Sabyasachi Mishra: ରାଜନୀତିକୁ ଓହ୍ଲାଇବେ କି ସବ୍ୟ, ପ୍ରଶଂସକଙ୍କ ପ୍ରଶ୍ନର ଜବାବରେ ଦେଲେ ଏଭଳି କିଛି ଉତ୍ତର
Advertisement
Article Detail0/zeeodisha/odisha1506683

Sabyasachi Mishra: ରାଜନୀତିକୁ ଓହ୍ଲାଇବେ କି ସବ୍ୟ, ପ୍ରଶଂସକଙ୍କ ପ୍ରଶ୍ନର ଜବାବରେ ଦେଲେ ଏଭଳି କିଛି ଉତ୍ତର

ଆଉଜଣେ ଫ୍ୟାନ୍ ଅଜୟ କୁମାର ସାହୁ ମଧ୍ୟ ଲେଖିଥିଲେ, ଆପଣଙ୍କୁ ରାଜନୀତିକୁ ଆସିବା ଆବଶ୍ୟକ କାରଣ ଓଡ଼ିଶାର ରାଜନୀତି ହାଲତ ଏବେ ବହୁତ ଖରାପ। ଏହା ଉତ୍ତରରେ ସବ୍ୟ କହିଥିଲେ ପଲିଟିକ୍ସ ମୋ ଦ୍ୱାରା ହବକି ନାଇଁ ଜାଣିନି। କିନ୍ତୁ ତୁମ ଭରସା ପାଇଁ ମୁଁ ତୁମକୁ ଧନ୍ୟବାଦ ନିଶ୍ଚୟ ଜଣାଇବି। ଲଭ୍ ୟୁ ବ୍ରଦର୍ ବୋଲି ଉଲ୍ଲେଖ କରିଥିଲ।

Sabyasachi Mishra: ରାଜନୀତିକୁ ଓହ୍ଲାଇବେ କି ସବ୍ୟ, ପ୍ରଶଂସକଙ୍କ ପ୍ରଶ୍ନର ଜବାବରେ ଦେଲେ ଏଭଳି କିଛି ଉତ୍ତର

Sabyasachi Mishra: ଭୁବନେଶ୍ୱର: ନିଜର ଦମଦାର ଆକ୍ସନ, ଅଭିନୟ, ଓ ଡ୍ୟାନ୍ସ ମାଧ୍ୟମରେ ଓଡ଼ିଆ ସିନେ ଜଗତରେ ନିଜକୁ ବେଶ୍ ପ୍ରତିଷ୍ଠିତ କରାଇପାରିଛନ୍ତି ଅଭିନେତା ସବ୍ୟସାଚୀ ମିଶ୍ର। ୫୦ରୁ ଅଧିକ ଓଡ଼ିଆ ସିନେମା ସମେତ ତେଲଗୁ, ତାମିଲ, ଓ ବଙ୍ଗଳା ସିନେମାରେ ଅଭିନୟ କରି ଦର୍ଶକଙ୍କ ପ୍ରିୟ ନାୟକ ପାଲଟିଥିବା ସବ୍ୟସାଚୀଙ୍କୁ ନେଇ ଓଡ଼ିଶା ବେଶ୍ ଚର୍ଚ୍ଚା ଆଲୋଚନା ଲାଗି ରହିଛି। ବିଶେଷ କରି କରୋନା ମହାମାରୀ ସମୟରେ ସାଧାରଣ ଲୋକଙ୍କୁ ସାହାଯ୍ୟ କରି ଦୂର ସ୍ଥାନରୁ ଫେରାଇ ଆଣିବା ଓ ଅସହାୟ ରୋଗୀଙ୍କୁ ଆର୍ଥିକ ସାହାଯ୍ୟର ହାତ ବଢାଇବା ପାଇଁ ଓଡ଼ିଶାରେ ନିଜର ଆଉ ଏକ ପରିଚୟ ତିଆରି କରିଛନ୍ତି ଅଭିନେତା ସବ୍ୟସାଚୀ। କେବଳ ସେତିକି ନୁହେଁ, ଅନେକ ଲୋକଙ୍କୁ ରୋଜଗାରର ପନ୍ଥା ଦେଖାଇ ସ୍ୱାବଲମ୍ୱୀ ମଧ୍ୟ କରିଛନ୍ତି ସବ୍ୟ। ତେବେ ସେତେବେଳେ କିଛି ବ୍ୟକ୍ତି ସବ୍ୟଙ୍କ ଏପରି କାମ କରିବାକୁ ନେଇ ଅନୁମାନ କରୁଥିଲେ ହୁଏତ ସବ୍ୟ ଆଗକୁ ନିର୍ବାଚନ ମୈଦାନରେ ପାଦ ଦେଇପାରନ୍ତି। ଗତକାଲି ସୋସିଆଲ ମିଡିଆରେ ରାଜନୀତିକୁ ନେଇ ମୁହଁ ଖୋଲିଛନ୍ତି ସବ୍ୟସାଚୀ।

