କାଠମାଣ୍ଡୁରେ ପହଞ୍ଚିଲା ପରିକ୍ରମା ପ୍ରକଳ୍ପ ନିମନ୍ତ୍ରଣ
Advertisement
Article Detail0/zeeodisha/odisha2035114

କାଠମାଣ୍ଡୁରେ ପହଞ୍ଚିଲା ପରିକ୍ରମା ପ୍ରକଳ୍ପ ନିମନ୍ତ୍ରଣ

Srimandir For Parikrama Project: ଓଡି଼ଶାର ବରଗଡ଼ ପାଇକମାଳର ନୃସିଂହ ନାଥ ମନ୍ଦିର, ନୂଆପଡାର ପାତାଳ ଗଙ୍ଗା ମନ୍ଦିରରେ ମଧ୍ୟ ନିମନ୍ତ୍ରଣ ପତ୍ର ପ୍ରଦାନ କରା ଯାଇଥିଲା। ମଦୁରାଇ ର ଅଲଗରନାଥ ମନ୍ଦିରରେ ପ୍ରଶିକ୍ଷିତ ହାତୀ ନିମନ୍ତ୍ରଣ କାରୀ ଦଳଙ୍କୁ ସ୍ୱାଗତ କରିବା ସହ ନିଜ ଶୁଣ୍ଢରେ ଆଶୀର୍ବାଦ କରିଥିଲା। ସବୁଠାରେ ଜୟ ଜଗନ୍ନାଥ ଧ୍ୱନିରେ ନିମନ୍ତ୍ରଣକାରୀ ମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା।

Srimandir Parikrama project

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣରେ ଯୋଗ ଦାନ ପାଇଁ ବିଭିନ୍ନ ମନ୍ଦିର କୁ ଆମନ୍ତ୍ରଣ କରାଯିବା ପ୍ରକ୍ରିୟାରେ ନିମନ୍ତ୍ରଣ କାରୀ ଦଳ ଆଜି ନେପାଳର କାଠମାଣ୍ଡୁରେ ପହଞ୍ଚିଛନ୍ତି। ସେହିପରି ଜମ୍ମୁ ର ବୈଷ୍ଣୋଦେବୀ ମନ୍ଦିର, ନଭି ମୁମ୍ବାଇ ଜଗନ୍ନାଥ ମନ୍ଦିର, ମଦୁରାଇର ମିନାକ୍ଷୀ ମନ୍ଦିର ଓ ଅଲଗରନାଥ ମହାବିଷ୍ଣୁ ମନ୍ଦିର, ବିଜୟୱଡା ଶ୍ରୀ ସାଇଲମର ମଲ୍ଲିକାର୍ଜୁନ ମନ୍ଦିର, ବିଶାଖାପାଟଣା ର ଷ୍ଟିଲ ପ୍ଲାଣ୍ଟ ଜଗନ୍ନାଥ ମନ୍ଦିର, ଔରଙ୍ଗାବାଦ ଏଲୋରାର ଶ୍ରୀ ଘୃଷ୍ଣେଶ୍ଵର ମନ୍ଦିର ଦେବସ୍ଥାନ, ଗୁଜୁରାଟ ସୋମନାଥ ମନ୍ଦିରରେ ସେବାୟତ ଓ ନୋଡାଲ ଅଧିକାରୀ ପହଞ୍ଚି ନିମନ୍ତ୍ରଣ ପତ୍ର ପ୍ରଦାନ କରିଥିଲେ।

ସେହିପରି ଓଡି଼ଶାର ବରଗଡ଼ ପାଇକମାଳର ନୃସିଂହ ନାଥ ମନ୍ଦିର, ନୂଆପଡାର ପାତାଳ ଗଙ୍ଗା ମନ୍ଦିରରେ ମଧ୍ୟ ନିମନ୍ତ୍ରଣ ପତ୍ର ପ୍ରଦାନ କରା ଯାଇଥିଲା। ମଦୁରାଇ ର ଅଲଗରନାଥ ମନ୍ଦିରରେ ପ୍ରଶିକ୍ଷିତ ହାତୀ ନିମନ୍ତ୍ରଣ କାରୀ ଦଳଙ୍କୁ ସ୍ୱାଗତ କରିବା ସହ ନିଜ ଶୁଣ୍ଢରେ ଆଶୀର୍ବାଦ କରିଥିଲା। ସବୁଠାରେ ଜୟ ଜଗନ୍ନାଥ ଧ୍ୱନିରେ ନିମନ୍ତ୍ରଣକାରୀ ମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା।