Samantha Ruth Prabhu: ଗମ୍ଭୀର ରୋଗରେ ପୀଡିତ ସାମନ୍ଥା, ଇନଷ୍ଟାରେ ସେୟାର କଲେ ଭାବ ବିହ୍ବଳ ପୋଷ୍ଟ
Advertisement
Article Detail0/zeeodisha/odisha1417464

Samantha Ruth Prabhu: ଗମ୍ଭୀର ରୋଗରେ ପୀଡିତ ସାମନ୍ଥା, ଇନଷ୍ଟାରେ ସେୟାର କଲେ ଭାବ ବିହ୍ବଳ ପୋଷ୍ଟ

Samantha Ruth Prabhu: ସାଉଥ ଅଭିନେତ୍ରୀ ସାମନ୍ଥା ରୁଥ୍‌ ପ୍ରଭୁ(Samantha Ruth Prabhu) । ନିଜର ଦମଦାର ଅଭିନୟ ପାଇଁ ସମସ୍ତଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି । ତାଙ୍କର ଆଗାମୀ ଫିଲ୍ମ 'ୟଶୋଦା' ଆସନ୍ତା ମାସରେ ରିଲିଜ୍ ହେବ ।  ଫିଲ୍ମଟିକୁ ଦର୍ଶକ ଖୁବ ଉତ୍ସାହର ସହକାରେ ଅପେକ୍ଷା କରିଛନ୍ତି । 

ସୌଜନ୍ୟ : ସୋସିଆଲ ମିଡିଆୟା

Samantha Ruth Prabhu: ସାଉଥ ଅଭିନେତ୍ରୀ ସାମନ୍ଥା ରୁଥ୍‌ ପ୍ରଭୁ(Samantha Ruth Prabhu) । ନିଜର ଦମଦାର ଅଭିନୟ ପାଇଁ ସମସ୍ତଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି । ତାଙ୍କର ଆଗାମୀ ଫିଲ୍ମ 'ୟଶୋଦା' ଆସନ୍ତା ମାସରେ ରିଲିଜ୍ ହେବ ।  ଫିଲ୍ମଟିକୁ ଦର୍ଶକ ଖୁବ ଉତ୍ସାହର ସହକାରେ ଅପେକ୍ଷା କରିଛନ୍ତି । ହେଲେ ଏହାରି ଭିତରେ ଏକ ବଡ ଖବର ସାମ୍ନାକୁ ଆସିଛି । ସାମନ୍ଥାଙ୍କ ସ୍ଵାସ୍ଥ୍ୟବସ୍ଥା ଖରାପ ଅଛି । ସେ କୌଣସି ଏକ ଗମ୍ଭୀର ରୋଗରେ ପୀଡିତ ଅଛନ୍ତି। ଅନେକ ଭାବିଥିଲେ ଏ ଖବର ଗୁଜବ ଅଟେ । କିନ୍ତୁ ନାଁ, ବର୍ତ୍ତମାନ ଅଭିନେତ୍ରୀ ନିଜ ଇନଷ୍ଟାରେ ଏଭଳି କିଛି ପୋଷ୍ଟ କରିଛନ୍ତି । ଯାହା ତାଙ୍କ ଫ୍ୟାନ୍ସଙ୍କୁ ଝଟକା ଦେଇଛି । 

ଏହା ସହ ସେ ମେଡିକାରେ ଥିବାର ଏକ ଫଟୋ ମଧ୍ୟ ବେଶ୍ ଭାଇରାଲ ହେଉଛି । ଫଟୋରେ ଦେଖିବାକୁ ମିଳିଛି ଯେ, ତାଙ୍କ ହାତରେ ଡ୍ରିପ୍‌ ଲାଗିଛି। ଫଟୋ ସେୟାର କରି ସାମନ୍ତ ଲେଖିଛନ୍ତି,'ୟଶୋଦା' ଟ୍ରେଲର ପାଇଁ ଆପଣଙ୍କ ପ୍ରତିକ୍ରିୟା ଜବରଦସ୍ତ ଥିଲା । ଯେଉଁ ଭଲପାଇବା ଏବଂ ସଂଯୋଗ ଅଛି, ତାହା ମୁଁ ଆପଣ ସମସ୍ତଙ୍କ ସହ ସେୟାର କରୁଛି, ଯାହା ମୋତେ ଜୀବନରେ ସମ୍ମୁଖୀନ ହେଉଥିବା ଅସୀମ ଆହ୍ବାନର ମୁକାବିଲା କରିବାକୁ ଶକ୍ତି ଦେଇଥାଏ ।

ଏହାବି ପଢନ୍ତୁ :Kiara And Sidharath Wedding: ଏହି ଦିନ ପଡିବା କିଆରା ଓ ସିଦ୍ଧାର୍ଥଙ୍କ ହାତଗଣ୍ଠି, ମୁମ୍ବାଇରେ ହେବ ଗ୍ରାଣ୍ତ ରିସେପସନ୍ ପାର୍ଟ

ଏହାବି ପଢନ୍ତୁ :Urfi Javed: ପାର୍ଟିରେ ଦୁଇ ଭଉଣୀଙ୍କ ସହ ନଜର ଆସିଲେ ଉର୍ଫି

କିଛି ମାସ ପୂର୍ବରୁ ମୋର ମାୟୋସିଟିସ୍ (ମାଂସପେଶୀ ପ୍ରଦାହ ଜନିତ ସମସ୍ୟା) ନାମକ ଏକ ଅଟୋମ୍ୟୁମ୍ୟୁନ କଣ୍ଡିସନ୍‌ ଡାଇଗ୍ନୋସିସ୍‌ କରାଯାଇଥିଲା  । ମୁଁ ଏଥିରୁ ଭଲ ହେବା ପରେ ଏହାକୁ ସେୟାର କରିବା ପାଇଁ ଆଶା ରଖିଥିଲି, କିନ୍ତୁ ଏହା ଆଶା କରାଯାଉଥିବା ଠାରୁ ଟିକିଏ ଅଧିକ ସମୟ ନେଉଛି । ମୁଁ ଧୀରେ ଧୀରେ ହୃଦୟଙ୍ଗମ କରୁଛି ଯେ, ଆମକୁ ସର୍ବଦା ଆମର ଦୃଢ଼ ଦିଗକୁ ରଖିବା ଉଚିତ୍ ।ଏହାକୁ ଗ୍ରହଣ କରିବା କିଛି ଏମିତି, ଯେଉଁଥିରେ ମୁଁ ଏବେ ବି ସଂଘର୍ଷ କରୁଛି । ଡାକ୍ତରମାନେ ନିଶ୍ଚିତ ଅଛନ୍ତି ଯେ ମୁଁ ଖୁବ୍ ଶୀଘ୍ର ସମ୍ପୂର୍ଣ୍ଣ ସୁସ୍ଥ ହୋଇଯିବି ।

ଯଦି ଆମେ ସାମନ୍ଥାଙ୍କ ଓ୍ବାର୍କଫ୍ରଣ୍ଟ କଥା କହିବା ,ତେବେ ସାମନ୍ଥାଙ୍କ ହାତରେ ବର୍ତ୍ତମାନ ଅନେକ ବଡ ପ୍ରୋଜେକ୍ଟ ରହିଛି । 'ୟଶୋଦା' ବ୍ୟତୀତ ସେ 'ସକୁନ୍ତଳମ୍', 'ଚିତାଡେଲ', 'ଆରେଜମେଣ୍ଟସ ଅଫ ଲଭ୍' ଓ' ଖୁସି'ରେ ନଜର ଆସିବେ । ସକୁନ୍ତଳମ୍ ଫିଲ୍ମଟି ଏକ ପୌରାଣିକ ଚଳଚ୍ଚିତ୍ର। ଯେଉଁଥିରେ ଲିଡ୍ ରୋଲରେ ନଜର ଆସିବେ ସାମନ୍ଥା । ଏହି ଚଳଚ୍ଚିତ୍ରଟି ଗୁନାସେଖରଙ୍କ ଦ୍ୱାରା ନିର୍ଦ୍ଦେଶିତ ଏବଂ ପ୍ରାଚୀନ ଭାରତୀୟ କବି କାଳିଦାସଙ୍କ ଦ୍ୱାରା ଲିଖିତ ଶକୁନ୍ତଳାଙ୍କ ଲୋକପ୍ରିୟ କାହାଣୀ ଉପରେ ଆଧାରିତ।