ଆସୁଛି ଜନ ବିଶ୍ୱାସ ବିଲ୍; ବର୍ତ୍ତମାନ ଛୋଟ ଅପରାଧ ଉପରେ କେବଳ ଲାଗିବ ଜରିମାନା, ଯିବାକୁ ପଡିବ ନାହିଁ ଜେଲ୍
Advertisement
Article Detail0/zeeodisha/odisha1778572

ଆସୁଛି ଜନ ବିଶ୍ୱାସ ବିଲ୍; ବର୍ତ୍ତମାନ ଛୋଟ ଅପରାଧ ଉପରେ କେବଳ ଲାଗିବ ଜରିମାନା, ଯିବାକୁ ପଡିବ ନାହିଁ ଜେଲ୍

Jan Vishwas Bill:  ଜନ ବିଶ୍ୱାସ ବିଲ୍ ଆସନ୍ତା ମୌସୁମୀ ଅଧିବେଶନରେ ସଂସଦରେ ଉପସ୍ଥାପିତ ହେବ। ଏହି ବିଲ୍ ମାଧ୍ୟମରେ ୧୯ ମନ୍ତ୍ରଣାଳୟ ସହ ଜଡିତ ୪୨ ଆଇନର ୧୮୩ ଧାରାକୁ ସଂଶୋଧନ କରାଯିବ। 

ଆସୁଛି ଜନ ବିଶ୍ୱାସ ବିଲ୍; ବର୍ତ୍ତମାନ ଛୋଟ ଅପରାଧ ଉପରେ କେବଳ ଲାଗିବ ଜରିମାନା, ଯିବାକୁ ପଡିବ ନାହିଁ ଜେଲ୍

Jan Vishwas Bill 2022: ଜନ ବିଶ୍ୱାସ ସଂଶୋଧନ ବିଲ୍ ୨୦୨୨ ପାଇସାରିଛି କେନ୍ଦ୍ରୀୟ କ୍ୟାବିନେଟ୍ ଅନୁମୋଦନ। ଜନ ବିଶ୍ୱାସ ବିଲ୍ ବ୍ୟବସାୟ କରିବାରେ ସହଜତା ଆଣିବା ପାଇଁ ଅଣାଯାଇଛି। ପୂର୍ବରୁ ଏହା ଘଟିଥଲା ଯେ ଛୋଟ ଛୋଟ ଅପରାଧ ପାଇଁ ମଧ୍ୟ ଲୋକଙ୍କୁ ଜେଲ ପଠାଯାଇଥିଲା। ହେଲେ ବର୍ତ୍ତମାନ ଏହି ବିଲ୍ ପ୍ରଣୟନ ହେବା ପରେ ଏହା ଘଟିବ ନାହିଁ। ଛୋଟ ଅପରାଧ ପାଇଁ କେବଳ ଜରିମାନା କିମ୍ବା ଅର୍ଥ ଦଣ୍ଡ ଦିଆଯିବ। ହେଲେ ଜେଲ ପଠାଯିବ ନାହିଁ। ଅନେକ କ୍ଷେତ୍ରରେ ଯେଉଁଥିରେ ପରିବର୍ତ୍ତନ କରାଯିବ। ଜନ ବିଶ୍ୱାସ ବିଲ୍ କ’ଣ ଏବଂ ଏହା ଦ୍ୱାରା କେଉଁ ଲାଭ ମିଳିବ ସେ ସମ୍ପର୍କରେ ଜାଣନ୍ତୁ।

