Jaya Kishori quote:ସମ୍ପର୍କରେ କେବେ କହିବେ ‘ସରି’,ଜାଣନ୍ତୁ କ’ଣ କୁହନ୍ତି ଜୟା କିଶୋରୀ
Advertisement
Article Detail0/zeeodisha/odisha2020745

Jaya Kishori quote:ସମ୍ପର୍କରେ କେବେ କହିବେ ‘ସରି’,ଜାଣନ୍ତୁ କ’ଣ କୁହନ୍ତି ଜୟା କିଶୋରୀ

ଜୟା କିଶୋରିଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ କହିଥିଲେ ଯେ କେତେବେଳେ ଦମ୍ପତ୍ତିଙ୍କୁ ପରସ୍ପରକୁ ଭୁଲ୍ ମାଗିବା ବା ସରି କହିବା ଉଚିତ୍ ନୁହେଁ । ଏବଂ ଭିଡ଼ିଓକୁ ସମସ୍ତେ ପସନ୍ଦ କରୁଛନ୍ତି ।   ଏଥିରେ କୌଣସି ସନ୍ଦେହ ନାହିଁ ଯେ ସ୍ୱାମୀ-ସ୍ତ୍ରୀ ମଧ୍ୟରେ ଯେତେ ପ୍ରେମ ଥାଉ ନା କାହିଁକି ତ

SOCIAL MEDIA

Jaya Kishori quote:

ଜୟା କିଶୋରିଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ କହିଥିଲେ ଯେ କେତେବେଳେ ଦମ୍ପତ୍ତିଙ୍କୁ ପରସ୍ପରକୁ ଭୁଲ୍ ମାଗିବା ବା ସରି କହିବା ଉଚିତ୍ ନୁହେଁ । ଏବଂ ଭିଡ଼ିଓକୁ ସମସ୍ତେ ପସନ୍ଦ କରୁଛନ୍ତି ।  

ଏଥିରେ କୌଣସି ସନ୍ଦେହ ନାହିଁ ଯେ ସ୍ୱାମୀ-ସ୍ତ୍ରୀ ମଧ୍ୟରେ ଯେତେ ପ୍ରେମ ଥାଉ ନା କାହିଁକି ତଥାପି କୌଣସି ନା କୌଣସି କଥାକୁ ନେଇ ସେମାନଙ୍କ ଭିତରେ ମତଭେଦ ଏବଂ ଝଗଡ଼ା ହୁଏ । ଅନେକ ଥର ଏହା ଘଟେ ଯେ ଆମେ ଆମର ଜୀବନ ସାଥୀ ଉପରେ ଅନ୍ୟର ରାଗ ବାହାର କରୁ କିମ୍ବା ଯେତେବେଳେ ଆମେ ହତାଶ ହୋଇଥାଉ, ଆମେ ଖରାପ ପାଟି କରୁ । ତଥାପି ଏହା ସତ୍ୟ ଯେ ଯେତେବେଳେ ଆମେ ଆମର ସାଥୀ ସହିତ ଝଗଡ଼ା କରିବା କିମ୍ବା ଯୁକ୍ତିତର୍କରେ ଥକି ଯାଉ ଆମେ ତୁରନ୍ତ ସରି ବୋଲି କହୁ । ଅନେକ ଥର, ଦମ୍ପତିମାନେ ନିଜ ସାଥୀଙ୍କ ନିକଟରେ କ୍ଷମା ପ୍ରାର୍ଥନା କରି ବାର୍ତ୍ତାଳାପକୁ ଶେଷ କରନ୍ତି, କିନ୍ତୁ ପରେ ସେହି ଝଗଡ଼ାକୁ ମନେ ପକାନ୍ତି ।

କିନ୍ତୁ ଏହା ବିଲକୁଲ୍ ଠିକ୍ ନୁହେଁ । କେବଳ ଆମେ ଏହା କହୁ ନାହୁଁ । ଲୋକପ୍ରିୟ ପ୍ରେରଣାଦାୟକ ବକ୍ତା ଜୟା କିଶୋରୀ ଏହାକୁ ବିଶ୍ବାସ କରନ୍ତି । ବାସ୍ତବରେ, ଜୟା କିଶୋରିଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ ସରି କହିବାର ଉପଯୁକ୍ତ ସମୟ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଆପଣ ଦୁଖିତ ଅଛନ୍ତି ବୋଲି ଖାଲି ସରି କହିବା ଠିକ୍ ନୁହେଁ । ଏହାଦ୍ବାରା ଆପଣଙ୍କ ଭିତରେ କିଛି ଠିକ୍ ହେବ ନାହିଁ । ଯେତେବେଳେ ଆପଣ ଅନୁଭବ କରିବେ ଯେ ଆପଣ ଭୁଲ୍ ସେତେବେଳେ ସରି କୁହନ୍ତୁ ।

ସାଧାରଣତଃ ବିବାଦକୁ ଶେଷ କରିବାକୁ ଯାଇ ପ୍ରାୟତଃ ସମସ୍ତେ ସରି କୁହନ୍ତି । କିନ୍ତୁ ସେ କଥାକୁ ସେମାନେ ମନେ ରଖିଥାନ୍ତି । ସେମାନେ କଥାକୁ ସେଇଠି ଶେଷ କରନ୍ତି ନାହିଁ । ପରବର୍ତ୍ତି ମୁହୂର୍ତ୍ତରେ ମଧ୍ୟ ସେମାନେ ସେ କଥାକୁ ବ୍ୟବହାର କରି ପାରନ୍ତି, ଯାହା ଠିକ୍ ନୁହେଁ ।

ଏଭଳି କ୍ଷେତ୍ରରେ ସେ କହିଛନ୍ତି ଯେ ଆପଣ ଯଦି ସେ ଲୋକକୁ କ୍ଷମା କରି ପାରୁ ନାହାଁନ୍ତି ତାହେଲେ ତାକୁ ବିଲକୁଲ୍ ସରି କୁହନ୍ତୁ ନାହିଁ । ଯଦି ଆପଣଙ୍କ ମନରେ କଷ୍ଟ ରହିଛି ତାହେଲେ ଜମା କ୍ଷମା ମାଗନ୍ତୁ ନାହିଁ । ଯେତେବେଳ ପର୍ଯ୍ୟନ୍ତ ସବୁ ଠିକ୍ ନହୋଇଛି ।  

ଯଦି ଆପଣ ନିଜ ଭୁଲ ଅନୁଭବ କରୁଛନ୍ତି ତାହେଲେ ପ୍ରଥମେ ନିଜ ଭୁଲ୍ ସ୍ବିକାର କରି ଭୁଲ୍ ମାଗିବାକୁ ପ୍ରସ୍ତୁତ ରୁହନ୍ତୁ । ଏହାଦ୍ବାରା ଆପଣଙ୍କ ଭିତରେ ଭୁଲୁ ବୁଝାମଣା ସୃଷ୍ଟି ହେବ । ସମୟ ବାହାର କରି ପରସ୍ପର କଥା ହୁଅନ୍ତୁ । ଏବଂ ଦୁଇଜଣଙ୍କ ଇଗୋକୁ ବାହାର କରନ୍ତୁ ।  

ଲୋକମାନେ କ୍ଷମା ମାଗନ୍ତି, କିନ୍ତୁ ଝଗଡା ସମୟରେ ସେମାନେ ପରସ୍ପରକୁ କହିଥିବା ଭୁଲ ଶବ୍ଦ ବିଷୟରେ କଥାବାର୍ତ୍ତା କରନ୍ତି ନାହିଁ । ଏପରି ପରିସ୍ଥିତିରେ, ଯଦି ତୁମେ ଦୁହେଁ କହୁଛ ଯେ ଜଗଡ଼ା କରିବା ସମୟରେ ତୁମେ ବହୁତ ରାଗି ଯାଇଥିଲ ଏବଂ ତୁମେ ଏପରି କରିବା ଉଚିତ୍ ନୁହେଁ ।

ଏପରି ପରିସ୍ଥିତିରେ, ଆପଣଙ୍କ ସାଥୀ ଅନୁଭବ କରିବେ ଯେ ଆପଣ ସମ୍ପର୍କ ବଜାୟ ରଖିବାକୁ ଚେଷ୍ଟା କରୁଛନ୍ତି । ଏହି ସମୟ ମଧ୍ୟରେ, ପରସ୍ପରକୁ ମଧ୍ୟ ନିଶ୍ଚିତ କର ଯେ ଭବିଷ୍ୟତରେ ତୁମେ ଆଉ ଏପରି ଭୁଲ କରିବ ନାହିଁ ।