Kendrapara News: ଏଡାଇ ଦେଲେ ପିଲାଛୁଆ, ଧାନ ବିଲରେ ପ୍ରେମ କରି ବିବାହ କଲେ ବୃଦ୍ଧବୃଦ୍ଧା
Advertisement
Article Detail0/zeeodisha/odisha1476687

Kendrapara News: ଏଡାଇ ଦେଲେ ପିଲାଛୁଆ, ଧାନ ବିଲରେ ପ୍ରେମ କରି ବିବାହ କଲେ ବୃଦ୍ଧବୃଦ୍ଧା

Kendrapara News: କଥାରେ ଅଛି ପ୍ରେମ ଶାଶ୍ବତ, ଚିରନ୍ତନ ଓ ସତ୍ୟ । ପ୍ରେମ ଦେଖେନା ଜାତି, ଧର୍ମ ଓ ବର୍ଣ୍ଣ । ପ୍ରେମରେ ମଣିଷ ସବୁକିଛି କରିବାକୁ ସକ୍ଷମ ହୋଇଥାଏ । କେତେବେଳ ପ୍ରେମ ପାଇଁ କିଏ ଜୀବନ ଦେଉଛି ତ ଆଉ ପ୍ରେମ କାହାକୁ ଶିଖାଉଛି ବଞ୍ଚିବାର ରାହା । ତେବେ, ଆଜି ଆମେ ଆପଣଙ୍କୁ ଏକରି ଏକ ଘଟଣା କହିବୁ ଯାହା ଆପଣଙ୍କୁ ଚକିତ କରିଦେବ । ଆପଣ ବି ଭାବିବେ ସତରେ କଣ ପରିଣତ ବୟସରେ ପ୍ରେମ ହୁଏ ।

ସୌଜନ୍ୟ : ସୋସିଆଲ ମିଡିଆ

Kendrapara News: କଥାରେ ଅଛି ପ୍ରେମ ଶାଶ୍ବତ, ଚିରନ୍ତନ ଓ ସତ୍ୟ ।  ପ୍ରେମ ଦେଖେନା ଜାତି, ଧର୍ମ ଓ ବର୍ଣ୍ଣ ।  ପ୍ରେମରେ ମଣିଷ ସବୁକିଛି କରିବାକୁ ସକ୍ଷମ ହୋଇଥାଏ । କେତେବେଳ ପ୍ରେମ ପାଇଁ କିଏ ଜୀବନ ଦେଉଛି ତ ଆଉ ପ୍ରେମ କାହାକୁ ଶିଖାଉଛି ବଞ୍ଚିବାର ରାହା । ତେବେ, ଆଜି ଆମେ ଆପଣଙ୍କୁ ଏକରି ଏକ ଘଟଣା କହିବୁ ଯାହା ଆପଣଙ୍କୁ ଚକିତ କରିଦେବ । ଆପଣ ବି ଭାବିବେ ସତରେ କଣ ପରିଣତ ବୟସରେ ପ୍ରେମ ହୁଏ । ହଁ ଆଜ୍ଞା, ଏପରି ଏକ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲା  ମହାକାଳପଡା ବ୍ଲକରେ  ।  ଦୁହଁ ବୃଦ୍ଧବୃଦ୍ଧ ପ୍ରେମ କରି ପରିଣତ ବୟସରେ ବିବାହ କରିଛନ୍ତି ।  ଧାନ ବିଲରୁ ଆରମ୍ଭ  ହୋଇଥିବା ପ୍ରେମ ଏବେ ବିବାହରେ ପରିଣତ ହୋଇଛି । ଅର୍ଥାତ ପରପ୍ପରକୁ ଜୀବନ ସାଥୀ କରିଛନ୍ତି। 