ଜନ ବିଶ୍ୱାସ ବିଲ୍ କ’ଣ?
ଜନ ବିଶ୍ୱାସ ବିଲ୍ ଆସନ୍ତା ମୌସୁମୀ ଅଧିବେଶନରେ ସଂସଦରେ ଉପସ୍ଥାପିତ ହୋଇପାରେ। ଏହି ବିଲ୍ ମାଧ୍ୟମରେ ୧୯ ମନ୍ତ୍ରଣାଳୟ ସହ ଜଡିତ ୪୨ ଆଇନର ୧୮୩ ଧାରାକୁ ସଂଶୋଧନ କରି କ୍ଷୁଦ୍ର ଅପରାଧକୁ ଅପରାଧ ଶ୍ରେଣୀରୁ ହଟାଇବା ପାଇଁ ଏକ ପ୍ରସ୍ତାବ ପ୍ରସ୍ତୁତ କରାଯାଇଛି। ଗତ ବର୍ଷ ୨୨ ଡିସେମ୍ବରରେ କେନ୍ଦ୍ର ସରକାର ଲୋକସଭାରେ ଏହି ବିଲ୍ ଆଗତ କରିଥିଲେ। ଯାହାକୁ ଯୁଗ୍ମ ସଂସଦ କମିଟି (Joint Parliamentary Committee) ଜେପିସି (JPC) ପାଖକୁ ପଠାଯାଇଥିଲା। ଜେପିସି ମନ୍ତ୍ରଣାଳୟ ଏବଂ ଆଇନ ବିଭାଗ ସହିତ ଆଲୋଚନା କରିଥିଲା। ଆଲୋଚନା ପରେ ଚଳିତ ବର୍ଷ ମାର୍ଚ୍ଚରେ ଏହି ବିଲ୍ ଚୂଡାନ୍ତ ହୋଇଥିଲା। ମାର୍ଚ୍ଚରେ ବଜେଟ୍ ଅଧିବେଶନରେ ଏହି ସଂସଦର  ଉଭୟ ଗୃହରେ ଆଗତ ହୋଇଥିଲା।

ଜେପିସି ଦେଲା ଏହି ପରାମର୍ଶ
ଜେପିସି ପରାମର୍ଶ ଦେଇଥିଲା ଯେ ସରକାର ଏହି ବ୍ୟବସ୍ଥାକୁ ପ୍ରତ୍ୟାବର୍ତ୍ତନ ପ୍ରଭାବରେ ସଂଶୋଧନ କରିବା ଆବଶ୍ୟକ। ଯାହାଦ୍ୱାରା ଅଦାଲତରେ ବିଚାରାଧିନ ମାମଲା ଦୂର ହୋଇପାରିବ। ଏହା ବ୍ୟତୀତ କମିଟି ନିଜର ରିପୋର୍ଟ ମାଧ୍ୟମରେ କହିଛି ଯେ ମୋକଦ୍ଦମା ବୃଦ୍ଧି ନ ହେବା ପାଇଁ ଯେଉଁଠାରେ ସମ୍ଭବ ଜେଲଦଣ୍ଡ ହଟାଇବା ଉଚିତ। ଏ କ୍ଷେତ୍ରରେ ନିୟମ ଉଲ୍ଲଂଘନ ପାଇଁ ଜରିମାନା ଲାଗୁ କରାଯିବା ଆବଶ୍ୟକ। କ୍ଷୁଦ୍ର ଅପରାଧକୁ ଅପରାଧ ମୁକ୍ତ କରାଯିବା ଉଚିତ ଏବଂ ଏହାର ଗମ୍ଭୀରତା ଆଧାରରେ ଦଣ୍ଡବିଧାନ କରାଯିବା ଆବଶ୍ୟକ।

ଜରିମାନା ଏବଂ ଅର୍ଥ ଦଣ୍ଡ ମଧ୍ୟରେ ପାର୍ଥକ୍ୟ 
ଜନ ବିଶ୍ୱାସ ବିଲ୍  ଆଧାରରେ ଅନେକ ଅପରାଧ ପାଇଁ ଜରିମାନା ବଦଳରେ ଅର୍ଥଦଣ୍ଡ ବ୍ୟବହାର କରାଯାଇଛି। ଜରିମାନା ଏବଂ ଅର୍ଥ ଦଣ୍ଡ ମଧ୍ୟରେ ଏକ ପାର୍ଥକ୍ୟ ରହିଛି। ଜରିମାନା ଆଦାୟ ପାଇଁ କୋର୍ଟ ନିର୍ଦ୍ଦେଶ ଆବଶ୍ୟକ ହୋଇଥିବା ବେଳେ ଅଧିକାରୀ ଅର୍ଥ ଦଣ୍ଡ ଲାଗୁ କରା ଯାଇପାରିବ। ଯାହାର ସ୍ପଷ୍ଟ ଅର୍ଥ ହେଉଛି ବର୍ତ୍ତମାନ ଦଣ୍ଡ ପାଇଁ କୋର୍ଟ ପ୍ରକ୍ରିୟାର କୌଣସି ଆବଶ୍ୟକତା ରହିବ ନାହିଁ।

ଏହି ନିୟମ ପରିବର୍ତ୍ତନ କରିବାକୁ ଦିଆଯାଇଛି ପ୍ରସ୍ତାବ 

  • ଆଇଟି ଆକ୍ଟ ୨୦୦୦  ସଂଶୋଧନ ବ୍ୟବସ୍ଥା ଅନୁଯାୟୀ, ବ୍ୟକ୍ତିଗତ ସୂଚନା ପ୍ରକାଶ କରିବା ଦ୍ୱାରା ୩ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ କିମ୍ବା ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ହୋଇପାରେ। ବର୍ତ୍ତମାନ ଜେଲ ଦଣ୍ଡକୁ ରଦ୍ଦ କରି ୨୫ ଲକ୍ଷ ଟଙ୍କା ଜରିମାନା ଆଦାୟ କରିବାକୁ ପ୍ରସ୍ତାବ ଦିଆଯାଇଛି।
  • ପେଟେଣ୍ଟ ଆକ୍ଟ ୧୯୭୦ ଅନୁଯାୟୀ, ଭାରତରେ ଏକ ପେଟେଣ୍ଟ ଅଛି ବୋଲି ମିଥ୍ୟା ଦାବି କରି କୌଣସି ଏକ ବସ୍ତୁକୁ ବିକ୍ରୟ କରିବା ଅପରାଧ ହୋଇଥିବାରୁ ବର୍ତ୍ତମାନ ୧୦ ଲକ୍ଷ ଟଙ୍କା ଜରିମାନା ଆଦାୟ କରାଯିବାର ବ୍ୟବସ୍ଥା କରାଯାଇଛି।
  • କୃଷି ଉତ୍ପାଦନ (ଗ୍ରେଡିଂ ଏବଂ ମାର୍କିଂ) ଅଧିନିୟମ ୧୯୩୭ ଅନୁଯାୟୀ, ନକଲି ଗ୍ରେଡ୍ ନାମକରଣ ଚିହ୍ନ ବ୍ୟବହାର ପାଇଁ ୩ ବର୍ଷ ଜେଲ ଏବଂ ୫ ହଜାର ଟଙ୍କାର ଜରିମାନା ବ୍ୟବସ୍ଥା କରାଯାଇଛି। ହେଲେ ଜନ ବିଶ୍ୱାସ ବିଲ୍ 
  • ଆଧାରରେ ୮ ଲକ୍ଷ ଟଙ୍କା ଜରିମାନା ଆଦାୟ କରିବାର ବ୍ୟବସ୍ଥା କରାଯାଇଛି।
  • ପୋଷ୍ଟ ଅଫିସ୍ ଆକ୍ଟ ୧୮୯୮ ଅନୁଯାୟୀ ପ୍ରତ୍ୟେକ ଅପରାଧକୁ ଅପରାଧ ଶ୍ରେଣୀରୁ ବାହାର କରିବାକୁ ପ୍ରସ୍ତାବ ଦିଆଯାଇଛି।

ଏହି ନିୟମରେ ହୋଇପାରେ ସଂଶୋଧନ 

  • ସର୍ବସାଧାରଣ ଋଣ ଆଇନ ୧୯୪୪ 
  • ଫାର୍ମାସି ଆକ୍ଟ ୧୯୪୮ 
  • ସିନେମାଟୋଗ୍ରାଫ୍ ଆକ୍ଟ ୧୯୫୨ 
  • କପିରାଇଟ୍ ଆକ୍ଟ ୧୯୫୭
  • ଡ୍ରଗ୍ ଏବଂ କସମେଟିକ୍ସ ଆକ୍ଟ ୧୯୪୦
  • ମୋଟର ଯାନ ଅଧିନିୟମ ୧୯୮୮ 
  • ଖାଦ୍ୟ ସୁରକ୍ଷା ଏବଂ ମାନକ ଅଧିନିୟମ ୨୦୦୬
  • ମନି ଲଣ୍ଡରିଂ ନିୟନ୍ତ୍ରଣ ଆଇନ ୨୦୦୨ 
  • ଟ୍ରେଡ ମାର୍କସ୍ ଅଧିନିୟମ ୧୯୯୯ 
  • ରେଳବାଇ ଆଇନ ୧୯୮୯
  • ସୂଚନା ପ୍ରଯୁକ୍ତି ବିଦ୍ୟା ଆଇନ ୨୦୦୦
  • ପେଟେଣ୍ଟସ୍ ଆକ୍ଟ ୧୯୭୦ 
  • ପରିବେଶ ସୁରକ୍ଷା ଅଧିନିୟମ ୧୯୮୬ 
  • ମୋଟର ଯାନ ଅଧିନିୟମ ୧୯୮୮