Nayanthara: ଅଟଲିଙ୍କ ବିରୋଧରେ ମୁହଁ ଖୋଲିଲେ ନୟନତାରା, ଦେଲେ ଏପରି ବୟାନ
Advertisement
Article Detail0/zeeodisha/odisha1954707

Nayanthara: ଅଟଲିଙ୍କ ବିରୋଧରେ ମୁହଁ ଖୋଲିଲେ ନୟନତାରା, ଦେଲେ ଏପରି ବୟାନ

Nayanthara: ଦକ୍ଷିଣ ଭାରତର ଅଭିନେତ୍ରୀ ନୟନତାରା (South Indian actress Nayanthara)। ନିକଟରେ ନୟନତାରାଙ୍କ ଅଭିନୀତ ଫିଲ୍ମ 'ଜଓ୍ବାନ୍'  (Jawan film) ରିଲିଜ୍ ହୋଇଥିଲା। ଏହି ଫିଲ୍ମ ଜରିଆର ନୟନତାରା ବଲିଉଡରେ ଡେବ୍ୟୁ (Bollywood debut in 2023) କରିଥିଲେ। ନୟନତାରା 'ଜଓ୍ବାନ୍'  ନିର୍ଦ୍ଦେଶକଙ୍କ ବିରୋଧରେ ସଙ୍ଗୀନ୍ ଅଭିଯୋଗ ଆଣିଛନ୍ତି। 

Nayanthara: ଅଟଲିଙ୍କ ବିରୋଧରେ ମୁହଁ ଖୋଲିଲେ ନୟନତାରା, ଦେଲେ ଏପରି ବୟାନ

Nayanthara: ଦକ୍ଷିଣ ଭାରତର ଅଭିନେତ୍ରୀ ନୟନତାରା (South Indian actress Nayanthara)। ନିକଟରେ ନୟନତାରାଙ୍କ ଅଭିନୀତ ଫିଲ୍ମ 'ଜଓ୍ବାନ୍'  (Jawan film) ରିଲିଜ୍ ହୋଇଥିଲା। ଏହି ଫିଲ୍ମ ଜରିଆର ନୟନତାରା ବଲିଉଡରେ ଡେବ୍ୟୁ (Bollywood debut in 2023) କରିଥିଲେ। ବକ୍ସ ଅଫିସରେ ନୂଆ ରେକର୍ଡ ସୃଷ୍ଟି କରିଥିଲା ଏହି ଫିଲ୍ମ। କିନ୍ତୁ ବଲିଉଡରେ ଡେବ୍ୟୁ କରିବା ନେଇ ଖୁସି ନାହାଁନ୍ତି ଅଭିନେତ୍ରୀ ନୟନତାରା। 'ଜଓ୍ବାନ୍' ଫିଲ୍ମରେ ଲିଡ଼ ରୋଲରେ ଶାହାରୁଖଙ୍କ ସହ ନୟନତାରା ନଜର ଆସିଥିଲେ। ଆଉ କେମିଓ ଭୂମିକାରେ ଅଭିନୟ କରିଥିଲେ ଦୀପିକା ପାଦୁକୋନ୍। କିନ୍ତୁ କିଛି ଲୋକେ ଏହି ଫିଲ୍ମକୁ ନୟନତାରା-ଶାହାରୁଖଙ୍କ ଫିଲ୍ମ ନୁହେଁ, ବରଂ ଶାହାରୁଖ ଏବଂ ଦୀପିକାଙ୍କ ଫିଲ୍ମ ବୋଲି କହୁଛନ୍ତି। ଯାହାକୁ ନେଇ ଅଭିନେତ୍ରୀ ଖପ୍ପା ହୋଇଛନ୍ତି। କେବେଳ ସେତିକି ନୁହେଁ, ଫିଲ୍ମର ଅଧିକାଂଶ ସିନ୍ କୁ ନିର୍ଦ୍ଦେଶକ ଅଟଲି କାଟି ଦେଇଥିବା ନୟନତାରା ଅଭିଯୋଗ ଆଣିଛନ୍ତି। 

ଏହାବି ପଢନ୍ତୁ : Gold Rate: ଖସିଲା ସୁନା ଦର, ଜାଣନ୍ତୁ ଓଡି଼ଶାରେ ଆଜି କେତେ ରହିଛି ରେଟ୍?