ସୂଚନା ଅନୁସାରେ, କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକର ଗୋଗୁଆ ଗାଁର ଶକ୍ତି ପ୍ରସାଦ ମିଶ୍ର, ବୟସ ୭୦ ହେବ ।  ଶକ୍ତି ନିଜ ଧର୍ମପତ୍ନୀଙ୍କୁ ୬ବର୍ଷ ତଳେ ହରାଇଥିଲେ । ଶକ୍ତିଙ୍କର ପୁଅ, ବୋହୂ ଓ ଝିଅ ଜ୍ୱାଇଁ ମଧ୍ୟ ଅଛନ୍ତି । କିନ୍ତୁ ପତ୍ନୀଙ୍କୁ ହରାଇବା ପରେ ଶକ୍ତିଙ୍କ ଏକା ହୋଇ ଯାଇଥିଲେ। ଦୁର୍ବିଶ ହୋଇ ପଡିଥିଲା ଶକ୍ତିଙ୍କ ଜୀବନ । ଏପରିକି ଜନ୍ମ କଲା ପୁଅ ଓ ଝିଅ ମଧ୍ୟ ଶକ୍ତିଙ୍କ କଥା ବୁଝୁ ନ ଥିଲେ। ବାଦ୍ଧକ୍ୟ କାଳରେ ଏକାକୀ ଜୀବନ ବିତାଉ ଥିଲେ । ଦିନେ ଶକ୍ତି ଧାନ ବିଲରେ ଚାଷ କରୁଥିଲେ ,ସେହି ସମୟରେ ଶକ୍ତିଙ୍କ ନଜର ପଡିଥିଲା ପାଖ ଗାଁର  ୬୫ ବର୍ଷିୟ ତେଜଶ୍ବନୀ ମଣ୍ତଳଙ୍କ ଉପରେ । ଆଉ ଆଖିରେ ଆଖିରେ ଆରମ୍ଭ ହୋଇଥିଲା ପ୍ରେମ । ଶକ୍ତି ତେଜଶ୍ବନୀଙ୍କୁ ମନ ଦେଇ ବସିଥିଲେ । ବାସ ସୁଯୋଗ ଖୋଜୁଥିଲେ ତେଜଶ୍ବନୀଙ୍କୁ ତାଙ୍କ ମନର କଥା କହିବେ କିପରି । ଦିନେ ତେଜଶ୍ବନୀଙ୍କୁ ଧାନ ବିଲରେ ଏକାକୀ ଦେଖି ଶକ୍ତି ତାଙ୍କ ପାଖରେ କହିଥିଲେ ମନର କଥା । ଆଉ ଶକ୍ତିଙ୍କ ଭଲପାଇବା ଦେଖି ନାଁ କହିପାରି ନ ଥିଲେ ତେଜଶ୍ବନୀ । ଶକ୍ତି ଦେଇଥିବା ବିବାହ ପ୍ରସ୍ତାବରେ ସେ ରାଜି ହୋଇ ଯାଇଥିଲ ।

 

କାହିଁକିନା, ଶକ୍ତିଙ୍କ ପରି ତେଜଶ୍ବନୀଙ୍କର ମଧ୍ୟ ସମାନ ଅବସ୍ଥା ଥିଲା। ତେଜଶ୍ବନୀଙ୍କ ପରିବାରରେ ୨ପୁଅ, ଝିଅ ମଧ୍ୟ ଅଛନ୍ତି । ଚାକିରି କରିବା ପରେ ପୁଅ ନିଜ ସ୍ତ୍ରୀ ସହ ଜୀବନ ଅତିବାହିତ କରୁଛି । ଝିଅ ବିବାହ ପରେ ଶାଶୁଘରେ ରହୁଛି । ସ୍ୱାମୀଙ୍କ ମୃତ୍ୟୁ ପରେ ତେଜଶ୍ବନୀ ମଧ୍ୟ ଏକାକୀ ରହୁଥିଲେ। ମାନସିକ ଯନ୍ତ୍ରଣା ଭୋଗୁଥିଲେ । ଶକ୍ତିଙ୍କୁ ବିବାହ କରିବା ନେଇ ତେଜଶ୍ବନୀ ନିଜ ପରିବାର ଲୋକଙ୍କ କହିଥିଲେ ।  କିନ୍ତୁ ଏଥିରେ ତାଙ୍କ ପରିବାର ରାଜି ହୋଇ ନ ଥିଲେ ।  ତଥାପି ପରିବାର ଲୋକଙ୍କୁ କଥାକୁ ଖାତିର ନକରି ଶକ୍ତିଙ୍କ ପାଖକୁ ଚାଲି ଆସିଥିଲେ । ପରେ ସ୍ଥାନୀୟ ଏକ ଜଗନ୍ନାଥ ମନ୍ଦିରରେ ତେଜଶ୍ବିନୀଙ୍କ ମଥାରେ ସିନ୍ଦୁର ଦେଇଥିଲେ ଶକ୍ତି । ତେବେ, ପରିଣତ ବୟସରେ ଉଭୟଙ୍କ ବିବାହ ସ୍ଥାନୀୟ ଅଞ୍ଚଳରେ ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି ।