Shukra Grah Gochar 2024: ମେ ୧୯ରେ କାହା ଭାଗ୍ୟରେ ଲାଗିବ ଲଟେରୀ? ଜାଣନ୍ତୁ ରାଶିଫଳ
Advertisement
Article Detail0/zeeodisha/odisha2249481

Shukra Grah Gochar 2024: ମେ ୧୯ରେ କାହା ଭାଗ୍ୟରେ ଲାଗିବ ଲଟେରୀ? ଜାଣନ୍ତୁ ରାଶିଫଳ

Shukra Grah Gochar 2024 rashifal: ସୁଖ ସମୃଦ୍ଧିର ଗ୍ରହ ଶୁକ୍ର  ମେ ୧୯ ସକାଳ ୮ଟା୫୧ ମିନିଟ ସମୟରେ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି । ମେଷ ରାଶିରୁ ବୃଷ ରାଶିକୁ ଚଳନ କରିବେ ଶୁକ୍ର । ଶୁକ୍ରଙ୍କ ଚଳନ କିଛି ରାଶିକୁ ଶୁଭ ଫଳ ପ୍ରଦାନ କରିବ ।

Shukra Grah Gochar 2024: ମେ ୧୯ରେ କାହା ଭାଗ୍ୟରେ ଲାଗିବ ଲଟେରୀ? ଜାଣନ୍ତୁ ରାଶିଫଳ

Shukra Grah Gochar 2024 rRashifal: ଶୁକ୍ର ହେଉଛନ୍ତି ସୁଖ ସମୃଦ୍ଧି ସହ ଜଡିତ ଥିବା ଗ୍ରହ । ଶୁକ୍ର ମଇ ୧୯ ତାରିଖ ସକାଳ ୮ଟା ୫୧ ମିନିଟ ସମୟରେ ନିଜର ରାଶି ପରିବର୍ତ୍ତନ କରିବେ । ମେଷ ରାଶିରୁ ବୃଷ ରାଶିକୁ ଚଳନ କରିବେ ଶୁକ୍ର । ୧୯ ମଇରୁ ୧୨ ଜୁନ ପର୍ଯ୍ୟନ୍ତ ବୃଷ ରାଶିରେ ରହିବେ । ଶୁକ୍ରଙ୍କ ଚଳନ ସମସ୍ତ ୧୨ଟି ରାଶିର ବ୍ୟକ୍ତିବିଶେଷଙ୍କୁ ପ୍ରଭାବିତ କରିବାକୁ ଯାଉଛି । କେତେକ ରାଶିର ବ୍ୟକ୍ତିଙ୍କ ଭାଗ୍ୟରେ ଲଟେରୀ ଲାଗିପାରେ । ଏଥିସହ କିଛି ରାଶିର ବ୍ୟକ୍ତିଙ୍କ ସୁଖ ଏବଂ ଶାନ୍ତିରେ ବ୍ୟାଘାତ ମଧ୍ୟ ସୃଷ୍ଟି କରିପାରେ । ଜ୍ୟୋତିଷଙ୍କ ମତରେ ଶୁକ୍ରଙ୍କ ପ୍ରଭାବ କଣ ରହିବ ଆସନ୍ତୁ ଜାଣିବା ।

ମେଷ: ଶୁକ୍ରଙ୍କ ଚଳନ ଆପଣଙ୍କ ପାଇଁ ନୂଆ ଉତ୍ସାହ ଆଣିଦେବ । ବ୍ୟବସାୟରେ ଲାଭ ଅଧିକ ହେବ । କାର୍ଯ୍ୟରତ ଲୋକମାନେ କାର୍ଯ୍ୟସ୍ଥଳୀରେ ସଫଳତା ପାଇବେ । କ୍ୟାରିଅରରେ ଅଗ୍ରଗତି ପାଇଁ ନୂତନ ସୁଯୋଗ ମିଳିବ । ପ୍ରେମ ଏବଂ ଦାମ୍ପତ୍ୟ ଜୀବନରେ ଖୁସି ରହିବ ।

ବୃଷ: ଆପଣଙ୍କ ଭାଗ୍ୟରେ ଲଟେରୀ ଲାଗିପାରେ । ୧୯ ମଇରୁ ୧୨ ଜୁନ୍ ମଧ୍ୟରେ ନୂଆ କାର୍ଯ୍ୟ ଆରମ୍ଭ କରି ଆପଣ ଶୁଭଫଳ ପାଇପାରିବେ । ଏହି ସମୟ ମଧ୍ୟରେ, ଆପଣଙ୍କର ଭାଗ୍ୟ ସାଥ୍ ଦେବ । ଆୟର ନୂଆ ଉତ୍ସ ଆପଣଙ୍କୁ ମିଳିବ । ଆପଣଙ୍କର ଆର୍ଥିକ ସ୍ଥିତିରେ ଉନ୍ନତି ହେବ ।

ମିଥୁନ: ଶୁକ୍ରଙ୍କର ରାଶି ପରିବର୍ତ୍ତନ ଆପଣଙ୍କୁ ସଂଯମତା ଶିଖାଇବାକୁ ଯାଉଛି । ଟଙ୍କା, କାର୍ଯ୍ୟ, ଶିକ୍ଷା କ୍ଷେତ୍ରରେ ଆପଣଙ୍କୁ ଧର୍ଯ୍ୟ ଧରିବାର ଆବଶ୍ୟକତା ରହିଛି । ଅଯୋଥା ଖର୍ଚ୍ଚ ଆପଣଙ୍କ ଆର୍ଥିକ ସ୍ଥିତିକୁ ଦୋହଲାଇ ପାରେ । ଅନ୍ୟ ଉପରେ ବିଶ୍ୱାସ କରିବା ପୂର୍ବରୁ ଥରେ ଚିନ୍ତା କରନ୍ତୁ, ନଚେତ୍ ଆପଣ ଅସୁବିଧାରେ ପଡ଼ିପାରନ୍ତି । ସଠିକ ଢଙ୍ଗରେ କାର୍ଯ୍ୟ କଲେ ସମସ୍ୟା ହ୍ରାସ ପାଇବ ।

କର୍କଟ: ଶୁକ୍ର ଆପଣଙ୍କ ପ୍ରତି ଦୟାଳୁ ହେବେ । ଆପଣଙ୍କ ଭାଗ୍ୟରେ ସୁଖ ସମୃଦ୍ଧି ଭରିଯିବ । ଆୟର ବୃଦ୍ଧି ହେବାର ଅଧିକ ସମ୍ଭାବନା ରହିଛି । ଆପଣଙ୍କ ମାନ ସମ୍ମାନ ବୃଦ୍ଧି ଘଟିବ । ବ୍ୟବସାୟରେ ଲାଭ ଅର୍ଜନ କରିବେ । ଆର୍ଥିକ ସଞ୍ଚୟ ପୂର୍ବ ଅପେକ୍ଷା ଅଧିକ ହୋଇପାରେ । କିଛି ଭଲ ଖବର ମିଳିବ ।

ସିଂହ: ଶୁକ୍ରଙ୍କ ଅନୁଗ୍ରହରେ ଆପଣ ଭାଗ୍ୟବାନ ହୋଇପାରନ୍ତି । ମନ ପସନ୍ଦର ଚାକିରି ଆପଣଙ୍କୁ ମିଳିବ । ଆପଣ ପ୍ରତିଷ୍ଠା ଲାଭ କରିବେ । ଭାଗିଦାରୀ ବ୍ୟବସାୟ କରୁଥିବା ଲୋକମାନେ ଅଗ୍ରଗତି କରିପାରିବେ । ସମନ୍ୱୟ ଭଲ ରହିବ । ଚାକିରି କ୍ଷେତ୍ରରେ ସ୍ଥାନ ପରିବର୍ତ୍ତନ ହୋଇପାରେ ।

କନ୍ୟା: ଆପଣଙ୍କ ଭାଗ୍ୟରେ ଶୁଭ ଫଳାଫଳ ରହିଛି । ମେ ୧୯ ରୁ ଟଙ୍କା ରୋଜଗାର କରିବାର ସୁଯୋଗ ପାଇପାରନ୍ତି । ଅଟକି ରହିଥିବା ଟଙ୍କା ଫେରସ୍ତ ପାଇବେ । ପାରିବାରିକ ଜୀବନ ଖୁସିରେ କଟିବ । ଜୀବନସାଥୀଙ୍କ ଠାରୁ ସମ୍ପୂର୍ଣ୍ଣ ସମର୍ଥନ ପାଇବେ । ବ୍ୟବସାୟ ପାଇଁ ଶୁଭ ସମୟ ଆସିବାକୁ ଯାଉଛି ।

ତୁଳା: ଶୁକ୍ରଙ୍କ ଚଳନ ଆପଣଙ୍କ ଚାକିରି ଏବଂ ବ୍ୟବସାୟ କ୍ଷେତ୍ରରେ ଲାଭଦାୟକ ଫଳ ଦେବ । ପ୍ରେମ ଜୀବନରେ ରୋମାନ୍ସ ବଢିବ । ବିବାହ କରିବାର ଯୋଗ ରହିଛି । ବ୍ୟବସାୟ ସହିତ ଜଡିତ ଲୋକମାନେ ହଠାତ୍ ଏକ ବଡ ଡିଲ୍ ପାଇପାରନ୍ତି ।

