Health Tips: ଡାଇବେଟିସ୍ ରୋଗ ହେବା ପୂର୍ବରୁ ଦେଖା ଦେଇଥାଏ ଏହି ସବୁ ଲକ୍ଷଣ...
Advertisement
Article Detail0/zeeodisha/odisha2211178

Health Tips: ଡାଇବେଟିସ୍ ରୋଗ ହେବା ପୂର୍ବରୁ ଦେଖା ଦେଇଥାଏ ଏହି ସବୁ ଲକ୍ଷଣ...

Health Tips: ବର୍ତ୍ତମାନ ସମୟରେ ମଧୁମେହ ଏକ ସାଧାରଣ ସମସ୍ୟା ।  ଆଜିକାଲିର ଖରାପ ଜୀବନଶୈଳୀ (lifestyle) ଓ କିଛି ଜେନେଟିକ୍ କାରଣରୁ ଏହି ରୋଗ ହୋଇଥାଏ। ସୁଗର ଲେବୁଲ ଏକ କ୍ରୋନିକ୍ ଅବସ୍ଥା ଯେଉଁ କାରଣରୁ ଶରୀରରେ ଗ୍ଲୁକୋଜ୍ ମାତ୍ରା ବୃଦ୍ଧି ପାଇଥାଏ । ଅନେକ ଲୋକ ଶରୀରରେ ହେଉଥିବା ଏହି ପରିବର୍ତ୍ତନକୁ ଅଣଦେଖା କରିଥାନ୍ତି, ପରବର୍ତ୍ତୀ ସମୟରେ ଏହି ସମସ୍ୟା ଅଧିକ ଗୁରୁତର ହେବାପରେ  ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କୁ ଭେଟିବା ସହ ଚିକିତ୍ସା ଆରମ୍ଭ କରିଥାନ୍ତି । 

Health Tips: ଡାଇବେଟିସ୍ ରୋଗ ହେବା ପୂର୍ବରୁ ଦେଖା ଦେଇଥାଏ ଏହି ସବୁ ଲକ୍ଷଣ...

Health Tips: ବର୍ତ୍ତମାନ ସମୟରେ ମଧୁମେହ ଏକ ସାଧାରଣ ସମସ୍ୟା ।  ଆଜିକାଲିର ଖରାପ ଜୀବନଶୈଳୀ (lifestyle) ଓ କିଛି ଜେନେଟିକ୍ କାରଣରୁ ଏହି ରୋଗ ହୋଇଥାଏ। ସୁଗର ଲେବୁଲ ଏକ କ୍ରୋନିକ୍ ଅବସ୍ଥା ଯେଉଁ କାରଣରୁ ଶରୀରରେ ଗ୍ଲୁକୋଜ୍ ମାତ୍ରା ବୃଦ୍ଧି ପାଇଥାଏ । ଅନେକ ଲୋକ ଶରୀରରେ ହେଉଥିବା ଏହି ପରିବର୍ତ୍ତନକୁ ଅଣଦେଖା କରିଥାନ୍ତି, ପରବର୍ତ୍ତୀ ସମୟରେ ଏହି ସମସ୍ୟା ଅଧିକ ଗୁରୁତର ହେବାପରେ  ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କୁ ଭେଟିବା ସହ ଚିକିତ୍ସା ଆରମ୍ଭ କରିଥାନ୍ତି । ଯଦିଓ ସଚେତନତା ଅଭାବରୁ ଅନେକ ଲୋକ ମଧୁମେହର ଲକ୍ଷଣ ଜାଣିପାରିନଥାନ୍ତି । ଏଠାରେ ଆମେ ଡାଇବେଟିସର ପ୍ରାରମ୍ଭିକ ଲକ୍ଷଣ ବିଷୟରେ ଆପଣଙ୍କୁ ଜଣାଉଛୁ।

ମଧୁମେହର ପ୍ରାରମ୍ଭିକ ଲକ୍ଷଣ:

