Budh Shukra Yuti 2023: ମିଥୁନ ରାଶିରେ ଲକ୍ଷ୍ମୀ ନାରାୟଣ ଯୋଗ, ଏହି ୩ ରାଶି ଉପରେ ହେବ ଟଙ୍କାର ବର୍ଷା!
Advertisement
Article Detail0/zeeodisha/odisha1676199

Budh Shukra Yuti 2023: ମିଥୁନ ରାଶିରେ ଲକ୍ଷ୍ମୀ ନାରାୟଣ ଯୋଗ, ଏହି ୩ ରାଶି ଉପରେ ହେବ ଟଙ୍କାର ବର୍ଷା!

Budh Shukra Yuti 2023: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ସମସ୍ତ ଗ୍ରହ ସମୟ ସମୟରେ ରାଶି ପରିବର୍ତ୍ତନ କରନ୍ତି । ଆଜିଠାରୁ ଆଉ କିଛି ଗ୍ରହମାନେ ଆଉ କିଛି ରାଶିକୁ ଚଳନ କରିଛନ୍ତି । ମେ ୨ ରେ ଶୁକ୍ରଙ୍କ ଗମନାଗମନ ସହିତ ମିଥୁନରେ (mithun 2023) ବୁଧ ଏବଂ ଶୁକ୍ରର ମିଳନ ହେବ କାରଣ ମିଥୁନରେ ବୁଧ ପୂର୍ବରୁ ଉପସ୍ଥିତ ଅଛି (Budh Shukra Yuti In Mithun)। ମିଥୁନରେ ବୁଧ-ଶୁକ୍ର ସଂଯୋଗ ଲକ୍ଷ୍ମୀ ନାରାୟ(laxmi narayan yog )ଯୋଗ ସୃଷ୍ଟି କରିବ।

ସୌଜନ୍ୟ- ସୋସିଆଲ ମିଡ଼ିଆ

Budh Shukra Yuti 2023: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ସମସ୍ତ ଗ୍ରହ ସମୟ ସମୟରେ ରାଶି ପରିବର୍ତ୍ତନ କରନ୍ତି । ଆଜିଠାରୁ ଆଉ କିଛି ଗ୍ରହମାନେ ଆଉ କିଛି ରାଶିକୁ ଚଳନ କରିଛନ୍ତି । ମେ ୨ ରେ ଶୁକ୍ରଙ୍କ ଗମନାଗମନ ସହିତ ମିଥୁନରେ (mithun 2023) ବୁଧ ଏବଂ ଶୁକ୍ରର ମିଳନ ହେବ କାରଣ ମିଥୁନରେ ବୁଧ ପୂର୍ବରୁ ଉପସ୍ଥିତ ଅଛି (Budh Shukra Yuti In Mithun)। ମିଥୁନରେ ବୁଧ-ଶୁକ୍ର ସଂଯୋଗ ଲକ୍ଷ୍ମୀ ନାରାୟ(laxmi narayan yog )ଯୋଗ ସୃଷ୍ଟି କରିବ। ଯାହା ୩ ଟି ରାଶିର ଲୋକଙ୍କ (Zodiac Signs)ପାଇଁ ଅତ୍ୟନ୍ତ ଶୁଭ ବୋଲି ପ୍ରମାଣିତ ହେବ । ଆସନ୍ତୁ ଜାଣିବା କାହା ପାଇଁ ଲକ୍ଷ୍ମୀ ନାରାୟଣ ଯୋଗ (laxmi narayan yog) ମେ ସାସରେ ଶୁଭ ଫଳ ପ୍ରଦାନ କରିବ । 

ଏହି ରାଶିର ଲୋକଙ୍କ ଭାଗ୍ୟ ଆଜିଠାରୁ ଫିଟିଛି:

ବୃଷ ରାଶି: ଲକ୍ଷ୍ମୀ ନାରାୟଣ ଯୋଗ (laxmi narayan yog) କାରଣରୁ ବୃଷ ରାଶିର ଲୋକଙ୍କ ଏହି ମାସ ବେଶ ଶୁଭଫଳ ପାଇବେ । ଏହି ରାଶିର ଲୋକମାନଙ୍କୁ  ହଠାତ୍ କେଉଁ ଆଡୁ ଟଙ୍କା ପ୍ରାପ୍ତ ହେବ । ଫଳରେ ସେମାନଙ୍କ ଆର୍ଥିତ ସ୍ଥିତିରେ ସୁଧାର ଆସିବ । ଏହାସହ ଚାକିରିରେ ପଦୋନ୍ନତି ପାଇବାର ମଧ୍ୟ ସମ୍ଭାବନା ରହିଛି । ବ୍ୟବସାୟୀ କରୁଥିବା ଲୋକ ମାନଙ୍କ ପାଇଁ ଆଶାନୁରୂପକ ଫଳ ପ୍ରାପ୍ତ ହେବାର ମଧ୍ୟ ସମ୍ଭାବନା ରହିଛି ।  ମୋଟ ଉପରେ,କହିବାକୁ ଗଲେ, ଏହି ସମୟ ବୃଷ ରାଶିର ଲୋକଙ୍କ ଆର୍ଥିକ ଅବସ୍ଥାରେ ବେଶ ପରିବର୍ତ୍ତନ ଆସିବ । ମୋଟାଅଙ୍କର ଧନ ପ୍ରାପ୍ତ ହେବାର ସୁଯୋଗ ମଧ୍ୟ ରହିଛି । 

