Rashifal 24 April 2024: କେମିତି କଟିବ ବୁଧବାର ? ଜାଣନ୍ତୁ ୧୨ରାଶିର ଭାଗ୍ୟଫଳ
Advertisement
Article Detail0/zeeodisha/odisha2218067

Rashifal 24 April 2024: କେମିତି କଟିବ ବୁଧବାର ? ଜାଣନ୍ତୁ ୧୨ରାଶିର ଭାଗ୍ୟଫଳ

Rashifal 24 April 2024: ୨୪ ଏପ୍ରିଲ୍ ବୁଧବାର ଦିନ କେମିତି କଟିବ ୧୨ଟି ରାଶିର ଦିନ ଜାଣନ୍ତୁ ।

Rashifal 24 April 2024: କେମିତି କଟିବ ବୁଧବାର ? ଜାଣନ୍ତୁ ୧୨ରାଶିର ଭାଗ୍ୟଫଳ

Rashifal 24 April 2024: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ପ୍ରତ୍ୟକ ଦିନ ୧୨ଟି ରାଶିର ବ୍ୟକ୍ତିବିଶେଷଙ୍କ ଭାଗ୍ୟଫଳ ଭିନ୍ନ ଭିନ୍ନଭାବେ କଟିଥାଏ । ଗ୍ରହ ଚଳନ ପ୍ରଭାବରୁ କାହା ପାଇଁ ଖୁବ ଶୁଭମୟ ହୋଇଥାଏ ତ ପୁଣି କାହା ପାଇଁ ଅତ୍ୟନ୍ତ ଖରାପ ହୋଇଥାଏ । ୨୪ ଏପ୍ରିଲ, ବୁଧବାର ଦିନ ଆପଣଙ୍କ ଭାଗ୍ୟଫଳ କିପରି ରହିବ ଏବଂ କଣ ରହିଛି ପ୍ରତିକାର ସେ ବିଷୟରେ ଜାଣନ୍ତୁ ।

1. ମେଷ ରାଶି
ଆପଣଙ୍କ ଭାବନାକୁ ନିୟନ୍ତ୍ରଣରେ ରଖନ୍ତୁ । ଘରର ଖର୍ଚ୍ଚ ବୃଦ୍ଧି ପାଇବ । ସକାଳ ସମୟରେ ହନୁମାନ ଚଲିସା ପାଠ କରନ୍ତୁ । ମଙ୍ଗଳ ଗ୍ରହଙ୍କ ବୀଜ ମନ୍ତ୍ର ଜପ କରନ୍ତୁ। ମାଙ୍କଡକୁ କଦଳୀ ଖାଇବାକୁ ଦିଅନ୍ତୁ ଶୁଭଫଳ ମିଳିବ ।

2. ବୃଷ ରାଶି
ମନରେ ଆତ୍ମବିଶ୍ୱାସ ଥିଲେ ମଧ୍ୟ ଦିନଟି ଉତ୍ଥାନ-ପତନରେ କଟିବ । ବ୍ୟବସାୟ ସମ୍ବନ୍ଧୀୟ କାର୍ଯ୍ୟରେ ଆପଣଙ୍କୁ ଟିକେ କଠିନ ପରିଶ୍ରମ କରିବାକୁ ପଡିପାରେ । ଗରିବ ବ୍ୟକ୍ତିଙ୍କୁ ପୋଷାକ ଦାନ କରନ୍ତୁ ଦେଖିବେ ଶୁଭଫଳ ମିଳିବ ।

3.ମିଥୁନ ରାଶି
ମନରେ ଆତ୍ମବିଶ୍ୱାସ ବୃଦ୍ଧି ପାଇବ । ମାନସିକ ଶାନ୍ତି ଅନୁଭବ କରିବେ । ଚାକିରି ଏବଂ ବ୍ୟବସାୟରେ ନୂଆ ସୁଯୋଗ ଆପଣଙ୍କୁ ପ୍ରଗତି ପଥରେ ଆଗେଇ ନେବ । ସକାଳ ସମୟରେ ବୁଦ୍ଧଙ୍କ ବୀଜ ମନ୍ତ୍ର ଜପ କରନ୍ତୁ । ଗାଈକୁ ସବୁଜ ଖାଦ୍ୟ ଦିଅନ୍ତୁ ଶୁଭ ହେବ ।

4. କର୍କଟ ରାଶି
କିଛି ସମୟ ପାଇଁ ଆପଣଙ୍କ ମନ ବିଚଳିତ ହୋଇପାରେ । ପ୍ରଶାସନ ପକ୍ଷରୁ ଆପଣଙ୍କୁ ସହାୟତା ମିଳିପାରେ । ନିଜ ଭାବନାକୁ ନିୟନ୍ତ୍ରଣରେ ରଖିବା ସହ କାହାକୁ ଦୁର୍ବ୍ୟବହାର କରନ୍ତୁ ନାହିଁ । ଚାକିରି କ୍ଷେତ୍ରରେ ସ୍ଥାନ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି । ସକାଳ ସମୟରେ ଚନ୍ଦ୍ରଙ୍କ ମନ୍ତ୍ର ଜପ କରନ୍ତୁ । ଗରିବ ଲୋକଙ୍କୁ ମଇଦା, ଚାଉଳ କିମ୍ବା ଚିନି ଦାନ କରନ୍ତୁ ଶୁଭଫଳ ମିଳିବ ।

5. ସିଂହ ରାଶି
ଧୈର୍ଯ୍ୟର ସହିତ ସମସ୍ତ କାର୍ଯ୍ୟ କରନ୍ତୁ । ମନ ବିଚଳିତ ରହିଲେ ମଧ୍ୟ ସମ୍ଭାଳିବାରେ ଆପଣ ସକ୍ଷମ ହେବେ । ଜୀବନସାଥୀଙ୍କଠାରୁ ସମର୍ଥନ ପାଇବେ । ନିଜର ଧ୍ୟାନ ରଖିବା ସହିତ ସାଥୀଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ସକାଳ ସମୟରେ ବୁଦ୍ଧଦେବଙ୍କ ବୀଜ ମନ୍ତ୍ର ଜପ କରନ୍ତୁ । ଗାଈକୁ ସବୁଜ ଖାଦ୍ୟ ଖାଇବାକୁ ଦିଅନ୍ତୁ । ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରନ୍ତୁ ।

6. କନ୍ୟା ରାଶି
ମନରେ ନିରାଶାର ଭାବନା ଆସିପାରେ । ବ୍ୟବସାୟରେ ଅଭିବୃଦ୍ଧି ହେବାର ସମ୍ଭାବନା ଅଛି । ଅଧିକ ପରିଶ୍ରମ କରି ସଫଳତା ପାଇବେ । ସକାଳ ସମୟରେ ଗାଈକୁ ଘାସ ଖାଇବାକୁ ଦିଅନ୍ତୁ ।

7. ତୁଳା ରାଶି
ପରିବାର ସଦସ୍ୟଙ୍କ ସହ ଦୂର ଯାତ୍ରା କରିପାରନ୍ତି । ଘରକୁ ବନ୍ଧୁ କିମ୍ବା ସମ୍ପର୍କୀୟ ଆସିବା ପରେ ହସଖୁସିରେ ଦିନ କଚିବ । କୌଣସି ଗରିବ ନାବାଳିକାକୁ ପୋଷାକ ଦାନ କରନ୍ତୁ । ବୁଦ୍ଧଙ୍କ ବୀଜ ମନ୍ତ୍ର ଜପ କରନ୍ତୁ ଶୁଭ ହେବ ।

8. ବିଛା ରାଶି
ଆପଣଙ୍କ ଜୀବନଶୈଳୀ ଖୁବ ଚ୍ୟାଲେଞ୍ଜ ଦାୟକ ହେବ । ପାଠପଢାରେ ଆଗ୍ରହ ବୃଦ୍ଧି ପାଇବ । ଦୂର ଯାତ୍ରା କରିବାର ସମ୍ଭାବନା ରହିଛି । ସକାଳ ସମୟରେ ହନୁମାନ ଚାଲିସା ପାଠ କରନ୍ତୁ । ମଙ୍ଗଳଙ୍କ ବୀଜ ମନ୍ତ୍ର ଜପ କରିବା ଦ୍ୱାରା ସମସ୍ତ ରିଷ୍ଟ ଖଣ୍ଡନ ହୋଇ ଶୁଭଫଳ ମିଳିବ ।

9. ଧନୁ ରାଶି
ଅନାବଶ୍ୟକ କଳି ଝଗଡାରୁ ନିଜକୁ ଦୂରେଇ ରଖନ୍ତୁ । ଅନ୍ୟ ସହ ବାର୍ତ୍ତାଳାପରେ ସନ୍ତୁଳନ ବଜାୟ ରଖନ୍ତୁ । ଶିକ୍ଷା କ୍ଷେତ୍ରରେ ଆଗ୍ରହ ବୃଦ୍ଧି ପାଇବ । ନିଜ ଜୀବନସାଥୀଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ବୃହସ୍ପତିଙ୍କ ବିଜ ମନ୍ତ୍ର ଜପ କରନ୍ତୁ । ଗାଈକୁ ହଳଦିଆ ଖାଦ୍ୟ ଦିଅନ୍ତୁ ଶୁଭ ହେବ ।

10. ମକର ରାଶି
ନିଜ ମନ ମଧ୍ୟରେ ବିଶ୍ୱାସ ବଜାୟ ରଖିବା ଆପଣଙ୍କ ପାଇଁ ଭଲ ହେବ । ଧୈର୍ଯ୍ୟର ସହ କାର୍ଯ୍ୟ କରନ୍ତୁ ଆଗକୁ ବଢିବେ । ମାଆଙ୍କ ସ୍ୱାସ୍ଥ୍ୟର ଉପଯୁକ୍ତ ଯତ୍ନ ନିଅନ୍ତୁ । ମା’ଙ୍କ ଆଶୀର୍ବାଦ ନେଇ ଘରୁ ବାହାରିଲେ ଶୁଭଫଳ ପାଇବେ । କୁକୁରକୁ ଖାଇବାକୁ ଦେଲେ ଶୁଭଫଳ ମିଳିବ ।

11. କୁମ୍ଭ ରାଶି
ମିଠା କଥା କହି ଅନ୍ୟର ମନ ଜିତିବାକୁ ଚେଷ୍ଟା କରନ୍ତୁ । ଆପଣଙ୍କ ଭିତରେ ଆତ୍ମବିଶ୍ୱାସ ଭଲ ରହିବ । ବିନା କାରଣରେ କୌଣସି ବ୍ୟକ୍ତିଙ୍କ ଉପରେ ରାଗନ୍ତୁ ନାହିଁ । କିଛି କ୍ଷେତ୍ରରୁ ଆପଣ ଅଧିକ ଆୟ କରିବେ । ଶନିଦେବଙ୍କ ବୀଜ ମନ୍ତ୍ର ଜପ କରନ୍ତୁ। କୁକୁରମାନଙ୍କୁ ଖାଇବାକୁ ଦିଅନ୍ତୁ ।

12. ମୀନ ରାଶି
ଅଜଣା ଭୟ ଆପଣଙ୍କୁ ଭୟଭୀତ କରାଇପାରେ । ଶିକ୍ଷା ସହ ଜଡିତ ବ୍ୟକ୍ତିବିଶେଷଙ୍କ ପାଇଁ ଆଜିର ଦିନଟି ଶୁଭ । ସକାଳ ସମୟରେ ଗାଈକୁ ଖାଇବାକୁ ଦିଅନ୍ତୁ ଶୁଭଫଳ ମିଳିବ ।

Also Read- Ration Card: ଘରେ ବସି ପାଆନ୍ତୁ ରାସନ କାର୍ଡ, ଏମିତି କରନ୍ତୁ ଆବେଦନ

Also Read- Airtel Plan: ମାତ୍ର ଏତିକି ଟଙ୍କାରେ ଗୋଟିଏ ବର୍ଷ ଚିନ୍ତାରୁ ମୁକ୍ତି, ମାଗଣା ଡାଟା ସହ OTT ସେବା