Maa Lakshmi Upay: ଶୁକ୍ରବାର ଦିନ ରାତିରେ କରନ୍ତୁ ଏହିସବୁ ବିଶେଷ ଉପାୟ, ଧନ ବର୍ଷା ସହ ଦୂର ହେବ ଆର୍ଥିକ ସମସ୍ୟା!
Advertisement
Article Detail0/zeeodisha/odisha1651814

Maa Lakshmi Upay: ଶୁକ୍ରବାର ଦିନ ରାତିରେ କରନ୍ତୁ ଏହିସବୁ ବିଶେଷ ଉପାୟ, ଧନ ବର୍ଷା ସହ ଦୂର ହେବ ଆର୍ଥିକ ସମସ୍ୟା!

Friday Upay: ଶୁକ୍ରବାର ଦିନ ରାତିରେ କିଛି ବିଶେଷ ଗୁପ୍ତ ଉପାୟ କରିବା ଦ୍ବାରା ମାଆ ଲକ୍ଷ୍ମୀ ପ୍ରସନ୍ନ ହୋଇଥାଆନ୍ତି । ଏହି ଉପାୟ କରିବା ଦ୍ବାରା ବ୍ୟକ୍ତି ମାଆ ଲକ୍ଷ୍ମୀଙ୍କ ଆଶୀର୍ବାଦ ପ୍ରାପ୍ତ କରିଥାଏ ଓ ରାତାରାତି ମାଲାମାଲ ହୋଇଥାଏ ।

ସୌ(ସୋସିଆଲ ମିଡିଆ)

Friday Upay: ପ୍ରତ୍ୟେକ ବ୍ୟକ୍ତି ଚାହାଁନ୍ତି କି ତାଙ୍କ ଉପରେ ବା ତାଙ୍କ ପରିବାର ଉପରେ ଧନର ଦେବୀ ମାଆ ଲକ୍ଷ୍ମୀଙ୍କ ଆଶୀର୍ବାଦ ଓ କୃପା ସଦା ସର୍ବଦା ରହିଥାଉ । ଶୁକ୍ରବାର ଦିନକୁ ମା ଲକ୍ଷ୍ମୀଙ୍କୁ ଉତ୍ସର୍ଗ କରାଯାଇଛି। କୁହାଯାଏ, ଏହି ଦିନ ମାଆ ଲକ୍ଷ୍ମୀଙ୍କ ପୂଜା ସହ ବିଶେଷ ଉପାୟ କଲେ ଲକ୍ଷ୍ମୀଙ୍କ ଆଶିଷ ଲାଭ ହୋଇଥାଏ । ଜୀବନରେ କୌଣସି ପ୍ରକାରର ଅସୁବିଧା ହୋଇନଥାଏ । ଜ୍ୟୋତିଷ ଶାସ୍ତ୍ରରେ ଅନୁଯାୟୀ, ଶୁକ୍ରବାର ଦିନ ରାତିରେ କିଛି ବିଶେଷ ଗୁପ୍ତ ଉପାୟ କରିବା ଦ୍ବାରା ମାଆ ଲକ୍ଷ୍ମୀ ପ୍ରସନ୍ନ ହୋଇଥାଆନ୍ତି । ଯଦି ଜଣେ ବ୍ୟକ୍ତି ଆର୍ଥିକ ସମସ୍ୟା ବା କରଜରେ ବୁଡ଼ିଥାଏ ତେବେ ଶୁକ୍ରବାର ଦିନ ଏହି ଗୁପ୍ତ ଉପାୟ କରିବା ଦ୍ବାରା ଏହି ସବୁ ସମସ୍ୟାର ସମାଧାନ ହୋଇଥାଏ । ବିଶ୍ବାସ ରହିଛି ଯେ, ଏହି ଉପାୟ କରିବା ଦ୍ବାରା ବ୍ୟକ୍ତି ମାଆ ଲକ୍ଷ୍ମୀଙ୍କ ଆଶୀର୍ବାଦ ପ୍ରାପ୍ତ କରିଥାଏ ଓ ରାତାରାତି ମାଲାମାଲ ହୋଇଥାଏ ।

