Highest Paid Ollywood Actor: ଓଲିଉଡର ଦାମୀ ହିରୋ, ଗୋଟିଏ ଫିଲ୍ମ ପିଛା ନିଅନ୍ତି ସବୁଠୁ ଅଧିକ ଟଙ୍କା !
Advertisement
Article Detail0/zeeodisha/odisha1846920

Highest Paid Ollywood Actor: ଓଲିଉଡର ଦାମୀ ହିରୋ, ଗୋଟିଏ ଫିଲ୍ମ ପିଛା ନିଅନ୍ତି ସବୁଠୁ ଅଧିକ ଟଙ୍କା !

Highest Paid Ollywood Actor: ଓଲିଉଡର ଏହି ଟପ୍ ୫ ଆକ୍ଟର ପାଆନ୍ତି ସବୁଠାରୁ ଅଧିକ ପାରିଶ୍ରମିକ। ପ୍ରଥମରେ ଅନୁଭବ ମହାନ୍ତି ରହିଥିବା ବେଳେ ପ୍ରତି ଫିଲ୍ମ ପିଛା କେଉଁ ଆକ୍ଟର କେତେ ଟଙ୍କା ଚାର୍ଜ କରନ୍ତି ଆସନ୍ତୁ ଜାଣିବା। 

 

Highest Paid Ollywood Actor: ଓଲିଉଡର ଦାମୀ ହିରୋ, ଗୋଟିଏ ଫିଲ୍ମ ପିଛା ନିଅନ୍ତି ସବୁଠୁ ଅଧିକ ଟଙ୍କା !

Highest Paid Ollywood Actor: ମନୋରଞ୍ଜନର ଏକ ମୁଖ୍ୟ ମାଧ୍ୟମ ହେଲା ସିରିୟଲ ଫିଲ୍ମ ଓ ଯାତ୍ରା। ଲଗାତାର ଫିଲ୍ମ ରିଲିଜ ସହ ହିଟ୍ କିମ୍ବା ଫ୍ଲପ୍ ଲିଷ୍ଟରେ ସାମିଲ ହୋଇଥାଏ। ହେଲେ କେବେ ଭାବିଛନ୍ତି ଏଥିରେ ଅଭିନୟ କରୁଥିବା ଅଭିନେତା ମାନଙ୍କର ପାରିଶ୍ରମିକ କେତେ ହୋଇଥାଏ। ପ୍ରଥମରେ ରହିଛନ୍ତି ଓଲିଉଡର ଚକୋଲେଟ ବୟ ତନ୍ମୟ ମହାନ୍ତି ଅର୍ଥାତ୍ ବାବୁସାନ ମହାନ୍ତି । ଅନେକ ଓଡ଼ିଆ ଫିଲ୍ମରେ ନିଜର ଜଲୱା ଦେଖାଇଛନ୍ତି ବାବୁସାନ । କେବଳ ଯେ ବାବୁସାନ ଅଭିନୟ କରନ୍ତି ତାହା ନୁହେଁ ବରଂ ଜଣେ ଭଲ ସିଙ୍ଗର ଭାବେ ମଧ୍ୟ ସେ ଘରେ ଘରେ ପରିଚିତ। ତେବେ ବାବୁସାନ (Babushaan Mohanty) ହେଉଛନ୍ତି ଓଲିଉଡର ମୋଷ୍ଟ ପପୁଲାର ହ୍ୟାଣ୍ଡସମ ଆକ୍ଟର । ରିପୋର୍ଟ ଅନୁସାରେ ବାବୁସାନ ଗୋଟେ ଫିଲ୍ମ ପିଛା ୧୦ ଲକ୍ଷ ଟଙ୍କା ଚାର୍ଜ କରିଥାନ୍ତି। 

ସେହିପରି ଆମ ସମସ୍ତଙ୍କ ଛୋଟ ବେଳର ହିରୋ ସିଦ୍ଧାନ୍ତ ମହାପାତ୍ର (Siddhanta Mahapatra) । କେବଳ ଯେ ଓଡ଼ିଶା ତାହା ନୁହେଁ ବେଙ୍ଗଲି ଫିଲ୍ମରେ ବି ନିଜର ପରାକାଷ୍ଠା ଦେଖାଇଛନ୍ତି ସିଦ୍ଧାନ୍ତ। ବୟସାଧିକ କାରଣରୁ ହିରୋ ସିନା ନାହାଁନ୍ତି ହେଲେ ସିଦ୍ଧାନ୍ତଙ୍କ ଚାର୍ମ ଏବେ ଯାଏଁ ଓଲିଉଡ ଇଣ୍ଡଷ୍ଟ୍ରିରୁ କମିନି । ତେବେ ପ୍ରତି ଫିଲ୍ମ ପିଛା ୧୦ ଲକ୍ଷ ଚାର୍ଜ କରୁଥିବା ସିଦ୍ଧାନ୍ତ କିଛି ସିରିଏଲରେ ବି ନଜର ଆସିଥିଲେ। ତେବେ ରିପୋର୍ଟ ଅନୁସାରେ ଫିଲ୍ମ ରଘୁପତି ରାଘବ ରାଜାରାମ ପାଇଁ ସିଦ୍ଧାନ୍ତ ୧୦ ଲକ୍ଷ ଟଙ୍କା ଡିମାଣ୍ଡ କରିଥିଲେ।  

