Budh Gochar: ଫେବୃଆରୀରେ ମକର ରାଶିରେ ପ୍ରବେଶ କରିବେ ବୁଧ, ଧନବାନ ହେବେ ଏହି ୨ଟି ରାଶି..
Advertisement
Article Detail0/zeeodisha/odisha2086178

Budh Gochar: ଫେବୃଆରୀରେ ମକର ରାଶିରେ ପ୍ରବେଶ କରିବେ ବୁଧ, ଧନବାନ ହେବେ ଏହି ୨ଟି ରାଶି..

Budh Gochar In Makar Rashi 2024: ବୁଧ ଗ୍ରହକୁ ସମସ୍ତ ଗ୍ରହର ରାଜା ବୋଲି କୁହାଯାଏ। ବୁଧ ବୁଦ୍ଧି ଏବଂ ଜ୍ଞାନର କାରକ ବୋଲି କୁହାଯାଏ। ବିଶ୍ୱାସ କରାଯାଏ ଯେ ଯେଉଁ ବ୍ୟକ୍ତିଙ୍କ ରାଶିରେ ବୁଧର ସ୍ଥିତି ସଠିକ୍ ସ୍ଥାନରେ ଥାଏ ସେହି ରାଶିର ଲୋକମାନେ ଚତୁର ଏବଂ ବୁଦ୍ଧିମାନ ହୋଇଥାନ୍ତି। 

Budh Gochar: ଫେବୃଆରୀରେ ମକର ରାଶିରେ ପ୍ରବେଶ କରିବେ ବୁଧ, ଧନବାନ ହେବେ ଏହି ୨ଟି ରାଶି..

Budh Gochar In Makar Rashi 2024: ବୁଧ ଗ୍ରହକୁ ସମସ୍ତ ଗ୍ରହର ରାଜା ବୋଲି କୁହାଯାଏ। ବୁଧ ବୁଦ୍ଧି ଏବଂ ଜ୍ଞାନର କାରକ ବୋଲି କୁହାଯାଏ। ବିଶ୍ୱାସ କରାଯାଏ ଯେ ଯେଉଁ ବ୍ୟକ୍ତିଙ୍କ ରାଶିରେ ବୁଧର ସ୍ଥିତି ସଠିକ୍ ସ୍ଥାନରେ ଥାଏ ସେହି ରାଶିର ଲୋକମାନେ ଚତୁର ଏବଂ ବୁଦ୍ଧିମାନ ହୋଇଥାନ୍ତି। ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଯେତେବେଳେ ବୁଧ ନିଜର ରାଶି ପରିବର୍ତ୍ତନ କରେ, ଏହାର ସକରାତ୍ମକ ଓ ନକରତ୍ମାକ ପ୍ରଭାବ ସମସ୍ତ ୧୨ଟି ରାଶିର ଲୋକଙ୍କ ଉପରେ ପଡ଼ିଥାଏ। ଏପରି ପରିସ୍ଥିତିରେ, ଆଉ ଦିନକ ପରେ ଅର୍ଥାତ୍ ଫେବୃଆରୀ ମାସର ଆରମ୍ଭରେ ବୁଧ ଗ୍ରହ ମକର ରାଶିରେ ପ୍ରବେଶ କରିବାକୁ ଯାଉଛନ୍ତି। ଏହାର ପ୍ରଭାବରେ ବିଶେଷ ଭାବରେ ୨ଟି ରୋଶିର ଲୋକ ଖୁବ୍ ଲାଭବାନ ହେବେ।

ମିଥୁନ ରାଶି:

ମିଥୁନ ରାଶିର ଲୋକଙ୍କ ପାଇଁ ବୁଧଙ୍କ ଚଳନ ଅତ୍ୟନ୍ତ ଶୁଭ ହେବ। ବୁଧ ଚଳନ ସମୟରେ ଏହି ରାଶିର ଲୋକମାନଙ୍କ କ୍ୟାରିୟରରେ ହଠାତ୍ ପରିବର୍ତ୍ତନ ଦେଖାଯିବ। ଏଥି ସହ ଚାକିରି କରୁଥିବା ଲୋକଙ୍କ ପାଇଁ ସ୍ଥାନ ପରିବର୍ତ୍ତନ ହେବାର ସମ୍ଭାବନା ଅଛି। ଚାକିରି ପରିବର୍ତ୍ତନ ହେତୁ ଆୟ ମଧ୍ୟ ବୃଦ୍ଧି ପାଇପାରେ। ମନ ଖୁସି ରହିବ। ଘରେ ଖୁସିର ପରିବେଶ ରହିବ। ଦାମ୍ପତ୍ୟ ଜୀବନରେ ସୁଖମୟ ହେବ। ଯେଉଁମାନେ ରାଜନୀତି କ୍ଷେତ୍ରରେ କ୍ୟାରିୟର କରିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ବୁଧଙ୍କ ଚଳନ ଶୁଭ ହେବ। ଆପଣ ହଠାତ୍ ଜଣେ ନେତାଙ୍କୁ ଭେଟି ପାରନ୍ତି। ଏହି ମିଟିଂରେ ଆପଣଙ୍କ କ୍ୟାରିୟର ପାଇଁ ଲାଭଦାୟକ ହେବ।

କର୍କଟ ରାଶି:

ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, କର୍କଟ ରାଶିର ଲୋକଙ୍କ ପାଇଁ ବୁଧଙ୍କ ଚଳନ ଲାଭଦାୟକ ହେବ।ବୁଧ ଚଳନ ସମୟରେ, କର୍କଟ ରାଶିର ଲୋକମାନେ ସମାଜରେ ସମ୍ମାନ ପାଇବେ। ଏଥି ସହ, ଯେଉଁମାନେ ପାଠ ପଢ଼ୁଛନ୍ତି ସେମାନେ କିଛି ଭଲ ଖବର ପାଇପାରନ୍ତି। ବୁଧଙ୍କ ଚଳନ ବ୍ୟବସାୟୀମାନଙ୍କ ପାଇଁ ଶୁଭ ହେବ। ବ୍ୟବସାୟରେ ଦ୍ୱିଗୁଣ ଲାଭ ହୋଇପାରେ। କାର୍ଯ୍ୟ କ୍ଷେତ୍ରରେ ବିସ୍ତାର ହେବ। ଜୀବନରେ ଆଗକୁ ବଢ଼ିବାକୁ ଆପଣ ଅନେକ ସୁଯୋଗ ମଧ୍ୟ ପାଇବେ। ବିଦ୍ୟାର୍ଥୀମାନେ ଯେଉଁମାନେ ଅଧ୍ୟୟନ ପାଇଁ ବିଦେଶ ଯିବାକୁ ଚିନ୍ତା କରୁଛନ୍ତି, ଆପଣଙ୍କର ଇଚ୍ଛା ଖୁବ୍ ଶୀଘ୍ର ପୂରଣ ହୋଇପାରେ।

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)