Irrfan khan death anniversary: ଆଜି ବି ମନେ ପଡ଼ନ୍ତି ଇରଫାନ ଖାନ, ଏହିସବୁ ଫିଲ୍ମରେ ଜୀବନ୍ତ ତାଙ୍କ ଅଭିନୟର ଯାଦୁ
Advertisement
Article Detail0/zeeodisha/odisha1673060

Irrfan khan death anniversary: ଆଜି ବି ମନେ ପଡ଼ନ୍ତି ଇରଫାନ ଖାନ, ଏହିସବୁ ଫିଲ୍ମରେ ଜୀବନ୍ତ ତାଙ୍କ ଅଭିନୟର ଯାଦୁ

Irrfan khan Death Anniversary: ଆଜି ଏହି ମହାନ କଳାକାର ଆମ ଗ୍ରହଣରେ ନାହାନ୍ତି ସତ କିନ୍ତୁ ତାଙ୍କର ଚମତ୍କାର ଅଭିନୟ ଆଜି ବି ଦର୍ଶକଙ୍କ ମଧ୍ଯରେ ଜୀବିତ ରହିଛି । କୁହନ୍ତି ଜଣେ କଳାକାର କେବେ ମରେ ନାହିଁ ସେ ନିଜର କଳା ମାଧ୍ୟମରେ ଲୋକଙ୍କ ହୃଦୟରେ ସର୍ବଦା ଜୀବିତ ରହିଥାଏ । ଏହିପରି ଜଣେ କଳାକାର ଥିଲେ ଇରଫାନ ଖାନ । ଏହି ଅଭିନେତାଙ୍କ ମୃତ୍ୟୁକୁ ଇତି ମଧ୍ଯରେ ୩ ବର୍ଷ ବିତିଛି। 

ସୌ(ସୋସିଆଲ ମିଡିଆ)

Irrfan khan Death Anniversary: ବଲିଉଡ଼ର ଭେଟେରାନ ଅଭିନେତା ଇରଫାନ ଖାନ (Irrfan khan) । ଆଜି ଏହି ମହାନ କଳାକାର ଆମ ଗ୍ରହଣରେ ନାହାନ୍ତି ସତ କିନ୍ତୁ ତାଙ୍କର ଚମତ୍କାର ଅଭିନୟ ଆଜି ବି ଦର୍ଶକଙ୍କ ମଧ୍ଯରେ ଜୀବିତ ରହିଛି । କୁହନ୍ତି ଜଣେ କଳାକାର କେବେ ମରେ ନାହିଁ ସେ ନିଜର କଳା ମାଧ୍ୟମରେ ଲୋକଙ୍କ ହୃଦୟରେ ସର୍ବଦା ଜୀବିତ ରହିଥାଏ । ଏହିପରି ଜଣେ କଳାକାର ଥିଲେ ଇରଫାନ ଖାନ । ଏହି ଅଭିନେତାଙ୍କ ମୃତ୍ୟୁକୁ ଇତି ମଧ୍ଯରେ ୩ ବର୍ଷ (Irrfan khan death anniversary) ବିତିଛି। ୭ ଜାନୁୟାରୀ ୧୯୬୭ ମସିହାରେ ରାଜସ୍ଥାନର ଏକ ମୁସଲମାନ ପରିବାରରେ ଇରଫାନଙ୍କ ଜନ୍ମ । ବହୁ ଘାତ ପ୍ରତିଘାତକୁ ସାମ୍ନା କରି ସେ ବଲିଉଡ଼ରେ ନିଜର ପରିଚୟ ସୃଷ୍ଟି କରିଥିଲେ । ଚଳଚ୍ଚିତ୍ର ଜଗତରେ ପାଦ ଦେବା ପୂର୍ବରୁ ସେ ଜଣେ ଥିଏଟର କଳାକାର ଥିଲେ । ସେ ୧୯୮୮ ମସିହାରେ 'ସଲାମ ବମ୍ବେ'ରେ ଏକ ଛୋଟ ଭୂମିକାରେ ଅଭିନୟ କରିଥିଲେ। ଏହାପରେ ସେ କେବେ ପଛକୁ ଫେରି ଚାହିଁନାହାନ୍ତି । ଗୋଟିଏ ପରେ ଗୋଟିଏ ଚଳଚ୍ଚିତ୍ରରେ ଅଭିନୟ କରି ସେ ଦର୍ଶକଙ୍କ ହୃଦରେ ଛାପ ଛାଡ଼ି ଯାଇଛନ୍ତି । ଇରଫାନ ଖାନ ବଲିଉଡ଼ର ବରିଷ୍ଠ ଅଭିନେତାଙ୍କ ମଧ୍ୟରୁ ଜଣେ। କେବଳ ଦେଶରେ ନୁହେଁ, ବିଦେଶରେ ମଧ୍ଯ ସେ ନିଜର ପରିଚୟ ସୃଷ୍ଟି କରିଥିଲେ । ୨୯ ଏପ୍ରିଲ ୨୦୨୦ ମସିହାରେ ମୁମ୍ବାଇର କୋକିଲାବେନ ଧୀରବାଇ ଅମ୍ବାନୀ ହସ୍ପିଟାଲରେ ୫୩ ବର୍ଷ ବୟସରେ ଦୁନିଆରୁ ବିଦାୟ ନେଇଥିଲେ ଏହି ମହାନ କଳାକରା । ତାଙ୍କ ମୃତ୍ୟୁରେ ସମଗ୍ର ବଲିଉଡ଼ ସ୍ତବ୍ଧ ହୋଇଯାଇଥିଲା । ଅଭିନେତାଙ୍କ ଶ୍ରାଦ୍ଧ ବାର୍ଷିକୀରେ ସେହି ଚଳଚ୍ଚିତ୍ର ବିଷୟରେ ଆଲୋଚନା କରିବା ଯାହା ତାଙ୍କୁ ଦର୍ଶକଙ୍କ ହୃଦୟରେ ଆଜି ବି ଜୀବିତ ରହିଛି ।