ମିଳିଥିବା ସୂଚନା ମୁତାବକ ନିକଟରେ ଦଶପଲ୍ଲାରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଅଭିନେତା ସବ୍ୟସାଚୀଙ୍କୁ ଅତିଥି ଭାବରେ ନିମନ୍ତ୍ରଣ କରାଯାଇଥିଲା। ସବ୍ୟଙ୍କୁ ନିକଟରୁ ଦେଖିବା ପାଇଁ ଫ୍ୟାନମାନଙ୍କର ଖୁବ୍ ଭିଡ ମଧ୍ୟ ହୋଇଥିଲା। କାରରୁ ବାହାରିବା ପରେ ଫୁଲ ଦେଇ ସବ୍ୟଙ୍କୁ ସ୍ୱାଗତ କରାଯାଇଥିଲା। ସେଲଫିଟିଏ ନେବାକୁ ଅନେକ ଫ୍ୟାନ ସବ୍ୟସାଚୀଙ୍କ ନିକଟରେ ଭିଡ କରିଥିବା ଦେଖିବାକୁ ମିଳିଥିଲା। ଯାହାର ଭିଡିଓ ନିଜେ ସବ୍ୟସାଚୀ ତାଙ୍କ ସୋସିଆଲ ମିଡିଆରେ ସେୟାର କରିଛନ୍ତି। 

ଉକ୍ତ ଭିଡିଓଟି ଅପଲୋଡ କରିବା ପରେ ଜଣେ ପ୍ରଶଂସକ ମୁନା ରାଉତ ସବ୍ୟସାଚୀଙ୍କୁ କମେଣ୍ଚ ମାଧ୍ୟମରେ ଲେଖିଥିଲେ ଯେ, ଅଭିନନ୍ଦନ ଭାଇ, ରାଜନୀତିରେ ପାଦ ଦେଲେ ଆମେମାନେ ଆହୁରି ବହୁତ ଖୁସି ହେବୁ। ଭାଇ ଓଡ଼ିଶା ଆଉ ଓଡ଼ିଶା ହେଇ ନାହିଁ ସବୁ ମାଟିରେ ମିଶି ସାରିଲାଣି। କେହି ଗୋଟିଏ ବି ରାଜନୀତିରେ ଭଲ ଲୋକ ନାହାନ୍ତି। ଆପଣଙ୍କର ଏହି ମହନୀୟ କାମ ପାଇଁ ଏବଂ ଲୋକମାନଙ୍କୁ ସାହାଯ୍ୟ ସହଯୋଗ କରିବା ନିମନ୍ତେ ଆପଣଙ୍କୁ ଓଡ଼ିଶାର ସବୁ ଗରିବ ଲୋକ ନିଜର ଭାବୁଛନ୍ତି ଓ ଅଭିନନ୍ଦନ ଜଣାଉଛନ୍ତି। ମୋର ଆନ୍ତରିକତା ସହ ନିବେଦନ ଆପଣଙ୍କୁ ଯେ, ଓଡ଼ିଶାର ଭାର ଆଫଣଙ୍କୁ ସମ୍ଭାଳିବାକୁ ପଡିବ ନଚେତ ଓଡ଼ିଶାର ଗରିବ ଏବଂ ଅସହାୟ ଲୋକଙ୍କ ଦୁଖ କିଏ ବୁଝିବ। ସବ୍ୟସାଚୀ ମଧ୍ୟ ନିଜ ଫ୍ୟାନମାନଙ୍କର ପ୍ରତିଟି କମେଣ୍ଟକୁ ପଢନ୍ତି, ସେ ମୁନାଙ୍କୁ ଉତ୍ତର ଦେଇଥିଲେ ଯେ, ଏହା ଆପଣଙ୍କର ଭଲ ପାଇବା। ମୁଁ ଆପଣଙ୍କୁ ସମ୍ମାନ ଦେଉଛି।

ସେହିପରି ଆଉଜଣେ ଫ୍ୟାନ୍ ଅଜୟ କୁମାର ସାହୁ ମଧ୍ୟ ଲେଖିଥିଲେ, ଆପଣଙ୍କୁ ରାଜନୀତିକୁ ଆସିବା ଆବଶ୍ୟକ କାରଣ ଓଡ଼ିଶାର ରାଜନୀତି ହାଲତ ଏବେ ବହୁତ ଖରାପ। ଏହା ଉତ୍ତରରେ ସବ୍ୟ କହିଥିଲେ ପଲିଟିକ୍ସ ମୋ ଦ୍ୱାରା ହବକି ନାଇଁ ଜାଣିନି। କିନ୍ତୁ ତୁମ ଭରସା ପାଇଁ ମୁଁ ତୁମକୁ ଧନ୍ୟବାଦ ନିଶ୍ଚୟ ଜଣାଇବି। ଲଭ୍ ୟୁ ବ୍ରଦର୍ ବୋଲି ଉଲ୍ଲେଖ କରିଥିଲ।