Andhra Pradesh politics:ଆନ୍ଧ୍ରରେ ବିଜେପିର କମା-କାପୁ ବାଜି କାମ କରିବ କି ?
Advertisement
Article Detail0/zeeodisha/odisha2158190

Andhra Pradesh politics:ଆନ୍ଧ୍ରରେ ବିଜେପିର କମା-କାପୁ ବାଜି କାମ କରିବ କି ?

କ୍ଷମତାର ହ୍ୟାଟ୍ରିକ୍ ହାସଲ କରିବାକୁ ବିଜେପି ସବୁ ଉଦ୍ୟମ କରୁଛି । ଗତଥର ଆନ୍ଧ୍ରପ୍ରଦେଶରେ ବିଜେପି ନିଜର ଖାତା ଖୋଲିପାରିନଥିଲେ ମଧ୍ୟ ଏଥର ପଦ୍ମ ଫୁଟିବ ବୋଲି ଆଶା କରୁଛି । ଆଶାର କାରଣ ହେଉଛି ଚନ୍ଦ୍ରବାବୁ ନାଇଡୁଙ୍କ ଟିଡିପି ଏବଂ ପୱନ କଲ୍ୟାଣଙ୍କ ଜନସେନାଙ୍କ ସହ ବିଜେପିର ମେଣ୍ଟ । 

SOCIAL MEDIA

Andhra Pradesh politics: କ୍ଷମତାର ହ୍ୟାଟ୍ରିକ୍ ହାସଲ କରିବାକୁ ବିଜେପି ସବୁ ଉଦ୍ୟମ କରୁଛି । ଗତଥର ଆନ୍ଧ୍ରପ୍ରଦେଶରେ ବିଜେପି ନିଜର ଖାତା ଖୋଲିପାରିନଥିଲେ ମଧ୍ୟ ଏଥର ପଦ୍ମ ଫୁଟିବ ବୋଲି ଆଶା କରୁଛି । ଆଶାର କାରଣ ହେଉଛି ଚନ୍ଦ୍ରବାବୁ ନାଇଡୁଙ୍କ ଟିଡିପି ଏବଂ ପୱନ କଲ୍ୟାଣଙ୍କ ଜନସେନାଙ୍କ ସହ ବିଜେପିର ମେଣ୍ଟ । ତିନି ଦଳ ମଧ୍ୟରେ ଲୋକସଭା ଓ  ବିଧାନସଭା ଆସନ ଭାଗବଣ୍ଚାର ସୂତ୍ର ସ୍ଥିର ହୋଇ ସାରିଛି । ତେବେ ଦେଖିବାର କଥା ହେଲା  ନାଇଡୁ ଏବଂ କଲ୍ୟାଣଙ୍କ ଭୋଟ୍ ବ୍ୟାଙ୍କ ମଧ୍ୟରେ ବିଜେପି କେମିତି  ରାଜନୈତିକ ସମନ୍ୱୟ ପ୍ରତିଷ୍ଠା କରିପାରୁଛି । କାରଣ ଏହି ଦୁଇ ନେତା ଯେଉଁ ଦୁଇ ଜାତିର ପ୍ରତିନିଧିତ୍ୱ କରନ୍ତି ସେମାନଙ୍କ ମଧ୍ଯରେ ଅହି-ନକୁଳ ସମ୍ପର୍କ ରହିଛି ।