ଶୁକ୍ରବାର ଦିନ ରାତିରେ କରନ୍ତୁ ଏହି ସବୁ ବିଶେଷ ଉପାୟ

  • ଶାସ୍ତ୍ରରେ, ସପ୍ତାହର ସାତ ଦିନକୁ ଭିନ୍ନ ଭିନ୍ନ ଦେବୀ ଦେବତାଙ୍କୁ ଉତ୍ସର୍ଗ କରାଯାଇଛି । ଶୁକ୍ରବାର ଦିନ ମା ଲକ୍ଷ୍ମୀଙ୍କୁ ସର୍ମପିତ କରାଯାଇଛି । ଏହି ଦିନ ରାତିରେ ଦେବୀ ଲକ୍ଷ୍ମୀଙ୍କ ଅଷ୍ଟମ ରୂପକୁ ପୂଜା କରିବା ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଇଏ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଶୁକ୍ରବାର ଦିନ ରାତିରେ ମା ଲକ୍ଷ୍ମୀଙ୍କ ଆଗରେ ଧୂପକାଠି ଜାଳି ନାଲି ରଙ୍ଗର ଫୁଲମାଳ ଅର୍ପଣ କରନ୍ତୁ ।
  • ଯଦି ଆପଣ ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି, ତେବେ ଶୁକ୍ରବାର ରାତିରେ ଲକ୍ଷ୍ମୀଙ୍କ ମନ୍ତ୍ର ଅତି କମରେ ୧୦୮ ଥର ଜାପ କରନ୍ତୁ ।
  • ଏହି ମନ୍ତ୍ର ଜପ କରିବା ଦ୍ୱାରା ଧନର ଦେବୀଙ୍କ କୃପା ଲାଭ ହୋଇଥାଏ । ଏହି ପ୍ରତିକାର କରିବା ଦ୍ୱାରା ବ୍ୟକ୍ତିର ଜୀବନରେ ଥିବା ଆର୍ଥିକ ସମସ୍ୟା ମଧ୍ଯ ଦୂର ହୋଇଯାଏ ।
  • ଦେବୀ ଲକ୍ଷ୍ମୀଙ୍କ ଆଶୀର୍ବାଦ ପାଇବାକୁ ଚାହୁଁଥିଲେ ଭଗବାନ ବିଷ୍ଣୁଙ୍କୁ ପୂଜା କରନ୍ତୁ। ଶୁକ୍ରବାର ଦିନ ରାତିରେ ଶଙ୍ଖରେ ପାଣି ଭର୍ତ୍ତି କରି ଭଗବାନ ବିଷ୍ଣୁଙ୍କୁ ଏହି ଜଳରେ ଅଭିଷେକ କରନ୍ତୁ । ଏପରି କରିବା ଦ୍ବାରା ଶ୍ରୀ ହରିଙ୍କ ସହ ମା ଲକ୍ଷ୍ମୀଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ। କେବଳ ଏତିକି ନୁହେଁ, ଏହି ଉପାୟ କରିବା ଦ୍ବାରା ଆର୍ଥିକ ସମସ୍ୟାକୁ ମଧ୍ଯ ଦୂର ହୋଇଥାଏ ।
  • ଏହା ବ୍ୟତୀତ ଶୁକ୍ରବାର ଦିନ ରାତିରେ ଗୋଲାପୀ ରଙ୍ଗର କପଡା଼ରେ ଶ୍ରୀ ଯନ୍ତ୍ର ଓ ଅଷ୍ଟ ଲକ୍ଷ୍ମୀଙ୍କ ଫଟୋ ରଖନ୍ତୁ । କୁହାଯାଏ ଯେ, ଯଦି ଏହି ଗୁପ୍ତ ଉପାୟ କରିବା ଫଳରେ ବ୍ୟବସାୟରେ ଥିବା ସମସ୍ୟା ଶୀଘ୍ର ଦୂର ହେବା ସହ ବ୍ୟବସାୟରେ ଅଗ୍ରଗତି ହୋଇଥାଏ ।
  • ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଶ୍ରୀ ଯନ୍ତ୍ରା, ଅଷ୍ଟ ଗନ୍ଧ ଓ ଅଷ୍ଟ ଲକ୍ଷ୍ମୀଙ୍କୁ ତିଲକ ଲଗାନ୍ତୁ । ବିଶ୍ୱାସ ରହିଛି ଯେ, ଏହି ଉପାୟ କରିବା ଦ୍ବାରା ଜୀବନ ସୁଖମୟ ହେବା ସହ ଲାଗି ରହିଥିବା ସମସ୍ତ ସମସ୍ୟା ଦୂର ହୋଇଥାଏ ।  

ଏହା ବି ପଢନ୍ତୁ- Odia New Year: ଆଜି ମହାବିଷୁବ ସଂକ୍ରାନ୍ତି ଓ ଓଡ଼ିଆ ନବବର୍ଷ, ଜାଣନ୍ତୁ କ’ଣ ରହିଛି ଆଜିର ଦିନର ବିଶେଷତ୍ୱ

Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।