Anubhav VS Varsha: ଅନୁଭବଙ୍କୁ କେତେ ଟଙ୍କା ମାଗିଥିଲେ ବର୍ଷା ଓ କାହିଁକି, ଅଭିନେତା ନିଜେ କଲେ ଖୁଲାସା
Advertisement
Article Detail0/zeeodisha/odisha2254661

Anubhav VS Varsha: ଅନୁଭବଙ୍କୁ କେତେ ଟଙ୍କା ମାଗିଥିଲେ ବର୍ଷା ଓ କାହିଁକି, ଅଭିନେତା ନିଜେ କଲେ ଖୁଲାସା

Anubhav VS Varsha: ଏହାସହ ଗତ କିଛିଦିନ ତଳେ ଅଭିନେତା ଅନୁଭବଙ୍କ ନାଁରେ ଏନବିଡବ୍ଲ୍ୟୁ କୁ ନେଇ ମଧ୍ୟ ବର୍ଷା ରାଜନୀତି କରୁଛନ୍ତି ବୋଲି କହିଛନ୍ତି ଅନୁଭବ । ତେବେ ଏହି ପଡକାଷ୍ଟରେ କେବଳ ନିଜ ବୈବାହିକ ଜୀବନ ନୁହେଁ ବରଂ ବିଜେଡି କାଇଁ ଛାଡି଼ଲେ ତାର ବି କାରଣ କହିଛନ୍ତି ଅନୁଭବ ମହାନ୍ତି। 

 

Anubhav VS Varsha: ଅନୁଭବଙ୍କୁ କେତେ ଟଙ୍କା ମାଗିଥିଲେ ବର୍ଷା ଓ କାହିଁକି, ଅଭିନେତା ନିଜେ କଲେ ଖୁଲାସା

Anubhav VS Varsha: ତୁଟି ସାରିଛି ଦଶ ବର୍ଷର ବୈବାହିକ ସମ୍ପର୍କ । ଅଲଗା ହୋଇଛନ୍ତି ସେଲିବ୍ରିଟି ଯୋଡ଼ି ଅନୁଭବ ମହାନ୍ତି ଏବଂ ବର୍ଷା ପ୍ରିୟଦର୍ଶିନୀ । ଦୀର୍ଘ ଦିନ ଧରି ଚାଲିଥିବା ଆଇନଗତ ଲଢେଇ ପରେ ଶେଷରେ ବର୍ଷା ଓ ଅନୁଭବଙ୍କ ଛାଡପତ୍ର ହୋଇଥିବା ଖବର ପୂରା ଚକିତ କରିଥିଲା। ଫେବୃଆରୀ ୮ ରେ ଏହି ନିଷ୍ପତ୍ତି ନେଇଥିଲେ କୋର୍ଟ । ତେବେ ଏହି ଖବର କୁ ନିଜେ ଅନୁଭବ ନିଜ ଏକ୍ସରେ ପୋଷ୍ଟ କରିଥିଲେ। ହେଲେ ଏବେ ଏକ ୟ୍ୟୁଟ୍ୟୁବ ଚ୍ୟାନେଲ ରେ ଦେଇଥିବା ସାକ୍ଷାତକାରରେ ଅନେକ ଗୁମର ଖୋଲିଛନ୍ତି ଅନୁଭବ ମହାନ୍ତି । 

 ୟ୍ୟୁଟ୍ୟୁବ ଚ୍ୟାନେଲ Deepika Narayan Bhardwaj ଚ୍ୟାନେଲ୍ ରେ ମନର କଥା କହିଛନ୍ତି ଅନୁଭବ ମହାନ୍ତି । ପଲିଟିକ୍ସ, ମ୍ୟାରେଜ ଲାଇଫ ଏବଂ ଦଳବଦଳର ସବୁ କଥା କହିଛନ୍ତି ଅନୁଭବ ମହାନ୍ତି। ପତ୍ନୀ ଙ୍କ ସହ କେମିତି ଥିଲା ସମ୍ପର୍କ ସେ କଥା ବି ବଖାଣିଛନ୍ତି ଅନୁଭବ। ତେବେ ଯେତେବେଳେ ଡିଭୋର୍ସ ମାମଲା ଚାଲିଥିଲା ସେତେବେଳେ ଅନୁଭବଙ୍କୁ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ (Varsha Priyadarshini) ୧୫ କୋଟି ମେଣ୍ଟେନାନ୍ସ ବା ଭରଣ ପୋଷଣ ପାଇଁ ଦାବି କରିଥିଲେ । ତେବେ ପଡକାଷ୍ଟରେ ଥିବା ଆଙ୍କର ଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଅନୁଭବ କହିଥିଲେ ଯେ, ଯେଉଁ ନାରୀ ନିଜ ଉପରେ ନିର୍ଯାତନା ସହ ଜୀବନ ଉପରେ ଭୟ ଥିବା ପିଟିସନରେ ଦର୍ଶାଇଥିଲେ । ସେହି ମହିଳା କେମିତି ପୁଣି ମୋ ସହ ରହିବାକୁ ପିଟିସନ ଦାଖଲ କରୁଥିଲେ। ଏମିତି ଅନେକ ସମୟରେ କେସ୍ କରି ସମୟ ନେଇ ମଧ୍ୟ କୋର୍ଟରେ ହାଜର ହେଉନଥିଲେ ବର୍ଷା ଯେଉଁଥିପାଇଁ ଅନୁଭବଙ୍କୁ ଅନେକ ସମୟରେ ହଇରାଣ ହେବାକୁ ପଡୁ଼ଥିଲା । ଏହାସହ ବର୍ଷାଙ୍କ ସମ୍ପତ୍ତି ଅର୍ଥାତ୍ ନେଟ୍ ୱର୍ଥ ବିଷୟରେ ବି ମୁହଁ ଖୋଲିଛନ୍ତି ଅନୁଭବ । ୪ ଟି ଘରର ମାଲିକାଣି ଜଏଣ୍ଟ ପ୍ରପର୍ଟିର ଭାଗୀଦାରି ସହ ବର୍ଷା ପ୍ରିୟଦର୍ଶିନୀ କୋଟି କୋଟିର ମାଲିକ ବୋଲି କହିଛନ୍ତି ଅନୁଭବ ମହାନ୍ତି। 

fallback

ସେହିପରି ବର୍ଷାଙ୍କୁ ବିଜେଡିରୁ ଟିକେଟ(Odisha BJD Ticket) ମିଳିବା ନେଇ ମୁହଁ ଖୋଲିଛନ୍ତି ଅନୁଭବ । ଯାଜପୁର ବଡ଼ଚଣାରେ ବହୁ ବଡ଼ ବଡ଼ ନେତା ଅଛନ୍ତି ଯେଉଁମାନେ ୬ ୬ ଥର ଜିତିଛନ୍ତି ।ହେଲେ ବର୍ଷା ଏପ୍ରିଲ ୧୮ରେ ବିଜେଡି ରେ ଯୋଗ ଦେବା ପରେ ଏହାର ଠିକ୍ ପରଦିନ ଅର୍ଥାତ୍ ୧୯ରେ ତାଙ୍କୁ ବଡ଼ଚଣାରୁ ପ୍ରାର୍ଥୀ କରାଗଲା । ତେବେ ସେ କେତେ ପାୱାର ଫୁଲ ବୋଲି କହିଛନ୍ତି ଅନୁଭବ । ଏହାସହ ଗତ କିଛିଦିନ ତଳେ ଅଭିନେତା ଅନୁଭବଙ୍କ ନାଁରେ ଏନବିଡବ୍ଲ୍ୟୁ କୁ ନେଇ ମଧ୍ୟ ବର୍ଷା ରାଜନୀତି କରୁଛନ୍ତି ବୋଲି କହିଛନ୍ତି ଅନୁଭବ । ତେବେ ଏହି ପଡକାଷ୍ଟରେ କେବଳ ନିଜ ବୈବାହିକ ଜୀବନ ନୁହେଁ ବରଂ ବିଜେଡି କାଇଁ ଛାଡି଼ଲେ ତାର ବି କାରଣ କହିଛନ୍ତି ଅନୁଭବ ମହାନ୍ତି। 

ସୂଚନାଯୋଗ୍ୟ ଯେ, ଏହି ଷ୍ଟାର ଦମ୍ପତିଙ୍କ ପାରିବାରିକ ବିବାଦର(Anubhav Varsha Conflict) ମୂଳ ମାମଲା ୨୦୨୦ ଜୁଲାଇ ୬ରେ ଅନୁଭବ ମହାନ୍ତିଙ୍କ ଦ୍ୱାରା ଦିଲ୍ଲୀର ପଟିଆଲା ହାଉସ ପରିବାର ଅଦାଲତରେ ରୁଜୁ ହୋଇଥିଲା । ଏହାପରେ ଏହି ମାମଲାକୁ କଟକ ପରିବାର ଅଦାଲତକୁ ସ୍ଥାନାନ୍ତରିତ କରିବା ପାଇଁ ବର୍ଷା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ପରେ ସର୍ବୋଚ୍ଚ ଅଦାଲତ ଏହି ମାମଲା କଟକ ଅଦାଲତକୁ ସ୍ଥାନାନ୍ତରିତ କରିଥିଲେ । କଟକ ପରିବାର ଅଦାଲତଙ୍କ ନିର୍ଦ୍ଦେଶରେ ୨୦୨୧ ଏପ୍ରିଲ ୫ ତାରିଖରେ ପ୍ରଥମ ଥର ପାଇଁ ଉଭୟ ହାଜର ହୋଇଥିଲେ । ସେବେଠାରୁ ଉଭୟ ଉଭୟଙ୍କ ନାଁରେ ଅନେକ ମକଦ୍ଦମା ରୁଜୁ କରିଥିଲେ । ତେବେ କଟକ ପରିବାର ଅଦାଲତରେ ବିବାହ ବିଚ୍ଛେଦ ଆବେଦନ ଖାରଜ ହେବା ପରେ ଅନୁଭବ ମହାନ୍ତି ଏହାକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ।

Also Read: Anubhav Mohanty: ପ୍ରଚାର ମୈଦାନରେ ବି ଅନୁଭବଙ୍କ ପିଛା ଛାଡି଼ଲାନି ବର୍ଷା!

Also Read: Rahu Gochar 2024: ରାହୁଙ୍କ ଚଳନ ବଦଳାଇବ ଏହି ରାଶିଙ୍କ ଭାଗ୍ୟ, ବର୍ଷ ତମାମ ରହିବନି ଧନର ଅଭାବ!