Also Read: Bhubaneswar News: ରାଜଧାନୀରେ କୁକୁର ରଖିଥିଲେ ସାବଧାନ! ଗଣିପାରନ୍ତି ମୋଟା ଅଙ୍କର ଜରିମାନା

Also Read: Guru Gochar 2023: ୧୨ ବର୍ଷ ପରେ ଗୁରୁ ସୃଷ୍ଟି କଲେ ବିପରୀତ ରାଜ ଯୋଗ, ବର୍ତ୍ତମାନ ଏହି ୫ ରାଶି ଉପରେ ବର୍ଷିବ ପ୍ରବଳ ଧନ

ମିଥୁନ ରାଶି: ଲକ୍ଷ୍ମୀ ନାରାୟଣ ଯୋଗ (laxmi narayan yog) କାରଣରୁ, ମିଥୁନ ରାଶିର ବ୍ୟକ୍ତିଙ୍କ ଭାଗ୍ୟରେ ମଧ୍ୟ ଲଟେରୀ ଲାଗିବ । ଏହି ରାଶିର ଲୋକମାନେ ଚଳିତ ମାସ ନୂଆ ଚାକିରୀ ସାଙ୍ଗକୁ ପଦୋନ୍ନତୀ ପାଇବାର ସମ୍ଭାବନା ରହିଛି । କେବଳ ସେତିକି ନୁହେଁ, ଆପଣଙ୍କ ଜୀବନରେ ସୁଖ ସମୃଦ୍ଧି ବୃଦ୍ଧି ପାଇବା ସହ ଦୀର୍ଘ ଦିନ ଧରି ଅଟକି ରହିଥିବା କାର୍ଯ୍ୟ ଏ- ମାସରେ ସମ୍ପୁର୍ଣ୍ଣ ହୋଇଯିବ । ମିଥୁନ ରାଶିର ଲୋକମାନେ ମଧ୍ୟ ନୂତନ ବ୍ୟବସାୟ ଆରମ୍ଭ କରିବା ପାଇଁ ଏହା ଏକ ଭଲ ସମୟ ବୋଲି କୁହାଯାଇପାରିବ । ଏହି ସମୟରେ ବ୍ୟବସାୟ ଆରମ୍ଭ କଲେ ବ୍ୟବସାୟ ଭଲ ଚାଲିବ । 

କନ୍ୟା ରାଶି : ଲକ୍ଷ୍ମୀ ନାରାୟଣ ଯୋଗ କାରଣରୁ  କନ୍ୟା ରାଶିର ବ୍ୟକ୍ତିଙ୍କ ପାଇଁ ଏହି ମାସ ଶୁଭଫଳ ପ୍ରଦାନ କରିବ । ନୂଆ ଚାକିରୀ ସୁଯୋଗ ସୃଷ୍ଟି ହେବା ସହ ପଦୋନ୍ନତି ହେବ । ଆୟ ବୃଦ୍ଧି ପାଇବ , କାର୍ଯ୍ୟାଳୟରେ ନୂଆ ଦାୟିତ୍ବ ମିଳିପାରେ । ବ୍ୟବସାୟରେ ଅଧିକ ଲାଭ ମିଳିବ । ବ୍ୟବସାୟରେ ଆପଣ ନୂତନ ଅର୍ଡର ପାଇବେ ଯାହା ଆପଣଙ୍କୁ ଅନେକ ଆର୍ଥିକ ଲାଭ ଦେବ । ଯେ, କୌଣସି ନୂତନ ଯୋଜନା ମଧ୍ୟ ଆପଣ ଏହି ସମୟରେ ଆରମ୍ଭ କରିପାରନ୍ତି । 

(ପ୍ରତ୍ୟାଖ୍ୟାନ: ଏହି ଆର୍ଟିକିଲଟି ସାଧାରଣ ସୂଚନା ଉପରେ ଆଧାରିତ । ଏହି ଆର୍ଟିକିଲରେ କୌଣସି ସୂଚନାର ସଠିକତା, ସଂପୂର୍ଣ୍ଣତା, ଉପଯୁକ୍ତତା କିମ୍ବା ବୌଧତା ପାଇଁ ଜି ଓଡ଼ିଶା ନ୍ୟୁଜ ଦାୟୀ ନୁହେଁ । ସମସ୍ତ ସୂଚନାକୁ ଆଧାରିତ କରି ଏଠାରେ ପ୍ରଦାନ କରାଯାଇଛି । ଆର୍ଟିକିଲରେ ଉପସ୍ଥାପିତ ସୂଚନା, ତଥ୍ୟ କିମ୍ବା ମତାମତ ଜି ଓଡିଶାର ଦୃଷ୍ଟିକୋଣକୁ ପ୍ରତିଫଳିତ କରେ ନାହିଁ ଓ କୌଣସି ସୂଚନାକୁ ଗ୍ରହଣ କରିବା ପୂର୍ବରୁ ସମ୍ପୃକ୍ତ ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ ।)