Anant Radhika: ଅନନ୍ତ ଓ ରାଧିକାଙ୍କୁ ସେଲିବ୍ରେଟିଙ୍କ ଦାମୀ ଉପହାର, ଜାଣନ୍ତୁ କିଏ ଦେଇଛି କ’ଣ?
Advertisement
Article Detail0/zeeodisha/odisha2150730

Anant Radhika: ଅନନ୍ତ ଓ ରାଧିକାଙ୍କୁ ସେଲିବ୍ରେଟିଙ୍କ ଦାମୀ ଉପହାର, ଜାଣନ୍ତୁ କିଏ ଦେଇଛି କ’ଣ?

ଅନନ୍ତ ଅମ୍ବାନୀ ଓ ରାଧିକା ମର୍ଚାଣ୍ଟଙ୍କ ପ୍ରି-ୱେଡିଂ ସେଲିବ୍ରେସନ ଶେଷ ହୋଇଛି । ଗୁଜୁରାଟରଜାମନଗରରେ ୩ ଦିନ ଧରି ଚାଲିଥିବା ଏହି କାର୍ଯ୍ୟକ୍ରମ ସମଗ୍ର ବିଶ୍ବରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା । ଏହି ଉତ୍ସବରେ ବିଶ୍ବର ବିଭିନ୍ନ ସ୍ଥାନରୁ ଚର୍ଚ୍ଚିତ ବ୍ୟକ୍ତିତ୍ବମାନେ ଯୋଗ ଦେଇଥିଲେ । ସେହିପରି ବଲିଉଡ଼, କ୍ରୀଡ଼ା ସମେତ

Anant Radhika: ଅନନ୍ତ ଓ ରାଧିକାଙ୍କୁ ସେଲିବ୍ରେଟିଙ୍କ ଦାମୀ ଉପହାର, ଜାଣନ୍ତୁ କିଏ ଦେଇଛି କ’ଣ?

Anant Radhika Pre Wedding​: ଅନନ୍ତ ଅମ୍ବାନୀ ଓ ରାଧିକା ମର୍ଚାଣ୍ଟଙ୍କ ପ୍ରି-ୱେଡିଂ ସେଲିବ୍ରେସନ ଶେଷ ହୋଇଛି । ଗୁଜୁରାଟରଜାମନଗରରେ ୩ ଦିନ ଧରି ଚାଲିଥିବା ଏହି କାର୍ଯ୍ୟକ୍ରମ ସମଗ୍ର ବିଶ୍ବରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା । ଏହି ଉତ୍ସବରେ ବିଶ୍ବର ବିଭିନ୍ନ ସ୍ଥାନରୁ ଚର୍ଚ୍ଚିତ ବ୍ୟକ୍ତିତ୍ବମାନେ ଯୋଗ ଦେଇଥିଲେ । ସେହିପରି ବଲିଉଡ଼, କ୍ରୀଡ଼ା ସମେତ ବିଭିନ୍ନ କ୍ଷେତ୍ରରୁ ବହୁ ପ୍ରତିଷ୍ଠିତ ବ୍ୟକ୍ତି ବିଶେଷ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

ଏହି ଅବସରରେ ୩ ଦିନ ଧରି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ରିହାନଙ୍କ ଭଳି ଅନ୍ତର୍ଜାତୀୟ ସେଲିବ୍ରେଟିଙ୍କ ସଙ୍ଗୀତ ପରିବେଷଣ ଦର୍ଶକଙ୍କୁ ମୁଗ୍ଧ କରିଥିବା ବେଳେ ବଲିଉଡ଼ ସେଲିବ୍ରେଟିଙ୍କ ଡ୍ୟାନ୍ସ ଏହି ଉତ୍ସବକୁ ଆହୁରି ଆକର୍ଷଣୀୟ କରିଥିଲା । ତେବେ ଏହି ଅବସରରେ ଅନନ୍ତ ଅମ୍ବାନୀ ଓ ରାଧିକା ମର୍ଚାଣ୍ଟଙ୍କୁ ଅତିଥିଙ୍କ ପକ୍ଷରୁ ଅନେକ ଦାମୀ ଉପହାର ମିଳିଥିଲା। ଆସନ୍ତୁ ଜାଣିବା କେଉଁ ସେଲିବ୍ରେଟ୍ ଦେଇଛନ୍ତି କେଉଁ ସବୁ ଉପହାର ।

