June Grah Gochar 2024: ଜୁନରେ ଏକା ସାଙ୍ଗରେ ୩ ରାଜଯୋଗ, ଲାଭରେ ରହିବେ ତିନି ରାଶି, ଧନଧାନ୍ୟରେ ଭରିଯିବ ଜୀବନ!
Advertisement
Article Detail0/zeeodisha/odisha2254322

June Grah Gochar 2024: ଜୁନରେ ଏକା ସାଙ୍ଗରେ ୩ ରାଜଯୋଗ, ଲାଭରେ ରହିବେ ତିନି ରାଶି, ଧନଧାନ୍ୟରେ ଭରିଯିବ ଜୀବନ!

June Grah Gochar 2024:  ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଶନି ବର୍ତ୍ତମାନ କୁମ୍ଭ ରାଶିରେ ବିରାଜମାନ ଥିବା ବେଳେ ଜୁନ ୬ ତାରିଖ ସକାଳ ୫ଟା ୪୦ ମିନିଟ୍ ସମୟରେ ଶୁକ୍ର ଓ ମଙ୍ଗଳ ସେହି ରାଶିକୁ ଚଳନ କରିବେ। ଯାହା ଫଳରେ ମାଲାଭ୍ୟ ,ଶଶ ଓ ରୁଚକ ରାଜଯୋଗ ଗଠନ ହେବ । ଏହି ତିନୋଟି ରାଜଯୋଗକୁ ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଇଥାଏ । ଏହି ତିନି ରାଜଯୋଗ ଚାରି ରାଶିକୁ ଶୁଭଫଳ ପ୍ରଦାନ କରିବ। ଆସନ୍ତୁ ଜାଣିବା ସେହି ରାଶି ଗୁଡି଼କ ବିଷୟରେ...

June Grah Gochar 2024: ଜୁନରେ ଏକା ସାଙ୍ଗରେ ୩ ରାଜଯୋଗ,  ଲାଭରେ ରହିବେ ତିନି ରାଶି, ଧନଧାନ୍ୟରେ ଭରିଯିବ ଜୀବନ!

June Grah Gochar 2024: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି କ୍ରମରେ ଆସନ୍ତା ଜୁନ୍ ମାସରେ କେତେକ ରାଶି ଭାଗ୍ୟବାନ୍ ହେବାକୁ ଯାଉଛନ୍ତି । କାରଣ ଆସନ୍ତା ମାସରେ କେତେକ ଗ୍ରହ ସେମାନଙ୍କ ମୂଳ ରାଶି ପରିବର୍ତ୍ତନ କରିବେ। ଯାହାର ପ୍ରଭାବ ରାଶି ଚକ୍ରରେ ଥିବା ୧୨ଟି ରାଶି ଉପରେ ପଡିବାକୁ ଯାଉଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଶନି ବର୍ତ୍ତମାନ କୁମ୍ଭ ରାଶିରେ ବିରାଜମାନ ଥିବା ବେଳେ ଜୁନ ୬ ତାରିଖ ସକାଳ ୫ଟା ୪୦ ମିନିଟ୍ ସମୟରେ ଶୁକ୍ର ଓ ମଙ୍ଗଳ ସେହି ରାଶିକୁ ଚଳନ କରିବେ। ଯାହା ଫଳରେ ମାଲାଭ୍ୟ ,ଶଶ ଓ ରୁଚକ ରାଜଯୋଗ ଗଠନ ହେବ । ଏହି ତିନୋଟି ରାଜଯୋଗକୁ ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଇଥାଏ । ଏହି ତିନି ରାଜଯୋଗ ଚାରି ରାଶିକୁ ଶୁଭଫଳ ପ୍ରଦାନ କରିବ। ଆସନ୍ତୁ ଜାଣିବା ସେହି ରାଶି ଗୁଡି଼କ ବିଷୟରେ...

ALSO READ: Venus Transit 2024: ଏହି ସବୁ ରାଶିଙ୍କ ଭାଗ୍ୟ ବଦଳାଇବ ଶୁକ୍ରଙ୍କ ଚଳନ, ୨୦୨୫ ପର୍ଯ୍ୟନ୍ତ ରହିବେ ଧନୀ, କିଣିବେ ନୂଆ ଗାଡି !

ଏହି ସବୁ ରାଶିଙ୍କ ଖୋଲିବ ଭାଗ୍ୟ :

ମେଷ: ଆସନ୍ତାମାସରେ ଫିଟିବାକୁ ଯାଉଛି ମେଷ ରାଶି ବ୍ୟକ୍ତିଙ୍କ ଭାଗ୍ୟ। ଏହି ଅବଧି ମଧ୍ୟରେ ଆର୍ଥିକ ସ୍ଥିତି ମଜବୁତ୍ ହେବ। ଯେଉଁ ଛାତ୍ରଛାତ୍ରୀମାନେ କମ୍ପିଟେଟିଭ୍ ଏକ୍ସାମ୍ ପାଇଁ ପ୍ରସ୍ତୁତ ହେଉଛନ୍ତି । ସେମାନେ ଭଲ ରେଜଲ୍ଟ ପାଇବେ। ବିଶେଷ କରି, ସରକାରୀ ଚାକିରି କରୁଥିବା ଲୋକଙ୍କ ପାଇଁ ସମୟ ଅନୁକୂଳ ରହିବ । ପଦୋନ୍ନତି ପାଇବା ସହ ଟ୍ରାନ୍ସଫର ହେବାର ସମ୍ଭାବନା ରହିଛି। ଆକସ୍ମିକ ଧନଲାଭର ଯୋଗ ରହିଛି।  ସେହିପରି, ରିଅଲ୍ ଇଷ୍ଟେଟ୍ ସହିତ ଜଡିତ ଲୋକମାନେ କିଛି ଭଲ ଖବର ପାଇପାରନ୍ତି । ବିଦେଶ ଯିବାର ସମ୍ଭାବନା ମଧ୍ୟ ରହିଛି । ନିଜ ଜୀବନ ସାଥୀଙ୍କ ସହ ଭଲ ସମୟ ଅତିବାହିତ କରିବେ। ବୈବାହିକ ଜୀବନ ସୁଖମୟ ହେବା ସହ ପ୍ରେମ ବ୍ୟାପାରରେ ମଧ୍ୟ ସଫଳତା ପାଇବେ। 

ଧନୁ : ଜୁନ୍ ପ୍ରଥମ ସପ୍ତାହରୁ ଏହି ରାଶିର ଭାଗ୍ୟ ଚମକିବାକୁ ଯାଉଛି। ବିଶେଷ କରି, ଯେଉଁମାନେ ଆମଦାନୀ-ରପ୍ତାନି ବ୍ୟବସାୟରେ ଜଡିତ ଅଛନ୍ତି । ସେମାନଙ୍କ ପାଇଁ ସମୟ ଶୁଭ ରହିବ। ଏହି ସମୟରେ ଆପଣ ଆର୍ଥିକ ଲାଭ ପାଇପାରନ୍ତି । ବିଦେଶ ଯିବାର ସ୍ବପ୍ନ ମଧ୍ୟ ପୂରା ହେବ। ନିଜ ପରିବାର ଲୋକଙ୍କ ଠାରୁ ସମସ୍ତ କ୍ଷେତ୍ରରେ ସମର୍ଥନ ପାଇବେ। ପରିବାର ଲୋକଙ୍କ ସହ କୌଣସି ଧାର୍ମିକ ସ୍ଥାନକୁ ଯାତ୍ରା କରିପାରନ୍ତି । ଦିର୍ଘ ଦିନ ଧରି ଲାଗି ରହିଥିବା କୋର୍ଟ କଚେରୀ ମାମଲାର ରାୟ ଆପଣଙ୍କ ସପକ୍ଷରେ ଯିବ। ନୂଆ କରି ବିବାହ କରିଥିବା ଲୋକେ ସନ୍ତାନ ପ୍ରାପ୍ତିର ଖବର ପାଇପାରନ୍ତି। 

କୁମ୍ଭ:  ଶନି-ଶୁକ୍ର-ମଙ୍ଗଳଙ୍କ କୃପାରୁ ଏହି ରାଶିର ବ୍ୟକ୍ତିଙ୍କ ଜୀବନରେ ବିରାଟ ପରିବର୍ତ୍ତନ ଆସିବ। ଯଦି ଆପଣ କୌଣସି ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଯୋଜନା କରିଛନ୍ତି । ତେବେ, ଏହା ହେଉଛି ଶୁଭ ସମୟ। ଏହି ସମୟରେ ନୂଆ ବ୍ୟବସାୟ ଆରମ୍ଭ କଲେ ଅଧିକ ଲାଭ ପାଇବେ। କଠିନ ପରିଶ୍ରମର ଫଳ ପାଇବେ। ଚାକିରିଆଙ୍କ ପାଇଁ ସମୟ ବେଶ୍ ମଙ୍ଗଳମୟ ରହିବ । ପଦୋନ୍ନତି ସହ ଦରମା ବୃଦ୍ଧି ହେବ। କମ୍ପିଟେଟିଭ୍ ଏକ୍ସାମ୍ ଦେଉଥିବା ଛାତ୍ରଛାତ୍ରୀ ଭଲ ରେଜଲ୍ଟ ପାଇବେ। ରିସର୍ଚ୍ଚ କ୍ଷେତ୍ରରେ ଜଡ଼ିତ ଲୋକେ ସମ୍ମାନିତ ହୋଇପାରନ୍ତି।  କୋର୍ଟ ମାମଲାରେ ସଫଳତା ପାଇବେ । କିନ୍ତୁ ଦୂର ଯାତ୍ରାରୁ ନିବୃତ୍ତ ରହିବା ରହିବା ଭଲ । ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଇପାରେ।

ମୀନ :  ଏହି ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ୩ ରାଜଯୋଗ  ବେଶ୍ ଫଳଦାୟୀ ହେବ । କ୍ୟାରିୟରରେ ଅଗ୍ରଗତି କରିବେ। ନୂଆ ଚାକିରି ଅଫର ମିଳିପାରେ   ଧନଲାଭର ଯୋଗ ରହିଛି । ଟଙ୍କା ବିନିଯୋଗ ପାଇଁ ଭଲ ସମୟ ରହିଛି। ସମସ୍ତ କାର୍ଯ୍ୟରେ ଭାଗ୍ୟ ଆପଣଙ୍କୁ ପୂରା ସାଥ୍ ଦେବ। ବେକାରିଙ୍କୁ ମନ ପସନ୍ଦର ଅଫର ମିଳିବ। ଏହି ସମୟ ପ୍ରେମୀ ଯୁଗଳଙ୍କ ପାଇଁ ଅତ୍ୟନ୍ତ ମଙ୍ଗଳମୟ ରହିବ । ଭାଙ୍ଗି ଯାଇଥିବା ପ୍ରେମ ସମ୍ପର୍କ ପୁଣି ଥରେ ଯୋଡି଼ ହେବ। ପାରିବାରିକ ଜୀବନ ସୁଖମୟ ହେବ। ଶତ୍ରୃମାନେ ମିତ୍ରତାର ହାତ ବଢ଼ାଇବେ। 

(Disclaimer: ଏହି ଖବର କେବଳ ସୂଚନା ପ୍ରଦାନ ପାଇଁ। ଏହି ସୂଚନାକୁ ନେଇ ଜୀ ଓଡ଼ିଶା ନ୍ୟୁଜ ପୁଷ୍ଟି କରେନାହିଁ। ଯଦି କୌଣସି ଟିପ୍ସକୁ ଆପଣାଉଛନ୍ତି ତେବେ ଏହା ପୂର୍ବରୁ କୌଣସି ଜ୍ୟୋତିଷଙ୍କ ପରାମର୍ଶ ନିଅନ୍ତୁ।)