ଓଲିଉଡ ଆକ୍ଟର ସବ୍ୟସାଚୀ ମିଶ୍ର (Sabyasachi Mishra) ଓଲିଉଡ ଇଣ୍ଡଷ୍ଟ୍ରିର ଜଣେ ପପୁଲାର ଚେହେରା। କୋଭିଡ ୧୯ ସମୟରେ ଅନେକ ସୋସିଆଲ ୱାର୍କ କରି ବେଶ ପ୍ରଂଶସା ସାଉଁଟିଛନ୍ତି ସବ୍ୟସାଚୀ। ରିପୋର୍ଟ ଅନୁସାରେ ପ୍ରତି ଫିଲ୍ମ ପିଛା ସବ୍ୟ ମିଶ୍ର ୧୦ ଲକ୍ଷ ଟଙ୍କା ଚାର୍ଜ କରୁଥିବା ବେଳେ ଖବର ଅନୁସାରେ ପିଲାଟା ବିଗିଡିଗଲା ଫିଲ୍ମ ପାଇଁ ୧୩ ଲକ୍ଷ ଟଙ୍କା ଚାର୍ଜ କରିଥିଲେ। ଆଉ ଏବେ ଫ୍ୟାନ୍ସ ମାନେ ତାଙ୍କ ଅପକମିଂ ପ୍ରୋଜେକ୍ଟ ପୁଷ୍କରା ପାଇଁ ଚାତକ ପରି ଅପେକ୍ଷା କରି ବସିରହିଛନ୍ତି। 

ଓଲିଉଡର ଡ୍ୟାସିଂ ହିରୋ ଭାବେ ପରିଚିତ ଅରିନ୍ଦମ ରୟ (Arindam Roy) କିଛିଦିନ ଫିଲ୍ମ ଦୁନିଆରୁ ଦୂରେଇ ରହିବା ପରେ ପୁଣିଥରେ ଧମାକାଦାର ଏଣ୍ଟ୍ରି କରିବାକୁ ଯାଉଛନ୍ତି। ଅରିନ୍ଦମ ଓଡ଼ିଆ, ତାମିଲ , ବେଙ୍ଗଲି ଫିଲ୍ମରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ୨୦୦୬ ମସିହାରେ ନିଜର ବ୍ଲକବଷ୍ଟର ଫିଲ୍ମ ପ୍ରେମ ଋତୁ ଆସିଲା ଜରିଆରେ ଏଣ୍ଟ୍ରି କରିଥିଲେ ଅରିନ୍ଦମ। ଏହି ଅଭିନେତା ଗୋଟିଏ ଫିଲ୍ମ ପାଇଁ ପାଖାପାଖି ୧୫ ଲକ୍ଷ ଟଙ୍କା ଡିମାଣ୍ଡ କରିଥାନ୍ତି । ତେବେ ରିପୋର୍ଟ ଅନୁସାରେ ଇସ୍କ ତୁ ହି ତୁ ଫିଲ୍ମ ପାଇଁ ଅରିନ୍ଦମ ୧୫ ଲକ୍ଷ ଟଙ୍କା ନେଇଥିଲେ। 

ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି (Anubhav Mohanty) ଓଲିଉଡ ଇଣ୍ଡଷ୍ଟ୍ରିର ଷ୍ଟାଇଲିସ୍, ହଟେଷ୍ଟ ଓ ହ୍ୟାଣ୍ଡସମ ଆକ୍ଟରଙ୍କ ମଧ୍ୟରୁ ଜଣେ। ଓଲିଉଡ ଇଣ୍ଡଷ୍ଟ୍ରିରେ ଅନେକ ଫିଲ୍ମରେ କାମ କରିଥବା ବେଳେ ଭାଇଜାନ, ବାଦଶାହା, କଳିଙ୍ଗ ଷଣ୍ଢ ଫିଲ୍ମ ପାଇଁ ବେଶ ଚର୍ଚ୍ଚାର ପରିସରକୁ ଆସିଥିଲେ ଅନୁଭବ। ୨୦୦୫ ମସିହାର ଫିଲ୍ମ ଆଇ ଲଭ ୟୁ ଫିଲ୍ମ ପାଇଁ ବେଶ୍ ପପୁଲାର ହୋଇଥିଲେ ଅନୁଭବ। ତେବେ ରିପୋର୍ଟ ଅନୁସାରେ ଫିଲ୍ମ ଗପ ହେଲେ ବି ସତ ପାଇଁ ପାଖାପାଖି ୩୦ ଲକ୍ଷ ଟଙ୍କା ଚାର୍ଜ କରିଥିଲେ ଅନୁଭବ। ସେଥିପାଇଁ ଅନୁଭବ ହେଉଛନ୍ତି ଓଲିଉଡର ସବୁଠାରୁ ଅଧିକ ଟଙ୍କା ଇନକମ କରୁଥିବା ଆକ୍ଟର ।