Nabakishore Das: ନବଙ୍କୁ କିଏ ଓ କାହିଁକି ହଟାଇଲା ରାସ୍ତାରୁ? ସୁଚିନ୍ତିତ ରାଜନୈତିକ ଚକ୍ରାନ୍ତ ନାଁ ଅନ୍ୟ କିଛି ?
Advertisement
Article Detail0/zeeodisha/odisha1549726

Nabakishore Das: ନବଙ୍କୁ କିଏ ଓ କାହିଁକି ହଟାଇଲା ରାସ୍ତାରୁ? ସୁଚିନ୍ତିତ ରାଜନୈତିକ ଚକ୍ରାନ୍ତ ନାଁ ଅନ୍ୟ କିଛି ?

ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଙ୍କୁ ଗୁଳିକରି ହତ୍ୟା ଓ ଏହାର ଆଗ ପଛର ଘଟଣାବଳୀ କୁ ଅନୁଧ୍ୟାନ କଲେ ଅନେକ କଥା ସ୍ପଷ୍ଟ ବାରି ହୁଏ, ଯାହା ଏଠାରେ ଉଲ୍ଲେଖ କରିବା ନିହାତି ଆବଶ୍ୟକ। ନବ କିଶୋର ଦାସ ଖଣି,ଗାଡ଼ି ସମେତ ଅନ୍ୟାନ୍ୟ ବ୍ୟବସାୟ ରେ ଶିଳ୍ପାଞ୍ଚଳ ଝାରସୁଗୁଡ଼ା ଜିଲ୍ଲାର ଜଣେ ପ୍ରତିଷ୍ଠିତ ବ୍ୟକ୍ତି ଭାବେ ବେଶ୍ ଜଣାଶୁଣା।

Nabakishore Das: ନବଙ୍କୁ କିଏ ଓ କାହିଁକି ହଟାଇଲା ରାସ୍ତାରୁ? ସୁଚିନ୍ତିତ ରାଜନୈତିକ ଚକ୍ରାନ୍ତ ନାଁ ଅନ୍ୟ କିଛି ?

Nabakishore Das: ରାଉରକେଲା: ମେ ୨୯ ,୨୦୧୨ ପରେ ଜାନୁଆରୀ ୨୯ ,୨୦୨୩ ଏବେ ଓଡ଼ିଶା ରାଜନୀତିର (Odisha Politics) ଏକ ଅଭୁଲା ଦିନ ହୋଇ ରହିବ। କାରଣ ମେ ୨୯ ,୨୦୧୨ ର ମିଡ୍ ନାଇଟ ଅପରେସନ (Mid Night Operation) ଓ ବିଜୁ ଜନତା ଦଳର (Biju Janata Dal) ତତ୍କାଳୀନ ରାଜନୈତିକ ଚାଣକ୍ୟ (Chanakya) ବୋଲାଉଥିବା ପ୍ୟାରୀ ମୋହନ ମହାପାତ୍ରଙ୍କ (Pyarimohan Mohapatra) ବିଜେଡି (BJD) ରାଜନୈତିକ କାର୍ଯ୍ୟରୁ (Political Career) ପୂର୍ଣ୍ଣଛେଦ। ଓଡ଼ିଶା ରାଜନୀତିରେ (Odisha Politics) ରଖିଛି ଏକ ଅଭୁଲା ସ୍ମୃତି। ଅନ୍ୟପଟେ ସମାନ ଦିନ ଓଡ଼ିଶା ରାଜନୀତିରେ ଏକ ଯୁବ ଅଧିକାରୀ ଭାବେ ବର୍ତ୍ତମାନ ର 5T ସଚୀବ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ (Naveen Patnaik) ବ୍ୟକ୍ତିଗତ ସଚିବ ଭି.କାର୍ତ୍ତିକେୟନ୍ ପାଣ୍ଡିୟାନଙ୍କ (V.K. Pandian) ଆରମ୍ଭ ହୋଇଥିଲା ଉତ୍ଥାନ। ଯାହା ତାଙ୍କର ଜନ୍ମଦିନ ହୋଇଥିବା ବେଳେ ସମାନ ମେ ୨୯ ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Naveen Patnaik) ୫ମ ଥର ଲାଗି ମୁଖ୍ୟମନ୍ତ୍ରୀ (Chief Minister) ଭାବେ ଶପଥ ନେବା ,ଉକ୍ତ ଦିନକୁ ରାଜ୍ୟ ରାଜନୀତିରେ କଳା ଦିବସ ରୂପେ ପାଳନ କରାଯିବାକୁ ପକାଇଥିଲା ପୂର୍ଣ୍ଣଛେଦ।

ଅନୁରୂପ ଭାବେ ଜାନୁଆରୀ ୨୯ , ୨୦୨୩ ମଧ୍ୟ ଓଡ଼ିଶାର ରାଜନୈତିକ ଦୃଷ୍ଟିକୋଣରୁ ବହନ କରିବ ବେଶ୍ ଗୁରୁତ୍ଵ। କାରଣ ଏହିଦିନ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ,ତଥା ରାଜ୍ୟ ଏବଂ ପଶ୍ଚିମ ଓଡ଼ିଶାର ବରିଷ୍ଠ ଲୋକପ୍ରିୟ ନେତା ନବ କିଶୋର ଦାସ ଙ୍କୁ ଜଣେ ପୋଲିସ ASI ଙ୍କ ଦ୍ଵାରା ଗୁଳିକରି ହତ୍ୟା , ଓଡ଼ିଶା ରାଜନୀତିରେ ଏକ କଳା ଦିବସ ରୂପେ ଅଭିହତ୍ କରିବା ସ୍ଵାଭାବିକ। ତେବେ କେଉଁ କାରଣକୁ ନେଇ ଏଭଳି ହତ୍ୟାକାଣ୍ଡ ଘଟିଛି ତାହା ତଦନ୍ତ ସାପେକ୍ଷ ରହିଥିବା ବେଳେ, ଜଣେ ପୋଲିସ କର୍ମୀଙ୍କ ଦ୍ଵାରା ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ଙ୍କ ଉପରକୁ ଖୁଲମଖୁଲା ଗୁଳିକରି ହତ୍ୟା ରାଜ୍ୟ ଇତିହାସରେ ପ୍ରଥମ, ଯାହା ସ୍ଵାଭାବିକ ଭାବେ ସୃଷ୍ଟି କରୁଛି ଅନେକ ପ୍ରଶ୍ନ।

ତେବେ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଙ୍କୁ ଗୁଳିକରି ହତ୍ୟା ଓ ଏହାର ଆଗ ପଛର ଘଟଣାବଳୀ କୁ ଅନୁଧ୍ୟାନ କଲେ ଅନେକ କଥା ସ୍ପଷ୍ଟ ବାରି ହୁଏ, ଯାହା ଏଠାରେ ଉଲ୍ଲେଖ କରିବା ନିହାତି ଆବଶ୍ୟକ। ନବ କିଶୋର ଦାସ ଖଣି,ଗାଡ଼ି ସମେତ ଅନ୍ୟାନ୍ୟ ବ୍ୟବସାୟ ରେ ଶିଳ୍ପାଞ୍ଚଳ ଝାରସୁଗୁଡ଼ା ଜିଲ୍ଲାର ଜଣେ ପ୍ରତିଷ୍ଠିତ ବ୍ୟକ୍ତି ଭାବେ ବେଶ୍ ଜଣାଶୁଣା। ୨୦୦୯ ମସିହାରେ ସେ ପ୍ରଥମ ଥର ଲାଗି କଂଗ୍ରେସ ପାର୍ଟି ରୁ ନିର୍ବାଚନ ଲଢ଼ି ଜିତିବା ସହିତ ଲଗାତାର ଦୁଇ ଦୁଇ ଥର କଂଗ୍ରେସ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ତେବେ ୨୦୧୯ ମସିହାରେ ସେ ଦଳ ବଦଳାଇ ବିଜେଡି ରୁ ପୁନଃ ନିର୍ବାଚିତ ହେବା ସହିତ ପାଇଥିଲେ ମନ୍ତ୍ରୀପଦ।ରାଜ୍ୟର ସବୁଠାରୁ ଧନୀ ମନ୍ତ୍ରୀମାନଙ୍କ ମଧ୍ୟରେ ଜଣେ ଭାବେ ତାଙ୍କର ରହିଥିଲା ଅନ୍ୟ ଏକ ପ୍ରଭାବ।ନିଜ ନିର୍ବାଚନ ମଣ୍ଡଳୀ ଝାରସୁଗୁଡ଼ା ସମେତ ସମ୍ପୂର୍ଣ ଜିଲ୍ଲାରେ ତାଙ୍କର ରହିଥିଲା ବେଶ୍ ଖାଦୀ। ଏପରିକି ଶିଳ୍ପ ବହୁଳ ଝାରସୁଗୁଡ଼ା ଜିଲ୍ଲାରେ ତାଙ୍କ ନିୟନ୍ତ୍ରଣ ରେ ରହିଥିଲା ସମ୍ପୂର୍ଣ ଶିଳ୍ପ। ଯାହା ସ୍ଥାନୀୟ କିଛି ନେତାଙ୍କ ସମେତ ରାଜ୍ୟ ରାଜଧାନୀରେ ରହି ଗୋଟି ଚଳାଉଥିବା କିଛି ମୁଖିଆଙ୍କ ପାଇଁ ସାଜିଥିଲା ମୁଣ୍ଡବ୍ୟଥାର କାରଣ। 

ଅନ୍ୟପଟେ ସମଗ୍ର ରାଜ୍ୟର ପ୍ରାୟତଃ ଅଧିକାଂଶ ନେତା। ମାତ୍ର କିଛି ଜଣଙ୍କ ଆଙ୍ଗୁଳି ନିର୍ଦ୍ଦେଶରେ ନାଚୁଥିବା ବେଳେ ନବ ଦାସ ଥିଲେ ଏହାର ବ୍ୟତିକ୍ରମ। ଯାହା ତାଙ୍କୁ ରାସ୍ତାରୁ ହଟାଇବାର ଏକ କାରଣ ହୋଇଥାଇପାରେ ବୋଲି କରାଯାଉଛି ଆଶଙ୍କା। ତେବେ ଏସବୁ ନେଇ ତାଙ୍କୁ କୌଣସି ପୂର୍ବାନୁମାନ ଥିବା ଓ ଶନିଦେବଙ୍କ କୋପରୁ ରକ୍ଷା ପାଇବା ପାଇଁ ମାତ୍ର ସପ୍ତାହେ ପୂର୍ବରୁ ବହୁମୂଲ୍ୟର ସୁନା ରୂପା କଳସ ଦାନ ସାଜିଥିଲା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ। ତେବେ ଜାନୁଆରୀ ୨୯ ,୨୦୨୩ ର ଘଟଣାବଳୀକୁ ଅନୁଧ୍ୟାନ କଲେ ମଧ୍ୟ ଅନେକ କିଛି ଅନୁମେୟ। ରବିବାର ସକାଳୁ ନିଜ ନିର୍ବାଚନ ମଣ୍ଡଳୀ ଝାରସୁଗୁଡ଼ା ରୁ ବ୍ରଜରାଜନଗର ନିର୍ବାଚନୀ ମଣ୍ଡଳୀ ଗାନ୍ଧୀ ଛକ ନିକଟରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିବା ବେଳେ ଗାଡିରୁ ଓହ୍ଲାଇବା ସମୟରେ ତାଙ୍କ ଉପରକୁ ସାମ୍ନାରୁ ଗୁଳି ଚଳାଇଥିଲେ ଖାକି ବର୍ଦିରେ ଥିବା ପୋଲିସ ASI ଗୋପାଳ ଦାସ। 

ଗୋପାଳଙ୍କ ଗୋଟିଏ ଗୁଳି ସିଧାସଳଖ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଛାତିରେ ଲାଗିଥିବା ବେଳେ ଅନ୍ୟ ଗୋଟେ ଗୁଳି ଅନ୍ୟ ଜଣଙ୍କ ଦେହରେ ଲାଗିଥିବା ସୂଚନା ରହିଛି। ସେଠାରୁ ଗୁରୁତର ଅବସ୍ଥାରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ପ୍ରଥମେ ଝାରସୁଗୁଡ଼ା ଓ ପରେ ସେଠାରୁ ଏୟାର ଆମ୍ବୁଲାନ୍ସ ଦ୍ଵାରା ଲିଫ୍ଟ କରି ଭୁବନେଶ୍ୱର ଆପୋଲୋ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଯେଉଁଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ସଂପୃକ୍ତ ASI ଗୋପାଳ ଦାସ ଙ୍କୁ ଅନ୍ୟ ପୋଲିସ ଅଧିକାରୀମାନେ ଘଟଣା ସ୍ଥଳରେ କାବୁ କରିନେଇଥିବା ବେଳେ ଘଟଣାର କ୍ରାଇମବ୍ରାଞ୍ଚ୍ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ତେବେ ଘଟଣାର ମାତ୍ର କେଇ ମିନିଟ ପରେ ASI ଗୋପାଳ ଦାସ ମାନସିକ ରୋଗୀ ବୋଲି ପ୍ରଚାର ର ସତ୍ୟତା ଓ ଉଦ୍ଦେଶ୍ୟ କଣ ବୋଲି ସୃଷ୍ଟି ହେଉଛି ପ୍ରଶ୍ନବାଚୀ। କାରଣ ASI ଗୋପାଳ ଦାସଙ୍କୁ ଫାଣ୍ଡି ଅଧିକାରୀ ଭାବରେ ଦାୟିତ୍ୱ ମିଳିଥିବା ବେଳେ ତାଙ୍କର ରହିଥିଲା ବନ୍ଧୁକ ରଖିବାର କ୍ଷମତା। କେଉଁ କାରଣକୁ ନେଇ ଅଥବା କାହା ଇଙ୍ଗିତରେ ASI ଗୋପାଳ ଦାସ ଏଭଳି ଜଘନ୍ୟ କାଣ୍ଡ ଘଟାଇବାକୁ ସାହସ କଲେ ତାହା ତଦନ୍ତ ପରିସରଭୁକ୍ତ। 

କିନ୍ତୁ ଗୋଟେପଟେ ରାଜ୍ୟ ପୋଲିସ ବିଭାଗ ଗୃହ ବିଭାଗ ଅଧିନରେ ରହିଥିବା ବେଳେ, ପୋଲିସ ବାହିନୀ ଅନ୍ୟ କାହା ଇଶାରାରେ ପରିଚାଳିତ ହେଉଥିବା ଏହି ଘଟଣା ପରେ ଅଧିକ ଆଲୋଚନା ହେଉଛି। ଓଡ଼ିଶା ରାଜନୀତିରେ ଏହି କଳା ଦିବସ ଇତିହାସର ପୃଷ୍ଠାରେ ଲିପିବଦ୍ଧ ହେବାର ଅନେକ କାରଣ ରହିଥିବା ବେଳେ, ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡ ର କାରଣ।ASI ଗୋପାଳ ଦାସଙ୍କ ସଂପୃକ୍ତି ଓ ନବଙ୍କୁ ରାସ୍ତାରୁ ହଟାଇବାକୁ ହୋଇଥିବା ପ୍ରକୃତ କାରଣ ଉପରୁ କେତେଦୂର ପରଦା ଉଠାଇବାରେ ସକ୍ଷମ ହେଉଛି କ୍ରାଇମବ୍ରାଞ୍ଚ ତାହା ଉପରେ ରହିଛି ସଭିଙ୍କ ନଜର। ଅନ୍ୟପଟେ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଉପରକୁ ପୋଲିସ ର ଗୁଳିମାଡ ଓ ହତ୍ୟା ପରେ ରାଜ୍ୟ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଉଠିଛି ପ୍ରଶ୍ନ।