Chaiti Festival: ମା’ ତାରିଣୀଙ୍କ ପୀଠରେ ଜମୁଛି ଚଇତି ପର୍ବ,ପଣା ସଂକ୍ରାନ୍ତିରେ ସୁନାବେଶରେ ଝଲସୁଛନ୍ତି ଘଟଗାଁ ରାଣୀ
Advertisement
Article Detail0/zeeodisha/odisha1652095

Chaiti Festival: ମା’ ତାରିଣୀଙ୍କ ପୀଠରେ ଜମୁଛି ଚଇତି ପର୍ବ,ପଣା ସଂକ୍ରାନ୍ତିରେ ସୁନାବେଶରେ ଝଲସୁଛନ୍ତି ଘଟଗାଁ ରାଣୀ

Keonjhar News In Odia: କରୁଣାମୟୀ ସେ ମାଆ ତାରିଣୀ (Maa Tarini)। ତାରିଣୀଙ୍କ ମହିମା ଅପାର(Maa Tarini) । ତାଙ୍କୁ ଶରଣ କଲେ ସବୁ ଦୁଃଖ ଦୂର ହୁଏ ବୋଲି ବିଶ୍ବାସ ରହିଛି । ଭକ୍ତର ମନବାଞ୍ଛା ପୂରଣ କରନ୍ତି ମାଆ (Maa) । କାହିଁ କେତେ ଦୂରରୁ ମାଆକୁ ଦେଖା କରିବାକୁ ଭକ୍ତଟିଏ ଚାଲିଆସେ ଘଟଗାଁ ପୀଠକୁ (Ghatgaon Pitha)। 

Chaiti Festival: ମା’ ତାରିଣୀଙ୍କ ପୀଠରେ ଜମୁଛି ଚଇତି ପର୍ବ,ପଣା ସଂକ୍ରାନ୍ତିରେ ସୁନାବେଶରେ ଝଲସୁଛନ୍ତି ଘଟଗାଁ ରାଣୀ

Keonjhar News In Odia: କରୁଣାମୟୀ ସେ ମାଆ ତାରିଣୀ (Maa Tarini)। ତାରିଣୀଙ୍କ ମହିମା ଅପାର(Maa Tarini) । ତାଙ୍କୁ ଶରଣ କଲେ ସବୁ ଦୁଃଖ ଦୂର ହୁଏ ବୋଲି ବିଶ୍ବାସ ରହିଛି । ଭକ୍ତର ମନବାଞ୍ଛା ପୂରଣ କରନ୍ତି ମାଆ (Maa) । କାହିଁ କେତେ ଦୂରରୁ ମାଆକୁ ଦେଖା କରିବାକୁ ଭକ୍ତଟିଏ ଚାଲିଆସେ ଘଟଗାଁ ପୀଠକୁ (Ghatgaon Pitha)। କେନ୍ଦୁଝର ଜିଲ୍ଲାର  ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମା’ ତାରିଣୀ (Maa Tarini ) । ତାରିଣୀଙ୍କ ପୀଠରେ  ଚାଲିଛି ମା’ଙ୍କ ୮୭ ତମ ଚଇତି ପର୍ବ (Chaiti Festival )। ଦୁଇ ବର୍ଷରେ ବିନା କୋଭିଡ କଟକଣାରେ ପର୍ବ ପାଳନ ହେଉଥିବାରୁ ଶ୍ରଦ୍ଧାଳୁଙ୍କ ଭିଡ ଦେଖବାକୁ ମିଳିଛି । ଏ-ହି ପର୍ବରେ ମା’ ୭ ଦିନ ଧରି ସୁନା ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥାଆନ୍ତି । ଆଜି ସୁନାବେଶରେ (Suna Besa)ଦର୍ଶନ ଦେଉଛନ୍ତି ଘଟଗାଁ ରାଣୀ (Maa Tarini)। ଆଜି ଚଇତି ପର୍ବର ଶେଷ ଦିନ(last day of Chaiti Festival)।