ବିଛା: ଶୁକ୍ରଙ୍କ ରାଶି ପରିବର୍ତ୍ତନ କାରଣରୁ ଆପଣଙ୍କର ବ୍ୟାଙ୍କ ବାଲାନ୍ସ ବଢିବ । ହଠାତ୍ କୌଣସି ଦିଗରୁ ମୋଟା ଅଙ୍କର ଟଙ୍କା ମିଳିପାରେ । ଆପଣଙ୍କ ଜୀବନରେ ଅର୍ଥର ଅଭାବ ଦୂର ହୋଇପାରେ । ଆୟ ବୃଦ୍ଧି ହେବା ସହ ଜୀବନଶୈଳୀରେ ଉନ୍ନତି ପାଇଁ ଟଙ୍କା ଖର୍ଚ୍ଚ କରିବେ । କୌଣସି ବ୍ୟକ୍ତି ଆପଣଙ୍କୁ ସାହାଯ୍ୟ କରିପାରନ୍ତି ।

ଧନୁ: ମେ ୧୯ ପରେ ଭାଗିଦାରୀରେ କୌଣସି କାର୍ଯ୍ୟ କରିବାକୁ ଚାହୁଁଥିଲେ ସମୟ ଅନୂକୁଳ ରହିଛି । ସହଭାଗୀତା କାର୍ଯ୍ୟ ପ୍ରଗତିଶୀଳ ହୋଇପାରେ । ପାରିବାରିକ ଜୀବନ ଖୁସିରେ କଟିବ । ବାଦ ବିବାଦର ସମାଧାନ ହୋଇଯିବ । ବ୍ୟବସାୟ କ୍ଷେତ୍ରରେ ଅଧିକ ଲାଭଦାୟକ ଫଳାଫଳ ରହିଛି ।

ମକର: ଶୁକ୍ରଙ୍କ ପ୍ରଭାବରୁ ଆପଣଙ୍କ ଘରକୁ ଧନ ଆସିପାରେ । ଆୟର ନୂତନ ଉତ୍ସ ମଧ୍ୟ ସୃଷ୍ଟି ହେବ । ଚାକିରି ଖୋଜୁଥିବା ଲୋକଙ୍କ ପାଇଁ ବର୍ତ୍ତମାନ ଉପଯୁକ୍ତ ସମୟ । କିଛି ଭଲ ଖବର ପାଇବାର ସମ୍ଭାବନା ରହିଛି ।

କୁମ୍ଭ: ଶୁକ୍ରଙ୍କ ଶୁଭ ପ୍ରଭାବ ଆପଣଙ୍କ ଜୀବନକୁ ଆଲୋକିତ କରିବ । ଆପଣଙ୍କୁ ସକାରାତ୍ମକ ଫଳାଫଳ ମିଳିବ । ମେ ୧୯ ପରେ ଆପଣଙ୍କ ପାଇଁ ସୁବର୍ଣ୍ଣ ସମୟ ଆସିପାରେ । ଚାକିରି କ୍ଷେତ୍ରରେ ଶୀଘ୍ର ଅଗ୍ରଗତି କରିବାର ସୁଯୋଗ ପାଇପାରନ୍ତି । ଆପଣଙ୍କ କାର୍ଯ୍ୟଶୈଳୀ ଜୀବନରେ ସୌଭାଗ୍ୟ ଆଣିଦେବ ।

ମୀନ: ଶୁକ୍ରଙ୍କ ଚଳନ ଆପଣଙ୍କୁ ଉଭୟ ଖଟା ମିଠା ଫଳ ପ୍ରଦାନ କରିବ । ଏହି ସମୟରେ ନିଜର ବକ୍ତବ୍ୟକୁ ନିୟନ୍ତ୍ରଣ କରିବା ଆବଶ୍ୟକ । ନଚେତ ଆପଣଙ୍କୁ କିଛି କ୍ଷେତ୍ରରେ ବଦନାମ ହେବାକୁ ପଡିପାରେ । କିଛି ଶାରୀରିକ ସମସ୍ୟା ଆପଣଙ୍କ ପାଇଁ ଚିନ୍ତାର କାରଣ ହୋଇପାରେ ।

(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ। )

Also Read- ସାକ୍ଷୀଗୋପାଳ ମନ୍ଦିରରେ ସେବାୟତଙ୍କୁ ଆକ୍ରମଣ, ୨ ଲହୁଲୁହାଣ

Also Read- Rahu Gochar 2024: ମେ ୨୩ରୁ ରାହୁ ହୋଇଯିବେ ବାହୁବଳୀ, ୩ ରାଶିର ବ୍ୟକ୍ତିଙ୍କୁ ଅତ୍ୟନ୍ତ ଶୁଭଫଳ