ସେକ୍ସପିୟରଙ୍କ 'ମ୍ୟାକବେଥ' ଉପରେ ଆଧାର କରି ଫିଲ୍ମ 'ମକବୁଲ' (Maqbool) ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ ବିଶାଲ ଭରଦ୍ୱାଜ । ଏହି ଫିଲ୍ମ ଇରଫାନ୍ ଖାନଙ୍କୁ ନୂତନ ପରିଚୟ ଦେଇଥିଲା । ଫିଲ୍ମରେ ତାଙ୍କ ଅଭିନୟକୁ ଖୁବ ପ୍ରଶଂସା କରାଯାଇଥିଲା ।

ତିମାନସୁ ଧୁଳିଆଙ୍କ ଫିଲ୍ମ 'ପାନ ସିଂ ତୋମାର' (Paan Singh Tomar )୨୦୧୨ ମସିହାରେ ଶ୍ରେଷ୍ଠ ଫିଚର ଫିଲ୍ମ ଭାବେ ଜାତୀୟ ପୁରସ୍କାର ଜିତିଥିଲା ​​। ଦେଶ ପାଇଁ ଅନେକ ସ୍ୱର୍ଣ୍ଣ ପଦକ ଜିତିଥିବା ଜଣେ ଆଥଲେଟ୍ କିପରି ପରିସ୍ଥିତିରେ ପଡ଼ ଡକାୟତ ହେଉଛି ତାହାକୁ ନେଇ ଫିଲ୍ମଟି ଗତିଶୀଳ । ଚଳଚ୍ଚିତ୍ରରେ ଇରଫାନ ଖାନ ପାନ ସିଂ ତୋମାର ଭୂମିକାରେ ଅଭିନୟ କରିଥିଲେ, ଯାହାର ମାଙ୍କୁ ହତ୍ୟା କରାଯାଇଛି । ତେବେ ଏହି ପ୍ରତିଶୋଧର କାହାଣୀକୁ ନେଇ ଫିଲ୍ମଟି ଗତିଶୀଳ ।

ଇରଫାନ ଖାନଙ୍କ ଅଭିନୀତ ଚଳଚ୍ଚିତ୍ର “ଲଞ୍ଚ ବକ୍ସ” (Lunch box) ଏକ ପ୍ରେମ କାହାଣୀ ଉପରେ ଆଧାରିତ । ଯାହା ମୁମ୍ବାଇର ପ୍ରସିଦ୍ଧ ଟିଫିନ୍ ସର୍ଭିସରୁ ଆରମ୍ଭ । ଏହି ଚଳଚ୍ଚିତ୍ରରେ ନିମ୍ରତ କୌର ଏକ ଗୃହିଣୀ ଭୂମିକାରେ ନଜର ଆସିଥିଲେ। କାହାଣୀଟି ସେତେବେଳେ ମୋଡ଼ ବଦଳାଇଥିଲା ଯେତେବେଳେ “ଲଞ୍ଚ ବକ୍ସ”ଟି ଇରଫାନ୍ ଖାନଙ୍କୁ ନିକଟକୁ ଡ଼େଲିଭରୀ ହୋଇଥିଲା । ନିମ୍ରତ ଏହି ବକ୍ସରେ ଏକ ନୋଟ୍ ରଖଥିଲେ । ଏହି ନୋଟ୍ ମାଧ୍ୟମରେ ଉଭୟଙ୍କ ମଧ୍ଯରେ ପ୍ରେମ ଆରମ୍ଭ ହୋଇଥିଲା ।

ଇରଫାନଙ୍କ ଫିଲ୍ମ 'ହିନ୍ଦୀ ମଧ୍ୟମ' (Hindi Medium )ଏକ ହିଟ୍ ଫିଲ୍ମ ଅଟେ । ସାକେତ ଚୌଧୁରୀ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ । ସବା କମର ଏଥିରେ ଇରଫାନଙ୍କ ପତ୍ନୀ ଭୂମିକାରେ ଅଭିନୟ କରିଥିଲେ। ଉଭୟ ଇଂରାଜୀରେ ଦୁର୍ବଳ ଥାଇ ମଧ୍ଯ ନିଜ ଝିଅକୁ ଇଂରାଜୀ ମିଡିଆ ସ୍କୁଲରେ ଆଡମିଶନ କରିବାକୁ କେଉଁ ଭଳି ସଂଘର୍ଷ କରୁଛନ୍ତି ତାହାକୁ ନେଇ ଫିଲ୍ମର କାହାଣୀଟି ଗତିଶୀଳ ।

ସୁଜିତ ସରକାରଙ୍କ ନିର୍ଦ୍ଦେଶନାରେ ନିର୍ମିତ ଫିଲ୍ମ “ପିକୁ” (Piku) ୨୦୧୫ ମସିହାରେ ରିଲିଜ ହୋଇଥିଲା । ଏଥିରେ ଇରଫାନ ଖାନଙ୍କ ଅଭିନୟକୁ ଖୁବ ପ୍ରଶଂସା କରାଯାଇଥିଲା। ଇରଫାନ୍ ଖାନ୍ ଏହି ଫିଲ୍ମରେ ଦୀପିକା ପାଦୁକୋନ୍ ଓ ଅମିତାଭ ବଚ୍ଚନଙ୍କ ସହ ସ୍କ୍ରିନ୍ ସେୟାର କରିଥିଲେ।