Advertisement
Photo Details/zeeodisha/odisha2256609
photoDetails0hindi

Lucky Zodiac Sign: ମଇ ୨୧ରେ ରବି ଯୋଗର ଶୁଭ ସମକକ୍ଷ, ୫ଟି ରାଶିର ଭାଗ୍ୟ ଉଜ୍ୱଳ

Top 5 Lucky Zodiac Sign, 21 May 2024: ମଇ ୨୧ ମଙ୍ଗଳବାର ଦିନ ଚନ୍ଦ୍ର ଶୁକ୍ରଙ୍କ ରାଶି ତୁଳାରେ ପ୍ରବେଶ କରିବାକୁ ଯାଉଛନ୍ତି। ଏଥିସହ କୃଷ୍ଣ ପକ୍ଷର ଚତୁର୍ଦ୍ଦଶୀ ତିଥି ଏବଂ ନରସିଂହ ଜୟନ୍ତୀ ପାଳନ ହେଉଛି । ଏହି ଦିନ ରବି ଯୋଗ, ଲକ୍ଷ୍ମୀ ନାରାୟଣ ଯୋଗର ଶୁଭ ମିଶ୍ରଣ ହେବ । ଯେଉଁଥିପାଇଁ ଦିନଟିର ଅଧିକ ଗୁରୁତ୍ୱ ରହିଛି । ଜ୍ୟୋତିଷଙ୍କ ଅନୁଯାୟୀ ମଙ୍ଗଳବାର ଗଠିତ ଶୁଭ ଯୋଗର ଲାଭ ପାଇବେ ୫ଟି ରାଶିର ବ୍ୟକ୍ତି । ତେବେ କେଉଁ ରାଶିର ବ୍ୟକ୍ତି ଉପକୃତ ହେବେ ଆସନ୍ତୁ ଜାଣିବା ।

1/5

ମିଥୁନ ରାଶି -  ମଇ ୨୧ ଆପଣଙ୍କ ପାଇଁ ଏକ ବିଶେଷ ଦିନ ହେବାକୁ ଯାଉଛି । ଜୀବନରେ ସକରାତ୍ମକ ପରିବର୍ତ୍ତନ ଆସିବ । ଆଗାମୀ ଦିନ ପାଇଁ ମଧ୍ୟ ଭଲ ସଙ୍କେତ ମିଳିବ । ଭାଗ୍ୟ ପ୍ରତିଟି କ୍ଷେତ୍ରରେ ଆପଣଙ୍କ ସାଥ୍ ଦେବ । ଆୟ ବୃଦ୍ଧି ହେବାର ସମ୍ଭାବନା ରହିଛି । ଆପଣଙ୍କର ଅଭିଳାଷ ମଧ୍ୟ ପୂରଣ ହେବ । ଚାକିରୀ କ୍ଷେତ୍ରରେ ବରିଷ୍ଠଙ୍କ ସମର୍ଥନ ମିଳିବ । ବ୍ୟବସାୟୀମାନଙ୍କୁ ଲାଭ ପାଇବା ପାଇଁ ନୂଆ ଯୋଜନା କରିବାକୁ ପଡିବ । ଉତ୍ସର୍ଗୀକୃତ ମନୋଭାବ ରଖି କାମ କଲେ ଲାଭ ପାଇବେ । କୋର୍ଟ କଚେରୀର ମାମଲା ଆପଣଙ୍କ ସପକ୍ଷରେ ଯିବ । ପାରିବାରିକ ଜୀବନରେ ସୁଖ ମିଳିବ ।

2/5

କର୍କଟ ରାଶି -  ୨୧ ମଇ ଆପଣଙ୍କ ପାଇଁ ବିଶେଷ ଫଳପ୍ରଦ ଦିନ ହେବାକୁ ଯାଉଛି । ଆପଣଙ୍କର ଅଧୁରା ଇଚ୍ଛା ପୂରଣ ହେବା କାରଣରୁ ମନ ଖୁସି ରହିବ । ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ସକରାତ୍ମକ ପ୍ରଭାବ ପଡିବ । ଛାତ୍ରମାନେ ନିଜ ପ୍ରିୟ ବିଷୟଗୁଡ଼ିକରେ ସଫଳତା ପାଇବେ । ପ୍ରେମ ଜୀବନରେ ମଧୁରତା ଖେଳିଯିବ । ସାଥୀଙ୍କ ସହ ଦୂରଯାତ୍ରା କରିପାରନ୍ତି । ଚାକିରୀ କ୍ଷେତ୍ରରେ ନୂଆ ଅଫର ମିଳିପାରେ । ପରିବାରରେ ଥିବା ବିବାଦ ଦୂରେଇଯିବ । ସନ୍ଧ୍ୟା ସମୟରେ କିଛି ସାମାଜିକ କାର୍ଯ୍ୟରେ ଅଂଶଗ୍ରହଣ କରିପାରନ୍ତି । ଆପଣଙ୍କର ମାନ ସମ୍ମାନ ବୃଦ୍ଧି ପାଇବ ।

