Mo Bus: ରାଜ୍ୟର ୩ ଜିଲ୍ଲାର ୯ ସହରରେ ଗଡ଼ିଲା 'ମୋ ବସ୍'
Advertisement
Article Detail0/zeeodisha/odisha1701613

Mo Bus: ରାଜ୍ୟର ୩ ଜିଲ୍ଲାର ୯ ସହରରେ ଗଡ଼ିଲା 'ମୋ ବସ୍'

Mo Bus Service Extension: ରାଜ୍ୟର ଆହୁରି ୩ ଜିଲ୍ଲାରେ ମୋ ବସ୍ ସେବାକୁ ସମ୍ପ୍ରସାରଣ କରିଛନ୍ତି ଓଡ଼ିଶା ସରକାର। ବର୍ତ୍ତମାନ ରାଜ୍ୟର ମୋଟ ୬ ଜିଲ୍ଲାରେ ମୋ ବସ୍ ସେବା ଉପଲବ୍ଧ ହୋଇଛି।   

 Mo Bus: ରାଜ୍ୟର ୩ ଜିଲ୍ଲାର ୯ ସହରରେ ଗଡ଼ିଲା 'ମୋ ବସ୍'

Mo Bus Service: ରାଜ୍ୟରେ ଉନ୍ନତ ସହର ବସ୍ ସେବା ଯୋଗାଇବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ "ମୋ ବସ୍" ସେବାକୁ ସମ୍ବଲପୁର, ଝାରସୁଗୁଡା ଏବଂ ଗଞ୍ଜାମ ଜିଲ୍ଲାକୁ ସମ୍ପ୍ରସାରଣ କରିବାକୁ ଅନୁମୋଦନ କରିଛନ୍ତ। "ମୋ ବସ୍" ଚଳାଚଳ କରୁଥିବା ୯ ସହର ହେଉଛି ସମ୍ବଲପୁର, ଝାରସୁଗୁଡା, ବ୍ରଜରାଜନଗର, ବେଲପାହାଡ଼, ବ୍ରହ୍ମପୁର, ଗୋପାଳପୁର, ଛତ୍ରପୁର, ହିଞ୍ଜିଳିକାଟୁ ଏବଂ ଦିଗପହଣ୍ଡି। "ମୋ ବସ୍" ସେବାର ଏହି ସମ୍ପ୍ରସାରଣ ଜିଲ୍ଲାର ପ୍ରାୟ ୧୧ ଲକ୍ଷ ୬୧ ହଜାର ସହରାଞ୍ଚଳ ଜନସାଧାରଣଙ୍କୁ ସାଧାରଣ ପରିବହନ ସେବା ଯୋଗାଇବାରେ ସାହାଯ୍ୟ କରିବ।

"ମୋ ବସ୍" ସେବା (Mo Bus Service) ଯାହାକି ୨୦୧୮, ନଭେମ୍ବର ୬ ତାରିଖରେ କ୍ୟାପିଟାଲ୍ ରିଜିଅନ୍ ଅର୍ବାନ ଟ୍ରାନ୍ସପୋର୍ଟ (Capital Region Urban Transport) କ୍ରୁଟ୍ (CRUT) ଅଧୀନରେ ରାଜଧାନୀ ଅଞ୍ଚଳରେ ଆରମ୍ଭ ହୋଇଥିଲା। ପ୍ରାୟ ୩୯୦ ବସ୍ ସହିତ ଦୈନିକ ୨.୩ ଲକ୍ଷ ଯାତ୍ରା ସହିତ ଖୋର୍ଦ୍ଧା (Khordha), କଟକ (Cuttack) ଏବଂ ପୁରୀ (Puri) ଜିଲ୍ଲାରେ ସର୍ବାପ୍ରଥମେ ସେବା ଯୋଗାଇବା ଆରମ୍ଭ କରିଥିଲା। ଏବେ "ମୋ ବସ୍" ସେବାକୁ ସମ୍ବଲପୁର (Sambalpur), ଝାରସୁଗୁଡା (Jharsuguda) ଏବଂ ଗଞ୍ଜାମ (Ganjam) ଜିଲ୍ଲାକୁ ସମ୍ପ୍ରସାରଣ କରାଯାଇଛନ୍ତ। ବର୍ତ୍ତମାନ ଏହି ୩ ଜିଲ୍ଲାର ୯ ସହର ସମ୍ବଲପୁର, ଝାରସୁଗୁଡା, ବ୍ରଜରାଜନଗର (Brajarajnagar), ବେଲପାହାଡ଼ (Belpahar), ବ୍ରହ୍ମପୁର (Berhampur), ଗୋପାଳପୁର (Gopalpur), ଛତ୍ରପୁର (Chhatrapur), ହିଞ୍ଜିଳିକାଟୁ (Hinjilicut) ଏବଂ ଦିଗପହଣ୍ଡି (Digapahandi) ଠାରେ ସେବା ଯୋଗାଇବ ମୋ ବସ୍ (Mo Bus Service Extension)।

ଗତ ସାଢେ ୪ ବର୍ଷ ମଧ୍ୟରେ ରାଜ୍ୟରେ "ମୋ ବସ୍" ସେବା ନାଗରିକଙ୍କ ଦୈନନ୍ଦିନ ଯାତାୟାତକୁ ବହୁ ମାତ୍ରାରେ ହ୍ରାସ କରିଛି। ଅନେକ ଲୋକଙ୍କ ପାଇଁ ଏହା ପରିବହନର ସବୁଠାରୁ ପସନ୍ଦୀୟ ପଦ୍ଧତି ହୋଇପାରିଛି। ଭୁବନେଶ୍ୱର ସହରାଞ୍ଚଳ ପରିବହନ କ୍ଷେତ୍ର (Bhubaneswar Urban Transport Area), କଟକ ସହରାଞ୍ଚଳ ପରିବହନ କ୍ଷେତ୍ର (Cuttack Urban Transport Area), ପୁରୀ ସହରୀ ପରିବହନ କ୍ଷେତ୍ରରେ (Puri Urban Transport Area) ସିଟି ବସ୍ ସେବା ଯୋଗାଇବା ପାଇଁ କ୍ରୁଟ କ୍ଷେତ୍ର ଭିତ୍ତିକ ଅନୁମତି ପାଇଥିଲା।

ଓଡ଼ିଶାର ରାଜଧାନୀ ଅଞ୍ଚଳର ଲୋକଙ୍କ ପାଇଁ ମୋବିଲିଟି ଲାଇଫ୍ ହେବା ପରେ, ଅତ୍ୟଧିକ ପ୍ରେମ ଏବଂ ଜନସାଧାରଣଙ୍କ ସମର୍ଥନକୁ ଦୃଷ୍ଟିରେ ରଖି ମୋ ବସ୍ ସେବାକୁ ୨୦୨୨ ହକି ବିଶ୍ୱକପ ସମୟରେ (Hockey World Cup 2022) ସୁନ୍ଦରଗଡ ଜିଲ୍ଲାର (Sundergarh) ରାଉରକେଲା-ବୀରମିତ୍ରପୁର-ରାଜଗାଙ୍ଗପୁର ମାଷ୍ଟରପ୍ଲାନ ଅଞ୍ଚଳରେ (Rourkela-Biramitrapur-Rajgangpur Master Plan Area) ବୃଦ୍ଧି କରାଯାଇଥିଲା। ଗତ ବର୍ଷ ଜାନୁଆରୀରେ ଆୟୋଜିତ ହୋଇଥିବା ହକି ସମୟରେ ୧୦୦ ବସ୍ ପ୍ରାୟ ୨୭ ହଜାର ଥର ଯାତ୍ରା କରିଥିଲା। 

ଜନସାଧାରଣ ପରିବହନ ବ୍ୟବସ୍ଥାକୁ (Public Transportation In Odisha) ବୃଦ୍ଧି କରିବା ଏବଂ ଏହାର ନାଗରିକଙ୍କ ବିକାଶମୂଳକ ଆବଶ୍ୟକତାକୁ ପୂରଣ କରିବା ପାଇଁ ଓଡ଼ିଶା ସରକାର ପ୍ରତିଶୃତିବଦ୍ଧ। ଏହି ଲକ୍ଷ୍ୟ ହାସଲ କରିବା ଦିଗରେ ସମ୍ବଲପୁର ଝାରସୁଗୁଡା ଏବଂ ଗଞ୍ଜାମ ଜିଲ୍ଲାକୁ ମୋ ବସ୍ ସେବାର ସମ୍ପ୍ରସାରଣ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ସରକାର ଅନୁଭବ କରୁଛନ୍ତି ଯେ ଏହି ସମ୍ପ୍ରସାରଣ କେବଳ ସ୍ଥାନୀୟ ବାସିନ୍ଦାଙ୍କ ଜୀବନଶୈଳୀରେ ଉନ୍ନତି ଆଣିବ ନାହିଁ ବରଂ ଏହି ଅଞ୍ଚଳର ସାମଗ୍ରିକ ବିକାଶ ତଥା ପ୍ରଗତିରେ ମଧ୍ୟ ସହାୟକ ହେବ।