6 colorful juice to increase immunity: ପିଅନ୍ତୁ ଏହି ସବୁ ରଙ୍ଗର ଜୁସ୍, ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ିବ
Advertisement
Article Detail0/zeeodisha/odisha1962864

6 colorful juice to increase immunity: ପିଅନ୍ତୁ ଏହି ସବୁ ରଙ୍ଗର ଜୁସ୍, ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ିବ

  ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ପାଇଁ ସବୁ ରଙ୍ଗର ଜୁସ୍ ପିଅନ୍ତୁ । କମଳା, ବାତାପି ଏବଂ ଲେମ୍ବୁରେ ଭିଟାମିନ୍ ସି ଥାଏ । ଯାହା ରୋଗ ପ୍ରତିରୋଧକ ଶକ୍ତିକୁ ବଢ଼ାଇଥାଏ । ପାଳଙ୍ଗ, କାକୁଡ଼ି, ସବୁଜ ସେଓ ଏବଂ କେଲ୍ ଜୁସ୍ ଫ୍ଲୁ ରୁ ରକ୍ଷା କରିଥାଏ । ଗାଜର ଏବଂ ଅଦା ରସ କାଶ, ସର୍ଦ୍ଦି ଏବଂ ଜ୍ବରର

SOCIAL MEDIA

6 colorful juice to increase immunity: 

ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ପାଇଁ ସବୁ ରଙ୍ଗର ଜୁସ୍ ପିଅନ୍ତୁ । କମଳା, ବାତାପି ଏବଂ ଲେମ୍ବୁରେ ଭିଟାମିନ୍ ସି ଥାଏ । ଯାହା ରୋଗ ପ୍ରତିରୋଧକ ଶକ୍ତିକୁ ବଢ଼ାଇଥାଏ । ପାଳଙ୍ଗ, କାକୁଡ଼ି, ସବୁଜ ସେଓ ଏବଂ କେଲ୍ ଜୁସ୍ ଫ୍ଲୁ ରୁ ରକ୍ଷା କରିଥାଏ । ଗାଜର ଏବଂ ଅଦା ରସ କାଶ, ସର୍ଦ୍ଦି ଏବଂ ଜ୍ବରରୁ ଆରାମ ଦିଏ । ହଳଦୀ ଯୁକ୍ତ ଟନିକ୍ ମଧ୍ୟ ଇମ୍ୟୁନିଟି ବଢ଼ାଇଥାଏ ।

ଦୁର୍ବଳ ଇମ୍ୟୁନିଟିର ଲକ୍ଷଣ

ଥଣ୍ଡାରେ ଇମ୍ୟୁନିଟି ଦୁର୍ବଳ ହୋଇଯାଏ । ମାୟୋକ୍ଲିନିକ ଅନୁଯାୟୀ ଯଦି ଆପଣଙ୍କୁ ବାରମ୍ବାର ଇନଫେକ୍ସନ, କାଶ,ସର୍ଦ୍ଦି, ଜ୍ବର, ନିମୋନିଆ, ହଜମ ପ୍ରକ୍ରିୟାରେ ସମସ୍ୟା, ଏନିମିଆ ହୁଏ ତାହେଲେ ଇମ୍ୟୁନିଟି ସିଷ୍ଟମ ବନ୍ଦ ହୋଇଯାଇପାରେ । ଏହିଭଳି ଅନେକ ରୋଗରୁ ରକ୍ଷା ପାଇବା ପାଇଁ ପିଲାଠୁ ବୟସ୍କ ସମସ୍ତଙ୍କୁ ୧୦ ପ୍ରକାରର ଜୁସ୍ ପିଇବା ଆବଶ୍ୟକ ।

ସିଟ୍ରସ ବର୍ଷ୍ଟ ଜୁସ୍

ଟାଇମ୍ସ ଅଫ୍ ଇଣ୍ଡିଆର ଏକ ରିପୋର୍ଟ ଅନୁସାରେ ସିଟ୍ରସ ବର୍ଷ୍ଟ ଜୁସ୍ ପିଇବା ଦ୍ବାରା ଶରୀରରେ ଇମ୍ୟୁନିଟିର ମାତ୍ରାରେ ବୃଦ୍ଧି ଘଟେ । କମଳା, ବାତାପି ଓ ଲେମ୍ବୁରେ ଅଧିକ ମାତ୍ରାରେ ଭିଟାମିନ ସି ଥାଏ । ଯାହା ରୋଗପ୍ରତିରୋଧକ ଶକ୍ତିକୁ ବଢ଼ାଇଥାଏ ।

ଗ୍ରୀନ୍ ଜୁସ୍

ଘରେ ପାଳଙ୍ଗ, କାକୁଡ଼ି, ସବୁଜ ସେଓ ଏବଂ କେଲ ଜୁସ୍ ପ୍ରସ୍ତୁତ କରି ପିଇବା ଦ୍ବାରା ପ୍ଲୁ ରୁ ରକ୍ଷା ମିଳେ । ଏହି ଖାଦ୍ୟରେ ଭିଟାମିନ୍ ଏ, ଭିଟାମିନ୍ ସି, ଆଇରନ ଏବଂ ଆଣ୍ଟିଅକ୍ସିଡ଼େଣ୍ଟସ ଥାଏ । ଯାହାକୁ ଇମ୍ୟୁନିଟି ବୁଷ୍ଟର କୁହାଯାଏ ।

ଗାଜର ଏବଂ ଅଦା ଜୁସ୍

କାଶ, ସର୍ଦ୍ଦି, ଥଣ୍ଡା ଏବଂ ଜ୍ବରରୁ ରକ୍ଷା ପାଇବା ପାଇଁ ଗାଜର ଏବଂ ଅଦା ଜୁସ୍ ପିଅନ୍ତୁ । ଏହି ଜୁସ୍ ପିଇବା ଦ୍ବାରା ବିଟା କ୍ୟାରେଟିନ୍, ଆଣ୍ଟିଅକ୍ସିଡାଣ୍ଟସ, ଆଣ୍ଟି ଇମ୍ଫ୍ଲୋମେଟୋରି ଲାଭ ମିଳିଥାଏ । ଯାହା ସ୍ବାସ୍ଥ୍ୟ ପାଇଁ ବେଶ ସହାୟକ ହୁଏ ।

ହଳଦୀ ପାଣି

ଏହା ଅଧିକ ସ୍ବାସ୍ଥ୍ୟ ଉପଯୋଗୀ  । ଏଥିରେ ଆଣ୍ଟି ଅକ୍ସିଡାଣ୍ଟସ, ଆଣ୍ଟି ଇମ୍ଫ୍ଲୋମେଟୋରି ଏବଂ ଫାଇଟୋନ୍ୟୁଟ୍ରିଏଣ୍ଟ ଥାଏ । ଏହାକୁ ଅଧିକ ଉପଯୋଗୀ କରିବାକୁ ହେଲେ ଏଥିରେ ଏକ ପିଞ୍ଚ ଗୋଲ ମରିଚ ଗୁଣ୍ଡ ପକାଇ ଦିଅନ୍ତୁ ।

ବେରି ବ୍ଲିସ୍ ଜୁସ୍

ଶରୀରରେ ଇମ୍ୟୁନିଟି କମ୍ ହେବା ଦ୍ବାରା ଫ୍ରି ରେଡ଼ିକଲ କ୍ଷତି ପଂହଚାଇଥାଏ । ଯାହା ରୋଗ ପ୍ରତିରୋଧକ କ୍ଷମତାକୁ ଆହୁରି ଅଧିକ ଖରାପ କରେ । ଏହାକୂ ହରାଇବାକୁ ହେଲେ ପ୍ରଚୁର ପରିମାଣରେ ଥିବା ଆଣ୍ଟିଅକ୍ସିଡ଼େଣ୍ଟସ୍ ଯୁକ୍ତ ବ୍ଲୁ ବେରି ଏବଂ ରାସ୍ ବେରି ଯୁସ୍ ପିଅନ୍ତୁ ।

ଡାଳିମ୍ବ ଜୁସ୍

ଇମ୍ୟୁନିଟି ବୁଷ୍ଟ କରିବା ପାଇଁ ଡାଳିମ୍ବ ଜୁସ୍ ପିଅନ୍ତୁ । ଏହା ପ୍ରଚୁର ମରିମାଣରେ ଆଣ୍ଟିଅକ୍ସୀଡ଼ାଣ୍ଟସ, ଭିଟାମିନ୍ ଏବଂ ମିନେରାଲ ଯୋଗାଇଥାଏ । ଯାହା କମୁଥିବା ଇମ୍ୟୁନିଟିକୁ ବଢ଼ାଇଥାଏ ।