3/5

ତୁଳା ରାଶି-  ୨୧ ମଇ ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ହେବାକୁ ଯାଉଛି । ଆଧ୍ୟାତ୍ମିକ ବିଷୟ ପ୍ରତି ଅଧିକ ଆଗ୍ରହ ରହିବ । ମନରେ ଥିବା ଇଚ୍ଛା ମଧ୍ୟ ପୂରଣ ହେବ । ନିଜର ଆତ୍ମବିଶ୍ୱାସ ବୃଦ୍ଧି ପାଇବ । ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନରେ ଆପଣ ଲାଭ ପାଇବେ । ବନ୍ଧୁ ଏବଂ ପ୍ରିୟଜନଙ୍କ ସହିତ ଗୁଣାତ୍ମକ ସମୟ ଅତିବାହିତ କରିବେ । ଆପଣଙ୍କ ଜୀବନରେ ସୁଖ ଏବଂ ସମୃଦ୍ଧି ଭରିଯିବ । ଚାକିରୀ ଏବଂ ବ୍ୟବସାୟ କ୍ଷେତ୍ରରେ ସମସ୍ୟା ଦୂରେଇ ଯିବ । ଏଥିସହ ଆପଣ ଅର୍ଥ ଉପାର୍ଜନ କରିବେ । ପରିବାରରେ ସୁଖ, ଶାନ୍ତି ଏବଂ ସମୃଦ୍ଧି ଭରିଯିବ । ସ୍ୱାସ୍ଥ୍ୟ ଭଲ ରହିବା ସହ ଆପଣ ଶାରୀରିକ ଏବଂ ମାନସିକ ସ୍ତରରେ ମଜଭୁତ ରହିବେ ।

4/5

ବିଛା ରାଶି-  ଦିନଟି ଆପଣଙ୍କ ପାଇଁ ଅନୁକୂଳ ହେବାକୁ ଯାଉଛି । ସକାଳୁ ଅନେକ ଶୁଭ ଖବର ପାଇବେ । ହନୁମାନଜୀଙ୍କ ଆଶୀର୍ବାଦରେ ସମସ୍ତ ଚ୍ୟାଲେଞ୍ଜର ସଫଳ ମୁକାବିଲା କରିବାକୁ ସମର୍ଥ ହେବେ । ବ୍ୟବସାୟ ଏବଂ ପୁଞ୍ଜି ବିନିଯୋଗ ପାଇଁ ଦିନଟି ଭଲ । ପୁଞ୍ଜି ବିନିଯୋଗରୁ ଭଲ ଲାଭ ମିଳିବ । ବ୍ୟବସାୟରେ ଟଙ୍କା ରୋଜଗାର କରିବାର ଅନେକ ସୁଯୋଗ ରହିବ । ଚାକିରୀ କ୍ଷେତ୍ରରେ ପ୍ରଗତି ପାଇଁ ଅନେକ ସୁବର୍ଣ୍ଣ ସୁଯୋଗ ପାଇବେ । ସ୍ୱାସ୍ଥ୍ୟ ସମସ୍ୟା ଦୂରେଇଯିବ । ଆଖପାଖର ପରିବେଶ ଅତ୍ୟନ୍ତ ସକରାତ୍ମକ ରହିବ । ବନ୍ଧୁଙ୍କ ନିକଟରୁ ସମର୍ଥନ ପାଇବେ । ବୈବାହିକ ଜୀବନରେ ଜୀବନସାଥୀଙ୍କ ସହିତ ସମ୍ପର୍କରେ ମଧୁରତା ଆସିବ । ସନ୍ଧ୍ୟାରେ ସାମାଜିକ କାର୍ଯ୍ୟରେ ଯୋଗଦେଇ ପାରନ୍ତି ।

5/5

କୁମ୍ଭ ରାଶି -  ୨୧ ମଇ ଆପଣଙ୍କ ପାଇଁ ଲାଭଦାୟକ ହେବାକୁ ଯାଉଛି । ହନୁମାନଜୀଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ରହିବ । ସମସ୍ୟାର ସମ୍ମୁଖୀନ ହୋଇଥିଲେ ତାହା ଶେଷ ହେବ । ଧାର୍ମିକ କାର୍ଯ୍ୟକଳାପ ପ୍ରତି ଆଗ୍ରହୀ ହେବେ । ଦାନ କାର୍ଯ୍ୟରେ ଟଙ୍କା ଖର୍ଚ୍ଚ କରିପାରନ୍ତି । ଦାମ୍ପତ୍ୟ ଜୀବନରେ ପ୍ରେମ ବଢିବ । ସରକାରୀ ଚାକିରି ପାଇବାର ସମ୍ଭାବନା ରହିଛି । ବ୍ୟବସାୟରେ ନୂଆ ଯୋଜନା ଆପଣାଇ ଲାଭ ପାଇବେ । ଚାକିରୀ କ୍ଷେତ୍ରରେ ମଧ୍ୟ ଆୟର ନୂଆ ଉତ୍ସ ପାଇବେ । ପାରିବାରିକ ଜୀବନ ଅନୁକୂଳ ରହିବ । ବନ୍ଧୁଙ୍କ ସାହାଯ୍ୟରେ ଅନେକ ଅସମ୍ପୂର୍ଣ୍ଣ କାର୍ଯ୍ୟ ସହଜରେ ସମାପ୍ତ ହେବ ।

(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)