Women's day:କିଏ ଥିଲେ କ୍ଲାରା ଜେଟକିନ୍,ଯିଏ ରଖିଥିଲେ ଅନ୍ତର୍ଜାତୀୟ ମହିଳା ଦିବସର ମୂଳଦୁଆ
Advertisement
Article Detail0/zeeodisha/odisha2143972

Women's day:କିଏ ଥିଲେ କ୍ଲାରା ଜେଟକିନ୍,ଯିଏ ରଖିଥିଲେ ଅନ୍ତର୍ଜାତୀୟ ମହିଳା ଦିବସର ମୂଳଦୁଆ

ମାର୍ଚ୍ଚ ୮ ତାରିଖରେ ସାରା ବିଶ୍ବରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ ହୋଇଥାଏ । ମହିଳାଙ୍କ ପାଇଁ ସ୍ବତନ୍ତ୍ର ଦିନ ହେଉଛି ମହିଳା ଦିବସ । ତେବେ ଆପଣ ଜାଣିଛନ୍ତି କି, କେବେଠାରୁ ଆଉ କାହିଁକି ଆରମ୍ଭ ହୋଇଥିଲା ଅନ୍ତର୍ଜାତୀୟ ମହିଳା ଦିବସ । ତେବେ ଆସନ୍ତୁ ଜାଣିବା ଏହି ସ୍ବତନ୍ତ୍ର ଦିନ ସମ୍ପର୍କରେ କିଛି ଅଜଣା କଥା ।

SOCIAL MEDIA

Women's day: ମାର୍ଚ୍ଚ ୮ ତାରିଖରେ ସାରା ବିଶ୍ବରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ ହୋଇଥାଏ । ମହିଳାଙ୍କ ପାଇଁ ସ୍ବତନ୍ତ୍ର ଦିନ ହେଉଛି ମହିଳା ଦିବସ । ତେବେ ଆପଣ ଜାଣିଛନ୍ତି କି, କେବେଠାରୁ ଆଉ କାହିଁକି ଆରମ୍ଭ ହୋଇଥିଲା ଅନ୍ତର୍ଜାତୀୟ ମହିଳା ଦିବସ । ତେବେ ଆସନ୍ତୁ ଜାଣିବା ଏହି ସ୍ବତନ୍ତ୍ର ଦିନ ସମ୍ପର୍କରେ କିଛି ଅଜଣା କଥା ।କ୍ଲାରା ଜେଟକିନ୍ ନାମକ ଆମେରିକୀୟ ମହିଳା ଅଧିକାର କର୍ମୀ ପାଇଁ ଆନ୍ତର୍ଜାତୀୟ ମହିଳା ଦିବସର ମୂଳଦୁଆ ପଡିଥିଲା ବୋଲି କୁହାଯାଏ । ଆମେରିକାରେ  ମହିଳାଙ୍କ ହକ୍ ପାଇଁ ସେ ଆରମ୍ଭ କରିଥିବା ଲଢେଇ କେବଳ ଆମେରିକାର ମହିଳା ନୁହେଁ ବିଶ୍ୱର ବାକି ଦେଶର ମହିଳାଙ୍କୁ ମଧ୍ୟ ସେମାନଙ୍କ ହକ୍ ଦେଇଥିଲା । କ୍ଲାର ଜେଟକିନ୍ ପରବର୍ତ୍ତି କାଳରେ ଅନ୍ୟ ମହିଳାଙ୍କ ପାଇଁ ସାଜିଥିଲେ ପ୍ରେରଣା । ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାର ବିରୋଧରେ ସ୍ବର ଉଠାଇବା ପାଇଁ ଦେଇଥିଲେ ବଳ । ରୁଢ଼ିବାଦୀ ପରମ୍ପରାକୁ ଭାଙ୍ଗି ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ କ୍ଲାରା ଜେଟକିନ୍ । ତାଙ୍କରି ଆନ୍ଦୋଳନ ହିଁ ଅନ୍ତର୍ଜାତୀୟ ମହିଳା ଦିବସ ପାଇଁ ବାଟ ଖୋଲିଥିଲା । ପରେ ମାର୍ଚ୍ଚ ମାସ  ୮ ତାରିଖକୁ ଅନ୍ତର୍ଜାତୀୟ ମହିଳା ଦିବସ ଭାବେ ଧାର୍ଯ୍ୟ କରାଯାଇଥିଲା । ତେବେ ଆସନ୍ତୁ ଜାଣିବା କେମିତି ୧୧୬ ବର୍ଷ ପୂର୍ବେ କ୍ଲାରାଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଆନ୍ଦୋଳନ ମହିଳାଙ୍କୁ ତାଙ୍କ ଅଧିକାର ଦେଇଥିଲା । 

୧୯୦୮ ମସିହା ବେଳକୁ ଆମେରିକାର ବିଭିନ୍ନ ଶିଳ୍ପରେ ମହିଳା କର୍ମଚାରୀଙ୍କ ସଂଖ୍ୟା ବଢି ସାରିଥିଲା । କିନ୍ତୁ ସେମାନେ ପୁରୁଷଙ୍କଠାରୁ କମ ଦରମା ପାଉଥିଲେ । ପୁରୁଷଙ୍କଠାରୁ କମ ଦରମା ପାଇ ଅଧିକ ସମୟ କାର୍ଯ୍ୟ କରୁଥିଲେ ମହିଳା । ଏହା ବିରୋଧରେ କ୍ଲାରା ସ୍ୱର ଉଠାଇଥିଲେ । ୧୯୦୮ରେ  ୧୫ ହଜାର ମହିଳା ନ୍ୟୁୟର୍କରେ ପରେଡ କରିଥିଲେ । ମହିଳାଙ୍କ କାର୍ଯ୍ୟ ସମୟ ହ୍ରାସ, ପାରିଶ୍ରମିକ ବୃଦ୍ଧି ଏବଂ ଭୋଟ ଦେବାର ଅଧିକାର ଭଳି ବିଭିନ୍ନ ଦାବି ନେଇ ଆରମ୍ଭ ହୋଇଥିଲା ଆନ୍ଦୋଳନ । ତେବେ ଏହି ଆନ୍ଦୋଳନର ଠିକ୍ ଗୋଟିଏ ବର୍ଷ ପରେ ଅର୍ଥାତ ୧୯୦୯ ମସିହାରେ ଆମେରିକାର ସୋସାଲିଷ୍ଟ ପାର୍ଟି ମହିଳାଙ୍କ ନାମରେ ଗୋଟିଏ ଦିନ ଉତ୍ସର୍ଗ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମ ରାଷ୍ଟ୍ରୀୟ ମହିଳା ଦିବସ ପାଳନ କରିବାକୁ ଘୋଷଣା କରାଯାଇଥିଲା । ତେବେ ଏହାକୁ ଅନ୍ତରତଜାତୀୟ ସ୍ତରରେ କିଭଳି ପାଳନ କରାଯିବ ତାହା କ୍ଲାରା ଜେଟକିନଙ୍କ ମନରେ ଉଠିଥିଲା । ଜେଟକିନ ଥିଲେ ଜଣେ ସାମାଜିକ ସାମାଜିକ କର୍ମୀ । ଯିଏକି ସର୍ବଦା ମହିଳାଙ୍କ ସମସ୍ୟାକୁ ନେଇ ମୁଖର ଥିଲେ ।। ୧୯୧୦ ମସିହାରେ ଡେନମାର୍କର ରାଜଧାନୀରେ ଏକ ଅନ୍ତର୍ଜାତୀୟ ମହିଳା ସମ୍ମିଳନୀ ଆୟୋଜିତ ହୋଇଥିଲା । ଏଠାରେ ୧୭ ଦେଶର ୧୦୦ ମହିଳା ଯୋଗ ଦେଇଥିଲେ । ଏହି ଅବସରରେ ଜେଟନିକ ଅନ୍ତର୍ଜାତୀୟ ମହିଳା ଦିବସ ସମ୍ପର୍କରେ ପରାମର୍ଶ ଦେଇଥିଲେ । ଆଉ ଏହା ଅନ୍ୟମାନେ ମଧ୍ୟ ଗ୍ରହଣ କରିଥିଲେ । ୧୯୧୭ ମସିହାରେ ଋଷିୟାର ମହିଳାମାନେ ରୁଟି ଏବଂ ଶାନ୍ତି ପାଇଁ ଆନ୍ଦୋଳନ କରିଥିଲେ । ଏହି ଆନ୍ଦୋଳନ ସାରା ବିଶ୍ବର ଦୃଷ୍ଟି ଆକର୍ଷଣ କରିଥିଲା । ଶେଷରେ ଚାପରେ ଜାର ନିକୋଲାସଙ୍କୁ ଗାଦି ଛାଡ଼ିବାକୁ ପଡ଼ିଥିଲା । ପରେ ଗଠିତ ଅସ୍ଥାୟୀ ସରକାର ମହିଳାଙ୍କୁ ଭୋଟ ଦେବାର ଅଧିକାର ଦେଇଥିଲା ।

ଜେଟକିନଙ୍କ ଅଭିଯାନ ସଫଳ ହେଲା । ୧୯୧୧ ମସିହାରେ ଜର୍ମାନୀ, ଅଷ୍ଟିୟା, ସ୍ବିଜରଲ୍ୟାଣ୍ଡରେ ମହିଳା ଦିବସ ପାଳନ କରାଗଲା । କିନ୍ତୁ ୧୯୫୫ ମସିହାରେ ଯେତେବେଳେ ଔପଚାରିକ ଭାବେ ମାନ୍ୟତା ମିଳିଲା ସେତେବେଳେ ଜାତିସଂଘର ସବୁଦେଶ  ଆନୁଷ୍ଠାନିକ ଭାବେ ଏହାକୁ ପାଳନ କରିଥିଲେ ।  ତେବେ ୧୯୯୬ ମସିହାରେ ପ୍ରଥମଥର ପାଇଁ ଅନ୍ତରତଜାତୀୟ ମହିଳା ଦିବସ ପାଇଁ ଥିମ ତିଆରି କରାଯାଇଥିଲା । ଏହାପରେ ପ୍ରତିବର୍ଷ ଏହି ବିଶେଷ ଦିନ ପାଇଁ ଏକ ଥିମ ରଖିବା ଆରମ୍ଭ କରାଗଲା । କିନ୍ତୁ ଯେତେବେଳେ ଜେଟକିନ ମହିଳାଙ୍କ ସାମନାରେ ଆନ୍ତରତଜାତୀୟ ମହିଳା ଦିବସ ପାଳନ କରିବାର ପ୍ରସଙ୍ଗ ଉଠାଇଥିଲେ ସେତେବେଳେ କୌଣସି ନିଦ୍ଧିଷ୍ଟ ତାରିଖ ଘୋଷଣା କରାଯାଇନଥିଲା । ପ୍ରଥମେ ଫେବୃଆରୀ ପ୍ରଥମ ରବିବାରରରେ ଏହାକୁ ପାଳନ କରାଯାଉଥିଲା । ପରେ ମିଳିତ ଜାତିସଂଘ ମାର୍ଚ୍ଚ ୮ ତାରିଖକୁ ଅନ୍ତର୍ଜାତୀୟ ମହିଳା ଦିବସ ଭାବେ ବାଛିଥିଲା ।