Surya Gochar 2024: ବର୍ଷେ ପରେ କୁମ୍ଭରେ ପ୍ରବେଶ କରିବେ ସୂର୍ଯ୍ୟ, ଏହି ୪ଟି ରାଶିକୁ ଅଧିକ ଲାଭ !
Advertisement
Article Detail0/zeeodisha/odisha2104153

Surya Gochar 2024: ବର୍ଷେ ପରେ କୁମ୍ଭରେ ପ୍ରବେଶ କରିବେ ସୂର୍ଯ୍ୟ, ଏହି ୪ଟି ରାଶିକୁ ଅଧିକ ଲାଭ !

Surya Gochar 2024: ଜ୍ୟୋତିଷ ଶାସ୍ତ୍ର ହିସାବରେ ସୂର୍ଯ୍ୟ ଦେବତା ପ୍ରତି ମାସରେ ରାଶି ନକ୍ଷତ୍ର ପରିବର୍ତ୍ତନ କରନ୍ତି । ଏହାକୁ ସୂର୍ଯ୍ୟ ସଙ୍କ୍ରାନ୍ତି ବୋଲି କୁହାଯାଇଥାଏ । ଫେବୃଆରୀ ୧୩ରେ, ସୂର୍ଯ୍ୟ ମକର ରାଶିରୁ ବାହାରି କୁମ୍ଭ ରାଶିରେ ଚଳନ କରିବେ ।

Surya Gochar 2024: ବର୍ଷେ ପରେ କୁମ୍ଭରେ ପ୍ରବେଶ କରିବେ ସୂର୍ଯ୍ୟ, ଏହି ୪ଟି ରାଶିକୁ ଅଧିକ ଲାଭ !

Surya Gochar 2024: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ସୌର ଜଗତର ସମସ୍ତ ୯ଟି ଗ୍ରହ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାନ୍ତି । ସୂର୍ଯ୍ୟ ଗୋଟିଏ ରାଶି ନକ୍ଷତ୍ରରେ ୩୦ଦିନ ପର୍ଯ୍ୟନ୍ତ ଚଳନ କରିଥାନ୍ତି । ଏକ ମାସ ପରେ ପୁଣି ଅନ୍ୟ ରାଶିରେ ଚଳନ କରିଥାନ୍ତି । ବର୍ତ୍ତମାନ ସୂର୍ଯ୍ୟ ମକର ରାଶିରେ ବିଦ୍ୟମାନ କିନ୍ତୁ ଫେବୃଆରୀ ୧୩ ତାରିଖ ତଥା ମଙ୍ଗଳବାର ଦିନ କୁମ୍ଭ ରାଶିରେ ପ୍ରବେଶ କରିବେ । ସୂର୍ଯ୍ୟଙ୍କ ଏହି ରାଶି ପରିବର୍ତ୍ତନ କାରଣରୁ  ୪ଟି ରାଶିର ଲୋକଙ୍କୁ ଶୁଭ ଫଳ ମିଳିବ । ଆସନ୍ତୁ ଜାଣିବା ସେହି ରାଶି ଗୁଡିକ କଣ କଣ ।

ମେଷ
ଏହି ରାଶି ବ୍ୟକ୍ତିବିଶେଷଙ୍କୁ ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ ଶୁଭ ଫଳ ଦେବ । ଉଭୟ ଚାକିରି ଏବଂ ବ୍ୟବସାୟରେ ଆପଣ ସଫଳତା ପାଇବେ । ଅର୍ଥ ପ୍ରାପ୍ତିର ସୁଯୋଗ ରହିଛି । ଆଇନଗତ ମାମଲାରେ ଆପଣଙ୍କୁ ସଫଳତା ମିଳିବ । ବିଦ୍ୟାର୍ଥୀମାନେ କମ ପରିଶ୍ରମରେ ଅଧିକ ସଫଳତା ପାଇବେ । ପୂର୍ବରୁ କରାଯାଇଥିବା ନିବେଶରୁ ଆପଣ ବିପୁଳ ଲାଭ ପାଇପାରନ୍ତି । ଆପଣଙ୍କ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିବ ।

