Youtuber Armaan Malik: ଗୋଟିଏ ମାସରେ ତୃତୀୟ ଥର ବାପା ହେଲେ ଅରମାନ୍ ମଲ୍ଲିକ, ସେୟାର କଲେ ଫଟୋ
Advertisement
Article Detail0/zeeodisha/odisha1668886

Youtuber Armaan Malik: ଗୋଟିଏ ମାସରେ ତୃତୀୟ ଥର ବାପା ହେଲେ ଅରମାନ୍ ମଲ୍ଲିକ, ସେୟାର କଲେ ଫଟୋ

Payal Malik twins baby: ପ୍ରଥମ ପତ୍ନୀ ପାୟଲ ମଲ୍ଲିକ ଯାଆଁଳା ସନ୍ତାନ ଜନ୍ମ ଦେଇଛନ୍ତି। ଅରମାନ ମଲ୍ଲିକ ପ୍ରଶଂସକଙ୍କ ସହ ଏହି ଖୁସି ଖବର ସେୟାର କରିଛନ୍ତି। ଏହି ଖବର ଜାଣିବା ପରେ ପ୍ରଶଂସକ ଉଭୟ ମା ଓ ଶିଶୁଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ବର୍ତ୍ତମାନ ପ୍ରସିଦ୍ଧ ୟୁଟ୍ୟୁବର୍ ଅରମାନ୍ ମଲ୍ଲିକ ୪ଟି ସନ୍ତାନର ପିତା ହୋଇଛନ୍ତି 

ସୌ(ସୋସିଆଲ ମିଡିଆ)

Youtuber Armaan Malik: ଚର୍ଚ୍ଚିତ ୟୁଟ୍ୟୁବର୍ ଅରମାନ୍ ମଲ୍ଲିକଙ୍କୁ(Youtuber Arman Mallick) ବା କିଏ ବା ନ ଜାଣେ । ଦୁଇ ପତ୍ନୀଙ୍କ ପାଇଁ ବେଶ ଚର୍ଚ୍ଚାରେ ଥାଆନ୍ତି ଅରମାନ । ଏହି ଲୋକପ୍ରିୟ ୟୁଟ୍ୟୁବରଙ୍କର ଉଭୟ ପତ୍ନୀ କିର୍ତ୍ତିକା ମଲ୍ଲିକ (Kritika Malik) ଓ ପାୟଲ ମଲ୍ଲିକ (Payal Malik) ଗର୍ଭବତୀ ଥିଲେ । କିଛି ଦିନ Payal Malik twinsପୂର୍ବରୁ ଦ୍ୱିତୀୟ ପତ୍ନୀ କିର୍ତ୍ତିକା ମଲ୍ଲିକ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। ତେବେ ପୁଣି ଥରେ ଅର୍ଥାତ୍ ୨୦ ଦିନ ପରେ ଆଉ ବାପା ହୋଇଛନ୍ତି ୟୁଟ୍ୟୁବର୍ । ପ୍ରଥମ ପତ୍ନୀ ପାୟଲ ମଲ୍ଲିକ ଯାଆଁଳା ସନ୍ତାନ ଜନ୍ମ ଦେଇଛନ୍ତି। ଅରମାନ ମଲ୍ଲିକ ପ୍ରଶଂସକଙ୍କ ସହ ଏହି ଖୁସି ଖବର ସେୟାର କରିଛନ୍ତି। ଏହି ଖବର ଜାଣିବା ପରେ ପ୍ରଶଂସକ ଉଭୟ ମା ଓ ଶିଶୁଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ବର୍ତ୍ତମାନ ପ୍ରସିଦ୍ଧ ୟୁଟ୍ୟୁବର୍ ଅରମାନ୍ ମଲ୍ଲିକ ୪ଟି ସନ୍ତାନର ପିତା ହୋଇଛନ୍ତି ।

ସୂଚନା ଥାଉ କି, ଏହି ମାସରେ ୟୁଟ୍ୟୁବର୍ ଅରମାନ୍ ମଲ୍ଲିକଙ୍କ ଘରକୁ ତିନୋଟି ଛୋଟ ଅତିଥି ଆସିଛନ୍ତି । ଦ୍ୱିତୀୟ ପତ୍ନୀ କିର୍ତ୍ତିକା ମଲ୍ଲିକ ((Kritika Malik)  ଚଳିତ ମାସ ୬ ତାରିଖରେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। ଏହାର ଠିକ୍ ୨୦ ଦିନ ପରେ ପ୍ରଥମ ପତ୍ନୀ ପାୟଲ ମଲ୍ଲିକ (payal malik twins) ଯାଆଁଳା ଶିଶୁ ଜନ୍ମ ଦେଇଛନ୍ତି । ଆଜି, ୟୁଟ୍ୟୁବର୍ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ଏକ ଫଟୋ ସେୟାର କରି ପ୍ରଶଂସକଙ୍କୁ ଏହି ଖୁସି ଖବର ଦେଇଛନ୍ତି । ଫଟୋରେ ଦେଖିବାକୁ ମିଳିଛି ଯେ, ପାୟଲ ହସ୍ପିଟାଲ ବେଡ଼ରେ ଶୋଇଥିବା ବେଳେ କିର୍ତ୍ତିକା ତାଙ୍କ ନିକଟରେ ବସିଛନ୍ତି । ପୁଅ ଚିକୁ ଓ ଅରମାନ ବେଡ଼ ନିକଟରେ ଠିଆ ହୋଇଛନ୍ତି । ଫଟୋରେ ସମସ୍ତ ବେଶ ଖୁସି ଥିବା ନେଇ ଜଣାପଡୁଛନ୍ତି ।

 

ଫଟୋ ସେୟାର କରି ଅରମାନ୍ କ୍ୟାପସନରେ ଲେଖିଛନ୍ତି କି,  “ଶେଷରେ ପାୟଲ ମାଆ ହୋଇଛନ୍ତି, କିଛି ଅନୁମାନ କରିପାରୁଛନ୍ତି” । ଅରମାନ ଯାଆଁଳା ଶିଶୁଙ୍କ ଫଟୋ ସେୟାର କରିନାହାନ୍ତି । ପ୍ରଶଂସକମାନେ ଶିଶୁଙ୍କ ଫଟୋ ସେୟାର କରିବା ନେଇ କମେଣ୍ଟ କରିଛନ୍ତି । ନିକଟରେ ୟୁଟ୍ୟୁବର୍ ଦ୍ବିତୀୟ ସନ୍ତାନଙ୍କ (Kritika Malik baby) ଫଟୋ ସେୟାର କରିଥିଲେ । ବର୍ତ୍ତମାନ ପାୟଲଙ୍କ ଯାଆଁଳାଙ୍କ ଶିଶୁ ଚେହେରା ଦେଖିବାକୁ ଫ୍ୟାନ୍ସଙ୍କୁ ବେଶ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି । ପ୍ରକାଶ ଥାଉ କି, ଏହାପୂର୍ବରୁ ପାୟଲ ମଲ୍ଲିକ କହିଥିଲେ ଯେ, ତାଙ୍କର ଡେଲିଭରୀ ତାରିଖ ମେ ୧ ରହିଛି ଯାହାକୁ ସେ ବଢାଇ ୫ ମେ କରିବେ । କାରଣ ସେହି ଦିନ ତାଙ୍କ ବଡ଼ ପୁଅ ଚିରାୟୁଙ୍କ ଜନ୍ମଦିନ ଅଟେ। କିନ୍ତୁ ୯ ମାସରେ ହିଁ ୨ୟ ଥର ଲାଗି ମାଆ ହୋଇଛନ୍ତି ୟୁଟ୍ୟୁବରଙ୍କ ପତ୍ନୀ ।  

ଅରମାନ ମଲିକଙ୍କ ଦୁଇଟି ବିବାହ

ଅରମାନ ମଲ୍ଲିକ ଦୁଇଟି ବିବାହ କରିଛନ୍ତି। ପ୍ରଥମ ପତ୍ନୀ ପାୟଲ ମଲ୍ଲିକଙ୍କୁ (payal malik) ସେ ୨୦୧୧ ମସିହାରେ ବିବାହ କରିଥିଲେ। ପରେ ପତ୍ନୀଙ୍କ ବାନ୍ଧବୀ କିର୍ତ୍ତିକା ମଲ୍ଲିକ(Kritika Malik) ୨୦୧୮ ମସିବାରେ ଦ୍ବିତୀୟ ବିବାହ କରିଥିଲେ।

ଏହା ବି ପଢନ୍ତୁ-Happy birthday Manoj Bajpayee: ତିନି ତିନି ଥର ଆତ୍ମହତ୍ୟା ଉଦ୍ୟମ କରିଥିଲେ ମନୋଜ ବାଜପେୟୀ, ଆଜି ଏତିକି କୋଟିର ମାଲିକ

ଏହା ବି ପଢନ୍ତୁ-Happy Birthday Varun Dhawan: କେବେ ଲଣ୍ଡନର ନାଇଟ୍ କ୍ଲବରେ ବିକୁଥିଲେ ମଦ! ଆଜି ଲକ୍ଷ ଲକ୍ଷ ଦର୍ଶକଙ୍କ ହୃଦୟରେ କରୁଛନ୍ତି ରାଜ