Trigrahi Yog 2024: ମେଷ ରାଶିରେ ତ୍ରିଗ୍ରାହୀ ଯୋଗ, କ୍ୟାରିୟରରେ ସଫଳତା ସହ ରହିଛି ଧନଲାଭର ଯୋଗ!
Advertisement
Article Detail0/zeeodisha/odisha2225203

Trigrahi Yog 2024: ମେଷ ରାଶିରେ ତ୍ରିଗ୍ରାହୀ ଯୋଗ, କ୍ୟାରିୟରରେ ସଫଳତା ସହ ରହିଛି ଧନଲାଭର ଯୋଗ!

Trigrahi Yog: ରାଶି କିମ୍ବା ଗ୍ରହମାନଙ୍କର ଏହି ଗତିବିଧିରେ ପରିବର୍ତ୍ତନ ହେତୁ ଅନେକ ଯୋଗ ସୃଷ୍ଟି ହୋଇଥାଏ । ତେବେ ସୃଷ୍ଟି ହେଉଥିବା ଏହି ଯୋଗ ସମସ୍ତ ରାଶିକୁ ପ୍ରଭାବିତ କରିଥାଏ। ଗ୍ରହ ବା ରାଶିଙ୍କ ଚଳନରେ ପରିବର୍ତ୍ତନ କେତେକ ରାଶି ପାଇଁ ଶୁଭ ତ ଆଉ କେତେକ ରାଶି ପାଇଁ ଅଶୁଭ ପ୍ରମାଣିତ ହୋଇଥାଏ ।

Trigrahi Yog 2024: ମେଷ ରାଶିରେ ତ୍ରିଗ୍ରାହୀ ଯୋଗ, କ୍ୟାରିୟରରେ ସଫଳତା ସହ ରହିଛି ଧନଲାଭର ଯୋଗ!

Trigrahi Yog 2024: ଜ୍ୟୋତିଷ ଶାସ୍ତ୍ରରେ, ଗ୍ରହମାନଙ୍କ ଗତିବିଧିରେ ପରିବର୍ତ୍ତନକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭାବେ ବିବେଚନା କରାଯାଇଛି । ରାଶି କିମ୍ବା ଗ୍ରହମାନଙ୍କର ଏହି ଗତିବିଧିରେ ପରିବର୍ତ୍ତନ ହେତୁ ଅନେକ ଯୋଗ ସୃଷ୍ଟି ହୋଇଥାଏ । ତେବେ ସୃଷ୍ଟି ହେଉଥିବା ଏହି ଯୋଗ ସମସ୍ତ ରାଶିକୁ ପ୍ରଭାବିତ କରିଥାଏ। ଗ୍ରହ ବା ରାଶିଙ୍କ ଚଳନରେ ପରିବର୍ତ୍ତନ କେତେକ ରାଶି ପାଇଁ ଶୁଭ ତ ଆଉ କେତେକ ରାଶି ପାଇଁ ଅଶୁଭ ପ୍ରମାଣିତ ହୋଇଥାଏ ।

ମେଷ ରାଶିରେ ତ୍ରିଗ୍ରାହୀ ଯୋଗ

ବୈଦିକ ଶାସ୍ତ୍ର ଅନୁଯାୟୀ, ଏପ୍ରିଲ ୨୪ ତାରିଖ ରାତି ୧୧:୫୮ ମିନିଟ୍ ରେ, ଶୁକ୍ର ମେଷ ରାଶିରେ ପ୍ରବେଶ କରିଥିଲେ। ମେଷ ରାଶିରେ ପୂର୍ବରୁ ସୂର୍ଯ୍ୟ ଓ ବୃହସ୍ପତି ଅବସ୍ଥାନ କରିଥିବାରୁ ଶୁକ୍ରଙ୍କ ପ୍ରବେଶ ଫଳରେ ଏଠାରେ ତ୍ରିଗ୍ରାହୀ ଯୋଗ ଗଠନ ହୋଇଛି । ଏହି ଯୋଗ ୪ଟି ରାଶି ପାଇଁ ଶୁଭ ଫଳଦାୟୀ ରହିଛି । ତେବେ ଆସନ୍ତୁ ଆଲୋଚନା କରିବା ସେହି ୪ ରାଶଙ୍କ ବିଷୟରେ ।

ମିଥୁନ ରାଶି

ଦୀର୍ଘ ସମୟ ଧରି ଲାଗି ରହିଥିବା ବାଧାବିଘ୍ନ ଦୂର ହେବ । କର୍ମକ୍ଷେତ୍ରରେ ନୂତନ ସୁଯୋଗ ସୃଷ୍ଟି ହେବ । ବ୍ୟବସାୟୀମାନେ ଲାଭବାନ ହେବେ । ଏହି ସମୟ ମଧ୍ଯରେ ନୂତନ ଡିଲ୍ ଚୂଡାନ୍ତ ହୋଇପାରେ। ଦାମ୍ପତ୍ୟ ଜୀବନରେ ହସଖୁସି ଲାଗି ରହିବ । ଛାତ୍ରଛାତ୍ରୀ ଓ ମହିଳାଙ୍କ ପାଇଁ ଏହି ସମୟ ବେଶ ଖାସ୍ ହେବାକୁ ଯାଉଛି ।

କନ୍ୟା ରାଶି

ମେଷ ରାଶିରେ ସୃଷ୍ଟି ହୋଇଥିବା ଏହି ତ୍ରିଗ୍ରାହୀ ଯୋଗ କନ୍ୟା ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଅତ୍ୟନ୍ତ ଲାଭଦାୟୀ ପ୍ରମାଣିତ ହେବ । ଏହି ସମୟରେ ଆର୍ଥିକ ସ୍ଥିତି ମଜଭୁତ ହେବ । ପାରିବାରିକ ଜୀବନରେ ମଧୁରତା ଆସିବ । ପିତାମାତା କିମ୍ବା ଗୁରୁଜନ ମାନଙ୍କଠାରୁ ପୂର୍ଣ୍ଣ ସମର୍ଥନ ମିଳିବ । ଅଟକିଥିବା ଟଙ୍କା ଫେରସ୍ତ ମିଳିବ। ଚାକିରି ଖୋଜୁଥିବା ଲୋକମାନେ ସୁସମ୍ବାଦ ପାଇପାରନ୍ତି ।

ମକର ରାଶି

ଦୀର୍ଘ ସମୟ ଧରି ଲାଗି ରହିଥିବା ସମସ୍ୟାର ସମାଧାନ ହେବ । ପୂର୍ବ ଅପେକ୍ଷା ସ୍ୱାସ୍ଥ୍ୟ ଭଲ ରହିବ। ଆର୍ଥିକ ସମସ୍ୟାରୁ ମୁକ୍ତି ମିଳିବ। ପ୍ରେମୀଯୁଗଳଙ୍କ ପାଇଁ ଏହି ସମୟ ବେଶ ଉତ୍ତମ ରହିବ । ଜୀବନସାଥୀଙ୍କ ସହ ସମ୍ପର୍କ ମଧୁର ହେବ । ବ୍ୟବସାୟୀମାନଙ୍କ ପାଇଁ ସମୟ ଅନୁକୂଳ ରହିବ। ପୂର୍ବ ବିନିଯୋଗରୁ ଲାଭ ମିଳିବ ।

କୁମ୍ଭ ରାଶି

କୁମ୍ଭ ରାଶିର ବ୍ୟକ୍ତି ବିଶେଷ କର୍ମକ୍ଷେତ୍ରରେ ପଦୋନ୍ନତି ପାଇବେ। ବୈବାହିକ ଜୀବନ ସୁଖମୟ ହେବ । କୋର୍ଟ କଚେରୀ ମାମଲାରେ ସଫଳତା ମିଳିବ । ପରିବାର ସଦସ୍ୟଙ୍କ ସହ ଲାଗି ରହିଥିବା ବିବାଦର ସମଧାନ ହେବ । ନୂତନ ବ୍ୟବସାୟ ନେଇ ବାଟ ଫିଟିବ । ଦୀର୍ଘ ଦିନର ସମସ୍ୟାର ସମାଧାନ ହେବ ।

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ । କେବଳ ସୂଚନା ପାଇଁ ଦିଆଯାଇଛି । ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ । କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ ।)