ସିଂହ
ଚାକିରି କ୍ଷେତ୍ରରେ ଆପଣଙ୍କୁ ବଡ଼ ସଫଳତା ମିଳିପାରେ । ବିଶେଷକରି ପଦୋନ୍ନତିର ସୁଯୋଗ ରହିଛି । ସାମାଜିକ ସେବା ପାଇଁ ଆପଣଙ୍କୁ ସମ୍ମାନ ମିଳିପାରେ । ବିନିଯୋଗ କରିବା ପାଇଁ ଏହି ସମୟ ଉପଯୁକ୍ତ । କୋର୍ଟ କଚେରୀ ମାମଲାରେ ସମାଧାନର ରାସ୍ତା ଫିଟିପାରେ । ସନ୍ତାନଙ୍କ ସମସ୍ୟା ଜନିତ ଦୁଶ୍ଚିନ୍ତାରୁ ମୁକୁଳିବେ । ପରିବାରରେ ଶୁଭ କାର୍ଯ୍ୟ ହୋଇପାରେ ।

ତୁଳା
ଆପଣଙ୍କ ବିଚାରଧୀନ କାର୍ଯ୍ୟ ସମାପ୍ତ ହେବାର ସୁଯୋଗ ରହିଛି । ନିଯୁକ୍ତି କ୍ଷେତ୍ରରେ ନୂଆ ସମ୍ଭାବନା ସୃଷ୍ଟି ହେବ । ଚାକିରି କିମ୍ୱା ବ୍ୟବସାୟ କରୁଥିବା ବ୍ୟକ୍ତିଙ୍କୁ ଯଥେଷ୍ଟ ଶୁଭଫଳ ମିଳିବ । କର୍ମକ୍ଷେତ୍ରରେ ପ୍ରଶଂସିତ ସହ ସମ୍ମାନ ମିଳିପାରେ । ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଫଳତା ମିଳିବ । ପୂର୍ବ ଅପେକ୍ଷା ସ୍ୱାସ୍ଥ୍ୟରେ ସୁଧାର ଆସିବ ।

ମକର
ସୂର୍ଯ୍ୟଙ୍କ ଚଳନ କାରଣରୁ ଅଟକି ରହିଥିବା ଟଙ୍କା ଫେରସ୍ତ ହୋଇଯିବ । ଆର୍ଥିକ ସ୍ଥିତି ସୁଦୃଢ ରହିବ । ନୂତନ ଯାନ କିମ୍ବା ସମ୍ପତ୍ତି କିଣିବାର ସୁଯୋଗ ମିଳିପାରେ । ଜୀବନସାଥୀଙ୍କ ସହ ବୁଲିବାକୁ ଯାଇପାରନ୍ତି । ଆପଣ ଚାହୁଁଥିବା କାର୍ଯ୍ୟରେ ସଫଳତା ମିଳିବାର ସମ୍ଭାବନା ଅଧିକ ।

Disclaimer: ଏଠାରେ ଦିଆଯାଇଥିବା ସମସ୍ତ ତଥ୍ୟ ସୂଚନା ଆଧାରରେ ପ୍ରକାଶିତ । ଏହା ଜୀ ଓଡ଼ିଶା ନ୍ୟୁଜର ନିଜସ୍ୱ ମତ ନୁହେଁ । ଅଧିକ ସୂଚନା ପାଇଁ ଆପଣ ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ ।

Also Read- Surya Gochar 2024: ସୂର୍ଯ୍ୟ ଏବଂ ଶନିଙ୍କ ପ୍ରଭାବ... ଏହି ୫ଟି ରାଶିକୁ ବଡ଼ ଲାଭ

Also Read- Rahu Transit 2024: ଏହି ୩ ରାଶି ଉପରେ ରାହୁଙ୍କ ପ୍ରଭାବ, ଜାଣନ୍ତୁ କେମିତି ରହିବେ ସତର୍କ