Saptahik Rashifal: ୨୨ରୁ ୨୮ ଏପ୍ରିଲ୍ କେମିତି କଟିବ ? ଜାଣନ୍ତୁ ସାପ୍ତାହିକ ରାଶିଫଳ
Advertisement
Article Detail0/zeeodisha/odisha2215016

Saptahik Rashifal: ୨୨ରୁ ୨୮ ଏପ୍ରିଲ୍ କେମିତି କଟିବ ? ଜାଣନ୍ତୁ ସାପ୍ତାହିକ ରାଶିଫଳ

Weekly Horoscope: ଏପ୍ରିଲ୍ ୨୨ରୁ ୨୮ ତାରିଖ ମଧ୍ୟରେ ଅନେକ ଶୁଭ ସମକକ୍ଷ ଏକ ସମୟରେ ଘଟୁଛି । ମୀନ ରାଶିକୁ ମଙ୍ଗଳ ଚଳନ ସହ ରାହୁ, ଶୁକ୍ର, ବୁଧ ଏବଂ ନେପଟୁନ୍ ସହିତ ପଞ୍ଚଗ୍ରାହି ଯୋଗ ସୃଷ୍ଟି କରୁଛି । ଏହି ଶୁଭ ଯୋଗର ପ୍ରଭାବ କାରଣରୁ କିଛି ରାଶିକୁ ଶୁଭ ଫଳ ମିଳିବାକୁ ଯାଉଛି ।

Saptahik Rashifal: ୨୨ରୁ ୨୮ ଏପ୍ରିଲ୍ କେମିତି କଟିବ ? ଜାଣନ୍ତୁ ସାପ୍ତାହିକ ରାଶିଫଳ

Weekly Career Horoscope, 22 to 28 April 2024: ଏପ୍ରିଲ୍ ର ଶେଷ ସପ୍ତାହ ତଥା ହନୁମାନ ଜୟନ୍ତୀ ଶୁଭ ଅବସରରେ ମଙ୍ଗଳ ଗ୍ରହ ମୀନ ରାଶିରେ ପ୍ରବେଶ କରିବେ । ଏଥିସହିତ ରାହୁ, ଶୁକ୍ର, ବୁଧ ଏବଂ ନେପଟୁନ୍ ସହିତ ପଞ୍ଚଗ୍ରାହି ଯୋଗ ଗଠନ ହେବ । ଏହି ଶୁଭ ଯୋଗର ପ୍ରଭାବ କାରଣରୁ କନ୍ୟା ଏବଂ ତୁଳା ରାଶିର ବ୍ୟକ୍ତିବିଶେଷଙ୍କର ଆୟ ବୃଦ୍ଧି ହେବ । ଫଳରେ ଉକ୍ତ ରାଶିକୁ ସାମଗ୍ରୀକ ଆରାମ ମିଳିବ । ବ୍ୟବସାୟରେ ମଧ୍ୟ ଅଗ୍ରଗତି ହେବ । ଜ୍ୟୋତିଷଙ୍କଠାରୁ ଆସନ୍ତୁ ଜାଣିବା ଏହି ସପ୍ତାହଟି ମେଷଠାରୁ ମୀନ ପର୍ଯ୍ୟନ୍ତ ୧୨ଟି ରାଶିର ବ୍ୟକ୍ତିଙ୍କ ପାଇଁ କିପରି କଟିବ ।

ମେଷ ରାଶି
ଏହି ସପ୍ତାହଟି ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭପ୍ରଦ ରହିବ । ଆପଣ କରିଥିବା ପ୍ରୟାସ କାରଣରୁ ଆପଣଙ୍କ ଭବିଷ୍ୟତର ଖୁସି ବଢିବ । ଭ୍ରମଣ ମାଧ୍ୟମରେ ଆପଣ ସଫଳତା ହାସଲ କରିବେ ଏବଂ ଆପଣଙ୍କ ଜୀବନରେ ଅଗ୍ରଗତି କରିବେ । ଏହି ସପ୍ତାହରେ ଆପଣ ଅଧିକ ଖର୍ଚ୍ଚାନ୍ତ ହେଲେ ମଧ୍ୟ ସବୁକିଛି ସଠିକ୍ ପରିଚାଳନା କରିବାରେ ସମର୍ଥ ହେବେ । ଆପଣଙ୍କ ପରିବାର ସଦସ୍ୟଙ୍କୁ କିଛି କହିବା ପୂର୍ବରୁ ତାହା କେତେ ଠିକ୍ କେତେ ଭୁଲ୍ ଥରେ ଚିନ୍ତା କରନ୍ତୁ । କାରଣ ଛୋଟ ଭୁଲରୁ ବୁଝାମଣାରେ ତିକ୍ତତା ହୋଇପାରେ ।
ଶୁଭ ଦିନ: ୨୨, ୨୩

ବୃଷ ରାଶି
ଆର୍ଥିକ କ୍ଷେତ୍ରରେ ଆପଣଙ୍କ ପାଇଁ ଏହି ସପ୍ତାହ ଅନୁକୂଳ ରହିବ । ଆପଣ ଲାଭ ପାଇବାର ସମ୍ଭାବନା ରହିଛି । କୌଣସି କ୍ଷେତ୍ରରୁ ବଡ଼ ଆର୍ଥିକ ଲାଭ ମିଳିପାରେ । ସ୍ୱାସ୍ଥ୍ୟରେ ବହୁତ ଉନ୍ନତି ହେବ ଏବଂ ଆପଣ ସୁସ୍ଥ ଅନୁଭବ କରିବେ । ପରିବାରରେ ମଧ୍ୟ ସୁଖଶାନ୍ତି ମିଳିବ । କର୍ମକ୍ଷେତ୍ରରେ ଉନ୍ନତି ହେବା ସହିତ ଜୀବନରେ ଲାଭ ପାଇବେ । ପାରସ୍ପରିକ ମଧ୍ୟରେ ପ୍ରେମ ବଢିବା କାରଣରୁ ଆନନ୍ଦଦାୟକ ସମୟ ବିତାଇବେ । ଯାତ୍ରା ସମୟରେ କେହି ଆପଣଙ୍କୁ ପ୍ରତାରଣା କରିପାରେ । ସପ୍ତାହ ଶେଷରେ ଆପଣ ଆରାମଦାୟକ ଅନୁଭବ କରିବେ । ସୁଖ ଏବଂ ସମୃଦ୍ଧତା ପାଇଁ ଶୁଭ ସୁଯୋଗ ମଧ୍ୟ ଆସିବ ।

ଶୁଭ ଦିନ: ୨୨,୨୩,୨୪,୨୬

ମିଥୁନ ରାଶି
ଆପଣ କାର୍ଯ୍ୟ କ୍ଷେତ୍ରରେ ଅଗ୍ରଗତି କରିବେ । ଭାଗ୍ୟ ଆପଣଙ୍କ ପକ୍ଷରେ ରହିବ । ଏହି ସପ୍ତାହରେ ଆପଣଙ୍କ ସ୍ୱାସ୍ଥ୍ୟରେ ବହୁତ ଉନ୍ନତି ହେବ । ପରିବାରରେ ଉତ୍ଥାନ-ପତନ ଲାଗି ରହିବ । ଏହି ସପ୍ତାହରେ ଖର୍ଚ୍ଚ ମଧ୍ୟ ବଢିପାରେ ତେଣୁ ଏଥିପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ । ଆପଣ ଚାହୁଁଥିବା ସୁଖ ପାଇବା ପାଇଁ ଅଧିକ ସମୟ ଲାଗିବ । ଦୂରଯାତ୍ରାରେ ଉପଯୁକ୍ତ ଫଳ ମିଳିନପାରେ । ସପ୍ତାହ ଶେଷରେ, ପରିସ୍ଥିତିରେ ଉନ୍ନତି ଆସିପାରେ ।

ଶୁଭ ଦିନ: ୨୩,୨୬

କର୍କଟ ରାଶି
ଆର୍ଥିକ ମାମଲାରେ କର୍କଟ ରାଶି ଲୋକଙ୍କ ପାଇଁ ସମୟ ଅନୁକୂଳ ରହିବ । ଭାଗିଦାରୀରେ ବିନିଯୋଗରେ ଆପଣଙ୍କୁ ଶୁଭଫଳ ମିଳିବ । ଆପଣ କର୍ମକ୍ଷେତ୍ରରେ ସମସ୍ୟାର ସମାଧାନ କରିବେ । ଆପଣଙ୍କୁ ଭଲ ଫଳାଫଳ ମିଳିବ । ଯାତ୍ରାରେ ସଫଳତା ପାଇବା ସହ ଏକ ସୁନ୍ଦର ସ୍ଥାନକୁ ଯାତ୍ରା କରିପାରନ୍ତି । କୌଣସି ନୂଆ ପ୍ରକଳ୍ପ ପାଇଁ ମନ ଟିକିଏ ଚିନ୍ତିତ ରହିବ । ସ୍ୱାସ୍ଥ୍ୟରେ ଉନ୍ନତି ହେବ ।

ଶୁଭ ଦିନ: ୨୨,୨୫

ସିଂହ ରାଶି
କାର୍ଯ୍ୟ କ୍ଷେତ୍ରରେ ଆପଣ ଅଗ୍ରଗତି କରିବେ । ଜୀବନ ପରିବର୍ତ୍ତନ କରିବାରେ ଜଣେ ମହିଳା ସାହାଯ୍ୟ କରିବେ । ଆର୍ଥିକ ସ୍ଥିତିରେ ଉନ୍ନତି ହେବା ସହ ଅର୍ଥପ୍ରାପ୍ତିର ଯୋଗ ରହିଛି । ଆପଣ ଏହି ସପ୍ତାହରେ ଦୂରଯାତ୍ରା ସ୍ଥଗିତ ରଖିବା ଶୁଭଙ୍କର । ଯାତ୍ରା ସମୟରେ କିଛି ଅସୁବିଧା ସୃଷ୍ଟି ହୋଇପାରେ । ଆପୋଷ ବୁଝାମଣା କରି ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରନ୍ତୁ । ସପ୍ତାହ ଶେଷ ଭାଗରେ ମନ ସନ୍ତୁଷ୍ଟ ହେବ । ଜୀବନରେ ସୁଖ ଏବଂ ସମୃଦ୍ଧିର ଶୁଭ ସମନ୍ୱୟ ସୃଷ୍ଟି ହେବ ।

ଶୁଭ ଦିନ: ୨୨,୨୩,୨୬

କନ୍ୟା ରାଶି
ଏହି ସପ୍ତାହଟି ଆପଣଙ୍କ ପାଇଁ ସୁଖ ଏବଂ ସମୃଦ୍ଧିର ଭରପୁର ରହିବ । କାର୍ଯ୍ୟ କ୍ଷେତ୍ରରେ ଆପଣ ଅଗ୍ରଗତି କରିବେ । ଯେକୌଣସି ନୂଆ ପ୍ରୟାସ ଆପଣଙ୍କ ପାଇଁ ଶୁଭ ଫଳାଫଳ ଆଣିବ । ଆର୍ଥିକ ପ୍ରଗତି ପାଇଁ ଶୁଭ ସୁଯୋଗ ଏହି ସପ୍ତାହ ଆରମ୍ଭରୁ ଆରମ୍ଭ ହେବାକୁ ଯାଉଛି । ଆପଣ ଧିରେଧିରେ ଆର୍ଥିକ ଲାଭ କରିବା ଆରମ୍ଭ କରିବେ । ନିଜ ନିବେଶକୁ ନିୟନ୍ତ୍ରଣ କରିବାରେ ସକ୍ଷମ ହେବେ । ପରିବାର ପ୍ରତି ଥିବା କର୍ତ୍ତବ୍ୟକୁ ପାଳନ କରିବାକୁ ଚେଷ୍ଟା କରନ୍ତୁ ଶୁଭଫଳ ମିଳିବ । ଆପଣ ଦୂରଯାତ୍ରା ସ୍ଥଗିତ ରଖିବା ଭଲ । ସପ୍ତାହ ଶେଷରେ ଆପଣ ପ୍ରିୟ ଲୋକଙ୍କ ସହିତ ଏକ ମନୋରମ ସମୟ ବିତାଇବେ ।

ଶୁଭ ଦିନ: ୨୨,୨୪,୨୬

ତୁଳା ରାଶି
ଆର୍ଥିକ ପ୍ରସଙ୍ଗରେ ଆପଣଙ୍କ ପାଇଁ ଏହି ସପ୍ତାହ ବହୁତ ଭଲ । ଅଟକି ରହିଥିବା ଟଙ୍କା ଆପଣ ଫେରିପାଇବେ । ଏହି ସମୟ ଆପଣଙ୍କ ପାଇଁ ଅତ୍ୟନ୍ତ ଅନୁକୂଳ ସାବ୍ୟସ୍ତ ହେବ । ଆର୍ଥିକ ଲାଭର ସମ୍ଭାବନା ଅଛି । ନିବେଶରୁ ଲାଭ ମିଳିବ । କର୍ମକ୍ଷେତ୍ରରେ କେତେକାଂଶରେ ମନରେ ସନ୍ଦେହ ପରିସ୍ଥିତି ଉପୁଜିପାରେ । ପରିବାରରେ କୌଣସି କ୍ଷତି ହୋଇପାରେ ତେଣୁ ପରିବାରକୁ ସମୟ ଦେବାରେ ଅବହେଳା କରନ୍ତୁ ନାହିଁ । କୌଣସି ସ୍ଥାନକୁ ଯାତ୍ରା କରିବାର ନିଷ୍ପତ୍ତି ନେଇପାରନ୍ତି । ଆପଣଙ୍କୁ ଭ୍ରମଣରେ ସଫଳତା ମିଳିବ । ସପ୍ତାହ ଶେଷଭାଗରେ ଆପଣଙ୍କ ପାଇଁ ପ୍ରଗତିର ରାସ୍ତା ଖୋଲିବ । ଜୀବନରେ ଉନ୍ନତି ଆଣିବା ପାଇଁ ଆପଣ ଅନେକ ସୁଯୋଗ ପାଇବେ ।

ଶୁଭ ଦିନ: ୨୨,୨୫,୨୬

ବିଛା ରାଶି
ଆପଣ ଏହି ସପ୍ତାହରେ ଭ୍ରମଣରୁ ଅନେକ ଲାଭ ପାଇବେ । ଜୀବନରେ ସୁଖ ଏବଂ ସମୃଦ୍ଧିର ରାସ୍ତା ମଧ୍ୟ ଖୋଲିବ । ଏକ ଭଲ ସ୍ଥାନକୁ ଯାତ୍ରା କରିବାର ନିଷ୍ପତ୍ତି ନେଇପାରନ୍ତି । ସ୍ୱାସ୍ଥ୍ୟରେ ବହୁତ ଉନ୍ନତି ହେବା ସହ ଆପଣ ସୁସ୍ଥ ଅନୁଭବ କରିବେ । ଆପଣ ନିଜ ସାଥୀଙ୍କ ସହିତ କୌଣସି ସ୍ଥାନକୁ ଯାତ୍ରା କରିବାକୁ ନିଷ୍ପତ୍ତି ନେଇପାରନ୍ତି । ଭାବପ୍ରବଣ କାରଣରୁ ଖର୍ଚ୍ଚ ଅଧିକ ହୋଇପାରେ । କର୍ମକ୍ଷେତ୍ରରେ ଆପଣଙ୍କ ନିକଟରେ ନୈରାଶ୍ୟଭାବନା ଦେଖିବାକୁ ମିଳିପାରେ ।

ଶୁଭ ଦିନ: ୨୩,୨୫,୨୬

ଧନୁ ରାଶି
ଆପଣ ନିଜ କାର୍ଯ୍ୟ କ୍ଷେତ୍ରରେ ଅଗ୍ରଗତି କରିବେ । ପରିଶ୍ରମକୁ ସଫଳ କରିବା ପାଇଁ ଆପଣଙ୍କୁ ଅନେକ ସୁଯୋଗ ମିଳିବ । ଅର୍ଥନୈତିକ ପ୍ରସଙ୍ଗରେ ସମୟ ଅନୁକୂଳ ହେବ । ଆର୍ଥିକ କ୍ଷେତ୍ରରେ ଉନ୍ନତି ଆସିବ । ପାରିବାରିକ ସମସ୍ୟା କାରଣରୁ ଆପଣ ଚାପଗ୍ରସ୍ତ ହୋଇପାରନ୍ତି । ଅନାବଶ୍ୟକ ବିବାଦ ଭିତରେ ପସନ୍ତୁ ନାହିଁ । ଭ୍ରମଣରୁ ଶୁଭ ଫଳାଫଳ ମିଳିବ । ଦବରଯାତ୍ରା ଆନନ୍ଦଦାୟକ ହେବ । ସପ୍ତାହ ଶେଷରେ ଆପଣଙ୍କୁ ବିବ୍ରତ କଲାପରି କିଛି ଖବର ଶୁଣିବାକୁ ମିଳିପାରେ ।