ଜାତିରେ ସୀମିତ ଆନ୍ଧ୍ରପ୍ରଦେଶ ରାଜନୀତି

ଉତ୍ତରପ୍ରଦେଶ ଏବଂ ବିହାର ପରି ଆନ୍ଧ୍ରପ୍ରଦେଶର ରାଜନୀତି ଜାତି ଉପରେ ଆଧାରିତ। ରେଡ୍ଡି, କମା ଏବଂ କାପୁ ଏହି ତିନି ଜାତିଙ୍କୁ ଆନ୍ଧ୍ରର ରାଜନୈତିକ ପ୍ରତିପତ୍ତଶାଳୀ ଜାତି ଭାବେ ଗଣାଯାଏ । ଏହି ତିନି ଜାତି କ୍ଷମତାରେ ଆଉ କାହାକୁ ଭାଗ ଦେବାକୁ ଚାହନ୍ତି ନାହିଁ । ଏହି ତିନି ଜାତିଙ୍କ ବ୍ୟତୀତ, ଦଳିତ ଏବଂ ଓବିସି ସମ୍ପ୍ରଦାୟ ଆନ୍ଧ୍ରପ୍ରଦେଶରେ ଥିଲେ ମଧ୍ୟ  ସେମାନେ ନିର୍ବାଚନରେ କେବଳ ଫିଲର୍ ଭାବରେ କାର୍ଯ୍ୟ କରନ୍ତି । ମୁଖ୍ୟମନ୍ତ୍ରୀ ଜଗନ୍ ରେଡ୍ଡୀଙ୍କ ରାଜନୀତି ତାଙ୍କ ନିଜ ଜାତି ଚାରି ପଟେ ଘୁରିବୁଲେ । ସେହିଭଳି  ଚନ୍ଦ୍ରବାବୁ ନାଇଡୁଙ୍କ ରାଜନୀତି କାମା ସମ୍ପ୍ରଦାୟକୁ ନେଇ । ପବନ କଲ୍ୟାଣ କାପୁ ସମ୍ପ୍ରଦାୟରୁ ଆସନ୍ତି । ସେ ନିଜ ଜାତିର  ସହାୟତାରେ ଆନ୍ଧ୍ରପ୍ରଦେଶରେ ନିଜର ରାଜନୈତିକ ଭବିଷ୍ୟତ ଖୋଜୁଛନ୍ତି ।  ଜଗନ୍ ରେଡ୍ଡୀଙ୍କ ବିରୋଧରେ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ବିଜେପି ଉଭୟ କମା ଏବଂ କାପୁ ସମ୍ପ୍ରଦାୟ ଭିତ୍ତିକ ଦଳ ସହ ଏକ ମେଣ୍ଟ ଗଠନ କରିଛି, କିନ୍ତୁ ଏହି ଦୁଇ ଜାତିଙ୍କ ମଧ୍ୟରେ ସମ୍ପର୍କ ଭଲ ହୋଇନାହିଁ।

ଜଗନ୍ ମୋହନ ରେଡ୍ଡୀଙ୍କ ଭୋଟ୍ ବ୍ୟାଙ୍କ୍

YSR କଂଗ୍ରେସ ମୁଖ୍ୟ ତଥା ସିଏମ୍ ଜଗନ୍ ମୋହନ ରେଡ୍ଡୀଙ୍କ ଭୋଟବ୍ୟାଙ୍କ ହେଉଛି ରେଡି ଜାତି । ଏକଦା ଏହି ଜାତି କଂଗ୍ରେସର ଭୋଟ୍ ବ୍ୟାଙ୍କ ଥିଲା । ଏହି ଜାତିକୁ ଆନ୍ଧ୍ରପ୍ରଦେଶର ଶକ୍ତିଶାଳୀ ଜାତି ବୋଲି ଗଣନା କରାଯାଏ । କାରଣ କ୍ଷମତା ଉପରେ ଏମାନଙ୍କର ଅଧିକାର ବହୁ ଆଗରୁ ରହି ଆସିଛି । ସାମାଜିକ, ରାଜନୈତିକ ଏବଂ ଅର୍ଥନୈତିକ  ସବୁ କ୍ଷେତ୍ରରେ ରେଡ୍ଡି ଜାତିର ପ୍ରାଧାନ୍ୟ ରହିଛି ।  ରେଡ୍ଡୀ ସମ୍ପ୍ରଦାୟର ସହାୟତାରେ ଆନ୍ଧ୍ରପ୍ରଦେଶରେ କଂଗ୍ରେସ ରାଜନୀତି କରୁଛି, କିନ୍ତୁ ବର୍ତ୍ତମାନ ସେମାନେ ଜଗନ୍ ମୋହନଙ୍କ ସହ ଅଛନ୍ତି। ଆନ୍ଧ୍ରପ୍ରଦେଶରେ ରେଡ୍ଡୀ ସମ୍ପ୍ରଦାୟ କମା ଏବଂ କାପୁ ଜାତିଙ୍କ ଆଗରେ ସଂଖ୍ୟାରେ କମ କିନ୍ତୁ ଜଗନ  ରେଡ୍ଡୀ ଓବିସି, ଦଳିତ ଏବଂ ଆଦିବାସୀ ଭୋଟରଙ୍କୁ ନିଜ ପଟକୁ ଆଣି କମା ଓ କାପୁ ଭୋଟ ଅଭାବ ଦୁର କରିଛନ୍ତି ।

ଜଗନ୍ ରେଡ୍ଡୀଙ୍କ ଅସୁବିଧା କରିପାରେ  ମେଣ୍ଟ

ଆନ୍ଧ୍ରପ୍ରଦେଶରେ ଜଗନ୍ ରେଡ୍ଡୀଙ୍କ ରାଜନୈତିକ ସମୀକରଣର ମୁକାବିଲା ପାଇଁ ବିଜେପି ଚନ୍ଦ୍ରବାବୁ ନାଇଡୁଙ୍କ ଟିଡିପି ଏବଂ ପୱନ କଲ୍ୟାଣଙ୍କ ଜନସେନା ପାର୍ଟି ସହ  ମେଣ୍ଟ କରିଛି।, ଚନ୍ଦ୍ରବାବୁ ନାଇଡୁ କାମମା ସମ୍ପ୍ରଦାୟରୁ ଏବଂ ପୱନ କଲ୍ୟାଣ କାପୁ ସମ୍ପ୍ରଦାୟରୁ ଆସନ୍ତି । କମା ଜାତିର ଜନସଂଖ୍ୟା ପ୍ରାୟ ୨୫ ପ୍ରତିଶତ ହୋଇଥିବାବେଳେ କାପୁ ସମ୍ପ୍ରଦାୟର ୧୫ ପ୍ରତିଶତ ଭୋଟ୍ ରହିଛି। ଆନ୍ଧ୍ରପ୍ରଦେଶର ରେଡ୍ଡୀ ସମ୍ପ୍ରଦାୟର ସଂଖ୍ୟା ଜନସଂଖ୍ୟାର ୧୨ ରୁ ୧୪ ପ୍ରତିଶତ ମଧ୍ୟରେ । ତେବେ  କାପୁ ଏବଂ କମା ସମ୍ପ୍ରଦାୟ ମଧ୍ୟରେ ଥିବା ଅହିନକୁଳ ସମ୍ପର୍କର ଫାଇଦା ଜଗନ ଉଠାଉଛନ୍ତି । ଦୁଇ ନେତା ଉପରସ୍ତରରେ ମେଣ୍ଟ କରିଛନ୍ତି ସତ କିନ୍ତୁ ତୃଣମୂଳ ସ୍ତରରେ ଯଦି ଦୁଇ ସମ୍ପ୍ରଦାୟ ପରସ୍ପର ପ୍ରାର୍ଥୀଙ୍କୁ ଭୋଟ୍ ଟ୍ରାନସଫର କରି ନପାରନ୍ତି ତେବେ ମେଣ୍ଟର କୌଣସି ଫାଇଦା ମିଳିବ ନାହିଁ । କିନ୍ତୁ ଯଦି ବିଜେପି ଉଭୟ ଜାତିକୁ ଏକାଠି କରିବାରେ ସଫଳ ହୁଏ, ତେବେ ଜଗନ୍ ରେଡ୍ଡୀଙ୍କ ପାଇଁ ସମସ୍ୟା ଉପୁଜିପାରେ।

