Lok Adalat: ଆସନ୍ତା ୧୧ ମଇରେ ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ
Advertisement
Article Detail0/zeeodisha/odisha2231906

Lok Adalat: ଆସନ୍ତା ୧୧ ମଇରେ ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ

Lok Adalat: ମଇ ୧୧ ତାରିଖ ଶନିବାର ଦିନ ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କ ଅଧ୍ୟକ୍ଷ ତଥା ଜିଲ୍ଲା ଓ ଦୌରାଜଜ୍‌ ଶ୍ରୀ ନିଶିଥ୍‌ ନିଶାଙ୍କଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାର ସମସ୍ତ ବିଭାଗୀୟ ଅଦାଲତ ଯଥା ଭୁବନେଶ୍ୱର, ଖୋର୍ଦ୍ଧା, ବାଣପୁର, ଜଟଣୀ, ଚିଲିକା, ଟାଙ୍ଗୀ ଓ ବେଗୁନିଆ ପରିସରରେ ଚଳିତ ବର୍ଷର ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେବାକୁ ଯାଉଛି। 

Lok Adalat: ଆସନ୍ତା ୧୧ ମଇରେ ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ

ଭୁବନେଶ୍ୱର: ଆସନ୍ତା ଅର୍ଥାତ୍ ମଇ ୧୧ ତାରିଖ ଶନିବାର ଦିନ ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କ ଅଧ୍ୟକ୍ଷ ତଥା ଜିଲ୍ଲା ଓ ଦୌରାଜଜ୍‌ ଶ୍ରୀ ନିଶିଥ୍‌ ନିଶାଙ୍କଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାର ସମସ୍ତ ବିଭାଗୀୟ ଅଦାଲତ ଯଥା ଭୁବନେଶ୍ୱର, ଖୋର୍ଦ୍ଧା, ବାଣପୁର, ଜଟଣୀ, ଚିଲିକା, ଟାଙ୍ଗୀ ଓ ବେଗୁନିଆ ପରିସରରେ ଚଳିତ ବର୍ଷର ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେବାକୁ ଯାଉଛି। ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ମାମଲା ଯଥା ଫୌଜଦାରୀ (ସାଲିସ୍‌ଯୋଗ୍ୟ), ଚେକ୍‌ ବାଉନ୍ସ, ବ୍ୟାଙ୍କ ଋଣ, ମୋଟର ଦୁର୍ଘଟଣାଜନିତ କ୍ଷତିପୂରଣ ମାମଲା, ଶ୍ରମ ଓ ନିଯୁକ୍ତି, ବୈବାହିକ (ଛାଡ଼ପତ୍ର ବ୍ୟତୀତ), ପାରିବାରିକ ମାମଲା, ଜମି ଅଧିଗ୍ରହଣ, ରାଜସ୍ୱ, ବିଦ୍ୟୁତ ଓ ଜଳ, ଖାଉଟି, ସଂପତ୍ତି ଅଧିକାର ମାମଲା, ଦେୱାନୀ ମୋକଦ୍ଦମା ସବୁ ଆପୋଷ ଆଲୋଚନା ତଥା ସହମତି ଭିତ୍ତିରେ ସମାଧାନ କରାଯାଏ । କେବଳ ବିଚାରାଧିନ ମୋକଦ୍ଦମା ନୁହେଁ, ଅନ୍ୟାନ୍ୟ କଚେରୀରେ ଦାୟର ହୋଇନଥିବା ଚେକ୍‌ ବାଉନ୍ସ ମାମଲା, ବ୍ୟାଙ୍କ ଋଣ ଅନାଦେୟ, ଟେଲିଫୋନ୍‌ ସମେତ ବହୁ ଜନଉପଯୋଗୀ ମାମଲାମାନଙ୍କର ମଧ୍ୟ ଆପୋଷ ସହମତିରେ ସମାଧାନ କରାଯିବ ।

 ଲୋକ ଅଦାଲତରେ ମୋକଦ୍ଦମା ଓ ବିବାଦର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ପଡ଼େ ନାହିଁ ଏବଂ ଲୋକ ଅଦାଲତର ରାୟ ବୈଧ ଓ ଚୂଡ଼ାନ୍ତ  ଅଟେ । ଯଦି କୌଣସି ବିଚାରାଧିନ ମାମଲାର ସମାଧାନ ଲୋକ ଅଦାଲତ ମାଧ୍ୟମରେ ହୁଏ ତେବେ ଆଗରୁ ପଇଠ ହୋଇଥିବା କୋର୍ଟ ଫି ଫେରସ୍ତ ହୋଇପାରିବ । ତେଣୁ ଜନସାଧାରଣ ସେମାନଙ୍କର ଯଦି କୌଣସି ମୋକଦ୍ଦମା ଦୀର୍ଘଦିନ ଧରି ଆଦାଲତରେ ଚାଲୁ ରହିଛି ତେବେ ଏହାର ସହଜ ସମାଧାନ ପାଇଁ ଅର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇବା ପାଇଁ ଏହାକୁ ଏକ ସୁଯୋଗ ମନେକରି ଉଭୟ ପକ୍ଷ ଅଦାଲତଙ୍କ ପାଖକୁ ଆସି ନିଜ ନିଜର ମାମଲାକୁ ଆପୋଷ ସମାଧାନ ମାଧ୍ୟମରେ ସମାଧାନ କରିବାହେବେ । ସବିଶେଷ ବିବରଣୀ ପାଇଁ ଆପଣଙ୍କ ନିକଟସ୍ଥ ଆଇନ ସେବା ବିଭାଗଙ୍କ କାର୍ଯ୍ୟାଳୟ ଯାହା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ ପରିସରରେ କାର୍ଯ୍ୟରତ ନତୁବା ଅଦାଲତଙ୍କ ସହ ଯୋଗାଯୋଗ କରିବା ସମ୍ପର୍କରେ ପ୍ରାଧିକରଣଙ୍କ ସଚିବ ଶ୍ରୀମତୀ ସୌଦାମିନୀ ସିଂ ସୂଚନା ଦେବା ସହ ଏହାର ସଫଳତା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି