Sri Jagannath Temple: ପଥର ଖସିଲା ବଡ଼ ଦେଉଳୁ, ମାଡ଼ି ଆସୁଛି କି ବିପଦ...
Advertisement
Article Detail0/zeeodisha/odisha1415887

Sri Jagannath Temple: ପଥର ଖସିଲା ବଡ଼ ଦେଉଳୁ, ମାଡ଼ି ଆସୁଛି କି ବିପଦ...

୪୦ ଫୁଟ ଉଚ୍ଚତାରୁ ଶ୍ରୀମନ୍ଦିର ଚର୍ଚ୍ଚା ଘର ବାହାର ପଟେ ଏହି ଅଘଟଣ ଘଟିଛି। ଏଏସଆଇ ଭୁଞ୍ଜାଇଥିବା ପଥରଟି ଖସି ପଡ଼ିଛି।ଶ୍ରୀମନ୍ଦିର କମାଣ୍ଡର ଓ ସୁପରଭାଇଜରଙ୍କ ରିପୋର୍ଟ ଆଧାରରେ ତୁରନ୍ତ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏଏସଆଇକୁ ଅବଗତ କରାଯିବା ସହ କଡା ନିର୍ଦ୍ଧେଶ ମଧ୍ୟ ଦିଆଯାଇଛି।

Sri Jagannath Temple: ପଥର ଖସିଲା ବଡ଼ ଦେଉଳୁ, ମାଡ଼ି ଆସୁଛି କି ବିପଦ...

Sri Jagannath Temple:  ପୁରୀ: ବଡଦେଉଳୁ (Sri Jagannath Temple) ପୁଣିଥରେ ଖସିଲା ପଥର। ଶ୍ରୀମନ୍ଦିର (Sri Mandir) ଜଗମୋହନ ଦକ୍ଷିଣ ପୂର୍ବ ଦିଗରୁ ରବିବାର ଅପରାହ୍ନରେ ପଥର ଖସିଛି। ପଥର ଖସିବା ଘଟଣାକୁ ସ୍ବୀକାର କରିବା ସହ ଗୁରୁତର ଭାବେ ନେଇଛି ଶ୍ରୀମନ୍ଦିର ପ୍ରଶାସନ (Sri Mandir Administration)। ଏ ନେଇ ଏଏସଆଇକୁ (ASI) ଅବଗତ ସହ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି। ତେବେ ଏଏସଆଇର (ASI) କାର୍ଯ୍ୟକଳାପ ଓ ଅବହେଳାକୁ ଦାୟୀ କରିଛନ୍ତି ସେବାୟତ।

ବଡଦେଉଳୁ ବା ଶ୍ରୀମନ୍ଦିରରୁ ପୁଣିଥରେ ଖସିଛି ପଥର। ପ୍ରାୟ ୨୦ କିଲୋଗ୍ରାମ ଓଜନର ପଥର ଖସିଛି।ରବିବାର ଅପରାହ୍ନରେ ଏହି ଘଟଣା ଘଟିଛି। ସେବକ ତଥା ଶ୍ରଦ୍ଧାଳୁଙ୍କ ଚଳପ୍ରଚଳ ନଥିବା ସ୍ଥାନରୁ ଏହି ପଥରଟି ଖସିଛି। ଶ୍ରୀମନ୍ଦିର ଜଗମୋହନ ଦକ୍ଷିଣ ପୂର୍ବ ଦିଗ ମାଜଣା ମଣ୍ଡପ ନିକଟରେ ଏହି ପଥରଟି ଖସିଛି।ତେବେ ଭିତର ବେଢ଼ା କନ୍ଦିରେ ପଥର ଖସିଥିବାରୁ କାହାରି କିଛି କ୍ଷତି ହୋଇନାହିଁ। ଖସିପଡିଥିବା ପଥରଟି ପ୍ରାୟ ଏକ ଫୁଟରେ ଦେଢ଼ ଫୁଟ ଭଳି। 

୪୦ ଫୁଟ ଉଚ୍ଚତାରୁ ଶ୍ରୀମନ୍ଦିର ଚର୍ଚ୍ଚା ଘର ବାହାର ପଟେ ଏହି ଅଘଟଣ ଘଟିଛି। ଏଏସଆଇ ଭୁଞ୍ଜାଇଥିବା ପଥରଟି ଖସି ପଡ଼ିଛି।ଶ୍ରୀମନ୍ଦିର କମାଣ୍ଡର ଓ ସୁପରଭାଇଜରଙ୍କ ରିପୋର୍ଟ ଆଧାରରେ ତୁରନ୍ତ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏଏସଆଇକୁ ଅବଗତ କରାଯିବା ସହ କଡା ନିର୍ଦ୍ଧେଶ ମଧ୍ୟ ଦିଆଯାଇଛି।

ଶ୍ରୀମନ୍ଦିର ରକ୍ଷଣାବେକ୍ଷଣ ଓ ମରାମତି ଦାୟିତ୍ୱରେ ଥିବା ଭାରତୀୟ ପ୍ରତ୍ନତାତ୍ବିକ ସର୍ବେକ୍ଷଣ ସଂସ୍ଥା ଏଏସଆଇର ଚରମ ଅବହେଳା ଓ କାର୍ଯ୍ୟ ପ୍ରଣାଳୀକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସେବାୟତ।କିଛି ଦିନ ତଳେ ଶ୍ରୀମନ୍ଦିର ରତ୍ନସିଂହାସନ ଶ୍ରୀବଳଭଦ୍ରଙ୍କ ପଛପାର୍ଶ୍ଵରୁ ଲାଇମ୍ ଚୂନ ପ୍ଲାଷ୍ଟର ଖସିପଡ଼ିଥିଲା।ଏବେ ପୁଣିଥରେ ଶ୍ରୀମନ୍ଦିର ଚର୍ଚ୍ଚା ଘର ବାହାର ପଟେ ପଥର ଖସିଛି।ଘଟଣାକୁ ୬ ଦିନ ବିତିଯାଇଥିଲେ ମଧ୍ୟ ଏଏସଆଇ ପକ୍ଷରୁ ଏଯାଏଁ ଅନୁଧ୍ୟାନ କରାଯାଇନାହିଁ।

ଶ୍ରୀମନ୍ଦିର ବୈଷୟିକ କୋର୍ କମିଟି ବାରମ୍ବାର ଅନୁଧ୍ୟାନ ଜରି ଆବଶ୍ୟକ ମରାମତି ଓ ପଦକ୍ଷେପ ନେବାକୁ ଏଏସଆଇକୁ କହିଛି।ଶ୍ରୀମନ୍ଦିର ପରିଚାଳନା କମିଟି ମଧ୍ୟ ନିର୍ଦ୍ଧାରିତ ସମୟରେ କାର୍ଯ୍ୟ ସରିବାକୁ କହିଛି।ଶ୍ରୀମନ୍ଦିର ନାଟମଣ୍ଡପ ଓ ପାର୍ଶ୍ଵଦେବାଦେବୀ ମନ୍ଦିରରେ ଆବଶ୍ୟକ ମରାମତି ପାଇଁ ୫ ବର୍ଷିଆ ପ୍ଲାନ୍ ପ୍ରସ୍ତୁତ କରାଯାଇଥିବା କହିଛନ୍ତି ଶ୍ରୀମନ୍ଦିର କୋର୍ କମିଟି ସଦସ୍ୟ।

ଉଚ୍ଚ ନ୍ୟାୟାଳୟ ମଧ୍ୟ ଶ୍ରୀମନ୍ଦିର ସଂରକ୍ଷଣ ଓ ମରାମତି ମାମଲାରେ ହସ୍ତକ୍ଷେପ କରିଛନ୍ତି। ଏଏସଆଇ ପକ୍ଷରୁ ନିର୍ଦ୍ଧାରିତ ସମୟରେ କାମ ସାରିବାକୁ ହାଇକୋର୍ଟରେ ସତ୍ୟପାଠ ଦାଖଲ କରାଯାଇଛି।ଏହା ସତ୍ତ୍ୱେ ମଧ୍ୟ ଏଏସଆଇର ଅବହେଳାକୁ ସବୁ ମହଲରେ ନିନ୍ଦା କରାଯାଇଛି ।

ଅଧିକ ପଢନ୍ତୁ: Tourist Place: ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ଡୋକରୀଚଞ୍ଚରା, ସିନ୍ଧୁ ସଭ୍ୟତା କାଳର କାହାଣୀ କହୁଛି ଗୁଡାହାଣ୍ଡି ଗୁମ୍ଫା

ଅଧିକ ପଢନ୍ତୁ: BCCI ସଭାପତି ହେବା ପରେ ପ୍ରଥମଥର ପାଇଁ କୋହଲିଙ୍କ ଉପରେ ବଡ ବୟାନ ଦେଲେ ବିନ୍ନି, ଜାଣନ୍ତୁ କ'ଣ କହିଲେ

ଅଧିକ ପଢନ୍ତୁ: Sitting Risks: ଅଫିସରେ ଦୀର୍ଘ ଘଣ୍ଟା ଧରି କାମ କରିବା ଦ୍ୱାରା ମସ୍ତିଷ୍କ ଉପରେ ପଡିଥାଏ ଏସବୁ ଖରାପ ପ୍ରଭାବ!