ଶୁଭ ଦିନ: ୨୨,୨୩,୨୫

ମକର ରାଶି
ଆର୍ଥିକ ପ୍ରସଙ୍ଗରେ ସଂଯମତା ସହିତ ଆଗକୁ ବଢନ୍ତୁ । କାର୍ଯ୍ୟ କ୍ଷେତ୍ରରେ ସାଧାରଣ ସଫଳତା ହାସଲ କରିବେ । ଭବିଷ୍ୟତ ବିଷୟରେ ଚିନ୍ତା କରିବା ସହ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବେ । ଜୀବନରେ ସୁଖ ଏବଂ ସମୃଦ୍ଧତା ଆସିବ । ଆର୍ଥିକ କ୍ଷେତ୍ରରେ ସାମାନ୍ୟ ଅସୁବିଧା ହୋଇପାରେ । ଖର୍ଚ୍ଚ ଉପରେ ଅଂକୁଶ ନଲଗାଇଲେ ଅସୁବିଧାରେ ପଡିବେ । ଏହି ସପ୍ତାହରେ ଦୂରଯାତ୍ରା ସ୍ଥଗିତ ରଖିବା ଆପଣଙ୍କ ପାଇଁ ଭଲ ହେବ । ସପ୍ତାହ ଶେଷ ଭାଗରେ, ଆପଣଙ୍କ ମନ ଦୁଃଖ ହୋଇପାରେ ।

ଶୁଭ ଦିନ: ୨୨,୨୪

କୁମ୍ଭ ରାଶି
ଆପଣ କାର୍ଯ୍ୟ କ୍ଷେତ୍ରରେ ଅଗ୍ରଗତି କରିବେ । ଧୈର୍ଯ୍ୟର ସହ ଜୀବନରେ ଆଗକୁ ବଢିବାକୁ ଚେଷ୍ଟା କରନ୍ତୁ । ଆର୍ଥିକ କ୍ଷେତ୍ରରେ ଆପଣଙ୍କ ପାଇଁ ସମୟ ଅନୁକୂଳ ରହିଛି । ମହିଳାଙ୍କ ସାହାଯ୍ୟରେ ଆପଣ ଆର୍ଥିକ ଲାଭ କରିପାରନ୍ତି । ଏହି ସପ୍ତାହରେ ଆପଣଙ୍କ ପରିବାରରେ ସୁଖ ଏବଂ ସମୃଦ୍ଧି ବଜାୟ ରହିବ । ଜଣେ ବୟସ୍କଙ୍କ ସାହାଯ୍ୟରେ ଆପଣ ନିଜ ଜୀବନରେ ଅଗ୍ରଗତି କରିବେ । ଭ୍ରମଣରୁ ଶୁଭ ଫଳାଫଳ ମିଳିବ । ସପ୍ତାହ ଶେଷରେ ଏକ ନୂଆ ଆରମ୍ଭ ଆପଣଙ୍କ ଜୀବନକୁ ବଦଳାଇଦେଇପାରେ ।

ଶୁଭ ଦିନ: ୨୨,୨୪,୨୫,୨୬

ମୀନ ରାଶି
ଏହି ସପ୍ତାହ ଆପଣଙ୍କ ପାଇଁ ସଫଳତାରେ ପରିପୂର୍ଣ୍ଣ ହେବ । ମାନ ସମ୍ମାନ ମଧ୍ୟ ବୃଦ୍ଧି ପାଇବ । ସୃଜନଶୀଳ କାର୍ଯ୍ୟ ମାଧ୍ୟମରେ ଶୁଭ ଫଳାଫଳ ପାଇବେ । ଅଧିକ ଖର୍ଚ୍ଚ ହୋଇପାରେ ତେଣୁ ସାବଧାନ ରୁହନ୍ତୁ । ନିଜ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବା ଆବଶ୍ୟକ । ବାହ୍ୟ ହସ୍ତକ୍ଷେପ ଯୋଗୁଁ ଯାତ୍ରା ବାଧାପ୍ରାପ୍ତ ହୋଇପାରେ । ନିଜ ଜୀବନରେ ଆପଣ ଚାହୁଁଥିବା ପରିବର୍ତ୍ତନ ଆଣିବାକୁ ଟିକେ ଅଧିକ ସମୟ ଲାଗିପାରେ ।

ଶୁଭ ଦିନ: ୨୨,୨୪

(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ। )

Also Read- Sahara India Refund: ଆପଣ ଫେରି ପାଇଛନ୍ତି କି ସାହାରା ଟଙ୍କା ? ଯଦି ନା ତେବେ ତାଲିକା କରନ୍ତୁ ଯାଞ୍ଚ

Also Read- Venus Transit: ଏହି 4 ଟି ରାଶି ପାଇଁ ବଡ଼ ଖୁସି ଖବର, ଖୋଲିବ ଭାଗ୍ୟର ଦ୍ୱାର