‘Love In London’ ଫିଲ୍ମର ଲାଭାଶଂ ଅର୍ଥର ୧୦ ଭାଗ ଓଡିଶା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଯିବ: ପ୍ରଯୋଜକ
Advertisement
Article Detail0/zeeodisha/odisha1730162

‘Love In London’ ଫିଲ୍ମର ଲାଭାଶଂ ଅର୍ଥର ୧୦ ଭାଗ ଓଡିଶା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଯିବ: ପ୍ରଯୋଜକ

ଜେବି ଫିଲ୍ମସ୍ ଆଣ୍ଡ ଟିଭି ଏବଂ ଅମରା ଷ୍ଟୁଡିଓ ଏଲଏଲପି ତରଫରୁ ଗତ ଜୁନ୍ ୨ରେ ଘଟିଥିବା ଭୟଙ୍କର ତଥା ବିନାଶକାରୀ ବାହାନଗା ଟ୍ରେନ୍ ଟ୍ରାଜେଡି ପାଇଁ ଦୁଖ ଓ ସମବେଦନା ଜଣାଯାଇଛି ।  ଭୁବନେଶ୍ବର (bhubaneswar) ଶୀତଲ୍‌ ହୋଟେଲ୍ ଠାରେ  ଏକ ସାମ୍ବାଦିକ ସମ୍ମିଳନୀରେ  ଜେବି ଫିଲ୍ମସ୍ ଆଣ୍ଡ ଟିଭି (jb films and tv) ଏବଂ ଅମରା ଷ

‘Love In London’ ଫିଲ୍ମର ଲାଭାଶଂ  ଅର୍ଥର ୧୦ ଭାଗ ଓଡିଶା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଯିବ: ପ୍ରଯୋଜକ

Love In London: ଜେବି ଫିଲ୍ମସ୍ ଆଣ୍ଡ ଟିଭି ଏବଂ ଅମରା ଷ୍ଟୁଡିଓ ଏଲଏଲପି ତରଫରୁ ଗତ ଜୁନ୍ ୨ରେ ଘଟିଥିବା ଭୟଙ୍କର ତଥା ବିନାଶକାରୀ ବାହାନଗା ଟ୍ରେନ୍ ଟ୍ରାଜେଡି ପାଇଁ ଦୁଖ ଓ ସମବେଦନା ଜଣାଯାଇଛି ।  ଭୁବନେଶ୍ବର (bhubaneswar) ଶୀତଲ୍‌ ହୋଟେଲ୍ ଠାରେ  ଏକ ସାମ୍ବାଦିକ ସମ୍ମିଳନୀରେ  ଜେବି ଫିଲ୍ମସ୍ ଆଣ୍ଡ ଟିଭି (jb films and tv) ଏବଂ ଅମରା ଷ୍ଟୁଡିଓ ଏଲଏଲପି  ବ୍ଯାନ୍ନର ରେ ନିର୍ମିତ, ଆକ୍ସନ୍‌ଷ୍ଟାର ଅନୁଭବ ମହାନ୍ତି (Anubhab Mohanty), ନବାଗତା ସ୍ୱପ୍ନା ପ୍ରିୟଦର୍ଶିନୀ ଓ ସୌମ୍ୟା ସଚ୍ଚଦେବାଙ୍କ ଅଭିନୀତ ‘ଲଭ୍ ଇନ୍ ଲଣ୍ଡନ୍‌’ର ଟିମ୍ କହିଥିଲେ ଯେ ଏହି ଦୁଖଦ ଘଟଣା ଆମ ସମସ୍ତଙ୍କୁ ଗଭୀର ଭାବରେ ପ୍ରଭାବିତ କରିଛି ଏବଂ ଆମେ ଶୋକରେ ସମସ୍ତେ ଶୋକରେ ଅଛୁ । ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ ସହ ଆଲୋଚନା କଲାପରେ, ଆମେ ଅନୁଭବ କରୁଛୁ ଯେ ବହୁ ପ୍ରତୀକ୍ଷିତ ‘ଲଭ୍ ଇନ୍ ଲଣ୍ଡନ’ ଜୁନ୍ ୯, ୨୦୨୩ ରେ ମୁକ୍ତିଲାଭ କରିବାକୁ ଯୋଜନା କରାଯାଇଥିଲା, ହେଲେ ବାହାନଗାର ଏହି ଅଘଟଣକୁ  ସମ୍ମାନ ଏବଂ ଓଡ଼ିଶାରେ ଏକତାର ଚିହ୍ନ ଭାବରେ ଆମେ ଫିଲ୍ମର ପ୍ରିମିୟର୍ ଜୁନ୍ ୧୩, ୨୦୨୩କୁ ଘୁଞ୍ଚାଇବାକୁ ନିଷ୍ପତ୍ତି କରିଛୁ । ଆମେ ଆମର ଦର୍ଶକମାନଙ୍କୁ ଆନ୍ତରିକତାର ଧନ୍ୟବାଦ ଦେବା ସହ ଏପରି ଦୁଃଖଦ ସମୟରେ ତାଙ୍କର ସହଯୋଗ  ଆଶା କରୁଛୁ  । ଏହି ନିଷ୍ପତ୍ତିକୁ ଅନୁଭବ ମହାନ୍ତି ଫ୍ୟାନ୍ କ୍ଲବ୍ ଏବଂ ଓଡିଶାର ପ୍ରତ୍ୟେକ ବ୍ୟକ୍ତି ବୁଝିଛନ୍ତି ଏବଂ ସମର୍ଥନ କରିଛନ୍ତି । ଓଡିଶାର କଳାକାର ଏବଂ ଲୋକମାନଙ୍କ ସହିତ ଆମର ସଠିକ୍ କାର୍ଯ୍ୟ ସପକ୍ଷରେ କାର୍ଯ୍ୟ କରିବା ଏବଂ ଜାରି ରଖିବା ।

ଆହୁରି କହିଛନ୍ତି ଯେ, ସମସ୍ତଙ୍କ ସମର୍ଥନ ପାଇ ଆମେ ଜାଣି ଆନନ୍ଦିତ ଓ ଏହି ଗୁରୁତର ପରିସ୍ଥିତିକୁ ବୁଝି ନିଆଯାଇଥିବା ଏହି ସଠିକ୍ ପଦକ୍ଷେପରେ ଏହି ଚଳଚ୍ଚିତ୍ର (film)ର କଳାକାରମାନେ, ଦର୍ଶକ ଏବଂ ଥିଏଟର ମାଲିକମାନଙ୍କୁ ଆମକୁ ସମର୍ଥନ କରିଥିବାରୁ ଆମେ ଧନ୍ୟବାଦ ଦେଉଛୁ   ଏବଂ ଚଳଚ୍ଚିତ୍ର ରିଲିଜ (release)କୁ ବିଳମ୍ବ କରିବାକୁ ଆମେ ଚିନ୍ତା କରିଛୁ । ଏଥିସହ, “ଆମେ ‘ପୀଡିତଙ୍କ ପରିବାରକୁ ସହାୟତା କରିବା ପାଇଁ ଏକ ପ୍ରତିଶ୍ରୁତି ଦେଉଛୁ ଯେ ‘ଲଭ୍ ଇନ୍ ଲଣ୍ଡନ’ ଫିଲ୍ମର ପ୍ରଯୋଜକ ଲାଭାଂଶ ଅର୍ଥର ୧୦ ଭାଗ ଓଡିଶା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦେଇ ଏହି ଦୁଃଖଦ ଘଟଣାରେ ସହଯୋଗ ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛୁ । ଆମର ଆତ୍ମବିଶ୍ୱାସ ଏବଂ ଆଶା ଯେ ଏହି ଅବଦାନ ଦୁର୍ଘଟଣା ଦ୍ୱାରା ପ୍ରଭାବିତ ଲୋକଙ୍କ ଆରୋଗ୍ୟ ଏବଂ ପୁନରୁଦ୍ଧାର ପ୍ରକ୍ରିୟାରେ କିଛି ସାହାଯ୍ୟ ଏବଂ ସହାୟତା ପ୍ରଦାନ କରିବ,” ଫିଲ୍ମର ନିର୍ମାତା ନବୀନ ଭଣ୍ଡାରୀ ଓ ଜେ. ବର୍ଖା କହିଛନ୍ତି । ଆମର ଚିନ୍ତାଧାରା ଏବଂ ପ୍ରାର୍ଥନା ପୀଡିତ, ସେମାନଙ୍କ ପରିବାର ଏବଂ ଏହି ଦୁର୍ଭାଗ୍ୟଜନକ ଘଟଣା ଦ୍ୱାରା ପ୍ରଭାବିତ ସମସ୍ତଙ୍କ ସହିତ ଅଛି । ଏହି କଠିନ ସମୟରେ ଆମେ ସମସ୍ତଙ୍କ ସହ ସହିତ ଏକତା ରେ ଛିଡ଼ା ହୋଇଛୁ ବୋଲି ‘ଲଭ୍ ଇନ୍ ଲଣ୍ଡନ’ର ଟିମ୍ କହିଛି । ସାମ୍ବାଦିକ ସମ୍ମିଳନୀରେ ଅଭିନେତା ଅନୁଭବ ମହାନ୍ତି ,ଅଭିନେତ୍ରୀ ସ୍ବପ୍ନା ପ୍ରିୟଦର୍ଶିନୀ, (actress swapna priyadarshini) ନିର୍ଦ୍ଦେଶକ ତାପସ ସରଘରିଆ, (director tapas saragharia) ଆମର ମ୍ୟୁଜିକ (amar music)ର ଓଡିଶା ମୁଖ୍ୟ ଦେବାଶିଷ ପଣ୍ଡା, ଲଭ୍ ଇନ୍‌ ଲଣ୍ଡନ୍ ର କ୍ରିଏଟିଭ୍ ହେଡ୍ (creative head) ପ୍ରଣୟ ଜେଠୀ ପ୍ରମୁଖ ଉପସ୍ଥିତ ଥିଲେ।

ଅନ୍ୟପଟରେ ବେଶ୍ ଦୀର୍ଘ ଦିନ ପରେ ରଜ ଅବସରରେ ସୁପରଷ୍ଟାର ଅନୁଭବ ମହାନ୍ତିଙ୍କର ସିନେମା ରିଲିଜ୍ ହେଉଥିବାରୁ ଓଡ଼ିଆ ସିନେ ପ୍ରେମୀଙ୍କର ଉତ୍କଣ୍ଠା ବଢିଛି । ଏଥର ରଜରେ ପୁଣିଥରେ ଅନୁଭବ ମହାନ୍ତିଙ୍କ ସିନେମା ଦେଖିବାକୁ ମିଳିବା କାରଣରୁ ଫ୍ୟାନ ମାନେ ମଧ୍ୟ ଖୁସି ପ୍ରକାଶ କରିଛନ୍ତି ।

Also read- ବନ୍ଦ ହେବ ୫ଶହ ଟଙ୍କିଆ ନୋଟ୍ ? ଜାଣନ୍ତୁ କଣ କହିଲେ RBI ଗଭର୍ଣ୍ଣର