ନିକଟରେ ଦେଇଥିବା ଏକ ସାକ୍ଷାତକାରରେ, ନୟନତାରା କହିଥିଲେ ଯେ, 'ଜଓ୍ବାନ୍' ର ଫିଲ୍ମରେ ପ୍ରଥମେ ଅଫର ପାଇ ବେଶ ଖୁସି ଥିଲି। ଫିଲ୍ମ ରିଲିଜ୍ ହେବା ପରେ ଭାଙ୍ଗି ଯାଇଥିଲା ମନ । କାହିଁକିନା ନୟନତାରାଙ୍କ କିଛି ସିନକୁ ନିର୍ଦ୍ଦେଶକ ଅଟଲି କାଟି ଦେଇଥିଲେ। କେବେବି ସେ ନିର୍ଦ୍ଦେଶକ ଅଟଲୀଙ୍କ ସହ କାମ କରିବେ ବୋଲି ମନସ୍ତ କରିଛନ୍ତି । କେବଳ ସେତିକି ନୁହେଁ ନୟନତାରାଙ୍କୁ 'ଜଓ୍ବାନ୍'  (Jawan film)ର ପ୍ରମୋସନରେ ବି ନିମନ୍ତ୍ରିତ କରାଯାଇ ନଥିବା ସେ କହିଛନ୍ତି । ସେଥି ପାଇଁ 'ଜଓ୍ବାନ୍'  (Jawan film)ର ପ୍ରମୋସନ ସମୟରେ ହେଉ କି ଇଭେଣ୍ଟରେ ତାଙ୍କୁ ଦେଖିବାକୁ ମିଳିନ ଥିଲା। ଯେଉଁଥିପାଇଁ ନୟନତାରା ବେଶ୍ ଦୁଃଖିତ ହୋଇଥିଲେ। ସେଥିପାଇଁ ସେ ସ୍ଥିର କରିଛନ୍ତି ଆଉ କେବେବି ସେ ବଲିଉଡ଼ ଫିଲ୍ମରେ କାମ କରିବେ ନାହିଁ।  

ସାଉଥ୍ ଇଣ୍ତଷ୍ଟ୍ରିର ଜଣେ ନାଁ କରା ଅଭିନେତ୍ରୀ ହେଉଛନ୍ତି ନୟନତାରା। ଫିଲ୍ମ 'ଜଓ୍ବାନ'ରେ ସେ କିଙ୍ଗ୍ ଖାନଙ୍କ ସହ ସ୍କ୍ରିଂନ ସେୟାର କରିଥିଲେ । ପୋଲିସ୍ ଫୋର୍ସର ହେଡ଼ ଅଫିସର ଭାବେ ନଜର ଆସିଥିଲେ। ଯେଉଁଥିରେ ତାଙ୍କ ଚରିତ୍ର ନାଁ ନର୍ମଦା ରାୟ ହୋଇଥିଲା। ନୟନତାରାଙ୍କ ଅଭିନୟକୁ ଦର୍ଶକ ବେଶ ପସନ୍ଦ କରିଛନ୍ତି। ତେବେ, ଏହି ଫିଲ୍ମରେ ଅଭିନୟ କରିବା ପାଇଁ ନୟନତାରା ୧୦ କୋଟି ନେଇଥିଲେ। ଫିଲ୍ମଟି ବିଶ୍ବବ୍ୟାପି ମୋଟ୍ ୧,୧୪୭.୯୬ କୋଟି (₹1,147.96 crore (US$140 million) ରୋଜଗାର କରିଛି। ନିକଟରେ ଅଭିନେତ୍ରୀଙ୍କ ତାମିଲ ଫିଲ୍ମ 'ଇରାଇଭାନ୍' (Iraivan) ରିଲିଜ୍ ହୋଇଛି । ସାଉଥ୍ ଇଣ୍ତଷ୍ଟ୍ରିର ଜଣେ ନାଁ କରା ଅଭିନେତ୍ରୀ ହେଉଛନ୍ତି ନୟନତାରା। ଗଣମାଧ୍ୟମ ରିପୋର୍ଟ ଅନୁସାରେ, ସେ ଗୋଟିଏ ଫିଲ୍ମ କରିବା ପାଇଁ ପାଖାପାଖି ୫ରୁ ୧୦ କୋଟି ନେଇ ଥାଆନ୍ତି।