Gajlaxmi Rajyog 2024: ଏହି ସବୁ ରାଶି ଭାଗ୍ୟ ବଦଳାଇବ ଗଜଲକ୍ଷ୍ମୀ ରାଜଯୋଗ, ମିଳିବ ଖୁସି ଖବର ସହ ରହିଛି ଧନଲାଭ ଯୋଗ!
Advertisement
Article Detail0/zeeodisha/odisha2250842

Gajlaxmi Rajyog 2024: ଏହି ସବୁ ରାଶି ଭାଗ୍ୟ ବଦଳାଇବ ଗଜଲକ୍ଷ୍ମୀ ରାଜଯୋଗ, ମିଳିବ ଖୁସି ଖବର ସହ ରହିଛି ଧନଲାଭ ଯୋଗ!

Gajlaxmi Rajyog 2024:  ଶୁକ୍ର ଆସନ୍ତା ୧୯ ତାରିଖରେ ବୃଷ ରାଶିକୁ ଚଳନ କରିବେ। ଯେଉଁ ରାଶିରେ କି ପୂର୍ବରୁ ଦେବଗୁରୁ ବୃହସ୍ପତି ବିରାଜମାନ ଅଛନ୍ତି । ଗୋଟିଏ ରାଶିରେ ଦେବଗୁରୁ ବୃହସ୍ପତି-ଶୁକ୍ରଙ୍କ ମିଳନ  ଗଜଲକ୍ଷ୍ମୀ ରାଜଯୋଗ (Gajlaxmi Rajyog) ସୃଷ୍ଟି କରୁଛି।  ଏହି ଗଜଲକ୍ଷ୍ମୀ ରାଜଯୋଗ କିଛି ରାଶିର ବ୍ୟକ୍ତିଙ୍କ ଭାଗ୍ୟରେ ବଡ଼ ପରିବର୍ତ୍ତନ ଆଣିବା ସହ ସେମାନଙ୍କ ଜୀବନ ଧନଧାନ୍ୟରେ ଭରିଯିବ।...

Gajlaxmi Rajyog 2024: ଏହି ସବୁ ରାଶି ଭାଗ୍ୟ ବଦଳାଇବ ଗଜଲକ୍ଷ୍ମୀ ରାଜଯୋଗ, ମିଳିବ ଖୁସି ଖବର ସହ ରହିଛି ଧନଲାଭ ଯୋଗ!

Gajlaxmi Rajyog 2024: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି କ୍ରମରେ ଶୁକ୍ର ଆସନ୍ତା ୧୯ ତାରିଖରେ ବୃଷ ରାଶିକୁ ଚଳନ କରିବେ। ଯେଉଁ ରାଶିରେ କି ପୂର୍ବରୁ ଦେବଗୁରୁ ବୃହସ୍ପତି ବିରାଜମାନ ଅଛନ୍ତି । ଗୋଟିଏ ରାଶିରେ ଦେବଗୁରୁ ବୃହସ୍ପତି-ଶୁକ୍ରଙ୍କ ମିଳନ  ଗଜଲକ୍ଷ୍ମୀ ରାଜଯୋଗ (Gajlaxmi Rajyog) ସୃଷ୍ଟି କରୁଛି। ଶୁକ୍ରଙ୍କୁ  ଧନ, ଗୌରବ, ଐଶ୍ୱର୍ଯ୍ୟ ଓ ପ୍ରେମର କାରକ କୁହାଯାଉଥିବା ବେଳେ ଦେବଗୁରୁ ବୃହସ୍ପତି ଜ୍ଞାନ, ସମ୍ମାନ, ଉତ୍ତମ ସ୍ୱାସ୍ଥ୍ୟ ଓ ଧନର କାରଣ ବୋଲି ବିବେଚନା କରାଯାଏ। ତେବେ, ଏହି ଗଜଲକ୍ଷ୍ମୀ ରାଜଯୋଗ କିଛି ରାଶିର ବ୍ୟକ୍ତିଙ୍କ ଭାଗ୍ୟରେ ବଡ଼ ପରିବର୍ତ୍ତନ ଆଣିବା ସହ ସେମାନଙ୍କ ଜୀବନ ଧନଧାନ୍ୟରେ ଭରିଯିବ।...

ଲାଭବାନ୍ ହେବେ ଏହି ସବୁ ରାଶି:

ମେଷ: ଗଜଲକ୍ଷ୍ମୀ ରାଜଯୋଗ ଏହି ରାଶିର ବ୍ୟକ୍ତିଙ୍କ ଭାଗ୍ୟରେ ବଡ଼ ପରିବର୍ତ୍ତନ ଆଣିବ। ବିଶେଷକରି, ଏହି ସମୟରେ ନୂଆ ଚାକିରି ଅଫର ଆସିପାରେ। ଯଦି ଆପଣ ବର୍ତ୍ତମାନ କେଉଁଠି ଚାକିରି କରୁଛନ୍ତି । ତେବେ ପଦୋନ୍ନତି ହେବାର ସମ୍ଭାବନା ଯଥେଷ୍ଟ ରହିଛି । ବ୍ୟବସାୟୀଙ୍କ ପାଇଁ ସମୟ ଅନୁକୂଳ ରହିଛି। ବେପାର-ବାଣିଜ୍ୟରେ ଅଧିକ ଲାଭ ମଧ୍ୟ ପାଇପାରନ୍ତି। ନୂତନ ବ୍ୟବସାୟିକ ସମ୍ପର୍କ ସୃଷ୍ଟି ହୋଇପାରେ । ଆକସ୍ମିକ ଧନଲାଭର ଯୋଗ ରହିଛି। ପ୍ରେମ ସମ୍ପର୍କ ମଜବୁତ୍ ହେବା ସହିତ ଅବିବାହିତଙ୍କ ପାଇଁ ଭଲ ବିବାହ ପ୍ରସ୍ତାବ ଆସିପାରେ। 

ବୃଷ:   ଗଜଲକ୍ଷ୍ମୀ ରାଜଯୋଗ ଏହି ରାଶିର ଭାଗ୍ୟ ଚମକାଇବ। ଦିର୍ଘ ଦିନର ଇଚ୍ଛା ପୂରଣ ହେବା। ଅଟକି ରହିଥିବା ଟଙ୍କା ଆପଣଙ୍କୁ ପ୍ରାପ୍ତ ହେବ। ଆର୍ଥିକ ସ୍ଥିତି ମଜବୁତ୍ ହେବା ସହ ଆୟ ବଢିବା। ଛାତ୍ରଛାତ୍ରୀଙ୍କ ପାଇଁ ସମୟ ଅତ୍ୟନ୍ତ ଅନୁକୂଳ ରହିଛି । ଉଚ୍ଛ ଶିକ୍ଷା ପାଇଁ ବିଦେଶ ଯାତ୍ରା କରିପାରନ୍ତି। ବୈବାହିକ ଜୀବନ ସୁଖମୟ ହେବା ସହିତ ପରିବାରରେ ସୁଖ ସମୃଦ୍ଧି ବୃଦ୍ଧି ପାଇବ। ଆଇଟି କ୍ଷେତ୍ରରେ କାର୍ଯ୍ୟରତ ଲୋକଙ୍କ ପାଇଁ ସମୟ ଖୁବ୍ ଭଲ ରହିବ । ବିଦେଶରୁ ଭଲ ଚାକିରି ଅଫର ଆସିପାରେ। ଚାକିରି ପରିବର୍ତ୍ତନ କରିବାକୁ ଚାହୁଁଥିଲେ । ଏହା ହେଉଛି  ଶୁଭ ସମୟ।  ଯାତ୍ରା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ। 

ALSO READ: Kendra Trikon Rajyog 2024: ଏହି ସବୁ ରାଶିଙ୍କ ଭାଗ୍ୟ ଫିଟାଇବ କେନ୍ଦ୍ର ତ୍ରିକୋନ୍ ରାଜଯୋଗ, ମିଳିବ ନୂଆ ଚାକିରି ସାଙ୍ଗକୁ ରହିଛି ଧନଲାଭ ଯୋଗ!

ମକର :  ଏହି ରାଶିଙ୍କ ଭାଗ୍ୟରେ ସୁନା ପରି ଝଲସିବ। ଗଜଲକ୍ଷ୍ମୀ ରାଜଯୋଗ ଏହି ରାଶିଙ୍କ ପାଇଁ ବେଶ୍ ଲାଭଦାୟୀ ରହିବ। ଆକସ୍ମିକ ଲାଭ କିମ୍ବା ଅଟକି ରହିଥିବା ଅର୍ଥ ପ୍ରାପ୍ତିର ସମ୍ଭାବନା ରହିଛି। ଯଦି ଆପଣଙ୍କ ବ୍ୟବସାୟ ବିଦେଶରେ ବିସ୍ତାରିତ ହୁଏ। ତେବେ ମଧ୍ୟ ଆପଣଙ୍କୁ ଆର୍ଥିକ ଲାଭ ମିଳିପାରେ। ପ୍ରତ୍ୟକ କାର୍ଯ୍ୟରେ ସଫଳତା ପାଇବେ। ନବ ବିବାହିତମାନେ ସନ୍ତାନ ପ୍ରାପ୍ତି ନେଇ ଭଲ ଖବର ପାଇପାରନ୍ତି। ଆର୍ଥିକ ସ୍ଥିତି ମଜବୁତ୍ ହେବା ସହ ନିଜ ଜୀବନ ସାଥୀଙ୍କ ସହ କ୍ବାଲିଟି ଟାଇମ୍ ଅତିବାହିତ କରିପାରନ୍ତି। 

କୁମ୍ଭ: ଗଜଲକ୍ଷ୍ମୀ ରାଜଯୋଗ  କୁମ୍ଭ ରାଶୁର ଲୋକଙ୍କ ପାଇଁ ବହୁତ ଶୁଭ ରହିବ। ଏହି ରାଜଯୋଗ ଚାକିରୀ-ବ୍ୟବସାୟରେ ଏହି ଲୋକଙ୍କୁ ଲାଭ ଦେବ। ଚାକିରୀରେ ଥିବା ବ୍ୟକ୍ତି ପଦୋନ୍ନତି ପାଇବେ। ଏବଂ ବେକାର ଲୋକ ଚାକିରି ପାଇବାର ସମ୍ଭାବନା ରହିଛି । ବିଶେଷ କରି, କ୍ୟାରିୟରରେ ନୂଆ ସୁଯୋଗ ମିଳିବ। ଏହି ଅବଧି ମଧ୍ୟରେ ଏକ ନୂତନ ଘର କିମ୍ବା କାର କିଣିବାର ସମ୍ଭାବନା ଅଛି । କିନ୍ତୁ କର୍ମକ୍ଷେତ୍ରରେ ଷଡ଼ଯନ୍ତ୍ରର ଶିକାର ହୋଇପାରନ୍ତି। ତେଣୁ ସାବଧାନତାର ସହ ନିଜ ସହକର୍ମୀଙ୍କ ସହ କଥାବାର୍ତ୍ତା କରନ୍ତୁ।

 (Disclaimer: ଏଠାରେ ଦିଆଯାଇଥିବା ତଥ୍ୟ ଜ୍ୟୋତିଷ ଶାସ୍ତ୍ର ଉପରେ ଆଧାରିତ ଓ କେବଳ ଆପଣଙ୍କ ସୂଚନା ପାଇଁ ଦିଆଯାଉଛି। Zee Odisha News ଏହାକୁ ନିଶ୍ଚିତ କରେ ନାହିଁ। ଏହାକୁ କୌଣସି ସମାଧାନ ଭାବେ ନେବା ପୂର୍ବରୁ, ନିଶ୍ଚିତ ଭାବରେ ସମ୍ପୃକ୍ତ ବିଷୟର ଜ୍ଞାନଥିବା ଜଣେ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।)