 

ବିଜେପି ଏବଂ ନାଇଡୁ ମଧ୍ୟରେ ସମ୍ପର୍କ

ଦୀର୍ଘ ଦିନ ଧରି ଚନ୍ଦ୍ରବାବୁ ନାଇଡୁଙ୍କ ସହଯୋଗରେ ଆନ୍ଧ୍ରପ୍ରଦେଶରେ ବିଜେପି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଛି, ଯେଉଁଥିପାଇଁ ପରସ୍ପରକୁ ଭୋଟ୍ ସ୍ଥାନାନ୍ତର ହୋଇ ପାରୁଛି। ଚନ୍ଦ୍ରବାବୁ ନାଇଡୁଙ୍କ କମା ସମ୍ପ୍ରଦାୟର ଭୋଟର ସବର୍ଣ୍ଣ ଜାତିର ଅଟନ୍ତି ଏବଂ ବିଜେପିର ହିନ୍ଦୁତ୍ୱ ରାଜନୀତି ସେମାନଙ୍କପ ମଧ୍ୟ ପସନ୍ଦ। ସେଥିପାଇଁ ଯେତେବେଳେ ବିଜେପି ଏବଂ ଟିଡିପି ୨୦୧୯ ନିର୍ବାଚନରେ ପୃଥକ ଭାବରେ ପ୍ରତିଦ୍ୱନ୍ଦ୍ୱିତା କଲେ ଉଭୟଙ୍କୁ ବିପରିତ ରାଜନୈତିକ ପରିଣାମ ଭୋଗିବାକୁ ପଡିଲା।

କାମା ଭୋଟ୍ ବ୍ୟାଙ୍କର ରାଜନୈତିକ ଶକ୍ତି

ଆନ୍ଧ୍ରପ୍ରଦେଶର ରେଡ୍ଡୀ ସମ୍ପ୍ରଦାୟ ପରି କମା ସମ୍ପ୍ରଦାୟକୁ ସମୃଦ୍ଧ ଏବଂ ପ୍ରଭାବଶାଳୀ ବୋଲି ବିବେଚନା କରାଯାଏ  । ରାଜ୍ୟରେ ସର୍ବାଧିକ ସଂଖ୍ୟକ ଲୋକ କମା ସମ୍ପ୍ରଦାୟର ।  ନାଇଡୁ ଏହି ସମ୍ପ୍ରଦାୟରୁ ଆସନ୍ତି । ତେଲୁଗୁ ଚଳଚ୍ଚିତ୍ରରୁ ରାଜନୀତିରେ ଆସିଥିବା ଏନଟି ରାମା ରାଓ କାମା ସମ୍ପ୍ରଦାୟକୁ ରେଡ୍ଡୀ ସମ୍ପ୍ରଦାୟ ବିରୁଦ୍ଧରେ ଏକତ୍ର କରି ସେମାନଙ୍କ ମଧ୍ୟରେ ରାଜନୈତିକ କ୍ଷୁଧା ଜାଗ୍ରତ କରାଇଥିଲେ । ରେଡ୍ଡୀ ସମ୍ପ୍ରଦାୟର ପ୍ରଭାବକୁ ଦୃଷ୍ଟିରେ ରଖି କାପୁ ସମ୍ପ୍ରଦାୟ ମଧ୍ୟ କମା ସମ୍ପ୍ରଦାୟକୁ ସମର୍ଥନ କରିଥିଲେ । କିନ୍ତୁ ପରେ କାପୁ ଜାତିର ଭୋଟର ରେଡ୍ଡି ସମ୍ପ୍ରଦାୟକୁ ସମର୍ଥନ କରିଥିଲା । ଆନ୍ଧ୍ରପ୍ରଦେଶର ରାଜନୀତି ରେଡ୍ଡୀ ଏବଂ କମା ସମ୍ପ୍ରଦାୟର ଚାରିପଟେ ଘୁରିବୁଲେ ।