ବିଶ୍ୱାସ ରହିଛି ଯେ, ମା’ଙ୍କ ଏହି ସୁନାବେଶ (Suna Besa)ଦର୍ଶନ କଲେ ସମସ୍ତ ମନୋସ୍କାମନା ପୂରଣ ହୋଇଥାଏ । ଚଇତି ପର୍ବର(Chaiti Festival ) ଶେଷ ଦିନରେ ପାଳନ କରାଯାଇଥାଏ ମହାବିଷୁବ ପଣା ସଂକ୍ରାନ୍ତି(Pana Sankranti) । ଏ-ହି ପର୍ବ ପାଇଁ ଘଟଗାଁ ପୀଠଙ୍କୁ ସୁସଜ୍ଜିତ କରାଯାଇଛି । ଆଲୋକମାଳାରେ ଝଲସୁଛି ମାଙ୍କ ପୀଠ।  ଘଣ୍ଟ ଘଣ୍ଟା, ଶଙ୍ଖ, ହୁଳ ହୁଳି, ହରିବୋଲ ଓ ମନ୍ତ୍ର ଉଚ୍ଚାରଣରେ ପ୍ରକମ୍ପିତ ହୋଇଛି ମନ୍ଦିର ପରିସର ।  ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ୨ ପ୍ଲାଟୁନ ପୋଲିସ ଫୋର୍ସ, ୨୦ ଜଣ ଅଫିସର ୫୦ ଜଣ ହୋମଗାର୍ଡ ମୁତୟନ ହୋଇଛନ୍ତି । ଏଥିସହିତ ୪୦ଜଣ ପୂଜକ ମଧ୍ୟ ନିୟୋଜିତ ହୋଇଛନ୍ତି । ସକାଳ ୫ଟାରୁ ଭକ୍ତଙ୍କ ପାଇଁ ମନ୍ଦିର ଦ୍ବାର ଫିଟା ରହିଛି । ଉକ୍ତଙ୍କ ମନୋରଞ୍ଜନ ପାଇଁ ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ।

fallback

Also Read : Odia New Year: ଆଜି ମହାବିଷୁବ ସଂକ୍ରାନ୍ତି ଓ ଓଡ଼ିଆ ନବବର୍ଷ, ଜାଣନ୍ତୁ କ’ଣ ରହିଛି ଆଜିର ଦିନର ବିଶେଷତ୍ୱ

Also Read : Maa Lakshmi Upay: ଶୁକ୍ରବାର ଦିନ ରାତିରେ କରନ୍ତୁ ଏହିସବୁ ବିଶେଷ ଉପାୟ, ଧନ ବର୍ଷା ସହ ଦୂର ହେବ ଆର୍ଥିକ ସମସ୍ୟା!

ଚଇତି ପର୍ବ:
ଚଇତି ପର୍ବ ଘଟଗାଁ ତାରିଣୀ ବେଢ଼ାରେ ପ୍ରତିବର୍ଷ ପାଳିତ ହୋଇଥାଏ । ଏହି ସମୟରେ ମାଜଣା, ଷୋଡ଼ଷ ଉପଚାର, ମଙ୍ଗଳ ଆଳତି ଓ ବଡ଼ସଂହାର ପରେ ତାରିଣୀଙ୍କ ସୁନାବେଶ ହୋଇଥାଏ । ଭୋର ୫ରୁ ୬ ଘଟିକା ଯାଏ ଚଇତି ପହଡ଼ ଖୋଲିଥାଏ । ପହଡ଼ ଖୋଲିଲେ ଭକ୍ତମାନେ ଧାଡ଼ି କରି ଦର୍ଶନ ପାଇଁ ଯାଇଥାନ୍ତି । ୨୦୧୬ ମସିହାରେ ଏପ୍ରିଲ ୯ ତାରିଖରେ ଏହି ପର୍ବ ପାଳନ ବେଳେ ୩୦ ହଜାରରୁ ଅଧିକ ଭକ୍ତଙ୍କ ସମାଗମ ହୋଇଥିଲା । ଏ-ଥି ପୂର୍ବରୁ ଚଇତିପର୍ବ ପଣା ସଂକ୍ରାନ୍ତି ଦିନ କେବଳ ଗୋଟିଏ ଦିନ ପାଇଁ ପାଳିତ ହୋଇ ଆସୁଥିବା ବେଳେ ୧୯୩୭ ମସିହାରୁ ଏହା ୭ଦିନ ଧରି ପାଳନ କରାଯାଉଛି । ଚଇତିପର୍ବରେ ପ୍ରତିଦିନ ମା'ଙ୍କ ସୁନାବେଶ ହେବା ସହ ସକାଳ ଓ ସନ୍ଧ୍ୟା ସମୟରେ ସ୍ୱତନ୍ତ୍ର ଭାବେ ମଙ୍ଗଳଆଳତୀ, ଭାଗବତ ପାଠ, ଚଣ୍ଡିପାଠ, ହୋମଯଜ୍ଞ ଓ ସତ୍ୟନାରାୟଣଙ୍କ ଆସ୍ଥାନ ପୂଜା ବିଧି ମତେ କରାଯାଇଥାଏ ।

ପୌରାଣିକ ମତ:
ମା’ତାରିଣୀଙ୍କର ମୂର୍ତ୍ତିରେ ଆବିର୍ଭାବ ସମ୍ବନ୍ଧରେ ଏକ କିମ୍ବଦନ୍ତୀ ରହିଛି। ତ୍ରେତୟା ଯୁଗରେ ପ୍ରଭୁ ଶ୍ରୀରାମଚନ୍ଦ୍ର ଓ ମାତା ସୀତାଙ୍କର ବନବାସ ସମୟରେ ଦୁଷ୍ଟ ରାକ୍ଷସ ରାବଣଦ୍ୱାରା ସୀତାଙ୍କୁ ହରଣ କରି ନେଇଯିବା ପରେ ରାମ, ଲକ୍ଷ୍ମଣ ଶୋକାତୁର ହୋଇ ସର୍ବଶକ୍ତିମୟୀ ମାଆ ଦୁର୍ଗାଙ୍କୁ ଆରାଧନା କରିଥିଲେ। ପୂଜାରେ ସନ୍ତୁଷ୍ଟ ହୋଇ ଦେବୀ ଶୂନ୍ୟବାଣୀ କରିଥିଲେ- ‘ବତ୍ସ’ । ମୁଁ ତୁମ ସମ୍ମୁଖରେ ସଙ୍କଟ ହାରିଣୀ ତାରିଣୀ ରୂପେ ଆବିର୍ଭୂତ ହେବି। ମାତ୍ର ତୁମେ ଯଦି ମୋତେ ଦେଖିବାକୁ ପ୍ରୟାସ କରିବ ତେବେ ମୁଁ ପାଷାଣରେ ପରିଣତ ହେବି। ଦେବୀଙ୍କ ଅଭୟ ବାଣୀ ପାଇ ଶ୍ରୀରାମ ଓ ଲକ୍ଷ୍ମଣ ପୂଜାରେ ଧ୍ୟାନମଗ୍ନ ହେଲେ। ଦେବୀଙ୍କ ଉପସ୍ଥିତିକୁ ଅନୁଭବ କରି ପ୍ରଭୁ ଶ୍ରୀରାମଚନ୍ଦ୍ର ଚରଣ ସ୍ପର୍ଶ କରିବା ଉଦ୍ଦେଶ୍ୟରେ ମାତାଙ୍କ ପାଦ ସ୍ପର୍ଶ କରିବା ସମୟରେ ଅଜ୍ଞାତରେ ତାଙ୍କର ଚକ୍ଷୁ ଖୋଲି ଯାଇଥିଲା। ଦେବୀଙ୍କୁ ସ୍ୱଚକ୍ଷୁରେ ଦର୍ଶନ କରିଥିଲେ ରାମଚନ୍ଦ୍ର । ଦେବୀ ସ୍ମିତହାସ୍ୟ ପୂର୍ବକ ସମସ୍ତ ସଙ୍କଟ ହରଣ କରିବାର ଅଭୟ ପ୍ରତିଶ୍ରୁତି ଦେଇ ପୂର୍ବ ସର୍ତ୍ତ ଅନୁସାରେ ପାଷାଣରେ ପରିଣତ ହୋଇଯାଇଥିଲେ । ସେହିଦିନରୁ ମାଆ ଦୁର୍ଗା, ମାଆ ତାରିଣୀ ନାମରେ ସାର୍ବଜନ ବିଦିତା।

ଘଟଗାଁ ନାମକରଣ:

ପ୍ରାକୃତିକ ସୌନ୍ଦର୍ଯ୍ୟଭରା ଘୋର ଜଙ୍ଗଲ ମଧ୍ୟରେ ରହି ମାଆଙ୍କର ଯଥାବିଧି ପୂଜାର୍ଚ୍ଚନା କରୁଥିଲେ ଦେହୁରୀମାନେ। ମାତ୍ର ସମୟ ସମୟରେ ପୂଜକ ପରିବାରରେ କେହି ଜନ୍ମ ହେଲେ ବା ମୃତ୍ୟୁ ମୁଖରେ ପଡ଼ିଲେ ମାଆଙ୍କର ପୂଜାର୍ଚ୍ଚନା ବାଧାପ୍ରାପ୍ତ ହେଉଥିଲା। ଦୁର୍ଗମ ଜଙ୍ଗଲରେ ବ୍ରାହ୍ମଣ ନମିଳିବାରୁ ରାଜା ଗୋବିନ୍ଦ ଭଞ୍ଜ ଚିନ୍ତିତ ରହୁଥିଲେ। ଭକ୍ତର କଷ୍ଟ ମାଆ ବୁଝିପାରି ସ୍ୱପ୍ନାଦେଶରେ କହିଲେ, ଗୋଟେ ମାଟିଘଟରେ ଗୋ-ଘୃତ ପୂର୍ଣ୍ଣ କରି ମୋର ଆସ୍ଥାନ ନିକଟରେ ଥିବା କୁସୁମ ବୃକ୍ଷ ଡାଳରେ ବାନ୍ଧିଦେବୁ। ଦେହୁରୀ ପୂଜା ଶେଷରେ ସେହି ପୂଜା ପାଣିକୁ ପ୍ରତିଦିନ ସେହି ଘଟରେ ସିଞ୍ଚିବ । ସେ ଅଶୌଚ ସମୟରେ ସେହି ଘଟରୁ ଟିକିଏ ଘିଅ ପାତ୍ରରେ ନେଇ ପାନ କରିବ ଓ ଆଉ ଟିକେ ଘିଅରେ ଦୁବଘାସ ବୁଡାଇ ମୁଣ୍ଡରେ ସିଞ୍ଚିବ। ଏହାଦ୍ୱାରା ସେ ଅଶୌଚରୁ ମୁକ୍ତି ହୋଇ ମୋର ପୂଜା କରିପାରିବ। ସେହି-ଦିନଠାରୁ ଘିଅ ଘଟ ବନ୍ଧା ହେବା କାରଣରୁ ମାଆଙ୍କ ପୀଠର ନାମ ହେଲା ଘଟଗାଁ। । 

ଦୀର୍ଘକାଳ ରାଜ୍ୟ ଶାସନ କରି ମାଆ ତାରିଣୀଙ୍କ କୃପାରୁ ବହୁ ଯଶ ଖ୍ୟାତି ଲାଭ କରି ଭକ୍ତ ଗୋବିନ୍ଦ ଭଞ୍ଜ ୮୪ବର୍ଷ ବୟସରେ ୧୫୩୪ ମସିହାରେ ଇହଧାମ ତ୍ୟାଗ କଲେ । ହେଲେ ଯୁଗଯୁଗକୁ କଥା ରହିଗଲା ଯେ, ଭକ୍ତବତ୍ସଳା ମାଆ ତାରିଣୀ ଭକ୍ତର ମନବାଞ୍ଛା ପୂର୍ଣ୍ଣ କରି ଘଟଗାଁ ବାସିନୀ ହେଲେ। ପୂର୍ବଭଳି ଆଜି ମଧ୍ୟ ଫଳ ଓ ଅନ୍ନ ପ୍ରସାଦ ମାଆଙ୍କ ନିକଟରେ ଭୋଗ ଲାଗୁଛି। ମାଆଙ୍କର ପ୍ରିୟ ଫଳ ଭାବେ ନଡ଼ିଆ ଦିନକୁ ହଜାର ହଜାର ସଂଖ୍ୟାରେ ଆସି ପହଞ୍ଚୁଛି ରାଜ୍ୟ ତଥା ରାଜ୍ୟ ବାହାରୁ। ସେ ପାଞ୍ଚଶହ ବର୍ଷ ତଳର ଦୁର୍ଗମ ଜଙ୍ଗଲ ନାହିଁ। କିନ୍ତୁ ମାଆଙ୍କ ପୀଠ ସେହି ସ୍ଥାନରେ ରହିଛି। ଆନନ୍ଦପୁର-କେନ୍ଦୁଝର ମୁଖ୍ୟ ରାସ୍ତା ପାର୍ଶ୍ୱରେ ଘଟଗାଁ ପୀଠର ମାଆ ତାରିଣୀଙ୍କର ନୂଆ ମନୋରମ ମନ୍ଦିର ଦୃଶ୍ୟମାନ ହେଉଛି। ମାଆ ତାରିଣୀଙ୍କର ଆଷାଢ଼ୀ ପର୍ବ ମଧ୍ୟ ଏକ ବଡ଼ ପର୍ବ ଭାବେ ପାଳିତ ହୋଇଥାଏ। ଆଷାଢ଼ ମାସର ଶେଷ ଗୁରୁବାର ଦିନ ଏହି ପର୍ବ ପଡ଼େ। ୨୮ଟି ଗ୍ରାମରେ ମୁଖିଆଙ୍କୁ ନିମନ୍ତ୍ରଣ କରାଯାଏ ଓ ସେମାନେ ଆସି ରାତିରେ ମାଆଙ୍କ ପୂଜାର୍ଚ୍ଚନା କରିବା ପରେ ଚାଷ କାର୍ଯ୍ୟ ଆରମ୍ଭ କରାଯାଏ । ।