Jharsuguda Accident: ଭୟଙ୍କର ସଡ଼କ ଦୁର୍ଘଟଣା, ଜୀଅନ୍ତା ଜଳିଗଲେ ୩ ଡ୍ରାଇଭର
Advertisement
Article Detail0/zeeodisha/odisha1641086

Jharsuguda Accident: ଭୟଙ୍କର ସଡ଼କ ଦୁର୍ଘଟଣା, ଜୀଅନ୍ତା ଜଳିଗଲେ ୩ ଡ୍ରାଇଭର

Jharsuguda Accident: ରାଜ୍ୟରେ ଶୂନ୍ୟ ମୃତ୍ୟୁ ସପ୍ତାହ ପାଳନ ହେଉଥିବା ବେଳେ ସେପଟେ କମିବାର ନାଁ ଧରୁନି ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା । ଅନେକ ସଚେତନା ସତ୍ତ୍ବେ ଦୁର୍ଘଟଣାରେ ବ୍ରେକ ଲାଗୁନଥିବା ଏକ ଚିନ୍ତାର କାରଣ ପାଲଟିଛି ।

ସୌ(ସୋସିଆଲ ମିଡିଆ)

Jharsuguda Accident: ରାଜ୍ୟରେ ଜିରୋ ଫାଟାଲିଟି ୱିକ୍( zero fatality week) ବା ଶୂନ୍ୟ ମୃତ୍ୟୁ ସପ୍ତାହ ପାଳନ ହେଉଥିବା ବେଳେ ସେପଟେ କମିବାର ନାଁ ଧରୁନି ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା । ସପ୍ତାହବ୍ୟାପୀ ଚାଲିବାକୁ ଥିବା ଏହି ସ୍ସେଶାଲ ଡ୍ରାଇଭରେ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ ରୋକିବାକୁ ପୋଲିସ, ପୂର୍ତ୍ତ, ସ୍ବାସ୍ଥ୍ୟ, ନଗର ଉନ୍ନୟନ ବିଭାଗ ଓ ଏନଏଚଏଆଇ(NHAI) ସହ ହାତ ମିଳାଇଛି ପରିବହନ ବିଭାଗ(Transport department) । ତେବେ ଅନେକ ସଚେତନା ସତ୍ତ୍ବେ ଦୁର୍ଘଟଣାରେ ବ୍ରେକ ଲାଗୁନଥିବା ଏକ ଚିନ୍ତାର କାରଣ ପାଲଟିଛି ।

ଝାରସୁଗୁଡ଼ାରେ ଗୁରୁବାର ଦିନ ସକାଳୁ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା(Road Accident) । ୪୯ନଂ ଜାତୀୟ ରାଜପଥ ସଦର ଥାନା ସମ୍ମୁଖ ବିଟିଏମଠାରେ ୨ଟି ଟ୍ରକ୍ ଓ ଟ୍ରଲର ମଧ୍ଯରେ ଦୁର୍ଘଟଣା ଘଟିଥିଲା ଫଳରେ ଗାଡ଼ି ଗୁଡ଼ିକରେ ଅଗ୍ନିକାଣ୍ତ(Fire Mishap) ଘଟି ୩ ଜଣ ଚାଳକ ଜୀଅନ୍ତା ଜଳି ଯାଇଥିବା ସୂଚନା ମିଳିଛି । ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିଚୟ ମିଳିପାରିନାହିଁ । ସୂଚନା ଅନୁଯାୟୀ, ବୁଧବାର ଦିନ ବିଳମ୍ବିତ ରାତିରେ ଝାରସୁଗୁଡ଼ା ସଦର ଥାନା ସମ୍ମୁଖରେ ଦୁଇଟି ଟ୍ରେଲର ମୁହାଁମୁହିଁ ଧକ୍କା(Accident) ହେବା ପରେ ହଠାତ୍ ଜଳିବାକୁ ଲାଗିଥିଲା । ଏହି ଦୁଇଟି ଟ୍ରେଲର ଜଳୁଥିବା ବେଳେ ପଛ ପଟୁ ଆସି ଏକ ଟ୍ରକ ଧକ୍କା ଦେଇଥିଲା । ଫଳରେ ସେହି ଟ୍ରକରେ ମଧ୍ଯ ନିଆଁ ଲାଗିଯାଇଥିଲା । ଗାଡ଼ି ଭିତରରେ ଥିବା ୩ଟି ଡ୍ରାଇଭର ସେଠାରେ ହିଁ ଜଳିଯାଇଥିଲେ । ନିଆଁକୁ ଆୟତ୍ତ କରିବା ଲାଗି ଦମକଳ ବାହିନୀ( fire brigade) ଘଟଣାସ୍ଥଳରେ ପହଁଞ୍ଚିଥିଲା । ଦୁର୍ଘଟଣା ପରେ ୪୯ନଂ ଜାତୀୟ ରାଜପଥର ଉଭୟ ପାର୍ଶ୍ବରେ ବହୁ ସଂଖ୍ୟାରେ ଗାଡ଼ି ଅଟକି ରହିଥିବା ଦେଖିବାକୁ ମିଳିଛି ।

ପ୍ରକାଶଥାଉ କି, ବୁଧବାର ଦିନ କୋରାପୁଟ ଭବାନୀ ନଗର ନିକଟରେ ଟ୍ରକ ଧକ୍କାରେ ଜଣେ ବାଇକ ଚାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଥିଲେ । ଗୁରୁତରଙ୍କୁ ସଦିହ ଲକ୍ଷ୍ମଣ ନାୟକ ହସ୍ପିଟାଲକୁ(sahid laxman nayak medical college koraput) ସ୍ଥାନାନ୍ତରିତ କରାଯାଇଛି । ମୃତକ ଜଣକ ସେମିଲିଗୁଡ଼ା( semiliguda) ଗାନ୍ଧୀ ନଗରର ଦୀପକ ଜେନା ହୋଇଥିବା ବେଳେ ଗୁରୁତର ସଞ୍ଜୟ ରାଉତ ବୋଲି ଜଣାପଡ଼ିଛି । ଆନ୍ଧ୍ର ନମ୍ବର ଥିବା ଟ୍ରକ ସେମିଲିଗୁଡ଼ାରୁ କୋରାପୁଟ ଆଡ଼କୁ ଆସୁଥିଲା । ଏହି ସମୟରେ ଦୁଇ ବାଇକ ଆରୋହୀ ସେମିଲିଗୁଡ଼ାରୁ କୋରାପୁଟ ଆଡ଼କୁ ଯାଉଥିଲେ । ତେବେ ଭବାନୀ ନଗର ନିକଟରେ ଥିବା ହମ୍ପସ ନିକଟରେ ଟ୍ରକକୁ ଓଭରଟେକ(overtake) କରିବା ସମୟରେ ଦୁର୍ଘଟଣା ଘଟିଥିଲା । ଏହି ସମୟରେ ଦୀପକଙ୍କ ଉପରେ ଟ୍ରକ ଚଢି ଯାଇଥିଲା । ଫଳରେ ଘଟଣାସ୍ଥାଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଖବର ପାଇ ଅଗ୍ନିଶମ ବିଭାଗ (fire brigade) ଓ ପୋଲିସ(Police) ପହଞ୍ଚି ମୃତଦେହ ଜବତ କରିବା ସହ ଘଟଣା ତଦନ୍ତ ଆରମ୍ଭ କରିଥିଲା । ସେପଟେ ଦୁର୍ଘଟଣା ପରେ ଟ୍ରକ ଡ୍ରାଇଭର ଓ ହେଲପର ଫେରାର ଥିବା ସୂଚନା ମିଳିଛି । ଗତକାଲି ବିଳିମ୍ବିତ ରାତିରେ କଟକ ଚହଟା ବିଡାନାସୀ ମଶାଣି ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଆହତ ହୋଇଛନ୍ତି। କାର୍‌ ଓ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ଯୋଗୁଁ ଏହି ଦୁର୍ଘଟଣା ଘଟିଛି। ମୃତାହତଙ୍କ ଘର ଢେଙ୍କାନାଳ( Dhenkanal) ଜିଲ୍ଲାରେ ବୋଲି ଜଣାପଡ଼ିଛି। ଦୁର୍ଘଟଣା(Accident) ଘଟାଇଥିବା ଟ୍ରକ୍‌କୁ ବିଡାନାସୀ ପୋଲିସ୍‌ ଜବତ କରିଥିବା ବେଳେ ଡ୍ରାଇଭରଙ୍କୁ ଥାନାରେ ଅଟକ ରଖିଛି।

ଏହା ମଧ୍ଯ ପଢନ୍ତୁ- Government schemes: ଖୁସି ଖବର! ସରକାରଙ୍କ ବଡ଼ ଘୋଷଣା, ଏଣିକି ଗଛ ଲଗାଇଲେ ମିଳିବ ଏତିକି ଟଙ୍କା