ଆନ୍ଧ୍ରର ଜାତି ସମୀକରଣ

୨୦୧୧ ଜନଗଣନା ଅନୁଯାୟୀ ଆନ୍ଧ୍ରପ୍ରଦେଶର ଜନସଂଖ୍ୟା ପାଞ୍ଚ କୋଟି, ସେଥିମଧ୍ୟରୁ ୯୦ ପ୍ରତିଶତ ହିନ୍ଦୁ ଏବଂ ୧୦ ପ୍ରତିଶତ ସଂଖ୍ୟାଲଘୁ ସମ୍ପ୍ରଦାୟ। ମୁସଲମାନମାନେ ଆଠ ପ୍ରତିଶତ, ଖ୍ରୀଷ୍ଟିଆନମାନେ ଦେଢ ପ୍ରତିଶତ ।  ଆନ୍ଧ୍ରପ୍ରଦେଶରେ ୧୭ ପ୍ରତିଶତ ଦଲିତ ଜନସଂଖ୍ୟା ଥିବାବେଳେ  ଚାରି ପ୍ରତିଶତ ଆଦିବାସୀ ଅଟନ୍ତି । ଏଥି ସହିତ, ପ୍ରାୟ ୩୫ ପ୍ରତିଶତ ପଛୁଆ ବର୍ଗ ଜାତି ଅଛନ୍ତି ଯେଉଁମାନଙ୍କ ମଧ୍ୟରେ  ୧୪୦ ଜାତିର ଭୋଟର ଅଛନ୍ତି । ଏହା ବ୍ୟତୀତ କାପୁ ଜାତି ମଧ୍ୟ ଓବିସି ଅଧୀନରେ ଆସିଥାଏ, ଯାହାର ସଂଖ୍ୟା ପ୍ରାୟ ୧୫ ପ୍ରତିଶତ ।  ରେଡ୍ଡୀ ସମ୍ପ୍ରଦାୟ ୧୨ ପ୍ରତିଶତ ଏବଂ କମା ୨୫ ପ୍ରତିଶତ ରହିଛନ୍ତି ।  ମୁସଲମାନ, ରେଡ୍ଡୀ, ଦଲିତ ଏବଂ କାପୁ ଜାତିଙ୍କୁ ଏକତ୍ର କରି କଂଗ୍ରେସ ଭୋଟ୍ ରାଜନୀତି ଜାରି ରଖିଛି, ଯାହା ବର୍ତ୍ତମାନ ଜଗନ୍ ରେଡ୍ଡୀଙ୍କ ଭୋଟ୍ ବ୍ୟାଙ୍କରେ ପରିଣତ ହୋଇଛି। ରେଡ୍ଡି ଜାତି ସହିତ କପୁ ଜାତି ନାହିଁ ।  ନାଇଡୁ କମା ଏବଂ ଅନ୍ୟାନ୍ୟ ଜାତିଙ୍କୁ ମିଶାଇ କ୍ଷମତାର ସ୍ୱାଦ ଚାଖିଛନ୍ତି ଓ ଏବେ ପୁଣି କ୍ଷମତାକୁ ଆସିବାକୁ ଚାହୁଁଛନ୍ତି । ଆଉ ବିଜେପି ମଧ୍ୟ ଏହା ଭିତରେ ନିଜ ରାଜନୈତିକ ରୁଟି ସେକିବାକୁ ଚାହୁଁଛି । ତେବେ ସବୁ କିଛି ନିର୍ଭର କରୁଛି କମା ଓ କପୁ ସମ୍ପ୍ରଦାୟର ଭୋଟର କେମିତି ପରସ୍ପରକୁ ଟ୍ରାନ୍ସଫର ହେଉଛି ।