Breast Cancer: ଜାଣନ୍ତୁ ସନ୍ତ କର୍କଟର ଲକ୍ଷଣ ଓ କାରଣ...
Advertisement
Article Detail0/zeeodisha/odisha2215780

Breast Cancer: ଜାଣନ୍ତୁ ସନ୍ତ କର୍କଟର ଲକ୍ଷଣ ଓ କାରଣ...

Breast Cancer: ସମଗ୍ର ବିଶ୍ବରେ ମହିଳାମାନଙ୍କଠାରେ ସନ୍ତ କର୍କଟ ଭଳି ସମସ୍ୟା ଦେଖାଦେଉଛି । ସନ୍ତ କର୍କଟ ଏକ ଗୁରୁତର ରୋଗ ଅଟେ । ଠିକ୍ ସମୟରେ ଏହି ରୋଗ ଚିହ୍ନଟ ହେଲେ ଏହାର ଚିକିତ୍ସା ସମ୍ଭବ ହୋଇପାରିବ ।

Breast Cancer: ଜାଣନ୍ତୁ ସନ୍ତ କର୍କଟର ଲକ୍ଷଣ ଓ କାରଣ...

Breast Cancer: ସମଗ୍ର ବିଶ୍ବରେ ମହିଳାମାନଙ୍କଠାରେ ସନ୍ତ କର୍କଟ ଭଳି ସମସ୍ୟା ଦେଖାଦେଉଛି । ସନ୍ତ କର୍କଟ ଏକ ଗୁରୁତର ରୋଗ ଅଟେ । ଠିକ୍ ସମୟରେ ଏହି ରୋଗ ଚିହ୍ନଟ ହେଲେ ଏହାର ଚିକିତ୍ସା ସମ୍ଭବ ହୋଇପାରିବ ।

ଯଦିଓ ବର୍ତ୍ତମାନ ସମୟରେ ଚିକିତ୍ସା କ୍ଷେତ୍ରରେ ଅନେକ ଅଗ୍ରଗତି ହୋଇଛି, ତଥାପି ସାଧାରଣ ଲୋକଙ୍କଠାରେ କର୍କଟ ରୋଗର ଭୟ ଦେଖାଯାଉଛି । ଶରୀରର ଯେକୌଣସି ଅଙ୍ଗରେ କର୍କଟ ସୃଷ୍ଟି ହୋଇପାରେ, କିନ୍ତୁ ଯେତେବେଳେ ଏହାର ବହୁଳ ପ୍ରକାରର କଥା ଆସେ, ସେମାନଙ୍କ ମଧ୍ୟରେ ସ୍ତନ କର୍କଟ ସବୁଠାରୁ ବିପଦଜନକ ବୋଲି ଧରାଯାଏ ।

ସନ୍ତ କର୍କଟର ଲକ୍ଷଣ

 ସନ୍ତ କର୍କଟ ରୋଗର ଲକ୍ଷଣ ଆରମ୍ଭରୁ ଦୃଶ୍ୟମାନ ହୋଇନଥାଏ । ଇଣ୍ଡିଆନ୍ କ୍ୟାନସର ସୋସାଇଟି ଅନୁଯାୟୀ, ସ୍ତନ କର୍କଟ ରୋଗର ଲକ୍ଷଣ ବିଭିନ୍ନ ମହିଳାଙ୍କଠାରେ ଭିନ୍ନ ଭିନ୍ନ ହୋଇପାରେ, ଯାହା ମଧ୍ୟରୁ କେତେକ ନିମ୍ନଲିଖିତ ଅଟେ ।

  • ସନ୍ତ କିମ୍ବା ବାହୁ ତଳେ ଗଣ୍ତି
  • ସନ୍ତରେ ଯନ୍ତ୍ରଣା ହେବା କିମ୍ବା ଫୁଲିବା
  • ସନ୍ତ ଟାଣ ହୋଇଯିବା
  • ସନ୍ତ ଉପରେ କୁଣ୍ତେଇ ହେବା
  • ସନ୍ତରୁ ରକ୍ତ କିମ୍ବା ତରଳ ପଦାର୍ଥ ବାହାରିବା

ସ୍ତନ କର୍କଟ କାରଣ

ଶାରୀରିକ ଅସୁସ୍ଥତା ଓ ଅନିୟମିତ ଜୀବନଶୈଳୀ ବ୍ୟତୀତ ଅନେକ ଥର ଜେନେଟିକ କାରଣ ମଧ୍ୟ ସ୍ତନ କର୍କଟ ପାଇଁ ଦାୟୀ ହୋଇଥାଏ । ଅବଶ୍ୟ, କେବଳ ୫-୧୦% ସ୍ତନ କର୍କଟ ରୋଗ ଜେନେଟିକ କାରଣରୁ ହୋଇଥାଏ ।

  • ହରମନ୍ ଅସନ୍ତୁଳନ
  • ଅନିୟମିତ ଜୀବନଶୈଳୀ
  • ସନ୍ତ କୋଷଗୁଡ଼ିକର ଅସ୍ବାଭାବିକ ଭାବେ ବୃଦ୍ଧି
  • ମେଦବହୁଳତା ବା ମୋଟାପଣ
  • ଅସନ୍ତୁଳନ ଖାଦ୍ୟ
  • ବ୍ୟାୟାମ ନକରିବା
  • ଅଧିକ ବୟସରେ ଗର୍ଭଧାରଣ କରିବା ବା ଶିଶୁ ଜନ୍ମ ଦେବା
  • ଗର୍ଭନିରୋଧକ ଔଷଧ ସେବନ
  • ମଦ୍ୟପାନ ଓ ଧୂମପାନ ଅଭ୍ୟାସ

(Disclaimer: ଏଠାରେ ଦିଆଯାଇଥିବା ତଥ୍ୟ ସାଧରଣ ସୂଚନା ଉପରେ ଆଧାରିତ। Zee Odisha News ଏହାକୁ ନିଶ୍ଚିତ କରେ ନାହିଁ। ଏହାକୁ କୌଣସି ସମାଧାନ ଭାବେ ନେବା ପୂର୍ବରୁ, ନିଶ୍ଚିତ ଭାବରେ ସମ୍ପୃକ୍ତ ବିଷୟର ଜ୍ଞାନଥିବା ଜଣେ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।)