତାଙ୍କ ପରାମର୍ଶ ଆପଣଙ୍କ ପାଇଁ ଉପଯୋଗୀ ସାବ୍ୟସ୍ତ ହେବ ।

4/5

ମୀନ ରାଶି -  ବୁଧବାର ଦିନ ଆପଣଙ୍କ ପାଇଁ ନୂଆ ସମ୍ଭାବନାର ଦିନ ହେବ । ଆର୍ଥିକ ସଙ୍କଟରୁ ମୁକ୍ତି ପାଇବା ସହ ଆପଣଙ୍କ ରୋଜଗାର ବୃଦ୍ଧି ପାଇବ । ବନ୍ଧୁଙ୍କ ସାହାଯ୍ୟ ମିଳିବ । ଚାକିରି କ୍ଷେତ୍ରରେ ପଦନ୍ନୋତୀ ସହ ଦରମା ବଢିବାର ସମ୍ଭାବନା ରହିଛି । ବ୍ୟବସାୟରେ ଭଲ ଲାଭ ଉପାର୍ଜନ କରିବେ । ଛାତ୍ରଛାତ୍ରୀ ନିଜ ପରିଶ୍ରମଠାରୁ ଅଧିକ ଫଳ ପାଇବେ । ଦୂରଯାତ୍ରାରୁ ଆର୍ଥିକ ଲାଭ ପାଇବେ । ପୂର୍ବ ପ୍ରତିଶୃତି ଆପଣ ରକ୍ଷା କରିବେ । ସ୍ୱାସ୍ଥ୍ୟ ମଧ୍ୟମ ଧରଣର ରହିବ ।

5/5

ମକର ରାଶି -  ଆପଣଙ୍କ ପାଇଁ ଆର୍ଥିକ ଲାଭର ସୁଯୋଗ ରହିଛି । ଚାକିରିରେ ଦରମା ବଢିବାର ସମ୍ଭାବନା ରହିଛି । ବ୍ୟବସାୟରେ ମଧ୍ୟ ଲାଭ ଦ୍ୱିଗୁଣିତ ହୋଇପାରେ । ନୂଆ ଯାନବାହନ କିଣାକିଣି କରିପାରନ୍ତି । ବନ୍ଧୁଙ୍କ ମତାମତ ନେଇ ଘରେ କୌଣସି ଶୁଭକାର୍ଯ୍ୟ କରିବେ । ଇଶ୍ୱର ବିଶ୍ୱାସୀ ହେବା ସହ ଧାର୍ମିକ କାର୍ଯ୍ୟରେ ମନ ଦେବେ । ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ ।

ତଥ୍ୟ- ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀ, ଫୋନ ନମ୍ୱର- ୦୯୪୩୭୧୧୮୫୫୫ ପ୍ଲଟ ନମ୍ୱର ଏଚଆଇଜି, ୧/୧୨ ବିଡିଏ କଲୋନୀ ଏଲଏନ, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର ୭୫୧୦୧୬