ବାରମ୍ବାର ପରିସ୍ରା ଲାଗିବା-

ମଧୁମେହ ଯୋଗୁ ରକ୍ତରୁ ଅତିରିକ୍ତ ସୁଗାର ବାହାର କରିବା ପାଇଁ କିଡନୀ ଉପରେ ଅଧିକ ଚାପ ପଡିଥାଏ । ଯେତେବେଳେ ସୁଗାର ମାତ୍ରା ବୃଦ୍ଧି ପାଏ, କିଡନୀ ଏହାକୁ ରକ୍ତରୁ ବାହାର କରିଥାଏ । ଯେଉଁ କାରଣରୁ ବାରମ୍ବାର ପରିସ୍ରା ଲାଗିଥାଏ । ସ୍ୱାଭାବିକଠାରୁ ଯଦି ଆପଣ ଦିନରେ କିମ୍ବା ରାତିରେ ଅଧିକ ଥର ବାଥ୍ ରୁମ ଯାଉଛନ୍ତି, ତେବେ ଏହା ଡାଇବେଟିସର ପ୍ରାରମ୍ଭିକ ଲକ୍ଷଣ ହୋଇପାରେ ।

ବାରମ୍ବାର ସଂକ୍ରମଣ-

ମଧୁମେହରେ ପୀଡ଼ିତ ବ୍ୟକ୍ତିଙ୍କ ପରିସ୍ରାରେ ଅଧିକ ସୁଗାର ରହିବା କାରଣରୁ ବ୍ୟାକ୍ଟେରିଆ ମଧ୍ୟ ବୃଦ୍ଧି ପାଇଥାଏ । କାରଣ ସୁଗାରକୁ ଜୀବାଣୁ ଖାଦ୍ୟ ଭାବରେ ଗ୍ରହଣ କରିଥାନ୍ତି । ପ୍ରଚୁର ଖାଦ୍ୟ ସହିତ ଉଷ୍ମ, ଆର୍ଦ୍ର କ୍ଷେତ୍ର ସେମାନଙ୍କ ବଂଶ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ। ଏପରି ପରିସ୍ଥିତିରେ, ଯେଉଁମାନଙ୍କର ମଧୁମେହ ଥାଏ, ସେମାନେ ମୂତ୍ର ସଂକ୍ରମଣର ଶିକାର ହୋଇଥାନ୍ତି ।

ଅତ୍ୟଧିକ ଶୋଷ-

ମଧୁମେହରେ ପୀଡ଼ିତ ବ୍ୟକ୍ତି ବାରମ୍ବାର ପରିସ୍ରା କରିବା ଦ୍ୱାରା ଡିହାଇଡ୍ରେସନ୍ ହୋଇପାରେ ଏବଂ ବାରମ୍ବାର ଶୋଷିଲା ଲାଗେ। କିନ୍ତୁ ତା’ପରେ ଅଧିକ ପାଣି ପିଇବା ପରେ ମଧ୍ୟ ଶୋଷ ମେଣ୍ଟି ନଥାଏ। ଏହା ମଧ୍ୟ ମଧୁମେହର ଲକ୍ଷଣ ହୋଇପାରେ।

ବାରମ୍ବାର ଭୋକ-

ଆପଣ ଖାଉଥିବା ଖାଦ୍ୟକୁ ଶରୀର ଗ୍ଲୁକୋଜରେ ପରିଣତ ହୋଇଥାଏ, ଯାହାକୁ କୋଷଗୁଡ଼ିକ ଶକ୍ତି ପାଇଁ ବ୍ୟବହାର କରିଥାନ୍ତି । କିନ୍ତୁ ଯଦି ଆପଣଙ୍କର ମଧୁମେହ ଅଛି, ତେବେ ଆପଣଙ୍କର କୋଷଗୁଡ଼ିକ ଗ୍ଲୁକୋଜକୁ ସଠିକ୍ ଭାବରେ ଅବଶୋଷଣ କରିପାରି ନଥାନ୍ତି । ତେଣୁ ଆପଣ ଖାଉଥିବା ଖାଦ୍ୟରୁ ଆପଣଙ୍କ ଶରୀର ପର୍ଯ୍ୟାପ୍ତ ଶକ୍ତି ପାଇ ନଥାଏ । ଏପରି ପରିସ୍ଥିତିରେ, ପୀଡିତମାନେ ଭୋକିଲା ଅନୁଭବ କରିଥାନ୍ତି । କିଛି ସମୟ ପୂର୍ବରୁ ଖାଦ୍ୟ ଖାଇଥିଲେବି ପୁଣି ଭୋକ ଲାଗିଥାଏ ।