ବ୍ରଜରାଜନଗର ଉପନିର୍ବାଚନ ଦାୟିତ୍ୱରେ ଥିବା ଆଉ ଜଣେ କର୍ମଚାରୀଙ୍କ ମୃତ୍ୟୁ
Advertisement
Article Detail0/zeeodisha/odisha1203835

ବ୍ରଜରାଜନଗର ଉପନିର୍ବାଚନ ଦାୟିତ୍ୱରେ ଥିବା ଆଉ ଜଣେ କର୍ମଚାରୀଙ୍କ ମୃତ୍ୟୁ

ଲଖନପୁର ବ୍ଲକରେ ୨୩୮ ନମ୍ବର ବୁଥ ଠାରେ କାର୍ଯ୍ଯରତ ହୋମଗାର୍ଡ ତ୍ରିଲୋଚନ ମହାନ୍ତିଙ୍କ ମୃତ୍ୟୁ ହୋଇଥିବାର ଖବର ମିଳିଛି।

ବ୍ରଜରାଜନଗର ଉପନିର୍ବାଚନ ଦାୟିତ୍ୱରେ ଥିବା ଆଉ ଜଣେ କର୍ମଚାରୀଙ୍କ ମୃତ୍ୟୁ

ଝାରସୁଗୁଡା: ଜିଲ୍ଲାର ବ୍ରଜରାଜନଗର ବିଧାନସଭା ଆସନରେ ଅନୁଷ୍ଠିତ ହୋଇଥିବା ଉପନିର୍ବାଚନ ଦାୟିତ୍ୱରେ ଥିବା ଆଉ ଜଣେ କର୍ମଚାରୀଙ୍କ ଚାଲିଗଲା ଜୀବନ। ଝାରସୁଗୁଡ଼ା ବିଟିଏମ୍ କଲୋନୀ ଅଞ୍ଚଳର ଜଣାଶୁଣା ହୋମଗାର୍ଡ ତ୍ରିଲୋଚନ ମହାନ୍ତିଙ୍କ ଆକସ୍ମିକ ଦେହାନ୍ତ ହୋଇଯାଇଛି। ଏହି ଉପନିର୍ବାଚନ ଦାୟିତ୍ଵରେ ଥିବା କର୍ମଚାରୀଙ୍କ ଏହା ହେଉଛି ଦ୍ଵିତୀୟ ମୃତ୍ୟୁ। ଲଖନପୁର ବ୍ଲକରେ ୨୩୮ ନମ୍ବର ବୁଥ ଠାରେ କାର୍ଯ୍ଯରତ ହୋମଗାର୍ଡ ତ୍ରିଲୋଚନ ମହାନ୍ତିଙ୍କ ମୃତ୍ୟୁ ହୋଇଥିବାର ଖବର ମିଳିଛି। 

ଗତକାଲି କାର୍ଯ୍ୟରେ ଥିବା ସମୟରେ କୌଣସି କାରଣରୁ ତ୍ରିଲୋଚନ ଅସୁସ୍ଥ ହୋଇ ପଡିବା ପରେ ତାଙ୍କୁ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧିନ ସମୟରେ ସ୍ଵାସ୍ଥ୍ୟବସ୍ଥାରେ ଅବନତି ହେବାରୁ ତାଙ୍କୁ ବୁର୍ଲା ମେଡିକାଲ ସ୍ଥାନାନ୍ତରିତ କରାଯାଉଥିଲା। ମେଡିକାଲ ନେବା ରାସ୍ତାରେ ତାଙ୍କର ପ୍ରାଣବାୟୁ ଉଡିଯାଇଥିଲା। 

ସେହିପରି ଲୁଇସିଂ ପଞ୍ଚାୟତ ଅନ୍ତର୍ଗତ ଫଲସାଢ଼ିପା ଗ୍ରାମର ୧୬୯ ବୁଥ ଠାର ନିର୍ବାଚନ ଦାୟିତ୍ୱରେ ଥିବା ଦ୍ଵିତୀୟ ପ୍ରିଜାଇଡିଂ ଅଫିସରଙ୍କ ସୋମବାର ସନ୍ଧ୍ୟାରେ ହଠାତ ମୃତ୍ୟୁ ହୋଇଥିଲା। ମୃତକ ପ୍ରିଜାଇଡିଂ ଅଫିସର ଜଣକ ଦିଲୀପ କୁମାର ଖଡିଆ ବୋଲି ଜଣାପଡିଛି। ବୁଥ ଠାରେ ସାଥି କର୍ମଚାରୀଙ୍କ ସହ ରହିଥିବା ବେଳେ ଗତକାଲି ସନ୍ଧ୍ୟାରେ ସେ ହଠାତ ଅଚେତ ହେବା ପରେ ତାଙ୍କୁ ନିକଟସ୍ଥ ଚିକିତ୍ସାଳୟକୁ ନିଆଯାଇଥିଲା। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣା ପଡିନାହିଁ ବୋଲି ଝାରସୁଗୁଡା ବିଡ଼ିଓ ପ୍ରସନ୍ନ ପାଣ୍ଡେ ସୂଚନା ଦେଇଥିଲେ। ତାଙ୍କ ଘର ଟାଙ୍ଗରପାଲି ଠାରେ ହୋଇଥିବା ବେଳେ ସେ ତାଳପାଟିଆ ଠାରେ ସହଯୋଗୀ ଶିକ୍ଷକ ଭାବେ କାର୍ଯ୍ୟରତ ଥିଲେ। ସୋମବାର ସନ୍ଧ୍ୟାରେ ସେ ହଠାତ ଅଚେତ ହୋଇପଡିବା ତାଙ୍କ ସେକ୍ଟର ଅଫିସର ତାଙ୍କୁ ହସ୍ପିଟାଲ ଆଣିଥିଲେ। ଶବ ବ୍ୟବଚ୍ଛେଦ ପରେ ପ୍ରକୃତ ତଥ୍ୟ ମିଳିପାରିବ ବୋଲି ପୋଲିସ ପକ୍ଷରୁ କୁହାଯାଇଥିଲା।