ରିପୋର୍ଟ ଅନୁଯାୟୀ, ବଲିଉଡ଼ ବାଦଶାହ ଶାହରୁଖ ଉଭୟଙ୍କୁ ୫ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ମର୍ସିଡ଼ିଜ ବେଞ୍ଜ ୩୦୦ ଏସଏଲଆର ଉପହାର ଦେଇଛନ୍ତି । ସେହିପରି ସଲମାନ ଖାନ ଅନନ୍ତଙ୍କୁ ଏକ କଷ୍ଟମାଇଜ ଘଣ୍ଟା ଓ ରାଧିକାଙ୍କୁ ଏକ ହୀରା କାନଫୁଲ ଦେଇଛନ୍ତି । ରଣବୀର ଓ ଆଲିଆ ରାଧିକାଙ୍କୁ ଏକ ଗୁଚି ବ୍ରାଣ୍ତର ଡ଼ାଇମଣ୍ତ କ୍ଲଚ୍ ଓ ଅନନ୍ତଙ୍କୁ ଏୟାର ଜୋର୍ଡ଼ାନ ଜୋତା ଉପହାରରେ ଦେଇଛନ୍ତି । ସେହିପରି ସିଦ୍ଧାର୍ଥ ମଲହୋତ୍ରା ଓ କିଆରା ଆଡ଼ଭାନୀ ଉଭୟଙ୍କୁ ସୁନା-ହୀରାର ଗଣେଷ ଓ ଲକ୍ଷ୍ମୀ ମୂର୍ତ୍ତି ଦେଇଥିବା ବେଳେ ଭିକି କୌଶଲ ଓ କ୍ୟାଟ୍ରିନା କୈଫ ରାଧିକାଙ୍କୁ ହୀରା ବ୍ରେସଲଟ୍ ଓ ହାର ଦେଇଛନ୍ତି । ରଣବୀର ସିଂହ ଓ ଦୀପିକା ପାଦୁକୋନ ଅନନ୍ତ ଓ ରାଧିକାଙ୍କୁ ୧ କୋଟିର କଷ୍ଟମାଇଜ ହୀରା ରୋଲେକ୍ସ ଘଣ୍ଟା ଦେଇଛନ୍ତି ।

ରିପୋର୍ଟ ଅନୁଯାୟୀ, ମୁକେଶ ଅମ୍ବାନୀ ନିଜ ସାନ ପୁଅ ଓ ବୋହୂଙ୍କୁ ୪.୫ କୋଟି ମୂଲ୍ୟର ଏକ ବିଳାସପୂର୍ଣ୍ଣ ବେଣ୍ଟଲି କଣ୍ଟିନେଣ୍ଟାଲ ଜିଟିସି ସ୍ପିଡ଼୍ କାର ଉପହାର ଦେଇଛନ୍ତି । ସେହିପରି ମାଆ ନୀତ ଆମ୍ବାନୀ ରୂପାର ଲକ୍ଷ୍ମୀ ଓ ଗଣେଷ ମୂର୍ତ୍ତି ଉପହାର ଦେଇଛନ୍ତି । ଏଥିରେ ରୂପାର ତୁଳସୀ ଚଉରା ଓ ଧୂପକାଠି ରିହିଛି ।ଆସନ୍ତା ଜୁଲାଇ ୧୨ ତାରିଖରେ ହାତକୁ ୨ ହାତ ହେବେ ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀ ।