National Highway:ଭାରତରେ ଜାତୀୟ ରାଜପଥକୁ କେମିତି ନମ୍ବର ଦିଆଯାଏ ?
Advertisement
Article Detail0/zeeodisha/odisha2131331

National Highway:ଭାରତରେ ଜାତୀୟ ରାଜପଥକୁ କେମିତି ନମ୍ବର ଦିଆଯାଏ ?

ଭାରତରେ ବିଶ୍ୱର ଦ୍ୱିତୀୟ ବୃହତ୍ତମ ସଡ଼କ ନେଟୱାର୍କ ଅଛି । ଡିସେମ୍ବର 31, 2023 ପର୍ଯ୍ୟନ୍ତ ଭାରତରେ 6,331,791 କିଲୋମିଟର ରାସ୍ତାର ନେଟୱାର୍କ ଥିଲା । ଏହା ମଧ୍ୟରୁ 1,45,240 କିଲୋମିଟର ଜାତୀୟ ରାଜପଥ । ଦେଶର ଜାତୀୟ ରାଜପଥଗୁଡିକ ଭାରତର ଜାତୀୟ ରାଜପଥ ପ୍ରାଧିକରଣ ଦ୍ୱାରା ପରିଚାଳିତ ହୋଇଥାଏ ଏବଂ ଏହାର ରକ୍ଷଣାବେକ୍ଷଣ ମଧ୍ୟ ଏନଏଚଆଇ କରିଥାଏ । 

SOCIAL MEDIA

National Highway: ଭାରତରେ ବିଶ୍ୱର ଦ୍ୱିତୀୟ ବୃହତ୍ତମ ସଡ଼କ ନେଟୱାର୍କ ଅଛି । ଡିସେମ୍ବର 31, 2023 ପର୍ଯ୍ୟନ୍ତ ଭାରତରେ 6,331,791 କିଲୋମିଟର ରାସ୍ତାର ନେଟୱାର୍କ ଥିଲା । ଏହା ମଧ୍ୟରୁ 1,45,240 କିଲୋମିଟର ଜାତୀୟ ରାଜପଥ । ଦେଶର ଜାତୀୟ ରାଜପଥଗୁଡିକ ଭାରତର ଜାତୀୟ ରାଜପଥ ପ୍ରାଧିକରଣ ଦ୍ୱାରା ପରିଚାଳିତ ହୋଇଥାଏ ଏବଂ ଏହାର ରକ୍ଷଣାବେକ୍ଷଣ ମଧ୍ୟ ଏନଏଚଆଇ କରିଥାଏ ।  ଏହି ରାଜପଥଗୁଡିକୁ ସ୍ୱତନ୍ତ୍ର ସଂଖ୍ୟା ଦ୍ୱାରା  ପରିଚୟ ଦିଆଯାଏ । ଉଦାହରଣ ସ୍ୱରୂପ, NH-1 ଦିଲ୍ଲୀରୁ ଅଟାରୀକୁ ଯାଏ । ଯେତେବେଳେ କି, NH-2 ଆସାମରୁ ମିଜୋରାମକୁ ଯାଇଥାଏ ।

ଜାତୀୟ ରାଜପଥ ବ୍ୟତୀତ ଦେଶର ସଡ଼କ ନେଟୱାର୍କରେ  ରାଜ୍ୟ ରାଜପଥ ସାମିଲ ଅଛନ୍ତି । ଏକ ବିଶାଳ ସଡ଼କ ନେଟୱାର୍କ ସହିତ ଭାରତରେ 200 ରୁ ଅଧିକ ଜାତୀୟ ରାଜପଥ ଅଛି । ଭାରତରେ ସଡକ ବ୍ୟବସ୍ଥା ମୁଖ୍ୟତ  ତିନି ଭାଗରେ ବିଭକ୍ତ । ଏଥିମଧ୍ୟରେ ଜାତୀୟ ରାଜପଥ, ଏକ୍ସପ୍ରେସୱେ ଏବଂ ରାଜ୍ୟ ରାଜପଥ ଅନ୍ତର୍ଭୁକ୍ତ । ଜାତୀୟ ରାଜପଥ କେନ୍ଦ୍ର ସରକାରଙ୍କ ଦ୍ୱାରା ଆର୍ଥିକ ଅନୁଦାନ ପ୍ରାପ୍ତ। ଜାତୀୟ ରାଜପଥଗୁଡିକ ମୁଖ୍ୟତଃ   ଦୀର୍ଘ ଦୂରତା ବିଶିଷ୍ଟ ଦୁଇ- ଥାକିଆ ରାସ୍ତା ହୋଇଥାନ୍ତି । ତେବେ କେତେକ ରାଜ୍ୟରେ 4 ରୁ 6 ଥାକିଆ ରାସ୍ତା ମଧ୍ୟ ଅଛି ।

ଜାତୀୟ ରାଜପଥ ରକ୍ଷଣାବେକ୍ଷଣ ଦାୟିତ୍ୱ ରାଜ୍ୟ ସରକାରଙ୍କର ହୋଇଥାଏ । କୌଣସି ରାଜ୍ୟ ରାଜପଥ କିମ୍ବା ଏକ୍ସପ୍ରେସୱେକୁ ଜାତୀୟ ରାଜପଥର ମାନ୍ୟତା ଦେବା ପାଇଁ ରାଜ୍ୟ ସରକାରଙ୍କୁ କେନ୍ଦ୍ରରୁ ଅନୁମତି ନେବାକୁ ପଡେ। ଜାତୀୟ ରାଜପଥ ଅଧିନିୟମ, 1956 ର ଧାରା 2 ଅନୁଯାୟୀ, କେନ୍ଦ୍ର ସରକାର ଏକ ରାସ୍ତାକୁ NH ଭାବରେ ଘୋଷଣା କରିପାରିବେ। ଏବେ ଆପଣଙ୍କ ମନକୁ ପ୍ରଶ୍ନ ଆସୁଥିବ ଯେ, ଜାତୀୟ ରାଜପଥ -1 ଏବଂ ଜାତୀୟ ରାଜପଥ -2 କିପରି  ପରସ୍ପରଠାରୁ ଏତେ ଦୂରରେ ରହି ମଧ୍ୟ ସେମାନଙ୍କ ସଂଖ୍ୟା ପାଖାପାଖି ? କେଉଁ ଆଧାରରେ ଏହି ନାମ ଏବଂ ସଂଖ୍ୟା ଦିଆଯାଏ?

ଜାତୀୟ ରାଜପଥକୁ ନମ୍ବର ଦେବା ପ୍ରକ୍ରିୟା ସାଧାରଣ ଲୋକଙ୍କ ଭାବିବା ପରି ସରଳ ନୁହେଁ । ରାଜପଥ ସଂଖ୍ୟାକରଣର ପଦ୍ଧତି ଅତ୍ୟନ୍ତ ସ୍ୱତନ୍ତ୍ର । ଦୀଗ ଅନୁଯାୟୀ ଏଗୁଡ଼ିକୁ ସଂଖ୍ୟା ଦିଆଯାଏ । ଏଥି ସହିତ,ଅଧିକ ଉଚ୍ଚ ଅଞ୍ଚଳରେ NHକୁ କମ ସଂଖ୍ୟାର ନମ୍ବର ଦିଆଯାଏ ଏବଂ ନିମ୍ନ  ଅଞ୍ଚଳ ଦେଇ ଯାଇଥିବା ରାସ୍ତାକୁ  ଅଧିକ ବା ବଡ଼ ନମ୍ବର ଦିଆଯାଏ ।

ଉଦାହରଣ ସ୍ୱରୂପ, NH-2 ଉତ୍ତର ପୂର୍ବ ଭାରତ ଦେଇ ଯାଇଥିବାବେଳେ  NH-68 ରାଜସ୍ଥାନରେ ଅଛି । ଏହି ରାଜପଥଗୁଡିକ ଏକ ରାଜ୍ୟର ସହର, ଜିଲ୍ଲା ମୁଖ୍ୟାଳୟ, ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଏବଂ ସ୍ଥାନଗୁଡ଼ିକୁ ସଂଯୋଗ କରିଥାଏ । ପୂର୍ବରୁ ପଶ୍ଚିମ କିମ୍ବା ପଶ୍ଚିମରୁ ପୂର୍ବ ପର୍ଯ୍ୟନ୍ତ ଚାଲୁଥିବା ଜାତୀୟ ରାଜପଥକୁ ବିଷମ ସଂଖ୍ୟା ବା ଅଡ୍ ନମ୍ବର ଦିଆଯାଏ । ଉଦାହରଣ ସ୍ୱରୂପ, ଜାତୀୟ ରାଜପଥ -7 ଉତ୍ତରପ୍ରଦେଶ ଏବଂ ପଞ୍ଜାବ ମଧ୍ୟରେ ରହିଛି । ଆହୁରି ମଧ୍ୟ, ଜାତୀୟ ରାଜପଥକୁ ଉତ୍ତରରୁ ଦକ୍ଷିଣକୁ ବୃଦ୍ଧି କ୍ରମରେ ସଂଖ୍ୟା ଦିଆଯାଏ । ଉଦାହରଣ ସ୍ୱରୂପ, NH-1 ଜାମ୍ମୁ କାଶ୍ମୀରରେ ଅଛି ଅନ୍ୟପକ୍ଷରେ  NH-11 ରାଜସ୍ଥାନ ଦେଇ ଯାଇଛି ।

ଦେଶର ଅନେକ ଜାତୀୟ ରାଜପଥ ସହିତ ତିନୋଟି ସଂଖ୍ୟା  ଯୋଡ଼ି ହୋଇରହିଥାଏ । ଏହିପରି ଜାତୀୟ ରାଜପଥଗୁଡିକ କୌଣସି ଏକ ମୁଖ୍ୟ ରାଜପଥର ସହାୟକ ପଥ ହୋଇଥାନ୍ତି । ଉଦାହରଣ ସ୍ୱରୂପ, ଜାତୀୟ ରାଜପଥ -44 ର ସହାୟକ ରାଜପଥଗୁଡ଼ିକ ହେଉଛନ୍ତି  144, 244 କିମ୍ବା 344 ନମ୍ବର ବିଶିଷ୍ଟ ରାଜପଥ । ଏହା ସହିତ ସହାୟକ ରାଜପଥର ଶାଖା ମଧ୍ୟ ରହିଥାନ୍ତି,ଯେମିତି 344-A କିମ୍ବା 344-B ପରି ସହାୟକ ରାଜପଥ । ଯଦି ତିନି ଅଙ୍କ ମଧ୍ୟରେ ପ୍ରଥମ ଅଙ୍କଟି ବିଷମ ବା ଅଡ୍ ନମ୍ବର, ତେବେ ଏହାର ଅର୍ଥ ହୋଇଛି ରାସ୍ତା ପୂର୍ବଦୀଗରୁ ପଶ୍ଚିମ ଦିଗକୁ ଯାଉଛି । ଅନ୍ୟପକ୍ଷରେ ଯଦି ପ୍ରଥମ ଅଙ୍କ ଇଭେନ୍ ହୋଇଥାଏ ତେବେ ରାସ୍ତା ଉତ୍ତରରୁ ଦକ୍ଷୀଣ ଦୀଗକୁ ଯାଇଥାଏ ।

ଭାରତର ସର୍ବବୃହତ ଜାତୀୟ ରାଜପଥ ହେଉଛି NH-7 ଅର୍ଥାତ୍ NH-44, ଯାହା ଜାମ୍ମୁ କାଶ୍ମୀରର ଶ୍ରୀନଗର ଏବଂ ତାମିଲନାଡୁର କନ୍ୟାକୁମାରୀ ସହିତ ସଂଯୋଗ କରେ । ଏହାର ଲମ୍ବ 3,745 କିଲୋମିଟର । ସବୁଠାରୁ କ୍ଷୁଦ୍ରତମ ରାଜପଥ ହେଉଛି  ହାଇୱେ 44A, ଯାହା କୋଚିନ୍ଙ୍କୁ ୱେଲିଙ୍ଗଟନ୍ ସହିତ ସଂଯୋଗ କରେ । ଏହାର ଲମ୍ବ ମାତ୍ର 6 କିଲୋମିଟର ।