Odisha Crime: ସ୍ତ୍ରୀକୁ ସବୁଦିନ ପାଇଁ ରାସ୍ତାରୁ ହଟାଇବା ପାଇଁ ସୁପାରୀ ଦେଇଥିଲା ସ୍ୱାମୀ
Advertisement
Article Detail0/zeeodisha/odisha1885259

Odisha Crime: ସ୍ତ୍ରୀକୁ ସବୁଦିନ ପାଇଁ ରାସ୍ତାରୁ ହଟାଇବା ପାଇଁ ସୁପାରୀ ଦେଇଥିଲା ସ୍ୱାମୀ

Odisha Crime: ସୁନୀତା ଘଣା(Sunita Ghana) ହତ୍ୟା ଘଟଣାରେ ସ୍ବାମୀ ସୁରେଶ ପରିଡାକୁ ନେଇ ଘଟଣାସ୍ଥଳରେ ସିନ୍ ରିକ୍ରିୟେସନ୍ କଲା ସଦର ଥାନା ପୋଲିସ୍ । ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ତିକ୍ତତା ବଢିବାରୁ ସ୍ତ୍ରୀ ସୁନୀତା ଘଣାକୁ ରାସ୍ତାରୁ ହଟାଇବାକୁ ଚିନ୍ତା କରିଥିଲା ସୁରେଶ । ସ୍ତ୍ରୀକୁ ହତ୍ୟା କରିବାପାଇଁ ସେ କିଛି ଲୋକଙ୍କୁ ସୁପାରୀ ଦେଇଥିବା ସୂଚନା ମିଳିଛି ।

Odisha Crime: ସ୍ତ୍ରୀକୁ ସବୁଦିନ ପାଇଁ ରାସ୍ତାରୁ ହଟାଇବା ପାଇଁ ସୁପାରୀ ଦେଇଥିଲା ସ୍ୱାମୀ

Odisha Crime: ସୁନୀତା ଘଣା(Sunita Ghana) ହତ୍ୟା ଘଟଣାରେ ସ୍ବାମୀ ସୁରେଶ ପରିଡାକୁ ନେଇ ଘଟଣାସ୍ଥଳରେ ସିନ୍ ରିକ୍ରିୟେସନ୍ କଲା ସଦର ଥାନା ପୋଲିସ୍ । ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ତିକ୍ତତା ବଢିବାରୁ ସ୍ତ୍ରୀ ସୁନୀତା ଘଣାକୁ ରାସ୍ତାରୁ ହଟାଇବାକୁ ଚିନ୍ତା କରିଥିଲା ସୁରେଶ । ସ୍ତ୍ରୀକୁ ହତ୍ୟା କରିବାପାଇଁ ସେ କିଛି ଲୋକଙ୍କୁ ସୁପାରୀ ଦେଇଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ, ଗତ ୩ତାରିଖ ଦିନ କେନ୍ଦୁଝର ସହର କାଶୀପୁର ଭଡାଘରୁ ସ୍ତ୍ରୀ ସୁନୀତାକୁ ଖଣ୍ଡାଧାର ବୁଲିବାକୁ କହି ସାଙ୍ଗରେ ନେଇଥିଲା ସୁରେଶ ।

ଖଣ୍ଡାଧାର ଜଳପ୍ରପାତରେ(Khandadhar Water Fall) କିଛି ସମୟ ବୁଲାବୁଲି କରି ଫେରିବା ବେଳେ କେନ୍ଦୁଝର ରାସ୍ତାରେ ନଯାଇ ବସନ୍ତପୁର ରାସ୍ତାର ଅଣ୍ଡିଆମରା ସାହି ରାସ୍ତାକଡ ନଦୀ ପାଖରେ ଝାଡା ଯିବାକୁ କହି ମୁଖ୍ୟରାସ୍ତା ପାଖ ମଲଦା ନଦୀକୂଳରେ ପହଞ୍ଚିଥିଲା । ସେଠାରେ ପୂର୍ବରୁ ଛକି ରହିଥିବା ୨ରୁ ୩ଜଣ ଲୋକ ସୁନୀତାକୁ ମାଡିବସି ବେକରେ ରସି ଲଗାଇ ମାରି ଦେଇଥିଲେ । ଏହାପରେ ସେମାନେ ସୁନୀତାକୁ ନଦୀରେ ଫିଙ୍ଗି ଦେଇଥିଲେ । ଏଥିପାଇଁ ସୁରେଶ ସୁପାରୀ କିଲରଙ୍କୁ ୩ଲକ୍ଷ ଟଙ୍କାର ସୁପାରୀ ଦେଇଥିବା ସୂଚନା ମିଳିଛି । ଏଥିରୁ ସେ କିଛି ଟଙ୍କା ସେମାନଙ୍କୁ ସେ ଅଗ୍ରୀମ ମଧ୍ୟ ଦେଇଥିଲା । ସୁନ୍ଦରଗଡ ଜିଲ୍ଲା କୋଇଡା ଥାନା ସାରକୁଣ୍ଡା ଗାଁର ସୁନୀତା ଘଣାଙ୍କୁ ବାରିଆ ଥାନା ପୋଡାସିମିଳା ଗାଁର ସୁରେଶ ପରିଡା ୫ବର୍ଷ ତଳେ ପ୍ରେମ ବିବାହ କରିଥିଲା ।

 ଏହା ପୂର୍ବରୁ ସେ ଅନ୍ୟ ଜଣେ ମହିଳାଙ୍କୁ ବିବାହ କରିଥିଲା । ପ୍ରଥମ ସ୍ତ୍ରୀଙ୍କଠାରୁ ତାର ଗୋଟିଏ ପୁଅ ଓ ଝିଅ ମଧ୍ୟ ଅଛି । ସୁନୀତାଙ୍କ ବିବାହ ପରେ ସୁରେଶ ଓ ସୁନୀତାଙ୍କ ମଧ୍ୟରେ ଅନେକ ସମୟରେ କଳହ ଲାଗି ରହୁଥିଲା । ଫଳରେ, ସେ ସୁନୀତାଙ୍କ ରାସ୍ତାରୁ ହଟାଇବାକୁ କିଛି ଲୋକଙ୍କୁ ସୁପାରୀ ଦେଇଥିଲା । ଗତ ୨୦ତାରିଖରେ ମଲଦା ନଦୀରୁ ସୁନୀତାଙ୍କର ଶବ ମିଳିବା ପରେ ତାଙ୍କ ଭାଇ ଓ ମା ଆସି ଶବ ଚିହ୍ନଟ କରିଥିଲେ । ଏହାପରେ, ସେମାନେ ତାଙ୍କ ଝିଅକୁ ସୁରେଶ ପରିଡା ହତ୍ୟା କରିଥିବା ଅଭିଯୋଗ କରି ଟାଉନ୍ ଥାନାରେ ଏତଲା ଦେଇଥିଲେ । ଏହାପରେ ସୁରେଶକୁ ପଚରା ଉଚୁରା କରିବା ପରେ ସୁରେଶ ସମସ୍ତ ବିଷୟ ପୋଲିସ୍ ସମ୍ମୁଖରେ ମାନିଥିଲା । ଏହାପରେ ପୋଲିସ୍ ୨ରୁ ୩ଜଣଙ୍କୁ ଅଟକ ରଖି ପଚରା ଉଚରୁ କରୁଥିବା କହିଛନ୍ତି ସଦର ଏସଡିପିଓ ।

Also Read: Parineeti-Raghav Wedding: ହାତୀ, ଘୋଡ଼ା କି କାର୍ ନୁହେଁ, ଏଥିରେ ବରଯାତ୍ରୀ ନେଇ ଆସିବେ ରାଘବ ଚଢା

Zee Odisha News ଏବେ ହ୍ବାଟସ୍‌ ଆପ୍‌ ଚ୍ୟାନେଲ୍‌ ରେ...ଫଲୋ କରିବା ପାଇଁ ତୁରନ୍ତ ଏହି ଲିଙ୍କ୍‌ରେ କ୍ଲିକ୍‌ କରନ୍ତୁ...